Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପବିତ୍ର ତୀର୍ଥଯାତ୍ରାକୁ ପାଞ୍ଚଟି ସଂକଳ୍ପ ସହିତ ଯୋଡ଼ିବା ପାଇଁ ଅମରନାଥ ଯାତ୍ରା ତୀର୍ଥଯାତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ ଅମରନାଥ ଯାତ୍ରା କରୁଥିବା ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ତୀର୍ଥଯାତ୍ରା ସବୁ ଦୃଷ୍ଟିରୁ ନିରାପଦ ଏବଂ ଶୁଭ ହେଉ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ, “ବାବା ବର୍ଫାନୀଙ୍କ ଦର୍ଶନ ସହିତ ଯୋଡ଼ି ହୋଇଥିବା ଅମରନାଥ ଯାତ୍ରା ହେଉଛି ଆମର ଆଧ୍ୟାତ୍ମିକ ପରମ୍ପରା ଏବଂ ସାଂସ୍କୃତିକ ଏକତାର ଏକ ଚିରନ୍ତନ ଅଧ୍ୟାୟ।’’

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପବିତ୍ର ଯାତ୍ରାକୁ ପାଞ୍ଚଟି ସଂକଳ୍ପ ସହିତ ଯୋଡ଼ି ସେ ତୀର୍ଥଯାତ୍ରୀମାନଙ୍କୁ ଏକ ଚିଠି ଲେଖିଛନ୍ତି। 

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି: 

ବାବା ବର୍ଫାନୀଙ୍କ ଦର୍ଶନ ସହିତ ଜଡ଼ିତ ଶ୍ରୀ ଅମରନାଥ ଯାତ୍ରା ହେଉଛି ଆମର ଆଧ୍ୟାତ୍ମିକ ପରମ୍ପରା ଏବଂ ସାଂସ୍କୃତିକ ଏକତାର ଚିରନ୍ତନ ଅଧ୍ୟାୟ। ଶିବ ଭକ୍ତମାନଙ୍କର ଏହି ଯାତ୍ରା ସବୁ ଦୃଷ୍ଟିରୁ ନିରାପଦ ଏବଂ ସୁଖମୟ ହେଉ! ମୋର ଏହି ଚିଠି ଏହି ଶୁଭ ଅବସରରେ ଭକ୍ତମାନଙ୍କ ପାଇଁ ପାଞ୍ଚଟି ବ୍ରତ ସହିତ ଜଡିତ ।

HS