Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ପରୀକ୍ଷା ପେ ଚର୍ଚ୍ଚା 2020’ରେ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ



ନମସ୍କାର, ପୁଣି ଥରେ ଆପଣମାନଙ୍କର ଏହି ବନ୍ଧୁ ଆପଣମାନଙ୍କ ଗହଣରେ ଉପସ୍ଥିତ ରହିଛନ୍ତି । ମୁଁ ସର୍ବ ପ୍ରଥମେ 2020, ଏହି ନବବର୍ଷ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଆଉ ଏହା 2020ର ଯେ ନୂତନ ବର୍ଷ ତାନୁହେଁ, ଏହା ହେଉଛି ନୂତନ ଦଶନ୍ଧି, ନୂଆ ଦଶକ ଆଉ ଆପଣଙ୍କ ଜୀବନରେ ଏହି ଦଶକ ହେଉଛି ଯେତିକି ଗୁରୁତ୍ୱପୂର୍ଣ୍ଣ, ସେତିକି ମଧ୍ୟ ହିନ୍ଦୁସ୍ତାନ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାର ଅର୍ଥ ଏହା ହେଲା ଯେ ଏହି ଦଶକରେ ଦେଶ ଯାହା କିଛି ମଧ୍ୟ କରିବ, ସେଥିରେ ଏହି ସମୟର ଯେଉଁ 10ମ-ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀ ରହିଛନ୍ତି, ସେମାନଙ୍କର ଯୋଗଦାନ ସବୁଠାରୁ ଅଧିକ ହେବ । ଅର୍ଥାତ ଏହି ଦଶକ ଗୁରୁତ୍ୱପୂର୍ଣ୍ଣ ହେଉ, ନୂତନ ଶୀଖର ପ୍ରାପ୍ତ କରିବା ଭଳି ହେଉ, ନୂଆ ସ୍ୱପ୍ନ, ନୂଆ ସଂକଳ୍ପ, ନୂତନ ଇଚ୍ଛା, ନୂଆ ସିଦ୍ଧିଗୁଡ଼ିକ ସହିତ ଆଗକୁ ବଢ଼ୁ, ଏହି ସବୁକିଛି ଏହି ପିଢି ଉପରେ ଅଧିକ ନିର୍ଭର କରୁଛି । ଆଉ ଏଥିପାଇଁ ମଧ୍ୟ ଏହି ଦଶକ ପାଇଁ ମୁଁ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ସରକାରଙ୍କ ସହିତ ଦୀର୍ଘ ସମୟ ଧରି ମୁଁ ବାନ୍ଧି ହୋଇରହିଛି । ବହୁତ ଦୀର୍ଘ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଥିଲି, ପୁଣି ଆପଣମାନେ କାମ ଦେଇଦେଲେ । ଆଉ ଏହି କାରଣରୁ ଅନେକ କାର୍ଯ୍ୟକ୍ରମକୁ ଯିବାକୁ ପଡ଼ୁଛି । ଅନେକ ପ୍ରକାରର ବିଦ୍ୱାନ ପ୍ରବୃତ୍ତିର ଲୋକଙ୍କ ସହିତ ମିଶିବାକୁ ପଡ଼ୁଛି । ପ୍ରତ୍ୟେକ ପ୍ରସଙ୍ଗର ଏକ ନିଜସ୍ୱ ଅନୁଭବ ହୋଇଥାଏ । କିଛି ଜାଣିବାକୁ ମିଳିଥାଏ, କିଛି ଶିଖିବାକୁ ମିଳିଥାଏ । ପ୍ରତ୍ୟେକର ନିଜସ୍ୱ ମାହାତ୍ମ୍ୟ ରହିଥାଏ, କିନ୍ତୁ ଯଦି ମୋତେ କେହି କୁହନ୍ତି ଯେ ଏତେ ସବୁ କାର୍ଯ୍ୟକ୍ରମ ମଧ୍ୟରେ କେଉଁ କାର୍ଯ୍ୟକ୍ରମ ଯାହା ଆପଣଙ୍କୁ ସବୁଠାରୁ ଭଲ ଲାଗେ ଓ ହୃଦୟକୁ ଛୁଇଁପାରିବା ଭଳି ହୋଇଥାଏ । ଆପଣଙ୍କ ହୃଦୟର ନିକଟତର ହୋଇଥାଏ, ତ ମୁଁ କହିବି ପରୀକ୍ଷା ପେ ଚର୍ଚ୍ଚାମୋତେ ବହୁତ ଭଲ ଲାଗିଥାଏ, କାରଣ ଯେତେବେଳେ ଏହାର ପ୍ରସ୍ତୁତି ହୋଇଥାଏ, ଯେତେବେଳେ ଆପଣମାନେ କିଛି ଲେଖିକରି ପଠାଇ ଥାଆନ୍ତି ଆଉ ମୁଁ ଦେଖୁଛି କି ଦେଶର ହଜାର ହଜାର ସ୍କୁଲ ବୋଧହୁଏ ଦେଶର ଏପରି କୌଣସି ତହସିଲ ନାହିଁ ଯାହା ଏଥିରେ ଯୋଡ଼ି ହୋଇ ନଥିବ । ତ ମୋତେ ମଧ୍ୟ ଦେଶର ଭିନ୍ନ ଭିନ୍ନ କୋଣ ଅନୁକୋଣରୁ ଏହି ଯୁବ ମନ କଣ ଚିନ୍ତା କରୁଛି, ଯୁବ ମନ କଣ ଚାହୁଁଛି, ଯୁବ ମନ କଣ କରିପାରିବ – ଏହା ମୁଁ ଭଲ ଭାବେ ଅନୁଭବ କରି ପାରୁଛି । ମୁଁ ଅନୁମାନ କରୁଛି କି ଭଲ ହେଲା, ଏତେ ଭଲ ଭାବେ କହି ପାରୁଛନ୍ତି ଏହି ପିଲାମାନଙ୍କର ମନରେ ଆନନ୍ଦ ଆସିଥାଏ ।

ସେହିପରି ଯେତେବେଳେ ମୁଁ ଯୁବକମାନଙ୍କ ସହିତ ହେକାଥନ କାର୍ଯ୍ୟକ୍ରମକୁ ଯାଇଥାଏ ଭାରତର ଉଜ୍ଜ୍ଳ ଭବିଷ୍ୟତ କେତେ ନୂତନ ପରିକଳ୍ପନା ସହିତ ଆଗକୁ ବଢ଼ି ପାରିବ ଏହା ମୁଁ ସେଥିରୁ ଅନୁଭବ କରିଥାଏ । ତ ଏଭଳି ଅନେକ କାର୍ଯ୍ୟକ୍ରମ ଯେଉଁଠାରେ ଯୁବକମାନଙ୍କୁ ଭେଟିବାର ସୁଯୋଗ ମିଳିଥାଏ, ଯୁବ ପିଢି ସହିତ କଥା ହେବାର ଅବସର ମିଳିଥାଏ, ତାହା ମୋ ପାଇଁ ମଧ୍ୟ ଏକ ଶିକ୍ଷାର ଅବସର ହୋଇଥାଏ ଆଉ ଏଥିପାଇଁ ମୁଁ, ଏବେ ଏହା ଠିକ ଅଛି କି ପରୀକ୍ଷା ପେ ଚର୍ଚ୍ଚା କରିବା ନାହିଁ ତ ପ୍ରଧାନମନ୍ତ୍ରୀ ଆସନକୁ କୌଣସି ଅସୁବିଧା ହୋଇ ନଥାଆନ୍ତା, ଯଦି ମୁଁ କରି ନ ଥାଆନ୍ତି ତ କୌଣସି ଖବରକାଗଜର ସମ୍ପାଦକୀୟରେ ମଧ୍ୟ ଛପି ନ ଥାଆନ୍ତା, ଯେ ଦେଶର ପ୍ରଧାନମନ୍ତ୍ରୀ କଣ କରିଥାନ୍ତି, ଏ କିଛି କରନ୍ତି ହିଁ ନାହିଁ । ଏହା ମୁଁ ନିଜେ ଖୋଜି ମୋ ଦାୟିତ୍ୱକୁ ନେଇଛି କାରଣ ଆପଣମାନଙ୍କର ଯେଭଳି ମାତାପିତା ଅଛନ୍ତି, ଯେତେବେଳେ ଆପଣ 9ମ ଶ୍ରେଣୀ ଶେଷ କରିବା ପ୍ରସ୍ତୁତିରେ ଅଛନ୍ତି, ଅନେକଙ୍କ ମୁଣ୍ଡରେ ଅଛି କି ମୁଁ 10ମ, ଏକାଦଶ, ଦ୍ୱାଦଶ ଶ୍ରେଣୀକୁ ଯାଉଛି । କିଛି ମଧ୍ୟ କରିପାରେ, ଜଣା ନାହିଁ, ଏବେ ତ 10ମ ଆସିଗଲା, ବୁଝା ପଡ଼ୁନାହିଁ, ଦ୍ୱାଦଶ ଅଛି, କିଏ ତୁମକୁ ବୁଝାଇବ, ଏପରି କୁହନ୍ତି ନା କୁହନ୍ତି ନାହିଁ ? ଦିନକୁ 100 ଥର ଏହି ସଂଳାପ ଣୁଣନ୍ତି ନା ନାହିଁ ? ତ ମୋତେ ଲାଗୁଛି କି ଆପଣଙ୍କ ମାତା-ପିତାଙ୍କର ମଧ୍ୟ ବୋଝ ମୋତେ ଟିକେ ହାଲୁକା କରିବା ଦରକାର । ତ ଯେଉଁ କାମ ସେମାନେ କରି ଥାଆନ୍ତି ମୁଁ ହିଁ ସାମୁହିକ ଭାବେ ତାହା କରି ନେଉଛି କାରଣ ମୁଁ ମଧ୍ୟ ତ ହେଉଛି ଆପଣଙ୍କ ପରିବାରର ଜଣେ ସଦସ୍ୟ । ଆଉ ଦ୍ୱିତୀୟରେ – ଆମର ଏଠାରେ ଗୁଜରାଟରେ ଏକ ଲୋକକଥା ଅଛି ପାରକୀ ମାଁ କାନ ବିନ୍ଧେଅର୍ଥାତ କାହାର କାନ ଫୋଡ଼ାଇବାର ଅଛି, ମୁଁ ମଧ୍ୟ ପିଲାଦିନେ କାନ କଣା କରି ପିନ୍ଧୁଥିଲି । କିନ୍ତୁ ଆମେ କାନ କଣା ପରେ ନିମ ପତ୍ରର ଛୋଟିଆ କାଠି ଖଣ୍ଡେ ଲଗାଇ ଦେଉଥିଲୁ । କିନ୍ତୁ ଘରେ ଯାହା କୁହା ଯାଇଥାଏ, ମାତା ପିତା ପ୍ରତିଦିନ କହିଥାଆନ୍ତି ଏହା ଶୁଣିଥାଉ । କିନ୍ତୁ ବାହାରର କୌଣସି ଲୋକ କହିଥାଆନ୍ତି ତ କେବେ କେବେ ତାହା ଠିକ ଭାବରେ ରେଜିଷ୍ଟର ହୋଇ ଯାଇଥାଏ । ହୋଇପାରେ କି ଯେଉଁ କଥା ଆପଣଙ୍କ ମାଆ ବାପା କହିଥାଆନ୍ତି, ଆପଣଙ୍କ ଗୁରୁଜନ, ଆପଣଙ୍କ ଶିକ୍ଷକ କରିଥାଆନ୍ତି, ସେହି କାର୍ଯ୍ୟ ମୁଁ କରୁଛି କିନ୍ତୁ ଭିନ୍ନ ଭାବରେ କରୁଛି ଏବଂ ନିଜର ବୋଲି ଭାବି କରୁଛି – ଆପଣଙ୍କର ବନ୍ଧୁ ହୋଇ, ଆପଣଙ୍କର ସାଥୀ ହୋଇ, ଏକ ସହଯୋଗୀ ଭାବେ କରୁଛି । ଏଥିପାଇଁ ମୋତେ ମଧ୍ୟ ସନ୍ତୋଷ ମିଳୁଛି ଆଉ ଆପଣମାନଙ୍କୁ ମଧ୍ୟ ମୁଁ ବୋଝ ଭଳି ଲାଗୁ ନାହିଁ ।

ବନ୍ଧୁ ଏ ପ୍ରଧାନମନ୍ତ୍ରୀ କଣ କହିବେ, ପୁଣି ଘରକୁ ଯିବା ତ ଏହା କରିବାକୁ ପଡ଼ିବ ଏପରି ତ ନୁହେଁ ନା ତ ଆଜି ଆମେ କଥାବାର୍ତ୍ତା ଆରମ୍ଭ କରିବା ଆଉ ଆଜିକାଲି ତ ଫେସନ ହୋଇଛି #withoutfilter, ତ ଆମାମନଙ୍କ ଗହଣରେ ମଧ୍ୟ #withoutfilter ଅଛନ୍ତି । ଯେପରି ଆପଣମାନେ ନିଜ ବନ୍ଧୁ ସହିତ କଥା ହେଉଛନ୍ତି, ସେହିପରି ହିଁ କରିବା । କୌଣସି ବୋଝ ନାହିଁ, ହାଲକା – ଫୁଲକା କଥା, ଭୁଲ ମଧ୍ୟ ହୋଇପାରେ, ମୋର ମଧ୍ୟ ଭୁଲ ହୋଇପାରେ ଆଉ ହେବ ମଧ୍ୟ ତ ଟିଭିବାଲାଙ୍କୁ ମଧ୍ୟ ମଜା ଆସିବ । ମୁଁ ସେମାନଙ୍କୁ ତ ଅଧିକ ଖୁସି କରି ପାରିବି ନାହିଁ, କିନ୍ତୁ ଯଦି ସେମାନଙ୍କୁ ଏଥିରୁ ଖୁସି ମିଳୁଛି ତ ମୋତେ ମଧ୍ୟ ଖୁସି ଲାଗିବ । ଛାଡ଼ନ୍ତୁ ବନ୍ଧୁ, ହାଲକା – ଫୁଲକାର ଏହି ବାତାବରଣରେ ଆମେ କଥାବାର୍ତ୍ତା ଆରମ୍ଭ କରିବା । ପ୍ରଥମ ପ୍ରଶ୍ନ କାହାର ଅଛି ?

ପ୍ରସ୍ତୁତ କର୍ତ୍ତା ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କର ଉତ୍ସାହପୂର୍ଣ୍ଣ ପ୍ରେରକ ଉଦବୋଧନ ଫଳରେ ସଭାକକ୍ଷରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି । ଏହି ସଭାକକ୍ଷରେ ଉପସ୍ଥିତ ହଜାର ହଜାର ଛାତ୍ର ଛାତ୍ରୀଙ୍କ ବ୍ୟତୀତ ସାରା ବିଶ୍ୱର 25ଟି ଦେଶରେ 30 କୋଟିରୁ ଅଧିକ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ଏହାଦ୍ୱାରା ଲାଭବାନ ହେଉଛନ୍ତି । ମାନ୍ୟବର ଆପଣଙ୍କ ଆଶୀର୍ବାଦ ଏବଂ ଅନୁମତି ମିଳିଲେ ଏବେ ଆମେ ସମସ୍ତ ବିଦ୍ୟାର୍ଥୀମାନଙ୍କୁ, ଶିକ୍ଷକମାନଙ୍କୁ ଏବଂ ଅଭିଭାବକମାନଙ୍କ ପାଇଁ ମିଳିତ ଭାବେ ଲାଭଦାୟକ ପ୍ରଶ୍ନର ଶୃଙ୍ଖଳା ଆରମ୍ଭ କରିବାକୁ ଚାହୁଁଛୁ ।

ଆସନ୍ତୁ ଏବେ ପ୍ରଧାନମନ୍ତ୍ରୀ ମହୋଦୟଙ୍କ ଅନୁମତି ସହିତ ଆରମ୍ଭ କରିବା ପରୀକ୍ଷା ପେ ଚର୍ଚ୍ଚା2020ର ବିଶେଷ ଆକର୍ଷଣ ଆଡ଼କୁ ।

ମାନ୍ୟବର ଦେଶର ମାନ – ସମ୍ମାନ ଓ ଗୌରବର ଭୂମି ରାଜସ୍ଥାନର ଏକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ୟଶ୍ରୀ ଏଠାରେ ଉପସ୍ଥିତ ଅଛନ୍ତି ଆଉ ଆପଣଙ୍କଠାରୁ ମାର୍ଗଦର୍ଶନ ଚାହୁଁଛନ୍ତି । ନିଜର ପ୍ରଶ୍ନ ପଚାରନ୍ତୁ ୟଶ୍ରୀ ।

ପ୍ରଶ୍ନକର୍ତ୍ତା ସୁପ୍ରଭାତ, ସାର, ମୁଁ ରାଜସ୍ଥାନ ସ୍ୱାମୀ ବିବେକାନନ୍ଦ ସରକାରୀ ମଡେଲ ସ୍କୁଲର ୟଶ୍ରୀ, ମୋ ସହପାଠୀ ଏବଂ ମୁଁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ଦେବାକୁ ଯାଉଛୁ ଏ ବିଷୟରେ ଅନେକଥର ଆମର ମାନସିକ ସ୍ଥିତି ବିଗିଡ଼ି ଯାଇଥାଏ ତ ସାର୍, ଦୟାକରି ଆମକୁ ବୁଝାନ୍ତୁ ଏବଂ କିଛି ଉପଦେଶ ଦିଅନ୍ତୁ ଯାହାଦ୍ୱାରା ବିନା ମାନସିକ ଚାପ ଏବଂ ବ୍ୟସ୍ତତା ବିନା ଆମେ ପରୀକ୍ଷାର ସମ୍ମୁଖୀନ ହୋଇ ପାରିବୁ । ଆପଣଙ୍କୁ ଧନ୍ୟବାଦ ।

ପ୍ରସ୍ତୁତ କର୍ତ୍ତା –  ଧନ୍ୟବାଦ ୟଶ୍ରୀ । ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ୟଶ୍ରୀ ଏହା ଜାଣିବାକୁ ଚାହୁଁଛନ୍ତି କି ବୋର୍ଡ ପରୀକ୍ଷାର ଚିନ୍ତା ତାଙ୍କ ମାନସିକ ସ୍ଥିତି ବିଗାଡ଼ି ଦେଉଛି । ସେ କିପରି ନିଜକୁ ନିଜେ ପରିଶ୍ରମ କରିବା ପାଇଁ ପ୍ରେରଣା ଦେଇ ପାରିବେ ?

ପିଏମ – ମୁଁ ଚିନ୍ତା କରୁଥିଲି ଯୁବକମାନଙ୍କର ତ ମନ ଚିନ୍ତାଗ୍ରସ୍ତ ହେବା ଉଚିତ ନୁହେଁ । କିନ୍ତୁ ଆମେ କଣ କେବେ ହେଲେ ମଧ୍ୟ ଚିନ୍ତା କରିଛେ କି ମନ ଚିନ୍ତାଗ୍ରସ୍ତ କାହିଁକି ହୋଇଥାଏ ? ନିଜର ନିଜସ୍ୱ କାରଣରୁ କିମ୍ବା ବାହାରର ପରିସ୍ଥିତି ଫଳରେ । ଅଧିକାଂଶ ସମୟରେ ଆପଣମାନେ ଏହା ଦେଖିଥିବେ କି ଅଧିକାଂଶ ଘଟଣାରେ ମୁଣ୍ଡ ଖରାପ ହୋଇ ଯାଇଥାଏ, ମନ ବିକାରଗ୍ରସ୍ତ ହୋଇ ଯାଇଥାଏ, କାମ କରିବା ପାଇଁ ମନ ହୁଏ ନାହିଁ, ସେଥିରେ ବାହାରର ପରିସ୍ଥିତି ସବୁ ବେଶୀ ପରିମାଣରେ ଦାୟୀ ହୋଇଥାଏ । ଯେପରି, ନିଜ ମାଆ କହିଲେ ମାଆ ମୁଁ ପଢ଼ୁଛି 6ଟା ବେଳେ ମୋତେ ଯେମିତି ଚାମିଳିଯାଏ ଦେଖିବ, ପୁଣି ଆପଣ ପଢ଼ିବାରେ ଲାଗିଲେ, ବହୁତ ମନଯୋଗ ଦେଇ କିନ୍ତୁ ମଝିରେ ମଝିରେ ଘଣ୍ଟା ଦେଖୁଛନ୍ତି 6ଟା ବାଜିଲା କି ନାହିଁ । ତ ସେତିକି ବେଳକୁ ଗଡ଼ବଡ଼ ଆରମ୍ଭ ହୋଇ ଯାଇଥାଏ । ଆଉ ପୁଣି ମାଆଙ୍କର ଆସିବାର ଡେରି ହୋଇଗଲା ସେ 15 ମିନିଟ ମଧ୍ୟରେ ଝଡ଼ ତୋଫାନ ଭଳି ସ୍ଥିତି ହୋଇଗଲା । ମାଆ ବୁଝୁଛନ୍ତି କଣ ହେଲା, ତାଙ୍କୁ ବୁଝା ପଡ଼ୁ ନାହିଁ କି ମୋର 10ମ ପରୀକ୍ଷା ଅଛି, ମୋତେ ପଢ଼ିବାର ଅଛି, ମୁଁ 6ଟା ବେଳେ ଚାଦେବାକୁ କହିଥିଲି ତ ମନ ଖରାପ । ଏବେ ଦ୍ୱିତୀୟ କଥା ଭାବିବା ଭଳି ଏସବୁ ହେଲା କିନ୍ତୁ ଯଦି ଆପଣମାନେ ଏହା ଚିନ୍ତା କଲେ ନାହିଁ – ଆରେ! ମାଆ ତ ଏତେ ପରିଶ୍ରମ କରୁଛନ୍ତି, ମୋର ଏତେ ଚିନ୍ତା କରୁଛନ୍ତି, ନିଶ୍ଚିତ କିଛି ହୋଇଥିବ ଯାହାଦ୍ୱାରା ମାଆ 6ଟା ବେଳେ ଚାଆଣି ପାରିଲେ ନାହିଁ, ଅସୁବିଧାରେ ଥିବେ । ମୁଁ ଟିକେ ଦେଖେ, ମାଆଙ୍କର କିଛି ହୋଇ ଯାଇନାହିଁ ତ । ମୋତେ କୁହନ୍ତୁ ମନ ଖରାପ ହେବ ନା ନାହିଁ ? ମନ ଭଲ କରିବା ପାଇଁ କଣ କାହିଁକି ନିଜ ଆଶାକୁ ନିଜ ସହିତ ଏଭଳି ଭାବରେ ଯୋଡ଼ିଦେଲେ କି ଯେଉଁ କାରଣରୁ ନିଜର ଆଶା ପୂରଣ ନ ହେବାରୁ ଏକଦମ ମନ ବ୍ୟସ୍ତ ହୋଇ ଯାଇଥାଏ ।

ଯଦି ଆମେ ଅଭ୍ୟାସରେ ପକାଇଦେବା, ଆପଣମାନେ ଦେଖିଥିବେ ଯେ ଆମେ 5-6 ଜଣ ସାଙ୍ଗ କୌଣସି ଖେଳିବାର କାର୍ଯ୍ୟକ୍ରମ ସ୍ଥିର କରି ଦେଇଛୁ, ଖେଳିବା ପାଇଁ ଯାଉଛୁ କିନ୍ତୁ ଜଣେ ସାଥୀ ଏବେ ଆସି ନାହିଁ । ଆମମାନଙ୍କୁ ଯିବାର ଅଛି ଆଉ ଶୀଘ୍ର ଯିବାକୁ ଅଛି ଆପଣ ଦେଖିଥିବେ କି 5 ଜଣ ପହଞ୍ଚିଗଲେ ଆଉ ସେମାନଙ୍କ ମଧ୍ୟରୁ 2 ଜଣ ଏପରି ଥିବେ ଯେଉଁମାନେ ଛଟପଟ ହେଉଥିବେ, ବନ୍ଧୁ ଆସିଲା ନାହିଁ – ବନ୍ଧୁ ଆସିଲା ନାହିଁ, ବିଳମ୍ବ ହୋଇଗଲା ସେମାନଙ୍କ ମୁଣ୍ଡ ସେଥିରେ ଅଛି, 3 ଜଣ ଏପରି ଥାଆନ୍ତି ଆରେ ବନ୍ଧୁ ଛାଡ, ଆସିବେ । ନିଜ ମନକୁ ଆମେ କିଭଳି ପରିଚାଳନା କରୁଛୁ । ଏହି ମନୋଭାବ ସହିତ ଯେଉଁ ପର୍ଯ୍ୟନ୍ତ ପ୍ରେରଣା ଦେବା ବା ପ୍ରେରିତ ନ କରିବାର କଥା ଆସୁଛି ଜୀବନରେ ବୋଧହୁଏ ଏମିତି କୌଣସି ବ୍ୟକ୍ତି ଥିବେ ଯାହାଙ୍କୁ ଏସବୁ ପରିସ୍ଥିତି ଦେଇ ଅତିକ୍ରମ କରିବାକୁ ପଡ଼ୁନଥିବ । ପ୍ରତ୍ୟେକଙ୍କୁ ଏଭଳି ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ହିଁ ପଡ଼ିଥାଏ । ବାରମ୍ବାର ଅତିକ୍ରମ କରିବାକୁ ପଡ଼ିଥାଏ । କେବେକେବେ କିଛି କରିବା ପାଇଁ ବହୁତ ପ୍ରେରଣା ମିଳିଥାଏ, କେବେ ହଠାତ କରି ଅସଫଳତା ମିଳିଥାଏ ତ ନିରୁତ୍ସାହିତ ହୋଇ ଯାଇ ଥାଆନ୍ତି ।

