Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପରମପୂଜ୍ୟ ଦଲାଇ ଲାମାଙ୍କୁ ୯୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରମପୂଜ୍ୟ ଦଲାଇ ଲାମାଙ୍କୁ୯୦ତମ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀମୋଦୀ କହିଛନ୍ତି ଯେ, ପରମପୂଜ୍ୟ ଦଲାଇ ଲାମା ପ୍ରେମ, କରୁଣା, ଧର୍ଯ୍ୟ ଏବଂ ନୈତିକ ଶୃଙ୍ଖଳାର ସ୍ଥାୟୀ ପ୍ରତୀକ । ତାଙ୍କର ବାର୍ତ୍ତା ସମସ୍ତଧର୍ମର ଲୋକମାନଙ୍କ ମଧ୍ୟରେ ସମ୍ମାନ ଏବଂ ପ୍ରଶଂସାର ଭାବନା ସୃଷ୍ଟି କରିଛି ।

ଏକ୍ସରେ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମୁଁ ୧୪୦ କୋଟି ଭାରତୀୟଙ୍କ ସହିତ ପରମପୂଜ୍ୟ ଦଲାଇ ଲାମାଙ୍କୁତାଙ୍କର ୯୦ତମ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ସେ ପ୍ରେମ, କରୁଣା, ଧର୍ଯ୍ୟ ଏବଂ ନୈତିକ ଶୃଙ୍ଖଳାର ସ୍ଥାୟୀ ପ୍ରତୀକ । ତାଙ୍କ ବାର୍ତ୍ତାସମସ୍ତ ଧର୍ମର ଲୋକମାନଙ୍କ ମଧ୍ୟରେ ସମ୍ମାନ ଏବଂ ପ୍ରଶଂସାର ଭାବନାସୃଷ୍ଟି କରିଛି । ଆମେ ତାଙ୍କର ନିରନ୍ତର ସୁସ୍ଥତା ଏବଂ ଦୀର୍ଘ ଜୀବନ କାମନା କରୁଛୁ।”

 

SR