Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପରିବେଶ କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପରିବେଶ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସହଯୋଗ ବୁଝାମଣାକୁ ଅନୁମୋଦନ କରାଯାଇଛି ।

ଏହି ସହଯୋଗ ବୁଝାମଣା ଦ୍ୱାରା ଉଭୟ ଦେଶ ମଧ୍ୟରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଏବଂ ପ୍ରାକୃତିକ ସମ୍ବଳ ପରିଚାଳନା ଲାଗି ସ୍ୱଳ୍ପ ଏବଂ ଦୀର୍ଘକାଳୀନ ସହଯୋଗକୁ ପ୍ରୋତ୍ସାହନ ଦେବାରେ ସହାୟତା ମିଳିପାରିବ । ଏହା ଅନ୍ତର୍ଗତ ସମାନତା, ପାରସ୍ପରିକ ସହଯୋଗ ଏବଂ ଆପୋସ ଲାଭକୁ ଦୃଷ୍ଟିରେ ରଖି ଉଭୟ ଦେଶର ବୈଧାନିକ ଆଇନ ଆଧାରରେ ସହଯୋଗ ବୃଦ୍ଧି ପାଇବ ।

ଆଶା କରାଯାଉଛି ଯେ ସହଯୋଗ ବୁଝାମଣା ଦ୍ୱାରା ଉନ୍ନତ ପରିବେଶ ସୁରକ୍ଷା, ଉନ୍ନତ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ଉନ୍ନତ ପରିଚାଳନା ଏବଂ ବନ୍ୟଜୀବ ସୁରକ୍ଷା/ସଂରକ୍ଷଣ ଲାଗି ଆଧୁନିକ ପ୍ରଯୁକ୍ତି ଏବଂ ଉତ୍କୃଷ୍ଟ ବ୍ୟବହାର କ୍ଷେତ୍ରରେ ସହାୟତା ମିଳିବ ।

 

**********