ଏବେ ଆପଣ ଦେଖନ୍ତୁ ଚନ୍ଦ୍ରଯାନ ପ୍ରେରଣ ସମୟରେ ଆପଣ ସମସ୍ତେ ରାତ୍ରି ଉଜାଗର ରହିଥିଲେ । ଚନ୍ଦ୍ରଯାନକୁ ପଠାଇବାରେ ଆପଣଙ୍କର କୌଣସି ଯୋଗଦାନ ଥିଲା କି, ନ ଥିଲା, କିନ୍ତୁ ଆପଣ ଏଭଳି ହିଁ ମନ ଲଗାଇ ବସିଥିଲେ, ଯେପରି ଆପଣମାନେ କରିଛନ୍ତି । ଏପରି ହୋଇଥିଲା କି ହୋଇ ନଥିଲା ? ଆଉ ଯେତେବେଳେ ନ ହେଲା ଆପଣ ସମସ୍ତେ ସମସ୍ତ ବୈଜ୍ଞାନିକ ତ ପରେ ସଂପୂର୍ଣ୍ଣ ହିନ୍ଦୁସ୍ଥାନ ଏକ ପ୍ରକାରରେ ନିରୁତ୍ସାହିତ ହୋଇ ଯାଇଥିଲା, ହୋଇ ଯାଇ ନଥିଲା କି ? ଆପଣ ସମସ୍ତେ ରାତି ଅନିଦ୍ରା ହୋଇ ରହିଥିଲେ, କେବେ କେବେ ବିଫଳତା ଆମକୁ ଏପରି କରି ଦେଇଥାଏ । ସେହିଦିନ ମୁଁ ମଧ୍ୟ ସେଠାରେ ଉପସ୍ଥିତ ଥିଲି । ମୁଁ ଆଜି ଗୋଟିଏ ଗୁପ୍ତକଥା କହିବାକୁ ଚାହୁଁଛି । କିଛି ଲୋକ ମୋତେ କହିଥିଲେ କି ମୋଦୀ ମହାଶୟ ଆପଣଙ୍କୁ ସେଠାରେ ଏହି କାର୍ଯ୍ୟକ୍ରମକୁ ଯିବା ଉଚିତ ନୁହେଁ କାରଣ ଏଥିରେ କୌଣସି ନିଶ୍ଚିତତା ନାହିଁ । ଆପଣ ଯିବେ ଆଉ ଯଦି ବିଫଳ ହୋଇଗଲା ତ କଣ କରିବେ ? ମୁଁ କହିଲି ଏଥିପାଇଁ ହିଁ ମୋତେ ଯିବା ଉଚିତ ଆଉ ଯେତେବେଳେ ଶେଷ  କିଛି ମୁହୂର୍ତ୍ତରେ କିଛି ସେକେଣ୍ଡରେ ମୁଁ ଦେଖୁଥିଲି କି ବୈଜ୍ଞାନିକମାନଙ୍କ ମନରେ ପରିବର୍ତ୍ତନ ଦେଖା ଯାଉଥିଲା, ସେମାନେ ଚିନ୍ତାଗ୍ରସ୍ତ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଥିଲା । ଜଣେ ଅନ୍ୟ ଜଣଙ୍କୁ ଦେଖୁଥିଲେ । ତ ମୁଁ ବୁଝିଗଲି କିଛି ଅଘଟଣ ଘଟିଛି । ଆମେ ତ ବୈଜ୍ଞାନିକ ନୋହୁଁ ସଂପୂର୍ଣ୍ଣ କଥା ବୁଝା ପଡ଼ୁନଥିଲା କିନ୍ତୁ ସେମାନଙ୍କ ମୁଖ ମଣ୍ଡଳରୁ ଜଣା ପଡ଼ୁଥିଲା କି କିଛି ଅଘଟଣ ଘଟିବାକୁ ଯାଉଛି । ପୁଣି କିଛି ସମୟ ପରେ ସେମାନେ ଆସି ମୋତେ ଅବଗତ କରାଇଲେ । ମୁଁ କହିଲି ଠିକ୍  ଅଛି ଆପଣମାନେ ଚେଷ୍ଟା କରୁଛନ୍ତି ଠିକ୍ ଅଛି କରନ୍ତୁ, ମୁଁ ବସିଛି । ପୁଣି 10 ମିନିଟ୍ ପରେ ସେମାନେ କହିଥିଲେ ହୋଇ ପାରିଲା ନାହିଁ, ତ ମୁଁ ପୁଣି ବୈଜ୍ଞାନିକଙ୍କ ସହିତ ସେଠାରେ ବସିଲି, କଥାବାର୍ତ୍ତା ହେଲି, ଭିତରକୁ ଯାଇ ଗୋଟିଏ ଘେରା ମାରି ଆସିଲି । ଚିନ୍ତା କରନ୍ତୁ ନାହିଁ, ଏପରି କହି ମୁଁ ପ୍ରାୟ ରାତି 3ଟା ବେଳେ ଯାଇଥିଲି ପୁଣି ମୁଁ ନିଜ ହୋଟେଲକୁ ଚାଲିଗଲି । କିନ୍ତୁ ମୁଁ ଶାନ୍ତିରେ ବସି ପାରିଲି ନାହିଁ, ଶୋଇବା ପାଇଁ ମନ ହେଉ ନଥିଲା । ଆମର ଯେଉଁ ପିଏମଓର ଟିମ୍ ଥିଲା, ସେମାନେ ନିଜ ନିଜ କକ୍ଷକୁ ଚାଲି ଯାଇଥିଲେ । ଅଧ ଘଣ୍ଟା – ପଇଁଚାଳିଶ ମିନିଟ ଏହିପରି ଭାବେ ବିତିଗଲା । ମୁଁ ବିଚଳିତ ଭାବେ ବୁଲୁଥିଲି । ତ ମୁଁ କହିଲି କି ଏପରି କରନ୍ତୁ ସମସ୍ତଙ୍କୁ ଡକାନ୍ତୁ । ତ ପୁଣି ବିଚରା ଯେଉଁମାନେ ଶୋଇ ପଡ଼ିଥିଲେ, ସେମାନଙ୍କୁ ଡକାଗଲା, ମୁଁ କହିଲି ଦେଖନ୍ତୁ ସକାଳୁ ଆମକୁ ଯିବାକୁ ଅଛି କିନ୍ତୁ ଆମେ କାର୍ଯ୍ୟକ୍ରମ ବଦଳାଇଦେବା । ସକାଳେ ଆମେ ଶୀଘ୍ର ଯିବା ନାହିଁ । ବିଳମ୍ବରେ ଯିବା । ଏବେ ସେହି ବୈଜ୍ଞାନିକମାନେ ରାତି 3ଟାରେ ଯାଇଛନ୍ତି କିନ୍ତୁ କଣ ସକାଳେ 7.30-8.00ଟା ବେଳେ ଏକାଠି ହୋଇ ପାରିବା କି, ମୁଁ ଭେଟିବାକୁ ଚାହୁଁଛି । ମୁଁ ସକାଳୁ ଉଠି ଯାଇ ପାରି ଥାଆନ୍ତି, ସକାଳୁ ଉଠି ଚାଲି ଯାଇଥାଆନ୍ତି ତ ଦେଶରେ କେହି ଭାବି ନ ଥାଆନ୍ତେ । କୌଣସି ଆବଶ୍ୟକତା ମଧ୍ୟ ନଥିଲା ମୁଁ ନିଜକୁ ବୁଝାଇ ପାରୁ ନଥିଲି, ଆଉ ଏଥିପାଇଁ ମୁଁ ସକାଳେ ସେହି ବୈଜ୍ଞାନିକମାନଙ୍କୁ ପୁଣିଥରେ ଏକାଠି କଲି, ମୋର ଭାବ ମୁଁ ବ୍ୟକ୍ତ କଲି, ସେମାନଙ୍କ ପରିଶ୍ରମକୁ ଯେତେ ପ୍ରଶଂସା କରାଯାଇ ପାରିବ, ସେଭଳି କଲି । ଦେଶର ସ୍ୱପ୍ନର କଥା କହିଲି । ସେଠାକାର ବାତାବରଣ ସଂପୂର୍ଣ୍ଣ ଭାବେ ବଦଳିଗଲା । ଆଉ କେବଳ ସେହିଠାରେ ଯେ ବଦଳିଲା ତା ନୁହେଁ, ସଂପୂର୍ଣ୍ଣ ହିନ୍ଦୁସ୍ତାନର ବାତାବରଣ ବଦଳିଗଲା । ଯେଉଁ ଘଟଣା ଆଉ ପରେ କଣ ହେଲା ତାହା ସମସ୍ତେ ନିଜ ନିଜ ଟିଭିରେ ଦେଖିଛନ୍ତି । ମୁଁ କହିବାକୁ ଚାହୁଁନାହିଁ । କହିବାର ଅର୍ଥ ଏହା ହେଉଛି କି ଆମେ ବିଫଳତାରେ ମଧ୍ୟ ସଫଳତାର ଶିକ୍ଷା ପାଇ ପାରୁଛେ । ସମସ୍ତ ପ୍ରୟାସରେ ଆମେ ଉତ୍ସାହ ଭରି ପାରିବା । ଆଉ କିଛି କଥାରେ ଆପଣ ବିଫଳ ହୋଇଗଲେ, ଏହାର ଅର୍ଥ ଏହା ନୁହେଁ କି ଏବେ ଆପଣ ସଫଳତା ପଥରେ ଆଗେଇ ଚାଲିଛନ୍ତି । ଆଉ ଯଦି କେଉଁଠାରେ ଅଟକିଗଲେ ତ ପୁଣି କେତେଗୁଡ଼ିଏ ଟ୍ରାକ୍ଟର ମଧ୍ୟ ଲଗାଇ ଦେବା ଆପଣଙ୍କୁ ଟାଣି ବାହାର କରି ପାରିବେ ନାହିଁ, ଏହା ନିଜେ ସ୍ଥିର କରିବେ ତ ଆପଣ ବାହାରି ପାରିବେ । ଆଉ ଏଥିପାଇଁ ଉତ୍ସାହ, ନିରୁତ୍ସାହ ଆପଣଙ୍କୁ ଜଣାଥିବ କି 2001ରେ ବୋଧହୁଏ କୋଲକାତାରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ ମ୍ୟାଚ ଥିଲା ତ ଆପଣମାନଙ୍କ ମଧ୍ୟରୁ କିଛି ଲୋକ ଥିବେ ଯେଉଁମାନଙ୍କର ମଧ୍ୟ ଜନ୍ମ ହୋଇ ନଥିବ ଆଉ ଏଭଳି ସ୍ଥିତି ହୋଇଗଲା । 2001ରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ କୋଲକାତାରେ କ୍ରିକେଟ ମ୍ୟାଚ ଥିଲା । ଫଲୋଅନ୍ ହୋଇଥିଲା, ଖରାପ ସ୍ଥିତିରେ ଥିଲେ, ଦ୍ୱିତୀୟ ଥର ଖେଳିବାକୁ ଗଲେ ତ ୱିକେଟ ପତନ ଘଟିଲା । ସଂପୂର୍ଣ୍ଣ ବାତାବରଣ ନିରାଶାଜନକ ଥିଲା, ଦର୍ଶକ ମଧ୍ୟ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରି ଚାଲିଥିଲେ । ଭୁଲି ଯାଇଥିଲେ କି ମୋ ନିଜ ଲୋକମାନେ ଖେଳୁଛନ୍ତି କିଛି ଉତ୍ସାହିତ କରିବି । କିନ୍ତୁ ଆପଣମାନଙ୍କର ମନେଥିବ, ରାହୁଳ ଦ୍ରାବିଡ଼ ଏବଂ ଭିଭିଏସ୍ ଲକ୍ଷ୍ମଣ, ଏହି ଦୁଇ ଜଣ ସେହି ପିଚରେ ଯେଉଁ କମାଲ କଲେ, ଏଭଳି ସନ୍ଧ୍ୟା ପର୍ଯ୍ୟନ୍ତ ଖେଳକୁ ଟାଣି ନେଇଗଲେ ସମସ୍ତ ପରିସ୍ଥିତି ଓଲଟ ପାଲଟ କରି ଦେଲେ । କେବଳ ଏତିକି ନୁହେଁ ସେମାନେ ମ୍ୟାଚକୁ ଜିତି କରି ଚାଲି ଆସିଲେ । ବାତାବରଣ ସଂପୂର୍ଣ୍ଣ ନିରାଶାଜନକ ଥିଲା କିନ୍ତୁ ଏକ ସଂକଳ୍ପ କିଭଳି ହାରି ପାରିବା, ଲାଗି ପଡ଼ିବା, ଲଢ଼ିବା, ପ୍ରତିଟି ବଲକୁ ଖେଳି ନିଜର ଶକ୍ତି ପ୍ରଦର୍ଶନ କରିବା । ପରିଣାମ ଆଣିଦେଲେ । 2002ରେ ମଧ୍ୟ ଆପଣମାନେ ଦେଖିଥିବେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଖେଳିବାକୁ ଯାଇଥିଲେ ତ ସେହି ସମୟରେ ଆମର ଜଣେ ଭଲ ବୋଲର ଅନିଲ କୁମ୍ବଲେ ବାଉନ୍ସର ଯୋଗୁଁ ଆହତ ହେଲେ, ସଂପୂର୍ଣ୍ଣ ମୁହଁ ଫାଟିଗଲା । ବହୁତ ବ୍ୟାଣ୍ଡେଜ ବାନ୍ଧିକରି ରହିଲେ, ଆଘାତ ଲାଗିବା ପରେ ଯନ୍ତ୍ରଣା କେତେ ହେଉଥିବ ଆପଣ ତାହା ବୁଝି ପାରୁଥିବେ । ଦାନ୍ତରେ ମଧ୍ୟ କେତେ ଦରଜ ହେଉଥିବ । ଏବେ ସ୍ଥିତି ଏପରି ଥିଲା କି ଅନିଲ ବୋଲିଂ କରି ପାରିବେ କି କରି ପାରିବେ ନାହିଁ, କିନ୍ତୁ ସେ କଷ୍ଟ ଓ ଯନ୍ତ୍ରଣାକୁ ଖାତିର କଲେ ନାହିଁ । କାନ୍ଦିଲେ ନାହିଁ । ଯଦି ବସି ଯାଇ ଥାଆନ୍ତେ ଅବା ଖେଳି ମଧ୍ୟ ନ ଥାଆନ୍ତେ ତ ଦେଶ ତାଙ୍କୁ ଦୋଷ ଦେଇ ନଥାଆନ୍ତା କିନ୍ତୁ ସେ ସ୍ଥିର କଲେ କି ଏହା ହେଉଛି ମୋର ଦାୟିତ୍ୱ, ଠିକ୍ ଅଛି ଯନ୍ତ୍ରଣା ହେଉଚି ତ ହେଉଛି । ଯେତେ ବ୍ୟାଣ୍ଡେଜ ଲାଗୁଛି ତ ଲାଗୁ, ମୈଦାନକୁ ଆସିଲେ । ଆଉ ଆପଣଙ୍କୁ ଜଣାଥିବ କି ସେହି ସମୟରେ ଲାରାଙ୍କ ୱିକେଟ ନେବା ଅର୍ଥାତ ବଡ଼ ଉପଲବ୍ଧି ଭାବେ ଗ୍ରହଣ କରାଯାଉଥିଲା ଆଉ ଲାରାଙ୍କ ୱିକେଟ ନେଇ ସେ ମ୍ୟାଚର ସଂପୂର୍ଣ୍ଣ ଚିତ୍ର ବଦଳାଇ ଦେଲେ । ଅର୍ଥାତ ଜଣେ ବ୍ୟକ୍ତିର ସଂକଳ୍ପ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେବାର କେତେ ବଡ଼ କାରଣ ପାଲଟି ଯାଇଥାଏ ।

ଏଭଳି ଅନେକଗୁଡ଼ିଏ ଘଟଣା ଆପଣଙ୍କ ସାମ୍ନାରେ ଅଛି, ଯାହାକୁ ଦେଖି ଆପଣ ସ୍ଥିର କରି ପାରିବେ କି ମୁଁ ଭାବାବେଗକୁ ପରିଚାଳନା କରିପାରେ, ମୋର ନିଜସ୍ୱ ଉପାୟରେ, ତାହା ଉପରେ ଦେଖିବା ପାଇଁ ମୋର କିଭଳି କୌଶଳ ଅଛି, ତାହା ଉପରେ ନିର୍ଭର କରିଥାଏ । ଯଦି ଏହାକୁ ଆମେ କରି ପାରିବା ତ ମନ ଖରାପ ହେବ କିନ୍ତୁ ପୁଣି ମଧ୍ୟ ଆପଣ କିଛି କ୍ଷଣ ମଧ୍ୟରେ ତାହାକୁ ମଧ୍ୟ ପରିଚାଳନା କରି ପାରିବେ । ଆଉ ପୁଣି ଆପଣ ସେହି ସୁସ୍ଥ ମନ ସହିତ ନିଜର କଥାକୁ ଆଗକୁ ବଢ଼ାଇ ପାରିବେ । ଆପଣଙ୍କୁ ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା ଲକ୍ଷ୍ୟ ପ୍ରାପ୍ତିରେ ଆସୁଥିବା ସମସ୍ତ ପ୍ରତିବନ୍ଧକର ନିରାକରଣ ଆପଣଙ୍କ କଥାରେ ହୋଇଗଲା, ମାନନୀୟ । ଏବେ ମନ ଏକଦମ୍ ପ୍ରଫୁଲ୍ଲିତ ହୋଇଗଲା ଆଜ୍ଞା । ଧନ୍ୟବାଦ । ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟଙ୍କ ସାଧନା ସ୍ଥଳୀ କେଦାରନାଥ, ତ୍ତରାଖଣ୍ଡ ରାଜ୍ୟର 10ମ ଶ୍ରେଣୀର ମୟଙ୍କ ନେଗୀ, ବ୍ଲୁମିଂ ଭେଲ ପବ୍ଲିକ ସ୍କୁଲ, ଶ୍ରୀମାନଙ୍କଠାରୁ ମାର୍ଗଦର୍ଶନ ଚାହୁଁଛନ୍ତି । ଦୟାକରି ଆପଣ ନିଜର ପ୍ରଶ୍ନ ପଚାରନ୍ତୁ ?

ପ୍ରଶ୍ନକର୍ତ୍ତା ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ସୁପ୍ରଭାତ । ମୁଁ ଉତ୍ତରାଖଣ୍ଡ ରାଜ୍ୟର ବ୍ଲୁମିଂ ଭେଲ ପବ୍ଲିକ ସ୍କୁଲର 10ମ ଶ୍ରେଣୀର ଛାତ୍ର ଅଟେ । ସଫଳ ବ୍ୟକ୍ତି ଯେପରି, ବିଲ ଗେଟସ୍ ଏବଂ ଥୋମାସ ଏଡିସନ୍ ଓ ମାର୍କ ଜୁକରବର୍ଗ ନିଜର ପ୍ରାରମ୍ଭିକ ଜୀବନରେ ଅସଫଳ ସାବ୍ୟସ୍ତ ହୋଇଥିଲେ । ଅତଏବ ପରୀକ୍ଷାରେ ମିଳୁଥିବା ନମ୍ବର ଦ୍ୱାରା ହିଁ କାହାର ପରିଚୟ ସ୍ଥିରୀକୃତ କରାଯାଇ ପାରିବ ନାହିଁ । ମାନନୀୟ ମହୋଦୟ, ମୋର ପ୍ରଶ୍ନ ହେଉଛି ଏହା କି ପରୀକ୍ଷାରେ ଭଲ ନମ୍ବର ପାଇବା ପାଇଁ ଆମେ ନିଜର କେତେ ଧ୍ୟାନ କେନ୍ଦ୍ରିତ କରିବା ? ଧନ୍ୟବାଦ ।

ପ୍ରସ୍ତୁତ କର୍ତ୍ତା – ଧନ୍ୟବାଦ ମୟଙ୍କ । ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ମୟଙ୍କ ଏହା ଜାଣିବାକୁ ଚାହୁଁଛନ୍ତି କି ଜୀବନରେ ସଫଳତାର ମାନଦଣ୍ଡ କଣ ହେଉଛି କେବଳ ପରୀକ୍ଷାରେ ମିଳୁଥିବା ନମ୍ବର ?

ପିଏମ – ଆପଣଙ୍କର ଏହି ଚିନ୍ତା ହେଉଛି ସଂପୂର୍ଣ୍ଣ ଠିକ୍, ବୋଧହୁଏ ପ୍ରତ୍ୟେକ ବିଦ୍ୟାର୍ଥୀମାନଙ୍କୁ ଘରେ ଏବଂ ସ୍କୁଲରେ କ୍ରମାଗତ ଭାବେ ଏହାର ମୁକାବିଲା କରିବାକୁ ପଡ଼ୁଥିବ । କାରଣ ଜଣାତରେ ଅବା ଅଜଣାତରେ ଆମେମାନେ ଏହି ଦିଗରେ ଚାଲି ପଡ଼ିଛୁ । ଆମର ଶିକ୍ଷାକୁ ନେଇ, ଯେଉଁଥିରେ ସଫଳତା – ବିଫଳତାର ଏକ ମୋଡ଼ କିଛି ବିଶେଷ ପରୀକ୍ଷାରେ ନମ୍ବର ପାଲଟି ଯାଇଛି । ଆଉ ଏହି କାରଣରୁ ମନ ମଧ୍ୟ ସେହି କଥା ଉପରେ ରହୁଛି କି ଅନ୍ୟକିଛି ପରେ କରିବି ଖାଲି ଥରେ ନମ୍ବର ନେଇ ଆସେ । ମାଆ ବାପା ମଧ୍ୟ ଏହି ଗୋଟିଏ ପରିବେଶ ସୃଷ୍ଟି କରୁଛନ୍ତି କି ଆରେ ଭାଇ, ପ୍ରଥମେ ତୁମେ 10ମ ଶ୍ରେଣୀରେ ଭଲ କରି ଦିଅ, ପୁଣି କୌଣସି ସମସ୍ୟା ନାହିଁ, ତୁମର ରାସ୍ତା ପରିଷ୍କାର ହୋଇଯିବ । ପୁଣି ଏକାଦଶ ଶ୍ରେଣୀକୁ ଆସିବେ ତ ପୁଣି କହିବେ, ଭାଇ ଏକାଭଳି କଥା, କିନ୍ତୁ 12ଶ ଶ୍ରେଣୀ ହେଉଛି ବହୁତ ମହତ୍ୱପୂର୍ଣ୍ଣ ବନ୍ଧୁ । ଏହା ଉପରେ ବଳ ଲଗାଇ ଦିଅ । ପୁଣି କହିବେ, ପ୍ରବେଶିକା ପରୀକ୍ଷା ଉପରେ ଗୁରୁତ୍ୱ ଦିଅ । ସେମାନଙ୍କର ଉଦ୍ଦେଶ୍ୟ ହୋଇଥାଏ କି ପିଲାକୁ ଟିକେ ପ୍ରେରଣା ଦେବା, ଉତ୍ସାହିତ କରିବା । କିନ୍ତୁ କୌଣସି ସମୟରେ ବୋଧହୁଏ ଏହା ସତ୍ୟ ହୋଇଥିବ, କିନ୍ତୁ ଆଜି ଦୁନିଆ ବହୁତ ବଦଳି ଯାଇଛି, ସମ୍ଭାବନା ବହୁତ ବଢ଼ି ଯାଇଛି କେବଳ ପରୀକ୍ଷାରେ ନମ୍ବର ଆଣିବା ଜୀବନ ନୁହେଁ । ସେହି ପ୍ରକାରରେ କୌଣସି ଏକ ପରୀକ୍ଷା, ଏହା ସଂପୂର୍ଣ୍ଣ ଜୀବନ ନୁହେଁ, ଏହା ହେଉଛି ଏକ ସୋପାନ । ସର୍ବପ୍ରଥମେ ପରୀକ୍ଷାକୁ ଆମେ ଆମ ସଂପୂର୍ଣ୍ଣ ଜୀବନର ଏକ ସୋପାନ ବୋଲି ଭାବିବା ଉଚିତ, କିନ୍ତୁ ଏହା ଯେ ସବୁକିଛି, ତାହାକୁ କେବେ ହେଲେ ମାନି ନେବା ଉଚିତ ନୁହେଁ । ଯେଉଁ ଦିନ, ମାଆ-ବାପାଙ୍କୁ ମୁଁ ବିଶେଷ ପ୍ରାର୍ଥନା କରିବି କି ଆପଣମାନେ ପିଲାମାନଙ୍କୁ  – ଏହା ନୁହେଁ ତ ଭାଇ କିଛି ନୁହେଁ, ଏ ଯେଉଁ ମନୋଭାବ ସୃଷ୍ଟି କରି ଦେଉଛନ୍ତି, ଦୟାକରି ଏଭଳି କରନ୍ତୁ ନାହିଁ । ଯାହା ହେଲା, ଭଲକଥା ହେଲା, ଅଧିକ ଭଲ ହେଉ, ଆହୁରି ଭଲ କଥା, କିନ୍ତୁ କିଛି ନ ହେଲା ତ ଯେଭଳି ଦୁନିଆ ଲୁଟ ହୋଇଗଲା, ଏହି ଚିନ୍ତାଧାରା ଆଜିକାର ଯୁଗ ପାଇଁ ଆଦୌ ଉପଯୁକ୍ତ ନୁହେଁ । ବହୁତ ଗୁଡ଼ିଏ ସୁଯୋଗ ଉନ୍ମୁକ୍ତ ହୋଇ ରହିଛି, ଜୀବନକୁ କୌଣସି ମଧ୍ୟ କ୍ଷେତ୍ରରେ ନେଇ ଆପଣମାନେ ଯାଇ ପାରିବେ ।

ଆପଣମାନେ ଦେଖିଥିବେ କୃଷକ – ହୋଇପାରେ ବହୁତ କମ୍ ସ୍କୁଲ ଶିକ୍ଷା ପାଇଥାଉ, କିନ୍ତୁ ସେ ଶିଖିଥାଏ, ଅନୁଭବ କରିଥାଏ, ବୈଷୟିକ ଜ୍ଞାନକୁ ଆପଣାଇଥାଏ, ଚାଷ ପଦ୍ଧତି ବଦଳାଇଥାଏ, ଆଧୁନିକ ଚାଷ ପଦ୍ଧତି ଅବଲମ୍ବନ କରିଥାଏ । ଜୀବନକୁ କେତେ ଉନ୍ନତ କରି ଦେଇଥାଏ । ଆଉ ଏଥିପାଇଁ ମୁଁ ସ୍ପଷ୍ଟ ଭାବେ କହିବି କି ପରୀକ୍ଷାର ମାହାତ୍ମ୍ୟ ହେଉଛି, ତାବ୍ୟତୀତ ମଧ୍ୟ ପରୀକ୍ଷା ହିଁ ହେଉଛି ଜୀବନ, ଏହି ଚିନ୍ତାଧାରାରୁ ଆମକୁ ବହାରକୁ ଆସିବାକୁ ପଡ଼ିବ । ଜୀବନରେ ଅନେକଗୁଡିଏ ପ୍ରବୃତ୍ତି ଥାଏ, କେତେକ କଥା ହୋଇଥାଏ, ତାହାକୁ ନେଇ ଆମେ ଆଗକୁ ବଢି ପାରିବା ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ । ଆପଣଙ୍କର ପ୍ରେରଣାଦାୟୀ କଥା ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାର ସୂତ୍ର । ପରବର୍ତ୍ତୀ ପ୍ରଶ୍ନ ଆସୁଛି ଭାରତର ହୃଦୟରୁ, ମଧ୍ୟପ୍ରଦେଶ ରାଜ୍ୟରୁକେନ୍ଦ୍ରୀୟ ବିଦ୍ୟାଳୟ ଜବଲପୁରର ନବମ ଶ୍ରେଣୀର ଛାତ୍ର ପ୍ରଜାକତ୍ ଅତନକର ପ୍ରଶ୍ନ ପଚାରିବା ପାଇଁ ଆମ ସହିତ ଯୋଡି ହୋଇଛନ୍ତି । ଦୟାକରି ଆପଣ ନିଜର ପ୍ରଶ୍ନ ପଚାରି ପାରନ୍ତି ?

ପ୍ରଶ୍ନକର୍ତ୍ତା– ମୋ ନାଁ ହେଉଛି ପ୍ରଜାକତ୍ ଅତନକର, କେନ୍ଦ୍ରୀୟ ବିଦ୍ୟାଳୟ ଜବଲପୁରର, ମଧ୍ୟପ୍ରଦେଶର ଛାତ୍ର । ମାନ୍ୟବର ପ୍ରଧାନମନ୍ତ୍ରୀ ମୋର ପ୍ରଶ୍ନ ହେଉଛି, ପାଠପଢା ଏବଂ ସହ ଶୈଖିକ କାର୍ଯ୍ୟକଳାପ ମଧ୍ୟରେ ସମନ୍ୱୟ ରଖିବା ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି କାର୍ଯ୍ୟକଳାପ ପ୍ରତି ପିଲାମାନେ ବିମୁଖ ହେଉଛନ୍ତି । ଏହା ଠିକ୍ କି ?

ପ୍ରସ୍ତୁତକର୍ତ୍ତା– ଏହା ସହିତ ମେଳ ଖାଉଥିବା ଆଉ ଏକ ପ୍ରଶ୍ନ ଅଛି । ଦିଲ୍ଲୀର 2 ନମ୍ବର ସରକାରୀ ସିନିୟର ମାଧ୍ୟମିକ ବାଳିକା ବିଦ୍ୟାଳୟର 9ମ ଶ୍ରେଣୀର ଛାତ୍ରୀ ରିୟା ନେଗୀ, ନିଜ ମନରେ ଜାଗ୍ରତ ହେଉଥିବା ପ୍ରଶ୍ନର ସମାଧାନ ଚାହୁଁଛନ୍ତି । ରିୟା ସଭାକକ୍ଷରେ ବସିଛନ୍ତି । ରିୟା ଦୟାକରି ନିଜ ପ୍ରଶ୍ନ ପଚାରନ୍ତୁ ।

ପ୍ରଶ୍ନକର୍ତ୍ତା– ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ରିୟା ନେଗୀ 9ମ ଶ୍ରେଣୀର ଛାତ୍ରୀ । 2 ନମ୍ବର ସରକାରୀ ସିନିୟର ମାଧ୍ୟମିକ ବାଳିକା ବିଦ୍ୟାଳୟରେ ପାଠ ପଢୁଛି । ମୁଁ ଦିଲ୍ଲୀରେ ରହୁଛି ଆଉ ମୋର ଆପଣଙ୍କୁ ଏହି ପ୍ରଶ୍ନ ହେଉଛି ଯେ, ଯେଉଁ ଛାତ୍ର ପାଠ ପଢାରେ ବହୁତ ଭଲ କରି ନ ଥାନ୍ତି, ବରଂ ଅନ୍ୟାନ୍ୟ କ୍ଷେତ୍ର ଯେପରି ଖେଳକୁଦ, ସଙ୍ଗୀତ ଇତ୍ୟାଦିରେ ବେଶ ଭଲ କରିଥାନ୍ତି, ସେମାନଙ୍କର ଭବିଷ୍ୟତ କଣ ହେବ, ଏହା ଉପରେ ଆପଣଙ୍କ ରାୟ ଦିଅନ୍ତୁ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ରିୟା । ମହୋଦୟ, ଆଉ ଏକ ପ୍ରଶ୍ନ ରହିଛି, ଏହା ସହିତ କିଛିଟା ସାମଞ୍ଜସ୍ୟ ରହିଛି । ମହାନ ସନ୍ଥ ବିବେକାନନ୍ଦ ଏବଂ ନୋବେଲ  ପୁରସ୍କାର ବିଜେତା ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଜନ୍ମଭୂମି କୋଲକାତାର  ହୁଗୁଳି ବାସିନ୍ଦା ଅନାମିକା ଭୂନିଆ, ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ସେ ଆମ ସହିତ ଦର୍ଶକଙ୍କ ଗହଣରେ ଅଛନ୍ତି, ସେ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି । ଅନାମିକା, ଦୟାକରି ନିଜ ପ୍ରଶ୍ନ ପଚାର ।

ପ୍ରଶ୍ନକର୍ତ୍ତା ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ହେଉଛି ଅନାମିକା ଭୂନିଆ, ଏକାଦଶ ଶ୍ରେଣୀ, ବିଜ୍ଞାନରେ ପଢ଼ୁଥିବା ଜଣେ ଛାତ୍ରୀ । ପଶ୍ଚିମବଙ୍ଗ ହୁଗୁଳିର ଜବାହର ନବୋଦୟ ବିଦ୍ୟାଳୟରେ ପଢ଼ୁଛି । ମୋର ପ୍ରଶ୍ନ ହେଉଛି ଆମେ କିପରି ଶୈକ୍ଷିକ କାର୍ଯ୍ୟକଳାପ ଏବଂ ସହ-ଶୈକ୍ଷିକ କାର୍ଯ୍ୟକଳାପ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିବୁ । ସାର୍, ଦୟାକରି ଆମକୁ କିଛି ମତାମତ ଦିଅନ୍ତୁ । ଧନ୍ୟବାଦ

ପ୍ରସ୍ତୁତକର୍ତ୍ତା – ଧନ୍ୟବାଦ, ଅନାମିକା । ମାନ୍ୟବର, ପ୍ରଜାକତ, ରିୟା ଏବଂ ଅନାମିକା ଉତ୍ସାହିତ ଅଛନ୍ତି ଏହା ଜାଣିବା ପାଇଁ କି ପାଠ ସହିତ ସହ-ଶୈକ୍ଷିକ କାର୍ଯ୍ୟକଳାପ ମଧ୍ୟରେ ସାମଞ୍ଜସ୍ୟ କିମ୍ବା ବାଲାନ୍ସ ସ୍ଥାପନ କରାଯାଇ ପାରିବ ?

ପିଏମ – ଆଚ୍ଛା, ଆପଣମାନଙ୍କୁ ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି, ତ୍ତର ଦେବେ କି ? ଆପଣମାନଙ୍କ ମଧ୍ୟରେ ଏଭଳି କେତେ ଲୋକ ଅଛନ୍ତି, ଯେଉଁମାନେ ଏହା ମାନୁଛନ୍ତି କି କୌଣସି ମଧ୍ୟ ସହ-ଶୈକ୍ଷିକ କାର୍ଯ୍ୟକଳାପ କରୁଛନ୍ତି ତ ମୋର ପାଠପଢ଼ାରେ କ୍ଷତି ହେଉଛି, ଏଭଳି ମାନୁଥିବା କେତେ ଲୋକ ଅଛନ୍ତି ? କେହି ନାହାଁନ୍ତି । ଆଚ୍ଛା, ଯେଉଁମାନେ ମାନୁଛନ୍ତି ମୋ ପାଇଁ ପାଠପଢ଼ାର ଗୁରୁତ୍ୱ ଅଛି, କିନ୍ତୁ ଜୀବନକୁ ଆଗକୁ ବଢ଼ାଇ ନେବା ପାଇଁ ଅନ୍ୟ କାର୍ଯ୍ୟକଳାପର ମଧ୍ୟ ବହୁତ ଆବଶ୍ୟକତା ରହିଛି, ଏଭଳି ମାନୁଥିବା ଲୋକ କେତେ ଜଣ ଅଛନ୍ତି ? ଆଚ୍ଛା, ସେଥିରେ ମଧ୍ୟ ଟିକେ ଉତ୍ସାହ କମ୍ ଅଛି । ଆଚ୍ଛା, ତୃତୀୟ ପ୍ରଶ୍ନ- ଯେଉଁମାନେ ଏହା ମାନୁଛନ୍ତି କି ଅନ୍ୟାନ୍ୟ କାର୍ଯ୍ୟକଳାପ ରହିବା ଦରକାର ଆଉ ଯେଉଁମାନେ ସମୟ ଦେଇ ନିୟମିତ କରୁଛନ୍ତି ମଧ୍ୟ, ଏଭଳି କିଏ କିଏ ଅଛନ୍ତି ? ଚାଲନ୍ତୁ, ଆମକୁ ଏହି ସ୍ଥିତି ବଦଳାଇବାର ଅଛି । ଦେଖନ୍ତୁ, ଶେଷରେ ଆମେ ଯେଉଁ ଶିକ୍ଷା ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ କରୁଛେ, ତାହା ଏକ ପ୍ରକାରରେ ବହୁତ ବଡ଼ ଦୁନିଆର ଦ୍ୱାର ଉନ୍ମୁକ୍ତ କରିବାର ହେଉଛି ମାର୍ଗ । ତାହା ମାଧ୍ୟମରେ ଦୁନିଆରେ ଆମେ ପ୍ରବେଶ କରୁ । ଯେତେବେଳେ ପିଲା ଅକ୍ଷର ଶିଖିଥାଏ, ଏ ଅବା କ, ତାହାର ଅର୍ଥ ଏହା କି ଯେ ସେ ଏକ ନୂତନ ଦୁନିଆରେ ପ୍ରବେଶ କରୁଛିପ୍ରଥମେ ଅକ୍ଷର ଶିଖିବ, ତାପରେ ଦୁଇଟି ଅକ୍ଷରର ଶବ୍ଦ ଶିଖିବ, ପୁଣି ତିନୋଟି ଅକ୍ଷରଯୁକ୍ତ ଶବ୍ଦ ଶିଖିବ, ପୁଣି ଦୁଇ-ଦୁଇଟି ଶବ୍ଦକୁ ଶିଖିବ । ଆରମ୍ଭ ତ କରିଥିଲା କ ରୁ, କିନ୍ତୁ ଶିଖୁ-ଶିଖୁ-ଶିଖୁ ସେ କେଉଁଠି ପହଞ୍ଚିଗଲା । କାରଣ ତାହା ଏକ ପ୍ରବେଶ ବିନ୍ଦୁ ଥିଲା । ଆମର ସଂପୂର୍ଣ୍ଣ ଶିକ୍ଷା ଯାହା ଅଛି ତାହା ଆମକୁ କିଛି କରିବାର, ଜାଣିବା ପାଇଁ ଏକ ସୁଯୋଗ ଦେଇଥାଏ । ତାହାକୁ ଆଧାର କରି ଆମକୁ ଆଗକୁ ବଢ଼ିବାକୁ ହୋଇଥାଏ । କେହି ଯଦି ସା, ରେ, ଗା, ମା, ପା, ଧା, ନି, ସାଏହା ବହୁତ ଭଲଭାବେ ଅଭ୍ୟାସ କରି ନିଏ ଅର୍ଥାତ ହିନ୍ଦୁସ୍ତାନର ସର୍ବଶ୍ରେଷ୍ଠ ଯେଉଁ ସଙ୍ଗୀତର ଦୁନିଆର ଲୋକ ଅଛନ୍ତି ସେମାନେ ମଧ୍ୟ ତାହାର ପ୍ରଶଂସା କରନ୍ତି । ସେହିପରି ସା, ରେ, ଗା, ମା, ପା, ଧା, ନି,ସାକିନ୍ତୁ ଯଦି ସେ ସେହିଠାରେ ରହିଯିବେ, ତ ସେ କଣ ସଙ୍ଗୀତ ଦୁନିଆରେ କିଛି କରି ପାରିବେ କି ? ‘ସା, ରେ, ଗା, ମା, ପା, ଧା, ନି,ସାହେଉଛି ସଙ୍ଗୀତ ଦୁନିଆରେ ପ୍ରବେଶ କରିବାର ଏକ ପ୍ରବେଶ ବିନ୍ଦୁ । ତାହାକୁ ଅଭ୍ୟାସ କରିବା ପରେ ସଙ୍ଗୀତର ସମସ୍ତ ବିଦ୍ୟା ଆଡ଼କୁ ଯିବା ପାଇଁ ତାକୁ ସୁଯୋଗ ମିଳିଥାଏ । ଯଦି ସେ ଏହା କହେ କି ମୁଁ ତ ଶିଖି ନେଲି ସା, ରେ, ଗା, ମା, ପା, ଧା, ନି,ସାଆସିଗଲା, ଏବେ ମୋତେ ସଙ୍ଗୀତ ଆସିଗଲା, ଏବେ ମୋତେ କିଛି କରିବାର ନାହିଁ, ତ ହେବ କି ? ଅର୍ଥାତ ପ୍ରକୃତରେ ଆମେ ଯାହା ଶିଖିଥାଉ, ତାହାକୁ ଦୈନିକ କସଟିରେ କସିବା ଦରକାର- ପ୍ରତିଦିନ, ଆଉ ଶିକ୍ଷକ ଯେଉଁ ପ୍ରଶ୍ନ ଉତ୍ତର କରାନ୍ତି, ତାହାକୁ କସଟିରେ ନୁହେଁ, ଜୀବନର କସଟିରେ କସିବା ଉଚିତ । ଯଦି ଶ୍ରେଣୀରେ ମୋତେ ବଢ଼ାଗଲା କି ଭାଇ କମ୍ କହିଲେ ଲାଭ ହୋଇଥାଏ, ତ ପୁଣି କେବେ ପ୍ରୟାସ କରିବା ଦରକାର କି ଯେତେବେଳେ ମାଆ-ବାପା ବହୁତ ଗାଳି ଦେଉଛନ୍ତି କିଛି ଭୁଲ କରି ଆସିଛି ତ ଚେଷ୍ଟା କରିବା ଦରକାର ଯିଏ କମ୍ କହିବା ପାଇଁ ଶିଖାଇଥିଲେ, ତାହା ଏହିଠାରେ କାମରେ ଆସିବ କି ? ଯଦି ଆପଣ କୌଣସି ଅନ୍ୟାନ୍ୟ କାର୍ଯ୍ୟକଳାପ କରୁ ନାହାଁନ୍ତି, ଆପଣ ପ୍ରକୃତରେ ଏକ ରୋବର୍ଟ ଭଳି ଯେଉଁ ସଫ୍ଟଓୟାର ଆପଣଙ୍କ ମଧ୍ୟରେ ଖଞ୍ଜିଛନ୍ତି, ସେହି ପ୍ରକାରରେ ସକାଳୁ ସଞ୍ଜ ଯାଏଁ କରି ଚାଲିଥିବେ । ଆପଣ ରୋବର୍ଟ ପାଲଟି ରହିଯିବେ । କଣ ଆମେ ଚାହୁଁଛୁ କି ମୋ ଦେଶର ଯୁବକ ରୋବର୍ଟ ପାଲଟି ଯାଆନ୍ତୁ, ଚାହୁଁ ନାହାଁନ୍ତି । ଆମର ଯୁବକମାନେ ଉର୍ଜ୍ଜାରେ ଭରପୂର ହୋଇ ରହିଛନ୍ତି, ସ୍ୱପ୍ନକୁ ନେଇ ଚାଲୁଥିବା, ସାହସ, ସାମର୍ଥ୍ୟ ଦେଖାଉଥିବା ଭଳି ଯଦି ଏମାନେ ନ ହେବେ, ତ କିଛି ହେବ ନାହିଁ । ଆଉ ଏଥିପାଇଁ ଆମେ ଅନ୍ୟାନ୍ୟ ଗତିବିଧି, କାର୍ଯ୍ୟକଳାପ ସେଥିପ୍ରତି କେବେ ଉଦାସୀନ ରହିବା ଉଚିତ ନୁହେଁ । ଏହା ଠିକ୍ ଯେ ସମୟର ପରିଚାଳନା କରିବା ଦରକାର, ସନ୍ତୁଳନ ରଖିବା ଦରକାର, କିନ୍ତୁ ସେହି କାର୍ଯ୍ୟକଳାପ, ଅର୍ଥାତ ସଂପୂର୍ଣ୍ଣ ଭାବେ ବେକାର, ସବୁକିଛି ନଷ୍ଟ ହୋଇଯିବ, ଏହା ନ ହେବା ଦରକାର । ଗୋଟିଏ ସମୟ ଥିଲା ଯେତେବେଳେ ସୁଯୋଗ ବହୁତ କମ୍ ଥିଲା ତ ଲାଗୁଥିଲା ଭାଇ ଥରେ ପୁସ୍ତକର ଦୁନିଆରୁ ଆଗକୁ ବଢ଼ିଯିବି ତ ରାସ୍ତା ଖୋଲିଯିବ । କିନ୍ତୁ ଆଜି ଏପରି ନୁହେଁ । ଆଜି ବହୁତଗୁଡ଼ିଏ ଅବସର ଅଛି ଆଉ ତାପାଇଁ ଯଦି ଆମେ ପ୍ରୟାସ କରିବା, ଆମେ ଚେଷ୍ଟା କରିବା ତ ଆମେ ଅବଶ୍ୟ ପରିଣାମ ପ୍ରାପ୍ତ କରି ପାରିବା । ଆଉ ଏଥିପାଇଁ ମୁଁ ଚାହିଁବି କି ଆମେ ଜୀବନରେ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାର ଅଛି ।  କିନ୍ତୁ ଏବେ ଏକ ନୂଆ କୁପ୍ରଥା ପ୍ରବେଶ କରିଯାଇଛି । ଏହି କୁପ୍ରଥା ବା ଖରାପ କଥା ହେଉଛି ବହୁତ ଚିନ୍ତା ଜନକ । କଣ ହୋଇଛି, ପିତାମାତାଙ୍କ ପାଇଁ ଏହି ଅତିରିକ୍ତ କାର୍ଯ୍ୟକଳାପ ଗୋଟିଏ ପ୍ରକାରରେ ଫେସନ ଷ୍ଟେଟମେଣ୍ଟ ହୋଇଯାଇଛି । ଯେତେବେଳେ ମାଆ-ବାପା ନିଜ ବନ୍ଧୁଙ୍କ ଗହଣରେ ବସୁଛନ୍ତି ତ ସେମାନଙ୍କୁ ଏହା କହିବାରେ ମଜା ଆସିଥାଏ- ମୋ ପୁଅ ସକାଳେ କ୍ରିକେଟ ପ୍ରଶିକ୍ଷଣ ନେବାକୁ ଯାଉଛି, ପୁଣି ଦଶଟା ବେଳେ ଟେନିସ କୋଚିଂ ନେବାକୁ ଯାଉଛି, ପୁଣି 11ଟା ବେଳେ ପହଁରିବାକୁ ଯାଉଛି, ପୁଣି ପାଞ୍ଚଟା ବେଳେ ମଣିପୁରୀ ନୃତ୍ୟ ଶିଖୁଛି, ସେମାନଙ୍କୁ ବହୁତ ମଜା ଆସିଥାଏ । କାହିଁକି, କେବେ-କେବେ ମାଆ-ବାପା ଚିନ୍ତା କରିଥାନ୍ତି କି ଯାହା ହେଉଛି ଗ୍ଲାମର ଦେଉଥିବା ଅତିରିକ୍ତ କାର୍ଯ୍ୟକଳାପ, ସେଲିବ୍ରିଟି ଭାବେ ଆପଣଙ୍କୁ ଭଲ ଲାଗିଥାଏ । ଏଭଳି କାର୍ଯ୍ୟକଳାପ ମୋ ପିଲାମାନଙ୍କ ଦ୍ୱାରା କରାଇବି । ସେତେବେଳେ କଣ ହୋଇଥାଏ, ଯେପରି ମାଆ-ବାପା ପିଲାଙ୍କ ଉପରେ ପରୀକ୍ଷା ସମୟରେ ଚାପ ସୃଷ୍ଟି କରିଥାନ୍ତି, ଏବେ ଏହି ଅତିରିକ୍ତ କାର୍ଯ୍ୟକଳାପ ପାଇଁ ମଧ୍ୟ ମାଆ-ବାପା ଚାପ ସୃଷ୍ଟି କରିବାରେ ଲାଗିଛନ୍ତି । ହେଉଛି ନା କେତେକଙ୍କ କ୍ଷେତ୍ରରେ ? କହିବେ ନାହିଁ । ମୁଁ ଆପଣଙ୍କ ଅସୁବିଧା ଜାଣି ପାରୁଛି କାରଣ କହିବେ ଏବଂ ଟିଭିରେ ଘର ଲୋକ ଦେଖି ନେବେ ତ । କିନ୍ତୁ ଏହା ଠିକ୍ ନୁହେଁ, ମାଆ-ବାପାଙ୍କ ମଧ୍ୟ କାର୍ଯ୍ୟ ହେଉଛି ଯେ ପିଲାମାନଙ୍କୁ- ଏକରେ ତ ସ୍ଥାନୀୟ ବ୍ୟବସ୍ଥାରେ କେଉଁଠି- କେଉଁଠି ସୁଯୋଗ ମିଳୁଛି- ସେଥିରେ  ତାହାର ରୁଚି ଥିବା କଥା କଣ ଅଛି, ମାଆ-ବାପା ତା ସହିତ କଥା ହୋଇକରି ହିଁ ବାହାରିବା ଦରକାର ଆଉ ଯେଉଁଥିରେ ତାର ରୁଚି ରହିଛି ସେହି ବିଷୟରେ ଚେଷ୍ଟା କରିବା ଦରକାର । କିନ୍ତୁ ବହୁତ ହିଁ ଭଲ ଉପାୟରେ, ତ୍ତମ ସାଂଗଠନିକ ଉପାୟରେ ମଧ୍ୟ ଅତିରିକ୍ତ କାର୍ଯ୍ୟକଳାପକୁ କେଉଁଠି ନା କେଉଁଠି ତ ବାନ୍ଧିବା ଦରକାର । ସେତେବେଳେ ଯାଇ ଆପଣ ନିଜକୁ ନିଜେ ସମୀକ୍ଷା କରି ପାରିବେ ଏବଂ ଜୀବନରେ ଏକ ଆତ୍ମସନ୍ତୋଷର ଭାବ ପ୍ରାପ୍ତ କରି ପାରିବେ । ଆପଣ ଦେଖିଥିବେ, କେତେ ଲୋକ ଏମିତି ଥିବେ 35-40 ବର୍ଷ ପରେ ଏହା କରିବା ବହୁତ ହିଁ କଷ୍ଟକର ହୋଇ ଯାଇଥାଏ, ତ ସେମାନଙ୍କ ମନରେ ଗୋଟିଏ ବୋଝ ଭଳି ରହିଯାଏ, ବନ୍ଧୁ ସ୍କୁଲ ଜୀବନରେ ଏହା ମଧ୍ୟ କରି ନାହୁଁ, ତାହା ମଧ୍ୟ କରି ନାହୁଁ, ଏହା ମଧ୍ୟ କରି ନାହୁଁ, ଏହା ମଧ୍ୟ ଆସିଲା ନାହିଁ, ତାହା ମଧ୍ୟ ଆସିଲା ନାହିଁ । ତତାହା ପୁଣି                ତାପାଇଁ  ଜୀବନରେ ବୋଝ ପାଲଟି ଯାଇଥାଏ ।

ଯଦି ଆପଣ ସ୍କୁଲ ସମୟରେ ବିବିଧତା ଗୁଡିକରେ ଭରପୁର ଜୀବନକୁ ପରୀକ୍ଷା ନିରୀକ୍ଷା କରିବାର ଅଭ୍ୟାସ କରି ଦେଇଥାଆନ୍ତି ତ ଆଗାମୀ ଜୀବନରେ ଏହା ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଶ୍ରେଣୀଗୃହରେ ପାଇଥିବା ଶିକ୍ଷାର ମହତ୍ୱ ଯେତିକି ଗୁରୁତ୍ୱପୂର୍ଣ୍ଣ ପାଲଟିଥାଏ, ସେତିକି ମଧ୍ୟ 35-40 ବର୍ଷ ବୟସ ପରେ ଏହା ଅନ୍ୟ କଥାଗୁଡ଼ିକରେ ନିଜକୁ ନିଜେ ପରୀକ୍ଷିତ ହୋଇଥାଏ, ଏହା ଜୀବନ ଜୀଇଁବା ପାଇଁ ବହୁତ କାର୍ଯ୍ୟରେ ଆସିଥାଏ । ଆଉ ଏଥିପାଇଁ ଜଣେ ଅନ୍ୟ ଜଣଙ୍କର ଶତ୍ରୁ ପାଲଟିବା ଉଚିତ ନୁହେଁ । ଜଣେ ଅନ୍ୟ ଜଣଙ୍କର କ୍ଷତି କରୁଛି, ଏଭଳି ଭାବିବା ଉଚିତ ନୁହେଁ । ଆମକୁ ଅତିରିକ୍ତ କାର୍ଯ୍ୟକଳାପ କରିବା ଦରକାର ଆଉ ଅନ୍ୟଟି 10ମ, ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ମୁଁ ନିଶ୍ଚୟ କହିବି ଆପଣ କିଛି ନା କିଛି ତ ଅତିରିକ୍ତ କାର୍ଯ୍ୟକଳାପ କରନ୍ତୁ, ଦୈନିକ 5 ମିନିଟ, 10 ମିନିଟ, 15 ମିନିଟ, ତ ଆପଣଙ୍କ ମସ୍ତିଷ୍କ ଟିକେ ସତେଜ ହୋଇଯିବ । ଆପଣ ସେହିଥିରେ ଲାଗି ରହିବେ ତ ପୁସ୍ତକ, ଏହି ବସ, ଗୋଟିଏ ଗୋଟିଏ ଜିନିଷ ଦଶ-ଦଶ, କୋଡିଏ-କୋଡିଏ ଥର କରି ଚାଲିବେ ତ ଆପଣ ଆଗକୁ ସଂପୂର୍ଣ୍ଣ ଭାବେ ବାନ୍ଧି ହୋଇଯିବେ । ତ ଏପରି କଦାପି ହେବାକୁ ଦିଅନ୍ତୁ ନାହିଁ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କ ମାର୍ଗଦର୍ଶନ ପାଇଁ । ଆଣ୍ଡାମାନର ସରକାରୀ ମଡେଲ ସିନିୟର ମାଧ୍ୟମିକ ସ୍କୁଲର 10ମ ଶ୍ରେଣୀ ଛାତ୍ରୀ କେ, ଦିବ୍ୟା । ସେ କିଛି ବିନ୍ଦୁ ଉପରେ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି । ଦୟାକରି ଆମେ ସେ ପ୍ରଶ୍ନ ଜାଣି ପାରିବା କି?

ପ୍ରଶ୍ନକର୍ତ୍ତା– ସମ୍ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ନମସ୍କାର । ମୁଁ କେ. ଦିବ୍ୟା । ଆଣ୍ଡାମାନ ଓ ନିକୋବର ଦ୍ୱୀପର ସରକାରୀ ମଡେଲ ସିନିୟର ମାଧ୍ୟମିକ ସ୍କୁଲର 10ମ ଶ୍ରେଣୀ ଛାତ୍ରୀ ଆପଣଙ୍କ ପାଇଁ ମୋର ପ୍ରଶ୍ନ ହେଲା ଜଣେ ବିଦ୍ୟାର୍ଥୀଙ୍କ ଜୀବନରେ ଆଧୁନିକ ଜ୍ଞାନ କୌଶଳର କଣ ଭୂମିକା ରହିଛି?

ପ୍ରସ୍ତୁତକର୍ତ୍ତା– ଏବେ ପ୍ରଶ୍ନ ଦୀପେଶ ରାୟଙ୍କର, ସେ ହେଉଛନ୍ତି ଦକ୍ଷିଣ ସିକ୍କିମର ନାମଚୀ ମାଧ୍ୟମିକ ବିଦ୍ୟାଳୟର 12ଶ ଶ୍ରେଣୀର ଛାତ୍ର । ସେ ସୁଦୂର ସିକ୍କିମରୁ ଆସି ଏଠାରେ ଦର୍ଶକଙ୍କ ଗହଣରେ ବସିଛନ୍ତି ଆପଣଙ୍କୁ ତାଙ୍କର ପ୍ରଶ୍ନ ପଚାରିବା ପାଇଁ । ଦୀପେଶ ଆପଣଙ୍କର ପ୍ରଶ୍ନ ପଚାରନ୍ତୁ ।

ପ୍ରଶ୍ନକର୍ତ୍ତା– ସମସ୍ତଙ୍କୁ ସୁପ୍ରଭାତ । ସମ୍ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ । ମୋ ନାମ ହେଉଛି ଦୀପେଶ ରାୟ, ସିକ୍କିମର ନାମଚୀ ମାଧ୍ୟମିକ ବିଦ୍ୟାଳୟର 12ଶ ଶ୍ରେଣୀର ଜଣେ ଛାତ୍ର । ସାର୍, ମୋର ପ୍ରଶ୍ନ ହେଲା ବିଶ୍ୱରେ ଅଧିକାଂଶ ପିଲା ଶିକ୍ଷା ସମ୍ବନ୍ଧିତ ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଉତ୍ତମ ଶିକ୍ଷା ଲାଭ କରୁଛନ୍ତି । ତେଣୁ, ଏହା କଣ ଏବଂ କିପରି ବ୍ୟବହାର ହେଉଛି?

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ, ଦୀପେଶ । ମହୋଦୟ, ଦିବ୍ୟା ଏବଂ ଦୀପେଶ ଜାଣିବାକୁ ଚାହୁଁଛନ୍ତି କି ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ଛାତ୍ର ଜୀବନରେ କି ପ୍ରକାର ସହାୟକ ହୋଇ ପାରିବ? ଦୟାକରି ମାର୍ଗଦର୍ଶନ କରନ୍ତୁ ।

ପିଏମ- ବୋଧହୁଏ ଗତ ଶତାବ୍ଦୀର ଶେଷ ଭାଗରେ ଆଉ ଏହି ଶତାବ୍ଦୀର ପ୍ରାରମ୍ଭିକ ସମୟରେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ସଂପୂର୍ଣ୍ଣ ଭାବେ ଜୀବନକୁ ବଦଳାଇ ଦେଇଛି । ଏହି ପ୍ରକାରରେ ଜୀବନ ମଧ୍ୟ ଟେକ୍ନୋଲୋଜି ପରିଚାଳିତ ହୋଇ ଯାଇଛି । ଏବେ ଏଥିପାଇଁ ଟେକ୍ନୋଲୋଜିର ଭୟ, ଏହା କେବେ ହେଲେ ମଧ୍ୟ ନିଜ ଜୀବନରେ ଆସିବା ଉଚିତ ନୁହେଁ । ଏହି ଟେକ୍ନୋଲୋଜି ଆସିଲା, ମୁଁ କଣ କରିବି, ଆସିବା ଦରକାର ନାହିଁ । ଦ୍ୱିତୀୟରେ, ଏବେ ଟେକ୍ନୋଲୋଜି ଆସିଲା ତ ମୋର ସଂପୂର୍ଣ୍ଣ ଜୀବନ ନଷ୍ଟ ହୋଇଯିବ, ମୁଁ ପ୍ରଥମରୁ ତ ଏଭଳି ଚିନ୍ତା କରୁଥିଲି, ଏଭଳି କରୁଥିଲି । ଏବେ ଯେତେବେଳେ ନୂଆ କଥା ଆସିଛି ତ ମୁଁ କିଭଳି ତାସହିତ ତାଳଦେଇ କାର୍ଯ୍ୟ କରି ପାରିବି?

ଆଜ୍ଞା ନୁହେଁ, ଟେକ୍ନୋଲୋଜିକୁ ଆମେ ନିଜର ବନ୍ଧୁ ବୋଲି ଭାବିବା । ପରିବର୍ତ୍ତିତ ଟେକ୍ନୋଲୋଜିକୁ ଆମକୁ ପ୍ରଥମରୁ ବୁଝିବାକୁ ପ୍ରୟାସ କରିବା, ଆମେ ସକ୍ରିୟ ହେବା । ତୃତୀୟରେ, ଣ କେବଳ ଟେକ୍ନୋଲୋଜିର ଜ୍ଞାନରୁ ଏହି ଲାଭ ହେବ କି ବନ୍ଧୁମାନଙ୍କ ମଧ୍ୟରେ ବାହାସ୍ଫୋଟ ମାରିବା କାର୍ଯ୍ୟରେ ଆସିବ ? କି ମୋତେ ଏହା ଜଣା ଅଛି ଯେ ଦୁନିଆରେ ଏହା ହେଉଛି, ଏଭଳି କ୍ୟାମେରା ବାହାରିଛି, ଏଭଳି ମୋବାଇଲ ଫୋନ ବାହାରିଛି । ନୁହେଁ- ଯେତେବେଳେ ମୁଁ ଟେକ୍ନୋଲୋଜି ବିଷୟରେ ଜାଣିଛି ତ ମୋର ପ୍ରୟାସ ରହିବା ଦରକାର କି ମୁଁ ଯେଉଁ ପ୍ରକାରର ଚିନ୍ତାଧାରାକୁ ନେଇ କାର୍ଯ୍ୟ କରୁଛି, ମୋ ପାଇଁ ଏହା କିପରି ଉପଯୋଗୀ ହେବ । କଣ ମୁଁ ଟେକ୍ନୋଲୋଜିକୁ ମୋ ପାଇଁ ଆଣି ପାରିବି ଯେ ଟେକ୍ନୋଲୋଜି ମୋ ସମୟ ନଷ୍ଟ କରି ଦେବ ? ଅଧିକାଂଶ ଅନୁଭବ ଏହା ଆସୁଛି କି ଅନେକଙ୍କର ସମୟ ଟେକ୍ନୋଲୋଜି ଚୋରି କରି ନେଉଛି ।

 ଆପଣମାନଙ୍କ ମଧ୍ୟରୁ କେତେ ଅଛନ୍ତି ଯେଉଁମାନେ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ? କୁହନ୍ତୁ ନା, ସଙ୍କୋଚ କରନ୍ତୁ ନାହିଁ, ଆପଣଙ୍କ ଶିକ୍ଷକ ଦେଖୁ ନାହାଁନ୍ତି ଏବେ ଟିକେ ଚିନ୍ତା କରନ୍ତୁ, ଏହି ସ୍ମାର୍ଟ ଫୋନ ଆପଣଙ୍କ କେତେ ସମୟ ଚୋରି କରୁଛି ? ଆଉ ଧରି ନିଅନ୍ତୁ ସେଥିରୁ 10 ପ୍ରତିଶତ କମ୍ କରି ନିଜ ମାଆ, ଜେଜେବାପା-ଜେଜେମାଆ, ସେମାନଙ୍କ ସହିତ ଯଦି ବିତାଇବେ, ଦଶ-ଦଶ ମିନିଟ ମୁଁ କହୁଛି, ଅଧିକା ନୁହେଁ । ଆଜି ଆପଣଙ୍କ ସ୍ମାର୍ଟ ଫୋନ ଯେତେ ସମୟ ନଷ୍ଟ କରୁଛି, ଯେତେ ଚୋରି କରି ନେଉଛି, ସେଥିରୁ 10 ମିନିଟ ନିଜର ଜେଜେବାପା-ଜେଜେମାଆ, ମାଆ, ତାଙ୍କ ସହିତ ବସି ବିତାଇବେ ତ ଟେକ୍ନୋଲୋଜି ଅଧିକ ଉପକାରୀ ସାବ୍ୟସ୍ତ ହେବ କି ଜେଜେବାପା-ଜେଜେମାଆଙ୍କ ସହିତ ମନଖୋଲି ଦଶ ମିନିଟ କଥା ହେଲି ଯାହା କେତେ ଅଧିକ ଉପକାରୀ ? ଣ ହେବ ? ଅର୍ଥାତ ଟେକ୍ନୋଲୋଜି ଆମର ସମୟ ଚୋରି କରିନେଉ, ଟେକ୍ନୋଲୋଜି ଆମକୁ ଆକର୍ଷଣ କରି ନେଇ ଯାଉ, ଏଥିରୁ ଆମକୁ ସତର୍କ ରହିବାକୁ ପଡ଼ିବ । ଆମ ମଧ୍ୟରେ ସେହି ଶକ୍ତି ନିହୀତ ଥିବା ଦରକାର ଯାହାଦ୍ୱାରା ଟେକ୍ନୋଲୋଜିକୁ ମୋ ଅଧୀନରେ ରଖିବି ।

ମୁଁ ଟେକ୍ନୋଲୋଜିକୁ ନିଜ ଇଚ୍ଛା ଅନୁସାରେ ଉପଯୋଗ କରିବି ଆଉ ଏଥିପାଇଁ ଟେକ୍ନୋଲୋଜି ପ୍ରତି, ମୁଁ ଖୁସି ଅନୁଭବ କରୁଛି, ଆପଣ ଦେଖନ୍ତୁ, ଆପଣ ରେଳ ଷ୍ଟେସନକୁ ଯାଆନ୍ତୁ । ରେଳ ଷ୍ଟେସନରେ ବିଭିନ୍ନ ସୂଚନା ପ୍ରଦାନ ପାଇଁ ଏକ ୱିଣ୍ଡୋ ବା କାଉଂଟର ଖୋଲାଯାଇଥାଏ । ସେଠାରେ କୌଣସି ଅଧିକାରୀ ବସିଥାଆନ୍ତି, ଟ୍ରେନ କେତେବେଳେ ଆସିବ, କେତେବେଳେ ଯିବ, ପଞ୍ଜିକରଣ ଆଦି, ପଚାରିବା ପାଇଁ ଲୋକ ଯାଇଥାନ୍ତି । କିନ୍ତୁ ସେଠାରେ ଏକ ବଡ଼ ବୋର୍ଡ ଅବା ଫଳକ ଲାଗିଥାଏ ଏବଂ ଆଜିକାଲି ତ ଇଲୋକ୍ଟ୍ରୋନିକ ବ୍ୟବସ୍ଥା ଥିବା ବୋର୍ଡ ଆସୁଛି । ସେଥିରେ ସବୁକିଛି ଲେଖା ହୋଇଥାଏ, ଏହା ହେଉଛି ଟ୍ରେନର ନାମ, କେଉଁଠାରୁ କେଉଁଠିକୁ ଯାଉଛି, କେତେ ନମ୍ବର ପ୍ଲାଟଫର୍ମରେ ଆସିବ, ବିଳମ୍ବରେ ଚାଲୁଛି ନା ସମୟ ଅନୁସାରେ ଚାଲୁଛି; ସବୁକିଛି ଲେଖା ହୋଇଥାଏ । କିନ୍ତୁ ଆମେ ଯେଉଁ ପୁରୁଣା ପିଢ଼ୀର ଲୋକଅଛୁ, ସେ କଣ କହୁଛନ୍ତି ଝରକା ପାଖରେ ଧାଡ଼ିକରି ଠିଆ ହୋଇ ଯାଉ । 20 ନମ୍ବର, 30 ନମ୍ବର, ଠିଆ ହୋଇ ରହିବୁ, ଉପରକୁ ଦେଖିବୁ, ପଢ଼ିବୁ ନାହିଁ, ମୋର ପ୍ରଶ୍ନର ଉତର ଏହିଠାରେ ଅଛି, ତାହା କହୁଛି କି ଦିଲ୍ଲୀ ଏକ୍ସପ୍ରେସ, ଜମ୍ମୁ ତୱି ଏକ୍ସପ୍ରେସ ଏହି ସମୟରେ ଯିବାକୁ ଅଛି, ଏତେ ନମ୍ବରରେ ଯିବ, 5 ମିନିଟ ବିଳମ୍ବ ଅଛି, 7 ମିନିଟ; କିନ୍ତୁ ମୁଁ ଯେ ପର୍ଯ୍ୟନ୍ତ ତାଙ୍କୁ ପଚାରିବି ନାହିଁ… ।

ଆପଣମାନେ ଦେଖିଥିବେ ବହୁତ ଲୋକ ଅଛନ୍ତି କି କାହାକୁ ବାର୍ତ୍ତା ପଠାଇବେ, ପୁଣି ଫୋନ କରି ପଚାରିବେ, ମୋ ବାର୍ତ୍ତା (ମେସେଜ୍) ମିଳିଲା? ଆଉ ଏଥିପାଇଁ ଟେକ୍ନୋଲୋଜିକୁ ଆମେ, ଆଜିର ପିଢ଼ୀ କଣ କରୁଛନ୍ତି ? ସେମାନେ ରେ ହିଁ ମୋବାଇଲ ଫୋନରେ ଗୁଗଲ ଗୁରୁଙ୍କ ସହ କଥା ହୋଇ ଯାଉଛନ୍ତି ଆଉ ଦେଖି ନେଉଛନ୍ତି କି ଟ୍ରେନ କେତେ ସମୟ ବିଳମ୍ବ ଅଛି, କେଉଁ ଟ୍ରେନ ନାହିଁ, ତ ଘରୁ କେତେ ବେଳେ ବାହାରିବା କଥା ତାହା ସ୍ଥିର କରି ନେଉଛନ୍ତି, କରୁଛନ୍ତି ନା କରୁ ନାହାଁନ୍ତି ? ଅର୍ଥାତ ସେମାନେ ଟେକ୍ନୋଲୋଜିର ସଠିକ ଉପଯୋଗ କଲେ । ଗୋଟିଏ ପିଢ଼ୀ ହେଉଛନ୍ତି ସେମାନେ କି ସାମ୍ନାରୁ ପୁଣି ମଧ୍ୟ ଦେଖିବା ପାଇଁ ପ୍ରସ୍ତୁତ ନୁହେଁ ଯେ ପର୍ଯ୍ୟନ୍ତ ପଚରାଯାଇ ନାହିଁ । ଏବେ ନୂତନ ପିଢ଼ୀ ସେମାନେ ହେଉଛନ୍ତି, ଯେଉଁମାନେ ପଚାରିବା ପାଇଁ ପ୍ରସ୍ତୁତ ହିଁ ନୁହଁନ୍ତି, ସେମାନେ କହୁଛନ୍ତି ମୋ ପାଖରେ ଅଛି, ମୁଁ ଏହାଙ୍କୁ ପଚାରିବି ସେ ଯାହା କହିବେ ତାହା ହିଁ ଠିକ୍  । ଏହାର ଅର୍ଥ ହେଉଛି ଯେ ତାଙ୍କୁ ଟେକ୍ନୋଲୋଜିର ଉପଯୋଗ କଣ ଅଛି ଏହା ତାଙ୍କୁ କରିବାକୁ ପଡ଼ିବ ।

ମୁଁ ଆପଣମାନଙ୍କୁ ଅନୁରୋଧ କରିବି, ଯେପରି ଭୋକାବୁଲାରି ବହୁତ ଭଲ ହେବା ଦରକାର, ଣ କେବେ ଆମେ ନିଜ ମାତୃଭାଷାର ଅଭିଧାନ ଅବା କୌଣସି ଅନ୍ୟ ଭାଷାର ଯେଉଁ ଅଭିଧାନ ଅଛି ଯାହା ଆପଣଙ୍କୁ ପସନ୍ଦ ଆସିବ ଇଂରାଜୀ ଅବା ହିନ୍ଦୀ କରିବା ପାଇଁ, ଣ ପ୍ରତିଦିନ ଆପଣ ମୋବାଇଲ ଫୋନରେ ଯେଉଁ ଅଭିଧାନ ଅଛି, ସ୍ଥିର କରିବେ କି ଆଜି ମୁଁ ଅତି କମରେ 10ଟି ନୂଆ ବନାନ ଏବଂ ତାହାର ଅର୍ଥ ଦିନ ଭିତରେ ଯେତେବେଳେ ମଧ୍ୟ ମୋବାଇଲ ଫୋନ ଦେଖିବାକୁ ଯିବି ତାହା ଦେଖିନେବି ଅବା ମନେ ପକାଇବି । ପ୍ରତିଦିନ 10, କୁହନ୍ତୁ ଟେକ୍ନୋଲୋଜି ଉପଯୋଗୀ ହେଲା ନା ହେଲା ନାହିଁ ? ତ ଟେକ୍ନୋଲୋଜିର କିପରି ଉପଯୋଗ କରିବାର ଅଛି, କାହିଁ ଏପରି ନହେଉ କି ମାଆ-ବାପାଙ୍କର ଏବଂ ଆପଣଙ୍କର ଗଣ୍ଡଗୋଳ ଏହି କଥା ଉପରେ ହେଉ କି ସାରା ଦିନ ସାଙ୍ଗମାନଙ୍କ ସହିତ ବସି ରହୁଛ, ଟେଲିଫୋନରେ ଯୋଡ଼ି ହୋଇ ରହୁଛ, କିନ୍ତୁ ତାହା ତ ଠିକ୍ ସ୍ଥିତି ନୁହେଁ ।

 କୌଣସି ସମୟରେ ସାମାଜିକ ନେଟୱାର୍କିଂକୁ ବହୁତ ଆବଶ୍ୟକ ବିବେଚନା କରାଯାଉଥିଲା । ପ୍ରତିଦିନ ଲୋକ ଘଣ୍ଟା ଘଣ୍ଟା, ଦୁଇ ଦୁଇ ଘଣ୍ଟା ସନ୍ଧ୍ୟାରେ ବାହାର କରୁଥିଲେ, କୌଣସି ଉତ୍ସବକୁ ଯିବେ, ସେଠାରେ ବନ୍ଧୁଙ୍କ ଘରକୁ ଯିବେ । ସାକ୍ଷାତ କରୁଥିଲେ, କାରଣ ଜୀବନ ସମାଜ ବ୍ୟବସ୍ଥା ସହିତ ଯେତେ ଅଧିକ ଯୋଡି ହୋଇ ରହି ଯାଇଥାଏ, ସେତିକି ଦୁଇ ପକ୍ଷକୁ ଲାଭ ହୋଇ ଥାଏ । ଏହା ହେଉଛି ସ୍ୱଭାବିକ ବ୍ୟବସ୍ଥାକିନ୍ତୁ ଧିରେ– ଧିରେ ସେହି ସାମାଜିକ ନେଟୱାର୍କିଂ ଶବ୍ଦରେ ଏତେ ବିକୃତି ଆସିଗଲା ଟେକ୍ନୋଲୋଜି ଯୋଗୁଁ, ଯେ ଏବେ ସାମାଜିକ ନେଟୱାର୍କିଂକୁ ଆମ ହ୍ୱାଟ୍ସ ଆପ୍ କରୁଛି । ଏହି ସାମାଜିକ ନେଟୱାର୍କିଂ ସେହି ସାମାଜିକ ନେଟୱାର୍କିଂର କଳ୍ପନାଠାରୁ ହେଉଛି ଏକ ପ୍ରକାରର ବିକୃତି । ପୂର୍ବରୁ ଆମ ନିଜ ବନ୍ଧୁଙ୍କର ଜନ୍ମଦିନ ଥାଏ ତ ସକାଳୁ ସକାଳୁ ଚାଲି ଯାଉଥିଲୁ, ଟିକେ ଆଶ୍ଚର୍ଯ୍ୟଚକିତ କରି ଦେବାରେ ମଜା ଆସୁଥିଲା । ଏବେ ରାତି 12ଟା ବେଳେ ମଧ୍ୟ ଟେକ୍ନୋଲୋଜି ମାଧ୍ୟମରେ ଜଣାଇ ଦେଉଛୁ । ଟେକ୍ନୋଲୋଜି ହିଁ ହ୍ୱାଟ୍ସ ଆପ୍ କରି ଦେଉଛି, ମୁଁ ଶୋଇ ଯାଉଛି । ଏବେ ଏହି ଯେଉଁ ଜୀବନ ସ୍ଥାନରେ ଯଦି ପ୍ରାଣତତ୍ତ୍ଵକୁ ଟେକ୍ନୋଲୋଜି ହଡପ୍ କରି ନେବ, ତ ପୁଣି ଜୀବନ ଆମର ବହୁତ ଫୂର୍ତ୍ତି ହୋଇ ଉଠିବ, ଆଉ ଏଥିପାଇଁ ଟେକ୍ନୋଲୋଜିର ଅତ୍ୟଧିକ ଉପଯୋଗ ମଧ୍ୟ ହେବା ଦରକାର କିନ୍ତୁ ଆମେ ଟେକ୍ନୋଲୋଜିର ଚାକର ନ ହେବା ଉଚିତ । କିନ୍ତୁ ଟେକ୍ନୋଲୋଜି ପ୍ରତିକ୍ଷଣରେ ବଦଳି ଯାଉଛି ଆଜ୍ଞା । ଆପଣଙ୍କୁ ନିଜ ଜୀବନକୁ ଆଗକୁ ବଢ଼ାଇବାର ଅଛି, ପ୍ରତ୍ୟେକ ନୂତନ ଟେକ୍ନୋଲୋଜି ପ୍ରତି ନିଜର ରୁଚି ରହିବା ଆବଶ୍ୟକ, ଜାଣିବା ଦରକାର ସମୟ ବାହାର କରି ଅନ୍ୟମାନଙ୍କୁ ପଚାରିବା ଦରକାର କଣ ନୂତନ ଟେକ୍ନୋଲୋଜି ଆସିଛି । ଏ ନେଇ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ନିଜ ସମୟ ସହିତ ଉନ୍ନତ କରିବା ଦରକାର, ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ । ମୁଁ ବ୍ୟକ୍ତିଗତ ଜୀବନରେ କହି ପାରୁଛି କି ଟେକ୍ନୋଲୋଜି ପ୍ରତି ମୋର ଯେଉଁ ଆକର୍ଷଣ ରହିଛି, ଟେକ୍ନୋଲୋଜି ମୋତେ କିଛି ଆସେ ନାହିଁ, କିନ୍ତୁ ଜାଣିବାର ସଉକ ରହିଛି । କଣ ଅଛି ଭାଇ, କାହାଠୁ ଶୁଣୁଛି ତ ପଚାରୁଛି, ଉଡାଜାହାଜରେ ମୋ ପାଖରେ କେହି ବସିଥାଉ, ଏବେ ତ ସେ ସୁଯୋଗ ମିଳୁ ନାହିଁ କାରଣ ଏବେ ତ ସରକାରୀ ବ୍ୟବସ୍ଥା ମଧ୍ୟରେ ଫସି ଯାଇଛି, କିନ୍ତୁ ପୂର୍ବରୁ ଉଡାଜାହାଜରେ ଯେତେବେଳେ ଯାଉଥିଲି ତ ପାଖରେ ଯେଉଁ ଲୋକ ବସି ଥାଆନ୍ତି ତାଙ୍କୁ ପଚାରୁଥିଲି ଆରେ ଭାଇ ଏ ଜିନିଷ କଣ ଯାହା ଆପଣଙ୍କ ପାଖରେ ଅଛି? ଏହାର କଣ ଉପଯୋଗ ହୋଇଥାଏ? କିପରି ଉପଯୋଗ ହୋଇଥାଏ ? ମୋ ମନରେ ଜୀଜ୍ଞାସା ରହିଥାଏ ଆଉ ମୋତେ ତାହାର ବହୁତ ବଡ଼ ଲାଭ ମିଳିଥାଏ । ମୁଁ ମଧ୍ୟ ଆପଣମାନଙ୍କ ଠାରୁ ଚାହିଁବି କି ଟେକ୍ନୋଲୋଜିକୁ ନିଜ ଜୀବନର ବିକାଶରେ ଜଣେ ସାଥୀ ଭାବେ ଯୋଡ଼ନ୍ତୁ । କିନ୍ତୁ ଟେକ୍ନୋଲୋଜିକୁ ଜୀବନର ଅଂଶ ଭାବେ ଗ୍ରହଣ କରନ୍ତୁ ନାହିଁ । ଜୀବନର ଅଂଶ, ଏବଂ ଏଥିପାଇଁ ଆପଣମାନେ ଦେଖିଥିବେ ପରିବାରରେ 3 ଜଣ ଲୋକ ଅଛନ୍ତି, ସମସ୍ତେ ତିନି ଜଣ ଯାକ ଫୋନ ଧରି ବସିଛନ୍ତି, ଯେ କେହି ମୋବାଇଲକୁ ନେଇ ବ୍ୟସ୍ତ ଅଛନ୍ତି ।

ଦୁଇଟି କାର୍ଯ୍ୟ ଆପଣ କରି ପାରିବେ କି, କରିବେ ? କରିବେ ? ମୁଁ ତ କାର୍ଯ୍ୟ ବତାଇ ନାହିଁ   କଣ କରିବେ । ଦେଖନ୍ତୁ, ଗୋଟିଏ କାର୍ଯ୍ୟ- ଆପଣ ଜୀବନରେ ସ୍ଥିର କରିବେ, ପ୍ରତିଦିନ ଏତେ ସମୟ ମୋର, ଏକ ଘଣ୍ଟା, ଦୁଇ ଘଣ୍ଟା, ସାବଧାନ, ଯେତେବେଳେ ମୋ ପାଖରେ ସମୟ ଅଛି କିନ୍ତୁ ମୁଁ ନିଜକୁ ନିଜେ ଟେକ୍ନୋଲୋଜି ଠାରୁ ଦୂରେଇ ରଖିବି । ପ୍ରତିଦିନ ଆଣମାନେ ଏକ ଘଣ୍ଟା, ଦୁଇ ଘଣ୍ଟା ନିଜକୁ ଟେକ୍ନୋଲୋଜି ମୁକ୍ତ ସମୟ ବାହାର କରି ପାରିବେ କି? କୌଣସି ଗ୍ୟାଜେଟ ନାହିଁ, କିଛି ନାହିଁ । ମୁଁ, ମୋ ପରିବାର, ମୋର ବନ୍ଧୁ, ମୋ ବଗିଚା, ମୋ ଘର, ମୋ ଘରେ ଯଦି କୁକୁର ଅଛି ତ କୁକୁର ସହିତ, ଯାହା ମଧ୍ୟ ଅଛି, ବିରାଡ଼ି ଅଛି ତ ବିରାଡି ସହିତ, ଯାହା ମଧ୍ୟ ଅଛି, ଏହି ଏକ ଘଣ୍ଟା ମୁଁ ସ୍ଥିର କରିବି ଟେକ୍ନୋଲୋଜି ବିନା, ଏଭଳି କରି ପାରିବେ କି ? ଯେଉଁ ପରିବାରରେ 2-3 ଟି କୋଠରୀ ଅଛି, କୌଣସି ବହୁତ ହିଁ ଗରୀବ ପରିବାର ଅଛି, ସେମାନଙ୍କ ପାଇଁ ତ ଟେକ୍ନୋଲୋଜିର ସମସ୍ୟା ମଧ୍ୟ ନାହିଁ, କିନ୍ତୁ ଦୁଇ-ତିନୋଟି ଘର ଅଛି, ଣ ଆପଣ ସ୍ଥିର କରି ପାରିବେ, ଅଫିସରୁ ଫେରିବା ପରେ ମାଆ-ବାପାଙ୍କ ସହିତ ଆଜି ଘର ଭିତରେ ବସି ଏକ କୋଠରୀ ଏପରି ସ୍ଥିର କରିବେ, ଯେଉଁଥିରେ କୌଣସି ଟେକ୍ନୋଲୋଜିର ପ୍ରବେଶ ନ ଥିବ । ସେହି କୋଠରୀକୁ ଯିଏ ଯିବେ, କୌଣସି ଟେକ୍ନୋଲୋଜି ବିନା ବସିବେ । ଆପଣ ଟିକେ ଆରମ୍ଭ କରି ଦେଖନ୍ତୁ, ଜୀବନକୁ ବହୁତ କିଛି ନୂତନ ଅନୁଭବ ମିଳିଯିବ । ତ ଗୋଟିଏ ପ୍ରକାରରେ ମୋ ଟେକ୍ନୋଲୋଜିର ଅତି ମାହାତ୍ମ୍ୟ ମଧ୍ୟ ବତାଇ ଦେଉଛି ସେହି ସମୟରେ ମୋ ଭିତରର ମଣିଷ ରୋବର୍ଟ ପାଲଟି ନ ଯାଉ, ଏହାର ମଧ୍ୟ ଚିନ୍ତା କରୁଛି । ଆଉ ଏଥିପାଇଁ ଉଭୟ ମଧ୍ୟରେ ସାମଞ୍ଜସ୍ୟ ରଖି ଚାଲିବାର କିଛି କୌଶଳ ଅଛି, ଯାହା ମୁଁ ଆପଣମାନଙ୍କୁ କହୁଛି ।

ପ୍ରସ୍ତୁତକର୍ତ୍ତା ମାନ୍ୟବର ଆପଣଙ୍କ ସାନିଧ୍ୟ ପାଇ ଆମେ ନିଜ ଜୀବନରେ ଅବଶ୍ୟ ସଫଳତା ପାଇବୁ, ଆପଣଙ୍କୁ ଧନ୍ୟବାଦ । ଉଦୟ ସୂର୍ଯ୍ୟର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଏଠାକାର ଜେଏନଭି ପାପୁମପାରେରୁ ତାପି ଅକୁ ସଭାକକ୍ଷରେ ଉପସ୍ଥିତ ଅଛନ୍ତି, ସେ ଆପଣଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ । ଅକୁ, ନିଜର ପ୍ରଶ୍ନ ପଚାରନ୍ତୁ ।

  ପ୍ରଶ୍ନକର୍ତ୍ତା – ମାନ୍ୟବର ପ୍ରଧାନମନ୍ତ୍ରୀ, ଉଦିତ ସୂର୍ଯ୍ୟର ଭୂମି, ଅରୁଣାଚଳ ପ୍ରଦେଶରୁ ବହୁତ ବହୁତ ଅଭିନନ୍ଦନ, ମୁଁ ତାପି ଅକୁ ଅରୁଣାଚଳ ପ୍ରଦେଶର ଜେଏନଭି  ପାପୁମପାରେର ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଛି । ପ୍ରଧାନମନ୍ତ୍ରୀ ମହୋଦୟ ଆପଣ ସଂସଦରେ ଅଧିକାର ଏବଂ କର୍ତ୍ତବ୍ୟ ଉପରେ ଭାଷଣ ଦେଇଥିଲେ, ତାହା ମୋତେ ବହୁତ ପସନ୍ଦ ଆସିଥିଲା । ଆପଣଙ୍କ ଅନୁସାରେ ଦେଶର ନାଗରିକଙ୍କୁ କର୍ତ୍ତବ୍ୟ ପ୍ରତି ଆମେ କିଭଳି ସଚେତନ କରି ପାରିବା ? ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା – ଧନ୍ୟବାଦ ଅକୁ । ଏହିଭଳି ଆଉ ଏକ ସମାନ ପ୍ରଶ୍ନ ଚେନ୍ନଇ କେନ୍ଦ୍ରୀୟ ବିଦ୍ୟାଳୟର ଶୈଳେଶ କୁମାରଙ୍କ ପାଖରେ ଅଛି । ସେ ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି, ଐତିହ୍ୟ ସମ୍ପନ୍ନ ମନ୍ଦିର ରାଜ୍ୟ ତମିଲନାଡ଼ୁର ସେ ବାସିନ୍ଦା । ପରବର୍ତ୍ତୀ ପ୍ରଶ୍ନ ତାଙ୍କଠାରୁ । ଦୟାକରି ଆମେ ତାଙ୍କଠାରୁ ତାଙ୍କ ପ୍ରଶ୍ନ ଶୁଣିବା ।

 ପ୍ରଶ୍ନକର୍ତ୍ତା– ନମସ୍କାର ସାର୍, ମୋର ନାମ ହେଉଛି ଶୈଳେଶ କୁମାର । ମୁଁ ଚେନ୍ନଇ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର । ଜଣେ ଛାତ୍ର ହିସାବରେ ମୋର କଣ ଅଧିକାର ରହିଛି ଏବଂ କେଉଁ କର୍ତ୍ତବ୍ୟ ମୁଁ ପାଳନ କରିବି ।

ପ୍ରସ୍ତୁତକର୍ତ୍ତା – ଧନ୍ୟବାଦ ଶୈଳେଶ । ଏହା ସହିତ ମେଳ ଖାଉଥିବା ଆଉ ଏକ ପ୍ରଶ୍ନ ମଧ୍ୟ ଅଛି । ମାନ୍ୟବର, ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ, ଦୟାନନ୍ଦ ସରସ୍ୱତୀ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ପାଇଁ ଗୌରବାନ୍ୱିତ ଗୁଜରାଟର ମହାରାଜା ଉଗ୍ରସେନ ବିଦ୍ୟାଳୟର ଗୁନାକ୍ଷୀ ଶର୍ମା ଆପଣଙ୍କୁ ନିଜର ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି । ଗୁନାକ୍ଷୀ, ନିଜର ପ୍ରଶ୍ନ ପଚାରନ୍ତୁ ।

ପ୍ରଶ୍ନକର୍ତ୍ତା ସୁପ୍ରଭାତ । ମୋର ନାମ ହେଉଛି ଗୁନାକ୍ଷୀ ଶର୍ମା । ମୁଁ ହେଉଛି ଦଶମ ଶ୍ରେଣୀର ଛାତ୍ରୀ । ଗୁଜରାଟର ଅହମ୍ମଦାବାଦର ମହାରାଜ ଉଗ୍ରସେନ ବିଦ୍ୟାଳୟରେ ପଢ଼ୁଛି । ମାନନୀୟ, ମୁଁ ଆପଣଙ୍କୁ ଏହି ପ୍ରଶ୍ନ ପଚାରିବାକୁ ଚାହୁଁଛି କି ମୁଁ ନଗର ବିଜ୍ଞାନରେ ନାଗରିକଙ୍କ ଅଧିକାରଗୁଡ଼ିକ ଏବଂ କର୍ତ୍ତବ୍ୟଗୁଡ଼ିକ ବିଷୟରେ ପଢ଼ିଛି । ଏହି ଦୁଇଟି ମଧ୍ୟରେ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ କଣ ରହିଛି, ଦୟାକରି ଜଣାନ୍ତୁ । ଧନ୍ୟବାଦ ।

ପ୍ରଶ୍ନକର୍ତ୍ତା– ଧନ୍ୟବାଦ ଗୁନାକ୍ଷୀ । ଶ୍ରଦ୍ଧେୟ ପ୍ରଧାନମନ୍ତ୍ରୀ ମହୋଦୟ, ଅନୁରୋଧ ରହିଛି କି ଶୈଳେଶ, ଗୁନାକ୍ଷୀ ଏବଂ ଅକୁଙ୍କର ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କିତ ରହିଥିବା ଜିଜ୍ଞାସାକୁ ସମାଧାନ କରନ୍ତୁ ।

ପିଏମ- ସର୍ବପ୍ରଥମେ ତ ଏହି ପ୍ରଶ୍ନ ମୋତେ ଅରୁଣାଚଳର ଝିଅ ପଚାରିଛନ୍ତି, ଆଉ ମୁଁ ସ୍ମାଭାବିକ ଭାବୁଛି କି ଅରୁଣାଚଳର ଏହି ଝିଅର ମନରୁ ଏଭଳି ହିଁ ପ୍ରଶ୍ନ ଆସିବ । ଆପଣଙ୍କ ମନରେ ରହିଥିବ ଏଭଳି କି ? ଆପଣମାନଙ୍କ ମଧ୍ୟରୁ ବୋଧହୁଏ କେହି ଅରୁଣାଚଳ ପ୍ରଦେଶ ଯାଇଥିବେ, ଏହା ମୋତେ ଜଣାନାହିଁ । ଏହି ଦେଶରେ ଅରୁଣାଚଳ ପ୍ରଦେଶ ହେଉଛି ଏକ ଏପରି ସ୍ଥାନ ଯେଉଁଠାରେ ଜଣଙ୍କର ଅନ୍ୟଜଣଙ୍କ ସହିତ ସାକ୍ଷାତ ହୁଏ ତ ଜୟ ହିନ୍ଦକହି ଅଭିନନ୍ଦନ ଜଣାଇ ଥାଆନ୍ତି । ଏହା ହିନ୍ଦୁସ୍ଥାନରେ ବହୁତ କ୍ୱଚିତ ଦେଖିବାକୁ ମିଳିଥାଏ । ଆପଣଙ୍କୁ କିଏ ମଧ୍ୟ ଭେଟିବେ ତ ଜୟ ହିନ୍ଦ୍ କହିବେ ଆଉ ତାହାର କାରଣ 1962 ପରେ ଅରୁଣାଚଳର ଯେଉଁ ମାନସିକତା ସୃଷ୍ଟି ହୋଇଛି, ସେହି ପ୍ରକାରରେ ସେମାନେ ନିଜ ଭାଷା ବ୍ୟତୀତ ଦେଶ ଭିତରେ ଜୀବନରେ ଅଧିକ ପ୍ରଚାର ପାଇଁ ଇଂରାଜୀରେ ସେତେ ଦକ୍ଷତା ଏବଂ ହିନ୍ଦୀରେ ସେତିକି ଦକ୍ଷତା ହାସିଲ କରିଛନ୍ତି । ଆପଣ ସେଠାକାର ପିଲାମାନଙ୍କ ସହିତ ମିଶିବେ ତ ଆପଣଙ୍କୁ ଲାଗିବ ଆରେ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି କେବେ ନା କେବେ ଛୁଟିରେ ବୁଲିବାକୁ ମନ କରୁଛନ୍ତି ତ ଆପଣମାନେ ଉତ୍ତର-ପୂର୍ବାଂଚଳ ନିଶ୍ଚୟ ଯାଆନ୍ତୁ, ଯିବେ ? ନାହିଁ, ପ୍ରଥମେ ତ ସିଙ୍ଗାପୁର ଯିବେ, ପୁଣି ଦୁବାଇ ଯିବେ । ହଁ, ତାପରେ ସୁଯୋଗ ମିଳିଲା ତ ଯିବେ, ଏଭଳି କରିବେ ନା ? ଆମର ଦେଶ ବାସ୍ତବରେ ହେଉଛି ଅଦ୍ଭୁତ, ହେଉଛି ଅନୁଭବ କରିବା ଭଳି ।

 ମୁଁ ଆଜି ଯେତେବେଳେ ଏଠାକୁ ଆସିଲି ତ ଭିନ୍ନ-ଭିନ୍ନ ପିଲାମାନଙ୍କର ଯେଉଁ ଚିତ୍ରାଙ୍କନ ଅଛି ସେମାନେ ମୋତେ ସେ ବିଷୟରେ କହୁଥିଲେ । କିନ୍ତୁ ଏହା ସହିତ ଏକ ବଡ଼ ବହୁତ ଭଲ ସୁଖଦ ଅନୁଭବ ରହିଲା କି ପିଲାମାନେ ନିଜ ମାତୃଭାଷା ବ୍ୟତୀତ କୌଣସି ଦ୍ୱିତୀୟ ଭାଷାରେ ନିଜର ପରିଚୟ କରାଉଥିଲେ । ମହାରାଷ୍ଟ୍ରର ପିଲାମାନେ ଓଡ଼ିଆ ଭାଷାରେ ପରିଚୟ କରାଉଥିଲେ, ଦେହରାଡୁନର ଝିଅଟି ମାଲାୟାଲାମ ଭାଷାରେ ପରିଚୟ ଦେଉଥିଲେ । କାରଣ ଏହା ତ ଏକ ଭାରତ ଶ୍ରେଷ୍ଠ ଭାରତଏହା ଯାହା ଏକ ଆମ୍ଭମାନଙ୍କର କାର୍ଯ୍ୟ ଚାଲୁ ରହିଛି । ତାହାକୁ ନେଇ ଏହି ପିଲାମାନେ ପ୍ରୟାସ କରିଛନ୍ତି । ଆଉ ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରିବି କି – ନିଜ ମାତୃଭାଷା ପୁଣି ଇଂରାଜୀ ଭାଷା, ତାପରେ ହିନ୍ଦୀ ଭାଷା ତାହା ବ୍ୟତୀତ ଆମ ଦେଶରେ ଏତେ ସମୃଦ୍ଧ ଖଣି ରହିଛି ତ କୌଣସି ନା କୌଣସି ଗୋଟିଏ ଭାଷା ସହିତ ପରିଚିତ କରାଇବା ଦରକାର, ଏହା ନିଶ୍ଚିତ କରିବା ଦରକାର । ଏବେ ବିଷୟ ବସ୍ତୁ ଉପରକୁ ଆସିଛି କର୍ତ୍ତବ୍ୟ । ଗୋଟିଏ ପଟେ ତ ଯାହା ଅଧିକାର ଏବଂ କର୍ତ୍ତବ୍ୟ- ଏହା ଯାହା ଏକ ସହିତ କୁହାଯାଏ, ସେହିଠାରୁ ଭୁଲ ଭଟକା ହୋଇ ଯାଇଥାଏ । ଅର୍ଥାତ ଅଧିକାର ଭାବ ହେଉଛି କୌଣସି ଏକ ବ୍ୟବସ୍ଥା ଏବଂ କର୍ତ୍ତବ୍ୟ ଭାବ ହେଉଛି କୌଣସି ଏକ ଦ୍ୱିତୀୟ ବ୍ୟବସ୍ଥା । ଆଜ୍ଞା ନୁହେଁ, ଆମର କର୍ତ୍ତବ୍ୟରେ ହିଁ ସମସ୍ତଙ୍କର ଅଧିକାର ସମାହିତ ହୋଇଛି । ଯଦି ମୁଁ ଶିକ୍ଷକ ଭାବେ କର୍ତ୍ତବ୍ୟ ତୁଲାଉଛି ତ ବିଦ୍ୟାର୍ଥୀଙ୍କ ଅଧିକାରର ସୁରକ୍ଷା ହୋଇଥାଏ କି ହୋଇ ନଥାଏ ? ତ ପୁଣି ଅଧିକାର ଏବଂ କର୍ତ୍ତବ୍ୟର କନ୍ଦଳ ରହି ନଥାଏ ।

 ମହାତ୍ମାଗାନ୍ଧୀ ବହୁତ ଅନୁଗ୍ରହପୂର୍ବକ କହୁଥିଲେ କି ମୌଳିକ ଅଧିକାର ବାଧ୍ୟତାମୂଳକ ନୁହେଁ, ମୌଳିକ କର୍ତ୍ତବ୍ୟ ହେଉଛି ବାଧ୍ୟତାମୂଳକ । ଆଉ ଯଦି ଆମେ ସଚ୍ଚୋଟତାର ସହିତ ନିଜର କର୍ତ୍ତବ୍ୟର ନିର୍ବାହ କରିବା ତ ପୁଣି କାହାକୁ ନିଜର ଅଧିକାର ପାଇଁ କେବେ ମଧ୍ୟ କିଛି ମାଗିବାକୁ ପଡ଼ିବ ନାହିଁ, କାରଣ ତାହାର ଅଧିକାର ତାଠାରୁ ସୁରକ୍ଷିତ ହୋଇ ରହି ପାରିବ । ଦ୍ୱିତୀୟରେ କେବେ କେବେ ଆମେ କିଛି ଦାୟିତ୍ୱ ତୁଲାଉଛେ ଯେପରି ପରିବାରରେ ମାତା-ପିତା ନିଜ ଦାୟିତ୍ୱ ତୁଲାଉଛନ୍ତି, ପିଲା ନିଜ ଦାୟିତ୍ୱ ସମ୍ଭାଳୁଛି । ଆଖପାଖର ଲୋକେ ନିଜ ଦାୟିତ୍ୱ ତୁଲାଉଛନ୍ତି କିନ୍ତୁ କଥା ଏତିକିରେ ସୀମିତ ହୋଇ ନଥାଏ । ଏତେ ବଡ଼ ବିଶାଳ ଦେଶରେ ଗୋଟିଏ ରାଷ୍ଟ୍ର ଭାବେ ଆମର କିଛି କର୍ତ୍ତବ୍ୟ ଅଛି ଯାହା ଆମକୁ ତୁଲାଇବା ଉଚିତ ? ଯଦି ଦେଶକୁ ଆଗକୁ ନେବା ପାଇଁ କିଛି କରିବାର ଅଛି ତ କରିବା ଉଚିତ କି ଉଚିତ ନୁହେଁ ? ଏବେ ଯେପରି 2022, ସ୍ୱାଧୀନତାର 75 ବର୍ଷ ହେବାକୁ ଯାଉଛି, ଯଦି ସ୍ୱାଧୀନତାର 75 ବର୍ଷ ହେଉଛି ଏବଂ 2047ରେ ସ୍ୱାଧୀନତାର 100 ବର୍ଷ ହେବ । ଆପଣ କେବେ ଚିନ୍ତା କରିଛନ୍ତି କି 2047ରେ ଯେତେବେଳେ ଦେଶ ସ୍ୱାଧୀନତାର 100 ବର୍ଷ ହେବ ସେତେବେଳେ ଆପଣ କେଉଁଠି ଥିବେ ? ଆପଣମାନେ କୌଣସି ନା କୌଣସି ବ୍ୟବସ୍ଥାକୁ ନେତୃତ୍ୱ ଦେଉଥିବେ । ନେତୃତ୍ୱ ଅର୍ଥାତ ବେଙ୍ଗ ଭଳି କାର୍ଯ୍ୟ ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବା ଭଳି ସ୍ଥିତି ଆସିଥାଏ । କ୍ରିକେଟରେ ଜଣେ ଅଧିନାୟକ ମଧ୍ୟ ନେତୃତ୍ୱ ନେଇଥାଏ । କବାଡିରେ ଅଧିନାୟକ ମଧ୍ୟ ନେତୃତ୍ୱ ନେଇଥାଏ । କାରଖାନାରେ 200 ଶ୍ରମିକଙ୍କ ସହିତ କାର୍ଯ୍ୟ କରୁଥିବା ବାଲା ମଧ୍ୟ ନେତୃତ୍ୱ ନେଇଥାଏ । ତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯେତେବେଳେ ଦେଶ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବ ତ ଆଜି ମୋର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀମାନେ ଅଛନ୍ତି, ସେମାନେ ସେହି ସମୟରେ ଦେଶର ନେତୃତ୍ୱ ନେବାଭଳି ସ୍ଥିତିରେ ଥିବେ । ଏବେ ଆପଣ ଚିନ୍ତା କରନ୍ତୁ କି ଯେତେବେଳେ ଦେଶ ସ୍ୱାଧୀନତାର 100 ବର୍ଷ ପାଳନ କରିବ, ଆପଣ ନେତା ହେବେ, ସେହି ସମୟରେ ନେତୃତ୍ୱ ନେବା ବେଳେ ଆପଣଙ୍କୁ ଭଙ୍ଗାଦଦରା ବ୍ୟବସ୍ଥା ମିଳିଯିବ ପୁଣି ଆପଣଙ୍କୁ କୁହାଯିବ କି ନେତୃତ୍ୱ ନିଅ ତ ଭଲ ହେବ କି ? ତ ଆମକୁ ସୁଦୃଢ଼ ବ୍ୟବସ୍ଥା ଦରକାର କି ଦରକାର ନାହିଁ ? ହେବା ଦରକାର କି ଦରକାର ନାହିଁ ? ଏବେ ଯାହା ମଧ୍ୟ ଦେଶକୁ ସୁଦୃଢ଼ କରିବ ତ କାହା କାର୍ଯ୍ୟରେ ଆସିବ ଭାଇ । ଆଜି ଯେଉଁମାନେ 80 ଏବଂ 90 ବର୍ଷ ବୟସରେ ପହଂଚିଗଲେଣି ସେମାନଙ୍କ କାମରେ ଆସିବ କି ? ଯଦି ଦେଶର ପର୍ଯ୍ୟାବରଣର ରକ୍ଷା ହୋଇଥାଏ, ତ କାହାର କାର୍ଯ୍ୟରେ ଆସିବ ? ଦେଶ ଭିତରେ ଥିବା ସଂସାଧନଗୁଡ଼ିକର ସଦୁପଯୋଗ ହୋଇଥାଏ, ତ ଦେଶର କାର୍ଯ୍ୟରେ ଆସିବ । ଦେଶର ଅର୍ଥବ୍ୟବସ୍ଥା ଆଗକୁ ବଢ଼ୁଛି ତ କାହା କାର୍ଯ୍ୟରେ ଆସିବ ?

 ଏହାର ଅର୍ଥ ଏହା ହେଲା ଯେ ଧରିନିଅନ୍ତୁ 2022 ରେ ସ୍ୱାଧୀନତାର 75 ବର୍ଷ ହେଲା, ଏହି ଦେଶ ପାଇଁ କେତେ ଲୋକ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ଫାଶୀ ଖୁଂଟରେ ଚଢ଼ି ଯାଇଥିଲେ । ଆଣ୍ଡାମାନ ନିକୋବରର ଜେଲରେ ଜୀବନ ବିତାଇ ଦେଇଥିଲେ, କାହିଁକି, ଦେଶ ସ୍ୱାଧୀନ ହେଉ, ସେଥିପାଇଁ । ସ୍ୱାଧୀନତାର ଅର୍ଥ କେବଳ ପତକା ବଦଳି ଯାଉ, ଏତିକି ମାତ୍ର ନୁହେଁ । ଆମେ ଆତ୍ମନିର୍ଭରଶୀଳ ହେବା, ଆତ୍ମଗୌରବ ବଢ଼ୁ, ଆମେ ଆତ୍ମସମ୍ମାନର ସହିତ ବଞ୍ଚୁମୁଁ ଏଥିପାଇଁ କେଉଁ କର୍ତ୍ତବ୍ୟ ତୁଲାଇ ପାରିବି ଯାହା ଏହି ଭାବକୁ ସୁଦୃଢ଼ କରୁଛି ? ସେହି କର୍ତ୍ତବ୍ୟଗୁଡ଼ିକୁ ମୁଁ ପାଳନ କରିବା ଆବଶ୍ୟକ । ଯେପରି ମୁଁ କଣ ସ୍ଥିର କରି ପାରୁଛି କି 2022 ସ୍ୱାଧୀନତାର 75 ବର୍ଷ ହେବ, ମୁଁ ଏବଂ ମୋର ପରିବାରରେ ଆମେ ଯାହା କିଛି ମଧ୍ୟ କିଣିବାର ଅଛି ଆମେ ସ୍ଥାନୀୟ ଜିନିଷ କିଣିବା, ମେଡ଼୍ ଇନ୍ ଇଣ୍ଡିଆ ଜିନିଷ ହିଁ ନେବା, ଯଦି ଆମ ଦେଶରେ ଉପଲବ୍ଧ ହେଉ ନାହିଁ ତ ଠିକ୍ ଅଛି, ବାହାରୁ ନେଇ ଆସିବା, ମୋତେ କୁହନ୍ତୁ କର୍ତ୍ତବ୍ୟ ହେଲା ନା ହେଲା ନାହିଁ, ଦେଶର ମଙ୍ଗଳ ହେବ ଅବା ହେବ ନାହିଁ ? ଦେଶର ଅର୍ଥନୀତିକୁ ଶକ୍ତି ମିଳିବ କି ମିଳିବ ନାହିଁ ? କିନ୍ତୁ ଯଦି ଆମେ ରେଡିମେଡ୍ ଜିନିଷ ଆଣିବା, ବାଣ (ତାଳଫୋଟକା) ମଧ୍ୟ ବାହାରୁ ଆଣି ଧମାକା କରିବେ ତ କଣ ହେବ ?

 ତ ଆମର ନିଜର, ଆପଣମାନେ ଦେଖିଥିବେ କି କିଛି ଲୋକ ହିଁ ସଚେତନ ହୁଅନ୍ତି, ସ୍ୱଚ୍ଛତାର ବିଷୟରେ ବହୁତ ହିଁ ସଚେତନ ହୋଇ ଥାଆନ୍ତି । ଏଥିପାଇଁ ସକାଳୁ ଶୀଘ୍ର ଉଠି ଯାଆନ୍ତି, ସଂପୂର୍ଣ୍ଣ ଘରକୁ ପରିଷ୍କାର ପରିଚ୍ଛନ୍ନ କରି ଦିଅନ୍ତି । ସଫେଇ କରିବା ପରେ କଣ କରନ୍ତି, ବାହାରକୁ ବାହାରି ଦେଖନ୍ତି କି ପଡୋଶୀ ଶୋଇଛନ୍ତି କି ଉଠିଛନ୍ତି ଆଉ ଧୀରେ ଧୀରେ ଅଳିଆ ସେଠାରେ ପକାଇ ଦେଇ ଆସନ୍ତି । ଏବେ ସେମାନେ ନିଜର କର୍ତ୍ତବ୍ୟ ତ ପୂରଣ କଲେ କିନ୍ତୁ ବାସ୍ତବରେ ମୁଁ ଦେଶ ହିତ ପାଇଁ କର୍ତ୍ତବ୍ୟ କଲି କି, କଲି ନାହିଁପୁଣି ସେ ଯେତେବେଳେ ସକାଳେ ଉଠିବେ ତ ଦେଖିବେ କି ଆଚ୍ଛା, ଇଏ ସକାଳେ ଶୀଘ୍ର ଉଠି ଏଠାରେ ପକାଇ ଦେଇଛନ୍ତି, ସେ ଉଠିକରି ଏଠାରେ ପକାଇଛନ୍ତି, ଇଏ ଉଠାଇ ନେଇ ସେଠାରେ ପକାଇ ଦେବେ । ସ୍ୱଚ୍ଛତା ହେବ ନାହିଁ, ଅଳିଆ ଆବର୍ଜନା ଏଠାରୁ ସେଠାକୁ ହୋଇ ଚାଲିଥିବ, ଣ ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ ପାଇଁ ମୋର ଦାୟିତ୍ୱ ଯାହା ଅଛି, ତାହାକୁ ମୁଁ ତୁଲାଉ ନାହିଁ । ବହୁତ ଛୋଟ ଛୋଟ କଥା ହୋଇଥାଏ । ମୁଁ ଘରେ ଯଦି ବେକାରରେ ବିଜୁଳିବତୀ ଅଯଥାରେ ଜଳାଇ ଦେଉଛି, ପାଣି ଯିବାକୁ ଦେଉ ନାହିଁ, ମୁଁ ବିନା ଟିକେଟରେ କେବେ ଟ୍ରେନରେ ଯାତ୍ରା କରିବାକୁ ସ୍ୱୀକାର କରୁ ନାହିଁ । ବହୁତ କିଛି କଥା ଅଛି ଯାହା ଜୀବନରେ ଗୋଟି ଗୋଟି କରି ହିନ୍ଦୁସ୍ତାନୀ କରିବେ ତ ଦେଶ ବହୁତ ଦ୍ରୁତ ଗତିରେ ବଦଳି ପାରିବ । ଆଉ ଏଥିପାଇଁ ଜଣେ ନାଗରିକ, ଏକଥା ଠିକ୍ ଯେ କିଛି ଦିନ ହେବ ପାଠ୍ୟକ୍ରମ ଏଭଳି ବଦଳି ଯାଇଛି ଆଉ ଏହାକୁ ପାଠ୍ୟକ୍ରମରେ ବଢ଼ାଇ ଚଢ଼ାଇ ଲେଖା ଯାଇଛି କି ବୋଧହୁଏ, ଆମେମାନେ ଯେତେବେଳେ ପଢ଼ୁଥିଲେ, ସେତେବେଳେ ନଗରବିଜ୍ଞାନ ଶାସ୍ତ୍ର ପଢ଼ା ଯାଉଥିଲା, ହୁଏତ ଏବେ ତାହା ଧୀରେ ଧୀରେ କମ୍ ହୋଇଯିବାରେ ଲାଗିଛି । କିନ୍ତୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି କି ଜଣେ ନାଗରିକ ଭାବେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେବା; ନିଜ ପାଇଁ ମଧ୍ୟ ଉପଯୋଗୀ ହେବ, ସମାଜ ଜୀବନ ପାଇଁ ମଧ୍ୟ ଉପଯୋଗୀ ହେବ ଆଉ ଏଥିପାଇଁ ଆମର ପ୍ରୟାସ ଏହା ସହିତ ଜଡ଼ିତ ହୋଇ ରହିଛି । ଆଉ ଆପଣମାନେ ଦେଖିଥିବେ ନୂତନ ପିଢ଼ୀ ବିମାନବନ୍ଦରରେ ଦେଖିବେ ଧାଡ଼ିରେ ଠିଆ ହୋଇଛନ୍ତି ତ ନୂତନ ପିଢ଼ୀ ଧାଡ଼ି ଭାଙ୍ଗନ୍ତି ନାହିଁ ଆଉ ଜଣେ ଅଧେ ବ୍ୟକ୍ତି ଯଦି ଧାଡ଼ି ଭାଙ୍ଗନ୍ତି ତ ସମସ୍ତ ଲୋକ ରାଗି ଯାଆନ୍ତି, କାରଣ ସେମାନେ ନିଜ ଶୃଙ୍ଖଳାକୁ କର୍ତ୍ତବ୍ୟ ଭାବି ତୁଲାଉଛନ୍ତି । ଏହା ସମାଜ ଜୀବନରେ ଯଦି ସ୍ୱଭାବ ପାଲଟି ଯାଏ ତ ଦେଶର ବହୁତ ଭଲ ହେବ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କ ମାର୍ଗଦର୍ଶନ ପାଇଁ । ମାନନୀୟ, ଆନ୍ଧ୍ରପ୍ରଦେଶର ଜବାହର ନବୋଦୟ ବିଦ୍ୟାଳୟର 10ମ ଶ୍ରେଣୀର ଚାଭେଦ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି । ଆପଣ ନିଜର ପ୍ରଶ୍ନ ପଚାରି ପାରନ୍ତି ?

 ପ୍ରଶ୍ନକର୍ତ୍ତା – ନମସ୍କାର ଆଜ୍ଞା, ମୋର ନାମ ହେଉଛି ଚଭେଦ ପାୱାର । ମୁଁ ଆନ୍ଧ୍ରପ୍ରଦେଶ ୟେତପାକମ୍ ଜବାହର ନବୋଦୟ ବିଦ୍ୟାଳୟର 10ମ ଶ୍ରେଣୀର ଛାତ୍ର । ମୋ ପ୍ରଶ୍ନ ହେଉଛି ପରୀକ୍ଷା ସମୟରେ ଆମ ଉପରେ ଉଭୟ ଶିକ୍ଷକ ଏବଂ ଅଭିଭାବକମାନଙ୍କ ପକ୍ଷରୁ ପଡ଼ୁଥିବା ଚାପରୁ ଆମେ କିପରି ମୁକ୍ତ ହୋଇ ପାରିବୁ?

 ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ । ଆମ ମଧ୍ୟରେ ଅଛନ୍ତି ଜମ୍ମୁ କଶ୍ମୀରର ସରକାରୀ ଉଚ୍ଚ ସିନିୟର ମାଧ୍ୟମିକ ସ୍କୁଲର 11ଶ ଶ୍ରେଣୀର ଛାତ୍ରୀ କରିସ୍ମା, ଯିଏ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି । କରିସ୍ମା ନିଜ ପ୍ରଶ୍ନ ପଚାରନ୍ତୁ ।

 ପ୍ରଶ୍ନକର୍ତ୍ତା–  ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ କରିସ୍ମା ନୈନା, 11ଶ ଶ୍ରେଣୀର ଛାତ୍ରୀ, ଜମ୍ମୁ କଶ୍ମୀରର ନୱାବାଗ ବାଳିକା ବିଦ୍ୟାଳୟର ଛାତ୍ରୀ । ଆସନ୍ତା ବର୍ଷକୁ ମୋର ବୋର୍ଡ ପରୀକ୍ଷା । ମୋର ପ୍ରଶ୍ନ ହେଉଛି କି ମୋ ପିତା-ମାତାଙ୍କର କିଛି ଏଭଳି ଆଶା ଅଛି କି ମୁଁ ଭଲ ନମ୍ବର ଆଣେ ଆଉ ନିଜେ ସଫଳତା ପାଏ । ତ ମୋର ପ୍ରଶ୍ନ ହେଉଛି ଏହା ଯେ ମୁଁ କିପରି ଏହା କରି ପାରିବି ଆଉ ମୋ ପିତା-ମାତାଙ୍କର ଆଶାକୁ କିପରି ପୂରଣ କରି ପାରିବି ? ଆଉ ଏଥିରେ ଯେଉଁ ଚାପ ରହିଛି ସେଥିରୁ କିପରି ବାହାରି ଆସି ପାରିବି ? ଧନ୍ୟବାଦ ।

 ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ କରିସ୍ମା । ଏହା ସହିତ ମେଳ ଖାଉଥିବା ଆଉ ଏକ ପ୍ରଶ୍ନ । ଛତିଶଗଡ଼ର ଡିଏଭି ମୁଖ୍ୟମନ୍ତ୍ରୀ ପବ୍ଲିକ ସ୍କୁଲ, ଭଗବାନପୁରର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ମୋନିକା ବେଗା ଉତ୍ସାହିତ ଅଛନ୍ତି ପ୍ରଧାନମନ୍ତ୍ରୀ ମହୋଦୟଙ୍କ ସାମ୍ନାରେ ନିଜ କଥା ରଖିବା ପାଇଁ । ଦୟାକରି ନିଜର ପ୍ରଶ୍ନ ପଚାରନ୍ତୁ ।

 ପ୍ରଶ୍ନକର୍ତ୍ତା– ମୋର ନାମ ହେଉଛି ମୋନିକା ବେଗା । ମୁଁ ଡିଏଭି ମୁଖ୍ୟମନ୍ତ୍ରୀ ପବ୍ଲିକ ସ୍କୁଲ, ଜନକପୁର, ଜିଲ୍ଲା କୋରିୟା, ଛତିଶଗଡ଼ର ଦ୍ୱାଦଶ ଶ୍ରେଣୀର ଛାତ୍ରୀ । ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଅଭିଭାବକମାନେ ପରୀକ୍ଷା ସମୟରେ ପିଲାମାନଙ୍କ ସହିତ କେଉଁଭଳି ଭାବେ ବ୍ୟବହାର କରିବେ, ଫଳରେ ପରୀକ୍ଷାର ଚାପ ଏବଂ ଚିନ୍ତାରୁ ପିଲାମାନେ ଦୂରରେ ରହିବେ? ଧନ୍ୟବାଦ ।

 ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ମୋନିକା । ମହୋଦୟ, ନିବେଦନ ହେଉଛି କି ଜମ୍ମୁର କରିସ୍ମା, ଆନ୍ଧ୍ରର ଚଭେଦ, ଛତିଶଗଡ଼ର ମୋନିକାଙ୍କ ପରୀକ୍ଷାରେ ଚିନ୍ତାଗ୍ରସ୍ତ ସମ୍ବନ୍ଧିତ ସମସ୍ୟାର ସମାଧାନ କରନ୍ତୁ ।

 ପିଏମ- ଏହି ପ୍ରଶ୍ନ ହେଉଛି ଆପଣଙ୍କ ପାଇଁ ଅବା ଆପଣଙ୍କ ପିତା-ମାତାଙ୍କ ପାଇଁ ? ଆପଣଙ୍କୁ ଲାଗୁଛି କି ଆପଣମାନେ ଯେଉଁକଥା ଆପଣଙ୍କ ବାପା-ମାଆଙ୍କୁ କହି ପାରୁ ନାହାଁନ୍ତି, ତାହା ଆଜି ମୋଦୀ ମହାଶୟ ଶୁଣେଇ ଦିଅନ୍ତୁ । ମୁଁ ନିଶ୍ଚିତ ଚାହିଁବି କି ମୁଁ ଯେଉଁକଥା କହୁଛି କୌଣସି ମଧ୍ୟ ପିତା-ମାତାଙ୍କୁ, ଅଭିଭାବକଙ୍କୁ ମୁଁ କୌଣସି ଚାପ ପକାଇବାକୁ ଚାହୁଁନାହିଁ, ମୁଁ କୌଣସି ବାଧ୍ୟ କରିବାକୁ ଚାହୁଁନାହିଁ, ଆଉ ନା ହିଁ ସେମାନଙ୍କ ପିଲାମାନଙ୍କୁ ବିଗାଡ଼ିବାକୁ ଚାହୁଁଛି । ସେମାନେ ନିଜ ପିତା-ମାତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବାର ଅଭ୍ୟାସ କରି ନିଅନ୍ତୁ, ଏହା ମଧ୍ୟ ମୁଁ ଚାହୁଁନାହିଁ

 ଏହି କଥା ସତ୍ୟ ଯେ ଆମେ ଦେଖିଥିବା ଯେ ଯଦି ଷ୍ଟିଲର ସ୍ପିଙ୍ଗ୍ର ହୋଇଥିବ, ଆପଣ ଯଦି ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଟାଣି ଚାଲିଥିବେ ତ ତାହାର ଉପଯୋଗ ହେବ, ଯଦି ଅଧିକ ଟାଣିଦେବେ ତ କଣ ହେ ବ? ତାହା ଏକ ତାର ପାଲଟିଯିବ, ପୁଣି ତାହା ସ୍ପ୍ରିଙ୍ଗର କାର୍ଯ୍ୟ କରିବ କି ? ମାଆ-ବାପାଙ୍କୁ ମଧ୍ୟ ଏହା ଚିନ୍ତା କରିବା ଉଚିତ, ଶିକ୍ଷକମାନଙ୍କୁ ମଧ୍ୟ ଏହା ଚିନ୍ତା କରିବା ଉଚିତ, ସେମାନଙ୍କୁ ଅନୁମାନ ହେବା ଉଚିତ କି ଯେଉଁ ଛାତ୍ର ସହିତ କିମ୍ବା ଯେଉଁ ପିଲା ସହିତ ଆମେ ବ୍ୟବହାର କରୁଛୁ ତାହାର ଦକ୍ଷତା କେତେ ରହିଛି । ଏହା ମାଆ-ବାପାଙ୍କୁ, ଶିକ୍ଷକଙ୍କୁ ଅନୁମାନ କରି ନେବା ଆବଶ୍ୟକ ଏବଂ ତାଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଆଉ ଏଥିପାଇଁ ମୋର ମାଆ-ବାପାଙ୍କୁ ଏହି ପରାମର୍ଶ ରହିବ କି ଆପଣ କେତେ ବଡ଼ ବୟସର ହୁଅନ୍ତୁ ନା କାହିଁକି, ଆପଣଙ୍କ ପିଲା କେତେ ବଡ଼ ହୁଅନ୍ତୁ ନା କାହିଁକି, ଆପଣ ପ୍ରତିକ୍ଷଣ ନିଜ ପାଇଁ ପିଲାମାନଙ୍କ ପାଇଁ ନୁହେଁ, ନିଜ ପାଇଁ ମନରେ ଭାବ ସୃଷ୍ଟି କରନ୍ତୁ କି ଆପଣ ଯେତେବେଳେ ଆପଣଙ୍କ ପିଲା ଦୁଇ ବର୍ଷର ଥିଲା, ତିନି ବର୍ଷର ଥିଲା, ଚାରି ବର୍ଷର ଥିଲା, ସେତେବେଳେ ମାତା-ପିତା ଭାବେ ଆପଣ ତାସହିତ କିପରି ବ୍ୟବହାର କରୁଥିଲେ ? ଆପଣ ଚାହୁଁଥିଲେ କି ପିଲା ଚାଲୁ, ତ କଣ କରୁଥିଲେ- ଦୂରରେ ଠିଆ ହୋଇ ତାକୁ ଆସ, ଆସ, ଆସ ଏପରି କହି ଡାକୁଥିଲେ ନା । ଚାଲ, ଦୌଡ଼, ଦେଖ, ଦେଖ, ଦେଖ, ଏହା କରୁଥିଲେ ନା କରୁ ନଥିଲେ ? ସେହି ପିଲା ଦୌଡ଼ୁଥିଲା ନା ଦୌଡ଼ୁ ନଥିଲା ? କୌଣସି ଚାପ ପକାଉଥିଲେ କି ? ଏଭଳି ଧରିକି ଚାଲ, ଏମିତି କରୁଥିଲେ କି ? କରୁ ନଥିଲେ, ଆପଣ ତାକୁ ସ୍ନେହରେ ପ୍ରେରଣା ଦେଉଥିଲେ, ଉତ୍ସାହିତ କରୁଥିଲେ, ତାଭିତରେ ଥିବା ଶକ୍ତିକୁ ଜାଗ୍ରତ କରିବା । ଆଚ୍ଛା ମାନି ନିଅ, ଚାଲୁ ଚାଲୁ ପଡ଼ି ଯାଉଥିଲା ତ କଣ କରୁଥିଲେ, ଚଟକଣା ମାରୁଥିଲେ କି? ଅଧ ଘଣ୍ଟା ଧରି ମୁଁ କରୁଛି ଆଉ ତୁମେ ଚାଲି ପାରୁ ନାହଁ, ପୁଣି ପଡ଼ିଗଲ । କେତେଥର ଠିଆ କରିବି, ଏଭଳି କୌଣସି ମାଆ କରୁଥିଲେ; କରି ନଥାଆନ୍ତି । ଆଉ ବାହା ବାହା! ସାବାସ! ତାଳି ବଜାଉଥିଲେ, ପିଲା ପଡ଼ିଯାଏ ଆଉ ମାଆ ତାଳି ବଜାଉଛନ୍ତି । କେହି ବହୁତ ବଡ଼ ବୁଦ୍ଧିମାନ ବ୍ୟକ୍ତି ହୁଅନ୍ତୁ ତ ସେ କହିବେ, ଦେଖ ହେଉଛନ୍ତି କିଭଳି ମାଆ, ପିଲା ପଡ଼ିଗଲା, ଆଉ ମାଆ ତାଳି ବଜାଉଛନ୍ତି । କିନ୍ତୁ ସେହି ମାଆକୁ ଜଣାଅଛି କି ଏବେ ଚାଲୁ-ଚାଲୁ ପଡ଼ିଯାଇଛି, ମୋତେ ତାହାକୁ ଉତ୍ସାହିତ କରିବାର ଅଛି । ମୁଁ ମାଆ-ବାପାଙ୍କୁ ଏହା କହିବି କି ଆପଣ, ପିଲା ବଡ଼ ହୋଇ ଯାଇଛନ୍ତି, ଏହା ସ୍ୱୀକାର କରନ୍ତୁ, ଏହା ନୁହେଁ କି ସେ ଏବେ ମଧ୍ୟ ଦୁଇ ତିନି ବର୍ଷର ହୋଇଛି । ପିଲା ବଡ଼ ହୋଇ ଯାଇଛି, ତାହା ସ୍ୱୀକାର କରନ୍ତୁ । କିନ୍ତୁ ନିଜକୁ ଆପଣ ଯେତେବେଳେ ସେ ତିନି ବର୍ଷର, ଚାରି ବର୍ଷର ପିଲା ଥିଲା, ସେତେବେଳେ ଆପଣଙ୍କର ଯେଉଁ ମାନସିକତା ଥିଲା, ତାହାକୁ ସାହାଯ୍ୟ କରିବା ପାଇଁ, ତାହାକୁ ସାରା ଜୀବନ ଜୀବନ୍ତ ରଖନ୍ତୁ, ତାକୁ କେବେ ମରିବାକୁ ଦିଅନ୍ତୁ ନାହିଁ । ଯେଉଁ ପରିବାରରେ ମାଆ-ବାପାଙ୍କର ଏହି ଚିନ୍ତାଧାରା ଥାଏ, ମୁଁ ମୋ ପିଲାମାନଙ୍କୁ ସେମାନଙ୍କୁ ଯେଉଁଠାକୁ ଯିବାକୁ ଅଛି, ଯେପରି ଯିବାର ଅଛି, ରାସ୍ତା ଯଦି ଠିକ୍ ଅଛି ତ ମୁଁ ସଦା ସର୍ବଦା ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ କରିବି । ବୁଝାଇବା ଦରକାର, ଚାପ ପକାଇବା ଦରକାର ନାହିଁ । ଏବେ ବୁଝାଇବା ଏବଂ ଚାପ ମଧ୍ୟରେ ବହୁତ ହିଁ ସୂକ୍ଷ୍ମ ରେଖା ଅଛି । ଏହି ସନ୍ତୁଳନ କିପରି ସୃଷ୍ଟି କରିବା ଆଉ ଏଥିପାଇଁ ମୁଁ ପିଲାମାନଙ୍କୁ ମଧ୍ୟ ଅନୁରୋଧ କରିବି ଏବଂ ମାଆ-ବାପାଙ୍କୁ ମଧ୍ୟ ଅନୁରୋଧ କରିବି କି ସେମାନେ କେବେ ଯେଉଁମାନଙ୍କ ସହିତ ପିଲାମାନେ ନିଜକୁ ଭଲ ମଣୁଛନ୍ତି, ସେମାନଙ୍କୁ କେବେ କୁହନ୍ତୁ କି ସେମାନେ ସମୟ ବାହାର କରି ଆସନ୍ତୁ, ଜେଜେବାପା-ଜେଜେମାଆ ହୁଅନ୍ତୁ, ଅଜା-ଆଈ ହୁଅନ୍ତୁ, ଦାଦା-ଖୁଡ଼ୀ ହୁଅନ୍ତୁ, କେହି ଜଣେ ଅଧେ ଶିକ୍ଷକ ହୁଅନ୍ତୁ, ସେମାନଙ୍କୁ କୁହନ୍ତୁ ଟିକେ ଘରକୁ ଆସନ୍ତୁ ଚା ପିଇବା ପାଇଁ ଆଉ ଧୀରେ ପିଲାଙ୍କୁ ତାଙ୍କ ପାଖରେ ଛାଡ଼ି ଦିଅନ୍ତୁ ଆଉ ଆପଣ ଅନ୍ୟ କୋଠରୀକୁ ଚାଲି ଯାଆନ୍ତୁ, ଆଉ ସେହି ଅଭିଭାବକଙ୍କୁ କହିକରି ଦେଖନ୍ତୁ କି ସେ ତାସହିତ କଥା ହୁଅନ୍ତୁ, ମନ ଖୋଲି କଥା ହୁଅନ୍ତୁ, ସେମାନେ ତାଠାରୁ ଯାହା ଖୋଜନ୍ତି ଆଉ ପୁଣି ସେ ବାପା-ମାଆଙ୍କୁ ଏକୁଟିଆ କହି ଦିଅନ୍ତୁ ମୁଁ ତାସହିତ ଅଧ ଘଣ୍ଟା କଥା ହେଲି । ଏହା ତାମନରେ ସୃଷ୍ଟି ହୋଇଛି । ଆପଣମାନଙ୍କୁ ତାସହିତ କଥା ହେବା ଦରକାର, ଯଦି ସେ ଟିକେ ମେକାନିଜିମ୍ ହୋଇ ଯାଇଥାଏ; ପ୍ରଥମେ ଏହି ମେକାନିଜିମ ଥିଲା, କାରଣ ଯୌଥ ପରିବାର ଥିଲା, ଘରେ ଏବଂ ଭାରତର ପିଲା ସୁପର ରାଜନେତା ହୋଇଥାଏ । ତାକୁ ଯଦି ସିନେମା ଦେଖିବାକୁ ଯିବାର ଅଛି, ତାକୁ ଜଣା ଅଛି ବାପା ମନା କରିବେ, ତ ଜେଜେମାଆ ପାଖକୁ ଯିବ । ତାକୁ ଜଣାଅଛି କି ନୂଆ କପଡ଼ା ଆଣିବାର ଅଛି, ମାଆ ମନା କରିବେ ତ ବାପାଙ୍କ ପାଖକୁ ଯିବ । ତାକୁ ଭଲ ଭାବେ ଜଣାଥାଏ ଘରେ କାହା ଦ୍ୱାରା କଣ କରାଇବାର ଅଛି । ଏହି କ୍ଷମତା ତାମଧ୍ୟରେ ଆସି ଯାଇଥାଏ । ସେହି ପିଲାକୁ ପରିବାରରେ ମଧ୍ୟ ଏହି ରୂପରେ ଗଢ଼ିଦେଲେ, ଏହାର ଅର୍ଥ ଏହା ନୁହେଁ କି ତାକୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ ନ କରିବା । ନୁହେଁ ଭାଇ, ମୋଦୀ ମହୋଦୟ କହି ନଥିଲେ ଅଧିକ ମୁଣ୍ଡ ଖେଳାଅ ନାହିଁ, ଏପରି ନୁହେଁ । ଆପଣ ତାକୁ ଜାଣନ୍ତୁ, ଜାଣି ତାକୁ ଜଣାନ୍ତୁ କି ଦେଖ୍, ତୋ ଭିତରେ ଏହି ଶକ୍ତି ରହିଛି, ତୋ ମଧ୍ୟରେ ଏହି ବିଶେଷତ୍ୱ ଅଛି । ତୁମେ ଏହାକୁ କାହିଁକି ଉପଯୋଗ କରୁ ନାହଁ, ଦେଖ ପ୍ରୟାସ କର । ଯେତେ ଅଧିକ ପ୍ରୋତ୍ସାହିତ କରିବେ, ତାହାର ପରିମାଣ ସେତେ ଅଧିକ ମିଳିବ; ଯେତେ ଚାପ ପ୍ରୟୋଗ କରିବେ ସମସ୍ୟାକୁ ସେତିକି ଅଧିକ ଶକ୍ତି ମିଳିବ । ଏବେ ମାଆ-ବାପାଙ୍କୁ ସ୍ଥିର କରିବାର ଅଛି, ଶିକ୍ଷକଙ୍କୁ ସ୍ଥିର କରିବାର ଅଛି କି ଆମକୁ ସମସ୍ୟାକୁ ଶକ୍ତି ଦେବାର ଅଛି କି ପ୍ରୋତ୍ସାହିତ କରି ତାହାକୁ ହିଁ ଶକ୍ତିରେ ପରିବର୍ତ୍ତିତ କରିବାର ଅଛି । ମୁଁ ରାସ୍ତା ବାଛିବି- ପ୍ରୋତ୍ସାହିତ କରିବା, ପ୍ରତ୍ୟେକ ପିଲାଙ୍କ ଶକ୍ତିକୁ ଜାଗ୍ରତ କରିବା, ତାକୁ ପ୍ରୋତ୍ସାହିତ କରିବା, ଏହାକୁ ମୁଁ ଗୁରୁତ୍ୱ ଦେବି

 

 

ପ୍ରସ୍ତୁତକର୍ତ୍ତା – ଧନ୍ୟବାଦ ପ୍ରଧାନମନ୍ତ୍ରୀ ଆଜ୍ଞା, ଜଣେ ଭଲ ବନ୍ଧୁ ଓ ମାର୍ଗ ଦର୍ଶନ ପାଇଁ । ଆମେ ଆଶା କରିବା ଆମ ମାତା-ପିତାମାନେ ଏହି କାର୍ଯ୍ୟକ୍ରମ ଦେଖୁଥିବେ । ୟୁନେସ୍କୋର ଐତିହ୍ୟ ଗୁମ୍ଫା ପାଇଁ ପ୍ରସିଦ୍ଧ ସହରରୁ ଆସିଥିବା ଦ୍ୱାଦଶ ଣ୍ରେଣୀର ଛାତ୍ରୀ ପ୍ରେରଣା ମନୱର । ସେ ଔରଙ୍ଗାବାଦ କନ୍ନଡ଼ର ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢୁଛନ୍ତି ଏବଂ ପ୍ରଶ୍ନ ପଚାରିବା ପାଇଁ ଆମ ସହିତ ଯୋଡି ହୋଇଛନ୍ତି । ଦୟାକରି ଆପଣ ନିଜର ପ୍ରଶ ପଚାରନ୍ତୁ?

ପ୍ରଶ୍ନକର୍ତ୍ତା– ସୁପ୍ରଭାତ ସାର, ମୋର ନାମ ପ୍ରେରଣା ମନୱର । ମୁଁ ମହାରାଷ୍ଟ୍ରର ଔରଙ୍ଗାବାଦ କନ୍ନଡ଼ ଜବାହର ନବୋଦୟ ବିଦ୍ୟାଳୟର ଦ୍ୱାଦଶ ଣ୍ରେଣୀ ବିଜ୍ଞାନର ଛାତ୍ରୀ । ମହାଶୟ, ମୋର ଆପଣଙ୍କୁ ପ୍ରଶ୍ନ ହୋଉଛି, ମୋର ମାତା-ପିତା ସବୁବେଳେ କୁହନ୍ତି ମୁଁ ସବୁବେଳେ ପାଠ ପଢିବା ପାଇଁ ସକାଳୁ ଉଠେ, କିନ୍ତୁ ମୁଁ ରାତିରେ ପେଚା ଭଳି ଅନିଦ୍ରା ରହି ପାଠ ପଢିବା ପାଇଁ ଭଲ ପାଏ । ମୁଁ କେବେ ଅତି ସକାଳୁ ଉଠି ପାରିବି ନାହିଁ । ମହୋଦୟ, ମୁଁ କଣ କରିବି ? ଧନ୍ୟବାଦ ଆଜ୍ଞା ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ପ୍ରେରଣା । ଏହା ସହିତ ମେଳ ଖାଉଥିବା ଆଉ ଏକ ପ୍ରଶ୍ନ ମଧ୍ୟ ରହିଛି । ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, କେନ୍ଦ୍ର ଶାସିତ ଅଞ୍ଚଳଦାଖର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 12ଶ ଶ୍ରେଣୀର ଛାତ୍ର ଷ୍ଟାନଜିନ୍ ସଭାକକ୍ଷରେ ଉପସ୍ଥିତ ଅଛନ୍ତି । ସେ ମାନ୍ୟବରଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି । ଷ୍ଟାନଜିନ୍ ନିଜ ପ୍ରଶ୍ନ ପଚାରନ୍ତୁ ।

ପ୍ରଶ୍ନକର୍ତ୍ତା– ଶୁଭ ଅପରାହ୍ନ ଆଜ୍ଞା, ମୋର ନାମ ଷ୍ଟାନଜିନ୍ । ମୁଁ 12ଶ ଶ୍ରେଣୀରେ ପଢୁଛି ଏବଂ ମୋ ସ୍କୁଲର ନାମ ହେଉଛି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମୁଁ  ଲେହ-ଲଦାଖରୁ ଆସିଛି । ଆଜ୍ଞା, ମୋର ପ୍ରଶ୍ନ ହେଉଛି, ପାଠ ପଢିବା ପାଇଁ କେଉଁ ସମୟ ହେଉଛି ସବୁଠାରୁ ସର୍ବଶ୍ରେଷ୍ଠ ସମୟ ? ଏହା ଭୋର ସକାଳ ଅବା ବିଳମ୍ବ ରାତି ? ଆପଣ ଆମକୁ ପରାମର୍ଶ ଦେଇ ପାରିବେ ?

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ଷ୍ଟାନଜିନ୍ । ଏହିଭଳି ଆଉ ଏକ ପ୍ରଶ୍ନ । ଆଗାମୀ ପ୍ରଶ୍ନ ପାଇଁ ମୁଁ ଜବାହର ନବୋଦୟ ବିଦ୍ୟାଳୟ ତ୍ରିପୁରାର ଛାତ୍ର ଶୁଭାଶିଷ ଚକାମଙ୍କୁ ଡାକୁଛି । ଶୁଭାଶିଷ ଦୟାକରି ନିଜର ପ୍ରଶ୍ନ ପଚାରନ୍ତୁ ।

ପ୍ରଶ୍ନକର୍ତ୍ତା– ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ, ଶୁଭ ଅପରାହ୍ନ । ମୁଁ ହେଉଛି ଶୁଭାଶିଷ ଚକାମ୍, ସିଲଂ ଅଂଚଳର ଜବାହର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର । ମହାଶୟ, ବାସ୍ତବରେ ମୋ ବଡ଼ ଭଉଣୀ ମୋତେ ସବୁବେଳେ ଗାଳି ଦେଉଛନ୍ତି, କାରଣ ଅଧିକାଂଶ ସମୟରେ ମୁଁ ବିଳମ୍ବିତ ରାତି ଯାଏ ପାଠ ପଢେ ଏବଂ କେବେ ବଡି ଭୋରରୁ ଉଠିପାରେ ନାହିଁ । ଆଜ୍ଞା ମୋର ପ୍ରଶ୍ନ ହେଉଛି ମୁଁ କିଛି ଭୁଲ କରୁଛି କି ? ଦୟାକରି ମୋତେ କୁହନ୍ତୁ ଆଜ୍ଞା, ଆପଣ କଣ କହିବାକୁ ଚାହୁଁଛନ୍ତି ? ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ଶୁଭାଶିଷ, ମାନ୍ୟବର ପ୍ରେରଣା, ଷ୍ଟନଜିନ୍ ଏବଂ ଶୁଭାଶିଷ- ପାଠ ପଢିବା ସର୍ବୋତ୍ତମ ସମୟ ହେଉଛି କେତେବେଳ, ଆପଣଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି ।

ପିଏମ୍- କେତେବଡ଼ ନିର୍ଦ୍ଦୋଷ ପ୍ରଶ୍ନ ପଚରାଯାଇଛି । ଏହି ପ୍ରଶ୍ନ ଯୋଗୁଁ ମୋ ମନରେ ଆଉ ଏକ ବିଚାର ଏହା ଆସିଛି- ଏହି ପ୍ରଶ୍ନର ଉଦ୍ଦେଶ୍ୟ ହେଉଛି ପରୀକ୍ଷା ଉପରେ ଚର୍ଚ୍ଚା, ଏହି କାର୍ଯ୍ୟକ୍ରମ ସଫଳ ହୋଇଛି । ଆଉ ଏଥିରୁ ମଧ୍ୟ ଜଣାପଡୁଛି କି ଆମର ଶିକ୍ଷକମାନଙ୍କ ପାଇଁ, ଶିକ୍ଷା ଜଗତର ଲୋକମାନଙ୍କ ପାଇଁ ମଧ୍ୟ ଆମର ଯୁବ ପିଢ଼ୀଙ୍କ ନିକଟରେ ଏଭଳି ପ୍ରଶ୍ନର ଉତ୍ତର ପାଇବା ପାଇଁ କିଛି ଅଭାବ ପରିଲକ୍ଷିତ ହେଉଛି, କୌଣସି ଶୂନ୍ୟସ୍ଥାନ ଥିବା ଅନୁଭବ କରି ହେଉଛି । ମୁଁ ଚାହିଁବି କି ସମସ୍ତ ଅଭିଭାବକମାନଙ୍କ ଠାରୁ, ସମସ୍ତ ଶିକ୍ଷକଙ୍କଠାରୁ କି ଆପଣ ଓ ଛାତ୍ରମାନଙ୍କ ମଧ୍ୟରେ ଆପଣଙ୍କର ଏଭଳି ସମ୍ପର୍କ ରହୁ କି ଏହିଭଳି ଛୋଟ ଛୋଟ ସମସ୍ୟାଗୁଡ଼ିକ ବିଷୟରେ ମଧ୍ୟ ସେ ଆପଣମାନଙ୍କ ସହିତ ମନ ଖୋଲି କଥା ହୋଇ ପାରିବେ । ଯେତେ ଅଧିକ ସେମାନଙ୍କ ମଧ୍ୟରେ ଖୋଲା ଖୋଲି ମନୋଭାବ ଆସିବ, ସେତିକି ହିଁ ସେମାନଙ୍କର ସୁସ୍ଥ ବିକାଶରେ ବହୁତ କାର୍ଯ୍ୟରେ ଆସିବ ।  ମୁଁ ଏହି ସମସ୍ତ ଯୁବକ ସାଥୀମାନଙ୍କ ନିକଟରେ କୃତଜ୍ଞ ଯେ ସେମାନେ ମୋତେ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଲେ, ପୁଣି ମଧ୍ୟ କିଛି ଲୋକ ସେମାନଙ୍କୁ କହିବେ ବନ୍ଧୁ, ତୁମକୁ ସୁଯୋଗ ମିଳିଲା, ତୁମେ ଏହି ପ୍ରଶ୍ନ ପଚାରିଲ କି ? କିନ୍ତୁ ମୁଁ ଏହାକୁ ବଡ଼ ମହତ୍ୱ ଦେଉଛି ଆଉ ମୋତେ ସନ୍ତୋଷ ମିଳିଛି କି ଏହି ପିଲାମାନେ ମୋତେ ନିଜର ବୋଲି ଭାବିଛନ୍ତି ଆଉ ଯେଉଁ କଥା ନିଜ ମାଆକୁ ନିଜ ବାପାଙ୍କୁ ପଚାରି ପାରି ଥାଆନ୍ତେ, ବଡ଼ ଭଉଣୀଙ୍କୁ ପଚାରି ପାରି ଥାଆନ୍ତେ, ସେମାନେ ଆଜି ମୋତେ ପଚାରିଲେ । ଏହି ଆପଣାର ଭାବର ଆନନ୍ଦ ଅନ୍ୟ କିଛି ହୋଇଥାଏ, ଯାହା ଆଜି ମୁଁ ଅନୁଭବ କରୁଛି । ଏବେ ଏହାର ଉତ୍ତର ଦେବା ମୋ ପାଇଁ ହେଉଛି ବହୁତ କଷ୍ଟକର । ଏଥିପାଇଁ କଷ୍ଟକର କି ରାତିରେ ଉଜାଗର ରହିବା ଅବା ସକାଳୁ ଉଠିବା, ଏହା ହେଉଛି ପ୍ରସଙ୍ଗ ଏବେ ମୁଁ ହେଉଛି 50 ପ୍ରତିଶତ ଅଧିକାରୀ କହିବା ପାଇଁ କିନ୍ତୁ 50 ଭାଗ ନୁହେଁ । ଏଥିପାଇଁ 50 ଭାଗର ଅଧିକାରୀ କାରଣ ମୁଁ ସକାଳେ ବହୁତ ଶୀଘ୍ର ଉଠୁଛି, ଏଥିପାଇଁ ମୋତେ କହିବାର ଅଧିକାର ରହିଛି । କିନ୍ତୁ 50 ଭାଗ ଏଥିପାଇଁ କହୁଛି କି ଏବେ ମୋର ଡ୍ୟୁଟି ଏଭଳି ପାଲଟି ଯାଇଛି କି ରାତିରେ ଶୀଘ୍ର ଶୋଇ ପାରୁ ନାହିଁ ଏବଂ ଏଥିପାଇଁ ଯେଉଁ ଆଦର୍ଶ ବ୍ୟବସ୍ଥା ହେଉ, ତାହାର ଅଧା ତ ମୁଁ ପରିପାଳନ କରୁଛି, କିନ୍ତୁ ଅଧା ମୁଁ କରି ପାରୁ ନାହିଁ । ଆଉ ମୁଁ ଯେତେବେଳେ ନିଜେ କରି ପାରୁ ନାହିଁ ତ ନୈତିକତା ଦୃଷ୍ଟିକୋଣରୁ ଆପଣମାନଙ୍କୁ କହି ପାରିବି ନାହିଁ । କିନ୍ତୁ ଆପଣ ମଧ୍ୟ ଜାଣିଛନ୍ତି ଯେ ସାରା ଦିନର କାର୍ଯ୍ୟ, କ୍ଳାନ୍ତ, ଭିନ୍ନ-ଭିନ୍ନ ମନରେ କିଛି ଘଟଣା, ସମ୍ପୂର୍ଣ୍ଣ ଦିନ ବିତିଥାଏ, ଏହି କଥା ଧୀରେ ଧୀରେ ଯୋଡି ହୋଇ ଯାଇଥାଏ । ଆପଣ କଳ୍ପନା କରି ପାରିବେ କି ସନ୍ଧ୍ୟା ସମୟରେ ଆପଣଙ୍କ ମସ୍ତିଷ୍କ କେତେ ପରିମାଣରେ ବ୍ୟସ୍ତ ରହିବ । ଆଉ ଯଦି ଆପଣ ରାତିରେ ପଢ଼ିବା ପାଇଁ ଆଗ୍ରହୀ ଅଛନ୍ତି ତ ଚିନ୍ତା କରନ୍ତୁ କଣ ପ୍ରକୃତରେ କଣ ଆପଣଙ୍କର ମନ ସଂପୂର୍ଣ୍ଣ ଭାବେ ଖାଲି ରହିଥିବ କି, ନା ନଥିବ । ପୂର୍ବରୁ ବ୍ୟସ୍ତ କରୁଥିବା ବହୁତଗୁଡ଼ିଏ ଜିନିଷ ରହିଥିବ, ବହୁତଗୁଡ଼ିଏ ଜିନିଷ ଭରି ରହିଥିବ । ଆଉ ସାରା ଦିନର କିଛି ଘଟଣା ରହିଥିବ ତ ତାହାର କ୍ରିୟା-ପ୍ରତିକ୍ରିୟା ମଧ୍ୟ ମନ ଭିତରେ ଚାଲୁ ରହିଥିବ । ଆଉ ଏଥିପାଇଁ ସମ୍ଭବ ହୋଇପାରେ କି ରାତିରେ ଆପଣ ସେତେ ପରିମାଣରେ ଫୋକସ କରି ପାରୁ ନଥିବେ । ହେଉଛି ସମ୍ଭବ । କିନ୍ତୁ ଏହା ହେଉଛି ସତ୍ୟ କି ଗଭୀର ନିଦ ପରେ ଆଉ ମୁଁ ଏହା ତ କହିବି ନାହିଁ କି ରାତି ତିନିଟାରେ ଉଠିକି ପଢ଼, ନହେଲେ ପୁଣି ଆପଣ ମାଆଙ୍କୁ ଉଠାଇବେ, ମାଆ ତିନିଟାରେ ଉଠିବାକୁ ଅଛି, ଚାପିଆନ୍ତୁ । କିନ୍ତୁ ପ୍ରାୟତଃ ସୂର୍ଯ୍ୟ ଉଦୟ ପୂର୍ବରୁ ପ୍ରସ୍ତୁତ ହୋଇ ଯଦି ପଢ଼ିବାକୁ ଆରମ୍ଭ କରିବେ ତ ଆପଣ ସଂପୂର୍ଣ୍ଣ ଭାବେ ସୁସ୍ଥ ମନରେ ରହି ଥାଆନ୍ତି । ଯେପରି ବର୍ଷା ପରେ ଆକାଶ ସଂପୂର୍ଣ୍ଣ ଭାବେ ସଫା ନଜର ଆସିଥାଏ, ସେହିପରି ମନ ମଧ୍ୟ ହୋଇଥାଏ । ଏବେ ଆପଣମାନେ ଚିନ୍ତା କରନ୍ତୁ ସେହି ସମୟରେ ଆପଣ ଯାହାକିଛି ପଢ଼ିବେ, ତାହା ଅଧିକ ମନେ ରହିବ କି ନାହିଁ ? ଆଉ ଏଥିପାଇଁ ଆମର ଏଠି ଅନୁଭବ ଦ୍ୱାରା ଏହା ଧରି ନିଆ ଯାଇଛି ଏବଂ ବୋଧହୁଏ ସମଗ୍ର ଦୁନିଆରେ ମଧ୍ୟ ମାନି ନିଆଯାଇଛି, ମୋ ପାଖରେ କୌଣସି ବୈଜ୍ଞାନିକ ବିଶ୍ଳେଷଣ ତ ନାହିଁ, ଆଉ ଯାହା ମାନି ନିଆ ଯାଇଛି ଆଉ ଯେଉଁଥିରେ ମୋର ବିଶ୍ୱାସ ମଧ୍ୟ ରହିଛି କି ସକାଳର ସମୟ ବହୁତ ହିଁ ଭଲ ହୋଇଥାଏ, ସତେଜ ହୋଇଥାଏ, ଥକାପଣ ରହି ନଥାଏ ଏବଂ ଅଧ୍ୟୟନରୁ ହିଁ ଆରମ୍ଭ କରିବା ତ ଖୁବ ଭଲ ହେବ । କିନ୍ତୁ ମୋତେ ଲାଗୁ ନାହିଁ କି ଅଧିକାଂଶ ବିଦ୍ୟାର୍ଥୀଙ୍କର ଏହା ହେଉଛି ଏକ ଅସୁବିଧା । ଆପଣଙ୍କ ପାଇଁ ଏହା ଆଦୌ ଜରୁରୀ ନୁହେଁ କି ରାତିରେ ପଢ଼ିବା କିମ୍ବା ଦିନରେ ପଢ଼ିବା । ପ୍ରତ୍ୟେକଙ୍କର ନିଜସ୍ୱ କୌଣସି ବିଶେଷତ୍ୱ ରହିଥାଏ, ନିଜସ୍ୱ ଅଭ୍ୟାସ ରହିଥାଏ ଏବଂ ଆପଣ ଯେଉଁଥିରେ ନିଜକୁ ସହଜ ମନେ କରୁଛନ୍ତି ତାହା ହିଁ କରନ୍ତୁ । ସିଦ୍ଧାନ୍ତ କହେ କି ସକାଳୁ ଉଠିବା ଠିକ୍ ଅଟେ, କିନ୍ତୁ ପୁଣି ମଧ୍ୟ ଯଦି ଆପଣ ସେଥିରେ ନିଜକୁ ସହଜ ମନେ କରୁ ନାହାଁନ୍ତି ତ ଠିକ୍ ଅଛି ଚିନ୍ତା କରନ୍ତୁ ନାହିଁ ଭାଇ; ରାତିରେ ପଢ଼ି ନିଅନ୍ତୁ । ନହେଲେ ପୁଣି କଣ ହେବ କି ଯେତେବେଳେ ଫଳାଫଳ ଆସିବ ସେତେବେଳେ ଆପଣ ଆପଣଙ୍କ ଭଉଣୀଙ୍କୁ କହିବେ କି ତୁମରି ପାଇଁ ମୋର ଫଳାଫଳ ଭଲ ଆସିଲା ନାହିଁ । କାହିଁକି, କାହିଁକି ନା ତୁମୋ ମୋତେ ରାତିରେ ପଢ଼ିବାକୁ ଦେଉ ନଥିଲୁ, ସକାଳେ ପଢ଼ିବାକୁ କହୁଥିଲୁ । ତ ଏଭଳି ହେବା ଉଚିତ ନୁହେଁ । ଅସୁବିଧା ସବୁ ବିଦ୍ୟାର୍ଥୀଙ୍କ ପାଇଁ ହୋଇଥାଏ । କିନ୍ତୁ ଅନ୍ୟ ଏକ କଥା ଅଛି -ଅଧିକାଂଶ ବିଦ୍ୟାର୍ଥୀଙ୍କ ଜୀବନରେ କଣ ହୋଇଥାଏ, ହୋଇପାରେ ଆପଣଙ୍କ ଜୀବନରେ ହୋଇ ନଥିବ । କିନ୍ତୁ ମୁଁ ଯେତେବେଳେ ପଢ଼ୁଥିଲି ତ ଆମ ସବୁ ସାଥୀଙ୍କ ଭିତରେ ରହିଥିଲା । ଆପଣଙ୍କର ହୋଇଥାଏ କିମ୍ବା ନ ହୋଇ ଥାଇପାରେ, ସେ ସମ୍ପର୍କରେ ମୁଁ କୌଣସି ରାୟ ଦେଇ ପାରିବି ନାହିଁ । ତାହା ହେଉଛି କ? ଯେତେବେଳେ ସ୍କୁଲ ଆରମ୍ଭ ହେଉଥିଲା, ଫଳାଫଳ ଯେତେବେଳେ ବାହାରୁଥିଲା ତ ମନରେ ସ୍ଥିର କରି ନେଉଥିଲୁ କି ଆସନ୍ତାଥରକୁ ସ୍କୁଲ ଆରମ୍ଭ ହେବା ସମୟରୁ ହିଁ ପାଠ ପଢ଼ା ଆରମ୍ଭ କରି ଦେବୁ । ତାପରେ ବାସ୍ ଆସନ୍ତା ମାସରେ ଆରମ୍ଭ କରିଦେବି, ବାସ୍ ପ୍ରଥମ ପରୀକ୍ଷା ପରେ ପରେ ଆରମ୍ଭ କରିଦେବି । ଅନ୍ୟ କିଛି କଣ କରନ୍ତି- ନାହିଁ, ଆଜି ରାତିରେ ହିଁ ପଢ଼ିବି । ମାଆ ବହୁତ ଗରିଷ୍ଠ ଆହାର ପ୍ରସ୍ତୁତ କରିବ ନାହିଁ । ନିଦ ଯେପରି ଆସିଯିବ ସେପରି ଖାଦ୍ୟ ତିଆରି କରିବ ନାହିଁ, କେବଳ ପାସ୍ତା ଇତ୍ୟାଦି ଟିକେ ହେଲେ ଚଳିଯିବ । ମାଆଙ୍କୁ ମଧ୍ୟ ଜଣାପଡ଼େ କି ହଁ, ଇଏ ଏବେ ପଢ଼ିବାକୁ ଅଛି ତ ରାତିରେ ଯାହା କିଛି ଖାଇବାକୁ ଚାହୁଁଛି.. ପିଜା ଚାହୁଁଛି ତ ପିଜା, ପାସ୍ତା ଚାହୁଁଛି ତ ପାସ୍ତା, ପାଣିପୁରୀ ଚାହୁଁଛି ତ ପାଣିପୁରୀ, ଗୁପଚୁପ୍ ଚାହୁଁଛି ତ ଗୁପଚୁପ୍, ପିଲାମାନଙ୍କୁ ପଢ଼ିବାକୁ ଅଛି ନା ମାଆ ପ୍ରସ୍ତୁତ କରି ଦିଅନ୍ତି । ପୁଣି ମନ କରିଥାଏ- ମାଆ ଆଜି କିଛି ମଜା ଆସୁନି । ଏମିତି କର କି ମାଆ ମୋତେ ସକାଳ ଛଅଟାରେ ଉଠାଇ ଦେବ । ବିଚାରି ମାଆ ପାଂଚଟାରେ ଉଠି ପ୍ରସ୍ତୁତ ହୋଇଯାଏ କି ତାପିଲା ସକାଳୁ ଉଠି ପଢ଼ିବାକୁ ଚାହୁଁଛି ତ ସେ- ତାକୁ କଣ ଦରକାର, ଚାଦରକାର, କଫି ଦରକାର, କ୍ଷୀର ଦରକାର; ସବୁକିଛି ବ୍ୟବସ୍ଥା କରିଥାଏ ଆଉ ପୁଣି ଆମେ ଛଅଟାରେ, ନାଇଁ ମାଆ, ରାତିରେ ନିଦ ହେଲାନି ତ ଏବେ ନୁହେଁ, ଆଜି ପୁଣି ରାତିରେ ପଢ଼ିବି । ଏପରି ହୋଇଥାଏ ନା ? କେବେ ରାତିରେ ମାଆଙ୍କୁ ଉଜାଗର ରଖିଦେବା, କେବେ ମାଆଙ୍କୁ ସକାଳୁ ଉଠାଇଦେବା ଆଉ କେବେ ସାରା ପରିବାରଙ୍କୁ ହିଁ ସକାଳୁ ଉଠାଇଦେବା । ଆଉ ଆମେ ନିଜର ସମୟ ସାରଣୀ ବଦଳାଇ ଚାଲିଥାଉ । ଦେଖନ୍ତୁ, ମୁଁ ଭାବୁଛି ଏହା ଆମ ସହିତ ଅନ୍ୟାୟ ହେଉଛି । ଅସୁବିଧା ରହିଛି ଆମେ ସକାଳୁ ପଢ଼ିବା କିମ୍ବା ରାତିରେ ପଢ଼ିବା, ତାଠାରୁ ଅଧିକ ଅସୁବିଧା ହେଉଛି ଯେ ଆମେ ପଢ଼ିବାର ବାହାନା ଖୋଜିବା ବଦଳରେ ନ ପଢ଼ିବାର ବାହାନା ଖୋଜି ଚାଲିଥାଉ ଆଉ ତାହାର ବୋଝକୁ ସମଗ୍ର ପରିବାର ଉପରେ ଆଣି ଥୋଇ ଦେଇଥାଉ । ଯଦି ଆମେ ସେହି ଜିନିଷଗୁଡ଼ିକୁ ନିଜ ଉପରକୁ ନେବା ଏବଂ ସେଥିରେ ନିଜର ଅଭ୍ୟାସଗୁଡ଼ିକୁ ବଦଳାଇବା ତ ନିଶ୍ଚିତ ରୂପେ ଲାଭ ମିଳି ପାରିବ । ମୋର ସ୍ୱୟଂ ନିଜର ଅନୁଭବ ରହିଛି, ଆପଣ କେବେ ସୂର୍ଯ୍ୟ ଉଦୟ ସମୟରେ ପକ୍ଷୀମାନଙ୍କର ସ୍ୱର, ବିହଙ୍ଗମଙ୍କ ସ୍ୱର ଏବଂ ସୂର୍ଯ୍ୟାସ୍ତ ସମୟରେ ପକ୍ଷୀମାନଙ୍କର ସ୍ୱର, କେବେ କିଏ ଧ୍ୟାନ ଦେଇ ଶୁଣିଛନ୍ତି କି ? କେତେଜଣ ଶୁଣିଛନ୍ତି ? ଧ୍ୟାନ ପୂର୍ବକ ଶୁଣିଛନ୍ତି- ଦୁଇଟି ଯାକରେ ଫରକ ରହିଥାଏ । ସୂର୍ଯ୍ୟ ଉଦୟ ସମୟରେ ପକ୍ଷୀମାନଙ୍କର ସ୍ୱର ଭିନ୍ନ ହୋଇଥାଏ, ତାହାର ଲୟ ମଧ୍ୟ ଭିନ୍ନ ହୋଇଥାଏ, ସ୍ୱର ମଧ୍ୟ ଭିନ୍ନ ହୋଇଥାଏ ଏବଂ ସୂର୍ଯ୍ୟାସ୍ତ ସମୟରେ ମଧ୍ୟ ସ୍ୱର ବାହାର କରନ୍ତି । ଦୁଇଟି ଯାକରେ ଫରକ ରହିଥାଏ । ଏହାର ଅର୍ଥ ଏହା ହେଲା କି ପ୍ରକୃତିର କୌଣସି ନା କୌଣସି ପ୍ରଭାବ ହିଁ ତ ରହିଥାଏ ।  ଯଦି ଆମେ ଏହି ପ୍ରକୃତି ସହିତ ତାଳମେଳ ରଖି ଜୀବନକୁ ଜୀଇଁବା ତ ପ୍ରକୃତି ସହିତ ସଂଘର୍ଷ କରିବା ଛାଡ଼ି ଦେବା ଦରକାର । ପ୍ରକୃତି ସ୍ୱୟଂ ଆପଣଙ୍କୁ ସାହାଯ୍ୟ କରିବ, ଆପଣଙ୍କୁ ଆଗକୁ ନେବାରେ ସାହାଯ୍ୟ କରିବ । ଆଉ ଏଥିପାଇଁ ସମୟର ପସନ୍ଦ, ପରିସ୍ଥିତିର ପସନ୍ଦରେ ଯେଉଁଠାରେ ପରିବେଶର ପ୍ରଶ୍ନ ରହିଛି, ପ୍ରକୃତିର ପ୍ରଶ୍ନ ରହିଛି, ଆମକୁ ପ୍ରକୃତି ଅନୁକୂଳରେ ଯାଇ ସମୟ, ସମୟ ଖୋଜିବା ଆବଶ୍ୟକ । ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ପ୍ରଧାନମନ୍ତ୍ରୀ ଆଜ୍ଞା, ଆପଣ କରିଥିବା ଆଲୋଚନା ପାଇଁ । ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ତାଞ୍ଜାନିଆର ଇଣ୍ଡିଆନ ସ୍କୁଲ ଡାର-ଏସ୍ ସଲାମରୁ ଶୈଖ୍ ଖାନ ତାଙ୍କ ପ୍ରଶ୍ନ ପଚାରିବା ପାଇଁ ଆମ ସହିତ ଯୋଡ଼ି ହୋଇଛନ୍ତି, ଦୟାକରି ଆପଣଙ୍କ ପ୍ରଶ୍ନ ଉତଥାପନ କରନ୍ତୁ ।

ପ୍ରଶ୍ନକର୍ତ୍ତା– ସୁପ୍ରଭାତ ସାର୍, ମୁଁ ହେଉଛି ତାଞ୍ଜାନିଆର ଇଣ୍ଡିଆନ ସ୍କୁଲ ଡାର-ଏସ୍ ସଲାମରୁ ଶୈଖ୍ ଖାନ । ବେଳେବେଳେ ପ୍ରଶ୍ନ ପତ୍ର ପାଇବା ପରେ ଲେଖିବା ପାଇଁ ଆମର କିଛି ମଧ୍ୟ ମନେ ପଡ଼େ ନାହିଁ, ସେଭଳି ପରିସ୍ଥିତିରୁ ଆମେ କିପରି ବାହାରି ପାରିବୁ, ଧନ୍ୟବାଦ ସାର୍ ।

ପ୍ରସ୍ତୁତକର୍ତ୍ତା– ମାନ୍ୟବର, ଶୋଭିତ ରସ୍ତୋଗୀ ହେଉଛନ୍ତି ନୂଆଦିଲ୍ଲୀର ଆର.କେ.ପୁରମ କେନ୍ଦ୍ରୀୟ ବିଦ୍ୟାଳୟ ସେକ୍ଟର-4ର 12ଶ ଶ୍ରେଣୀର ଛାତ୍ର । ଆପଣଙ୍କୁ କିଛି ପଚାରିବାକୁ ଚାହୁଁଛନ୍ତି । ଶୋଭିତ ନିଜର ପ୍ରଶ୍ନ ପଚାରନ୍ତୁ ।

ପ୍ରଶ୍ନକର୍ତ୍ତା– ସୁପ୍ରଭାତ ମାନ୍ୟବର । ମୁଁ ହେଉଛି ଶୋଭିତ ରସ୍ତୋଗୀ, ନୂଆଦିଲ୍ଲୀ ଆର.କେ. ପୁରମର କେନ୍ଦ୍ରୀୟ ବିଦ୍ୟାଳୟ ସେକ୍ଟର-4ର 12ଶ ଶ୍ରେଣୀର ଛାତ୍ର । ମୁଁ ଉତ୍ତରପ୍ରଦେଶର ଶହାଜହାଁପୁର ଜିଲ୍ଲାରୁ ଆସିଛି । ମୋର ପ୍ରଶ୍ନ ହେଉଛି ଏହା ଯେ, ଆମେ ଯେତେବେଳେ ପରୀକ୍ଷା ଦେବା ପାଇଁ ପରୀକ୍ଷା ହଲ ଭିତରକୁ ଯାଉ ତ ମୋତେ ଏମିତି ଲାଗୁଛି କି ଆମେ ଆମର ପ୍ରଶ୍ନର ଉତ୍ତର ସବୁକୁ ଭୁଲିବାକୁ ଲାଗୁ । ଏହି କାଣରୁ ମୁଁ ବହୁତ ଚିନ୍ତାଜନକ ପରିସ୍ଥିତି ମଧ୍ୟରେ ରହିଥାଏ । ଏହି କଥାର ସମାଧାନ କରିବାରେ ଆପଣ ମୋତେ ସାହାଯ୍ୟ କରନ୍ତୁ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ଶୋଭିତ । ମାନ୍ୟବର ଶାୟଖା ଏବଂ ଶୋଭିତ, ପରୀକ୍ଷା ସମୟରେ ସବୁକିଛି ଭୁଲିଯିବା ଭଳି ସମସ୍ୟାର ସମ୍ମୁଖୀନ ହୋଇ ଖୁବ ଚିନ୍ତିତ । ଆମକୁ ମଧ୍ୟ ଏହିପରି କିଛି ଅବସ୍ଥା ଭୋଗ କରିବାକୁ ପଡ଼ିଥାଏ । କୃପାକରି ମାର୍ଗଦର୍ଶନ କରନ୍ତୁ ।

ପିଏମ- ଆପଣ ଠିକ୍ ପ୍ରଶ୍ନ ପଚାରିଛନ୍ତି । ଅଧିକାଂଶ ବିଦ୍ୟାର୍ଥୀମାନଙ୍କ ପାଇଁ ଏଭଳି କ୍ଷଣ ଆସିଥାଏ । ଯେତେବେଳେ ବସନ୍ତି ଆଉ ପ୍ରଶ୍ନପତ୍ର ଦେଖନ୍ତି ତ କିଛି ସମୟ ତ ଏମିତିରେ ଚାଲି ଯାଇଥାଏ । କିନ୍ତୁ ମୁଁ ମଜାଳିଆ ସ୍ୱରରେ କିଛି କଥା କହିବାକୁ ଚାହୁଁଛି । ଆପଣମାନେ ଦେଖିଥିବେ, ଆପଣଙ୍କ ବଡ଼ ଭାଇ କିମ୍ବା ବାପାଙ୍କର ସ୍କୁଟର ଘରେ ଥିବ, ଆପଣଙ୍କୁ ସ୍କୁଟର ନେଇ କେଉଁଠିକୁ ଯିବାକୁ ଥିବ ଆଉ ଆପଣ ସକାଳୁ ଉଠି ସ୍କୁଟରର କିକ୍ ମାରୁଛନ୍ତି, କିନ୍ତୁ ସ୍କୁଟର ଷ୍ଟାର୍ଟ ହେଉନାହିଁ, ଏଭଳି ଦୃଶ୍ୟ ଦେଖିଥିବେ ଆପଣମାନେ । ଦେଖିଥିବେ, କାରଣ ସମସ୍ତେ ଗାଡ଼ି ଥିବାବାଲା ନା ? ଦେଖନ୍ତୁ, ଆପଣ ସେତେବେଳେ ଦେଖିଥିବେ, ଗୋଟିଏ ବଡ଼ ଲୋକଙ୍କ କଥା ରହିଛି ସେମାନେ ବାପା-ମାଆ ହୁଅନ୍ତୁ କିମ୍ବା ଭାଇ, ଯାହା କିଛି ମଧ୍ୟ ହୁଅନ୍ତୁ, ଣ କରିବେ -ସ୍କୁଟରକୁ ଏଠାକୁ ଆଣିବେ, ସେଠାକୁ ଆଣିବେ, କରନ୍ତି କି କରନ୍ତି ନାହିଁ ? ସ୍କୁଟରକୁ ହଲାନ୍ତି । ଏବେ ଦୁନିଆରେ ଏପରି କୌଣସି ଟେକ୍ନୋଲୋଜି ଅଛି କି ଭାଇ ହଲେଇବା ଦ୍ୱାରା ହିଁ ଷ୍ଟାର୍ଟ ହୋଇଯିବ ସ୍କୁଟର । ନାହିଁ, କିନ୍ତୁ ତାକୁ ଲାଗିଥାଏ କି ଟିକେ ଏପରି କରିବି ତ … ସେ ନିଜକୁ ପ୍ରସ୍ତୁତ କରିଥାଏ । ଆଉ ପୁଣି କିକ୍ ମାରିଥାଏ, ସ୍କୁଟର ଚାଲି ଥାଏ ମଧ୍ୟ । ଏହି, ଗୋଟିଏ ଦୁଇ ମିନିଟ ଯାହା କରିଥାଏ, ତାହା ହେଉଛି କ, ବୈଜ୍ଞାନିକ ଦୃଷ୍ଟିକୋଣରୁ ବାସ୍ତବ କି, ନା ନୁହେଁ, କିନ୍ତୁ ପ୍ରାୟତଃ ସବୁ ଲୋକମାନେ କରନ୍ତି । ଯେଉଁମାନେ ମଧ୍ୟ ସ୍କୁଟର ଚଲେଇଛନ୍ତି, ସେମାନେ ପକ୍କା ଏହା କରନ୍ତି, ଯଦି ଚାଲେ ନାହିଁ ତ ସ୍କୁଟରକୁ ହଲେଇଦିଅନ୍ତି । ବିଜ୍ଞାନ ନାହିଁ, ଟେକ୍ନୋଲୋଜି ନାହିଁ, କିନ୍ତୁ କରନ୍ତି ଆଉ କାର୍ଯ୍ୟଟି ହୋଇ ଯାଏ ମଧ୍ୟ । ଆପଣମାନେ ଦେଖିଥିବେ, ଆଜିକାଲି ତ ଟିଭିରେ ଖେଳର ବହୁତ କିଛି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ ପିଲାମାନେ ମଧ୍ୟ ଦେଖନ୍ତି ଆଉ ଭଲ ଜିନିଷ ମଧ୍ୟ । କିନ୍ତୁ ଆପଣମାନେ ଦେଖିଥିବେ, ଟେନିସର ଖେଳାଳୀ ହୋଇଥିବେ, କେତେ ବଡ଼ ଅଲମ୍ପିକର କ୍ରୀଡ଼ାବିତ ମଧ୍ୟ ହୋଇଥିବେ, ସେ ମଧ୍ୟ ଯେତେବେଳେ ଟେନିସର ଟେବୁଲ ପାଖକୁ ଆସନ୍ତି ତ କଣ କରନ୍ତି ? ସାମ୍ନାରେ ବଲ ନ ଥିବ ପୁଣି ମଧ୍ୟ ଏପରି-ଏପରି କରି ଚାଲିଥିବେ । କରନ୍ତି କିମ୍ବା କରନ୍ତି ନାହିଁ ? ସେହିପରି ଭାବେ ଆପଣମାନେ କ୍ରିକେଟ ଖେଳରେ ଦେଖିଥିବେ- କେତେ ହିଁ ସଫଳତମ ବ୍ୟାଟସମ୍ୟାନ ହୁଅନ୍ତୁ, ସେ ମଧ୍ୟ ଯେତେବେଳେ ପ୍ୟାବିଲିୟନଠାରୁ ନେଇ ପିଚ୍ ପର୍ଯ୍ୟନ୍ତ ଯାଇଥାନ୍ତି ତ ସେଠାରେ ନିଜର ବ୍ୟାଟ ହଲାଇବେ, ଏପରି କରିବେ ଯେପରି ଏବେ ବଲକୁ ମାରୁଛନ୍ତି, କରିଥାନ୍ତି ନା କରି ନ ଥାନ୍ତି ? ସେଠାରେ ବଲ୍ ନାହିଁ, ଖେଳ ନାହିଁ । ଯେତେବେଳେ ସେଠାରେ ପହଁଚାଇ ଥାଏ ତ ସେଠାରେ ମଧ୍ୟ ବ୍ୟାଟକୁ ସଳଖି ନେଇ ଥାଏ, ଟିକେ ଏପରି ଚେଷ୍ଟା କରି ନେଇ ଥାଏ । ବଲ୍ ତ ଏବେ ଆସିଲା ନାହିଁ, ମ୍ୟାଚ ଆରମ୍ଭ ହୋଇ ନାହିଁ, କିନ୍ତୁ ସେ କରିଥାଏ । କାରଣ, ତାକୁ ଆରାମ ଦାୟକ ସ୍ଥାନ ମିଳିଯାଇ ଥାଏ । ବୋଲର ମାନଙ୍କୁ ମଧ୍ୟ ଆପଣ ଦେଖିଥିବେ- ହାତରେ ବଲ ନାହିଁ ପୁଣି ମଧ୍ୟ ସେ ଏପରି ବୋଲିଂ କରିଛନ୍ତି, ଏପରି ହିଁ ଦୌଡି ଥାଏ, ବଲ ଫିଙ୍ଗିବାର ଅଛି- ବଲ୍ ହିଁ ନାହିଁ । ଦୁଇ-ତିନି-ପାଂଚ ଥର ଆପଣଙ୍କୁ ପ୍ରତ୍ୟେକ ଖେଳରେ ଦେଖିଥିବେ, ଏହା ହେଉଛି କ? ନିଜକୁ ଏକ ଆରାମଦାୟକ ସ୍ଥିତିକୁ ଆଣିବା ପାଇଁ ପ୍ରତ୍ୟେକ ଏକ ସ୍ୱତନ୍ତ୍ର ପ୍ରୟାସ ଅନ୍ୱେଷଣରେ ରହିଥାଆନ୍ତି । ଆପଣ ମଧ୍ୟ ପ୍ରଶ୍ନପତ୍ର ପାଇବା ପରେ ଆପଣ କେବଳ ବାପାଙ୍କର ସ୍କୁଟରକୁ ମନେ ପକାଇ ଦିଅନ୍ତୁ, ବାସ୍ । ଆପଣ ମଧ୍ୟ – ଆଚ୍ଛା, ଆଚ୍ଛା ଏତେ ଅଛି, ଏମିତି ଅଛି, ଠିକ୍ ଅଛି, କଲମ ଠିକ୍ ଅଛି, ଟିକେ ଏହିପରି ହିଁ, ଏକ-ଅଧେ ବା ଦୁଇ ମିନିଟ ପର୍ଯ୍ୟନ୍ତ ଏପରି ହିଁ ବିତାଇ ଦିଅନ୍ତୁ । ବଡ଼ ଚିନ୍ତା ରହିଥିବା ପରିସ୍ଥିତିର ଏହା ହେଉଛି ଏକ ସାଧାରଣ ସମାଧାନ । ଯଦି ଏହା କରିନେବେ, ଦ୍ୱିତୀୟ କଥା ହେଉଛି କି ଆପଣ ବୋଝ ନେଇକରି ଯଦି ପରୀକ୍ଷା କେନ୍ଦ୍ରକୁ ଗଲେ, ତ ସମସ୍ତ ପ୍ରୟୋଗ ବେକାର ହୋଇ ଯାଇଥାଏ । ଆପଣ ବିଶ୍ୱାସକୁ ନେଇ କରି ଯିବେ, ଆପଣ ଯେତିକ ବିଶ୍ୱାସରେ ଭରି ହୋଇ ରହିଥିବେ ଆପଣଙ୍କ ପାଇଁ ବହୁତ ସହଜ ଭାବେ ରହିବେ । ଆଉ କୌଣସି ମଧ୍ୟ ଛାତ୍ର ଏପରି ନଥିବେ ଯାହାଙ୍କୁ ଶିକ୍ଷକ ଏହାସବୁ ବୁଝାଇ ନଥିବେ କି ଭାଇ ଦଶଟି ପ୍ରଶ୍ନର ଉତର ଦେବାର ଅଛି, ତୁମ ପାଖରେ ଦେଢ଼ ଘଣ୍ଟା ସମୟ ଅଛି, ତ ଏପରି କର ସବୁଠାରୁ ଯେଉଁଗୁଡ଼ିକ ସହଜ ଓ ସରଳ ତାକୁ ପ୍ରଥମେ ଚିହ୍ନଟ କର, ତାର ଉତର ଦେଇଦିଅ । ଫଳରେ କମ୍ ସମୟରେ କାମ ଏହିଭଳି ହିଁ କରନ୍ତି ନା ? ଏହିଭଳି ହିଁ ଶିଖାନ୍ତି ନା ? ଏକ, ଦୁଇ, ତିନି, ଚାରି, କେହି କହନ୍ତି ନାହିଁ । ଛଅ ନମ୍ବର ପ୍ରଶ୍ନ ଠିକ ଲାଗୁଛି ତ ପ୍ରଥମେ ଛଅ ନମ୍ବର ପ୍ରଶ୍ନର ଉତ୍ତର ଆଗ କରିଦିଅ ଫଳରେ ପରେ ସମୟ ବଂଚିଯିବ । ମୁଁ ମଧ୍ୟ ଆପଣମାନଙ୍କୁ କହିବି କି ଆମେ ଥରେ ସରଳ ଜିନିଷଗୁଡ଼ିକୁ ହାତ ଲଗାଇବା, ସେ ପର୍ଯ୍ୟନ୍ତ ଆପଣ ତାସହିତ ଅଭ୍ୟସ୍ତ ହୋଇ ଯାଇଥିବେ, ଅଭ୍ୟସ୍ତ ହୋଇ ଯାଆନ୍ତି ତ ଆପଣ ବଡ଼ ସରଳତାର ସହିତ କଥାକୁ ଚଳାଇ ନେଇ ଥାଆନ୍ତି । ଆଉ ଏଥିପାଇଁ ଆତ୍ମବିଶ୍ୱାସ ହେଉଛି ଏକ ବହୁତ ବଡ଼ କଥା, ପରୀକ୍ଷାକୁ ଜୀବନରେ କେବେ ବୋଝ ହେବାକୁ ଦିଅନ୍ତୁ ନାହିଁ । ଯଦି ଏହା କରିନେବେ, ତ ମୁଁ ମାନୁ ନାହିଁ କି ଯାହା ଦୁଇ ମିନିଟ ଆରମ୍ଭରୁ ଯାଇଥାଏ, ଗଡ଼ବଡ଼ ହୋଇ ଯାଇଥାଏ; ଦ୍ୱିତୀୟରେ ଯଦି କେନ୍ଦ୍ରୀତ କାର୍ଯ୍ୟକଳାପ ହୋଇଥାଏ, ତ ବହୁତ କମ୍ କଷ୍ଟ ହୋଇଥାଏ । କେବେ କେବେ କଣ ହୋଇଥାଏ, ମନ ବାଟବଣା ହୋଇଯାଇଥାଏ । ପୁଣି ଲାଗିଥାଏ, ଏ କଣ କରୁଛି, ଆଚ୍ଛା ସେ ପ୍ରଥମ ପ୍ରଶ୍ନ ଉଠାଇଲା । ଛାଡନ୍ତୁ ଆଖ-ପାଖରେ କିଏ କଣ କରୁଛନ୍ତି, ଆପଣ ତାହା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଗୋଟିଏ ମିନିଟରେ ଆପଣଙ୍କ ଗାଡି ଚାଲିବାକୁ ଲାଗିବ । କୌଣସି ଅସୁବିଧା ହେବ ନାହିଁ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ମହୋଦୟ । ଆପଣଙ୍କର ପ୍ରେରଣାଦାୟୀ କଥା ହେଉଛି ଆମମାନଙ୍କ ପାଇଁ ପ୍ରେରଣାର ସୂତ୍ର । ମାନନୀୟ ପ୍ରଧାନମନ୍ତ୍ରୀ ମହାଶୟ, ବାରଣାସୀର କେନ୍ଦ୍ରୀୟ ହିନ୍ଦୁ ବାଳକ ବିଦ୍ୟାଳୟର 12ଶ ଶ୍ରେଣୀ, ବିଜ୍ଞାନ ଛାତ୍ର ଅଭିଷେକ ଗୁପ୍ତା ଆମ ଗହଣରେ ଉପସ୍ଥିତ ଅଛନ୍ତି ଏବଂ ଅଭିଷେକ ଆପଣଙ୍କ ଦ୍ୱାରା ନିଜ ପ୍ରଶ୍ନର ସମାଧାନ ଚାହୁଁଛନ୍ତି । ଅଭିଷେକ କୁମାର ଗୁପ୍ତା, ନିଜର ପ୍ରଶ୍ନ ପଚାରନ୍ତୁ ।

ପ୍ରଶ୍ନକର୍ତ୍ତା– ନମସ୍କାର, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ । ମୋର ନାମ ହେଉଛି ଅଭିଷେକ କୁମାର ଗୁପ୍ତା । ମୁଁ ହେଉଛି ବାରଣାସୀର କେନ୍ଦ୍ରୀୟ ହିନ୍ଦୁ ବାଳକ ବିଦ୍ୟାଳୟର 12ଶ ଶ୍ରେଣୀ, ବିଜ୍ଞାନ ଛାତ୍ର । ଆପଣଙ୍କୁ ମୋର ଏହା ହେଉଛି ପ୍ରଶ୍ନ ଯେ, ଆଜ୍ଞା ମୋତେ ଏବଂ ମୋର କିଛି ସାଙ୍ଗମାନେ ନିଜ ଦକ୍ଷତାର ବିଷୟ ଏବଂ କ୍ୟାରିୟର ବାଛିବାକୁ ନେଇ ସ୍ପଷ୍ଟ ନୋହୁଁ । ଯେତେବେଳେ ଏହି ବିଷୟ ଚିନ୍ତା କରୁଛୁ ନା ଆଜ୍ଞା, କିଛି ବୁଝି ହେଉ ନାହିଁ । ଆମେ ତ ଭଲ ପାଠ ପଢ଼ୁଛୁ ଆଜ୍ଞା । କିନ୍ତୁ ଭବିଷ୍ୟତର ଯୋଜନାକୁ ନେଇ ଏବେ କିଛି ସ୍ଥିର କରି ନାହୁଁ ଆଜ୍ଞା । ଦୟାକରି ଆମର ମାର୍ଗଦର୍ଶନ କରନ୍ତୁ । ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ଅଭିଷେକ । ମହୋଦୟ, ଏହା ସହିତ ମେଳ ଖାଉଥିବା ଆଉ ଏକ ପ୍ରଶ୍ନ ଅଛି । ଏହି ଶୃଙ୍ଖଳାରେ ଏବେ ଆମ ସହିତ ଯୋଡ଼ି ହୋଇଛନ୍ତି ବିହାରର ଜବାହର ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ଜୁଲି ସାଗର । ଯିଏ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ନିଜ ପ୍ରଶ୍ନ ପଚାରିବାକୁ ଉତ୍ସାହିତ ଅଛନ୍ତି । ଦୟାକରି ସେହି ଭିଡିଓକୁ ଚଲାଇବେ କି ?

ପ୍ରଶ୍ନକର୍ତ୍ତା– ନମସ୍କାର । ମୁଁ ହେଉଛି ଜୁଲି ସାଗର, ଜବାହର ନବୋଦୟ ବିଦ୍ୟାଳୟ, ବିହାରର ଏକାଦଶ ଶ୍ରେଣୀର ଛାତ୍ରୀ । ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ଆପଣଙ୍କଠାରୁ ଏହା ଜାଣିବାକୁ ଚାହୁଁଛି କି ଆମ ଛାତ୍ରମାନଙ୍କ ମଧ୍ୟରେ ଲୁଚି ରହିଥିବା କ୍ଷମତାକୁ ଆକଳନ କିପରି କରି ପାରିବା ? ଧନ୍ୟବାଦ ମହୋଦୟ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ଜୁଲି, ଏହା ସହିତ ମେଳ ଖାଉଥିବା ଆଉ ଏକ ପ୍ରଶ୍ନ ଅଛି । କେରଳର କାରମେଲ ପବ୍ଲିକ ସ୍କୁଲର 9ମ ଶ୍ରେଣୀର ଛାତ୍ର ଆଇରିନ ଡୋମନିକ୍ ଏଠାରେ ଆମ ଗହଣରେ ଅଛନ୍ତି, ସେ ଆପଣଙ୍କର ମାର୍ଗଦର୍ଶନ ଚାହୁଁଛନ୍ତି । ଆଇରିନ୍ ନିଜର ପ୍ରଶ୍ନ ପଚାରନ୍ତୁ ।

ପ୍ରଶ୍ନକର୍ତ୍ତା– ଶୁଭ ଅପରାହ୍ଣ ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ଆଜ୍ଞା । ମୁଁ ହେଉଛି ଆଇରିନ ଡୋମନିକ୍ । କାରମେଲ ପବ୍ଲିକ ସ୍କୁଲର 9ମ ଶ୍ରେଣୀରେ ଅଧ୍ୟୟନ କରୁଛି । କେରଳରେ ମୋର ଘର । ମୋର ପ୍ରଶ୍ନ ହେଲା ଆମକୁ ଉପଯୁକ୍ତ କ୍ୟାରିୟର ବାଛିବାକୁ ପଡ଼ିବ, ତ ଆମେ କିପରି ଆମର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବୁ । ଦୟାକରି ଆମର ମାର୍ଗଦର୍ଶନ କରନ୍ତୁ । ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ଆଇରିନ । ମାନନୀୟ ମହୋଦୟ, ଜୁଲି, ଅଭିଷେକ ଏବଂ ଆଇରିନ୍ ନିଜର ପ୍ରତିଭା ଏବଂ ନିଜ ଜୀବନର ଲକ୍ଷ୍ୟ ବିଷୟରେ ଆପଣଙ୍କଠାରୁ  ମାର୍ଗଦର୍ଶନ ଚାହୁଁଛନ୍ତି । ଦୟାକରି କୃତାର୍ଥ କରନ୍ତୁ ।

ପିଏମ- ଆପଣଙ୍କର ପ୍ରଶ୍ନ ହେଉଛି ବଡ଼ ଜଟିଳ, କାରଣ ବଡ଼ କଷ୍ଟ ହୋଇଥାଏ ନିଜକୁ ନିଜେ ଜାଣିବା । ମୋର ଗୋଟିଏ ପୁରୁଣା ଘଟଣା ମନେଅଛି । ଥରେ ଗୋଟିଏ ଲାୟନ୍ସ କ୍ଲବର ଲୋକମାନେ ମୋତେ ଭାଷଣ ଦେବା ପାଇଁ ଡାକିଥିଲେ । ଏହା ପ୍ରାୟ 40 ବର୍ଷ ତଳର ପୁରୁଣା ଘଟଣା ହେବ । ଆଉ ପୁଣି ଯେପରି ରହିଥାଏ ଆପଣ ନିଜର ପରିଚୟ ପତ୍ର ପଠାନ୍ତୁ । ତ ସେହି କାର୍ଯ୍ୟକ୍ରମରେ ମୁଁ ବକ୍ତା ଥିଲି, ଆଉ ଜଣେ ଚାଟାର୍ଡ ଆକାଉଣ୍ଟଣ୍ଟ ଥିଲେ, ସେ ସେହି କାର୍ଯ୍ୟକ୍ରମର ଅଧ୍ୟକ୍ଷ ଥିଲେ, ତାଙ୍କ ପାଖକୁ ମଧ୍ୟ ଚିଠି ଯାଇଥିଲା କି ଆପଣ ନିଜର ପରିଚୟ ପଠାନ୍ତୁ । ତ ସେ 10 ପୃଷ୍ଠାର ନିଜର ବାୟୋଡାଟା ପଠାଇଥିଲେ, ସେ କେବେ କାର୍ଯ୍ୟ କରିଥିଲେ । ମୋ ପାଖକୁ ଆସିଥିଲା ତ ମୁଁ ଏକ ପୋଷ୍ଟ କାର୍ଡରେ ଲେଖି ଦେଇଥିଲି କି ଆପଣମାନେ ମୋ ବିଷୟରେ ଜାଣିବା ପାଇଁ କହିଛନ୍ତି, ମୁଁ ନିଜକୁ ଜାଣିବାର ପ୍ରୟାସ କରୁଛି ଏଥିପାଇଁ ଏବେ କିଛି କହି ପାରିବି ନାହିଁ । ଆଉ ସେଠାରେ ଏପରି ମଜା ହେଲା ଯେ, ତାଙ୍କର ପରିଚୟ ପଢ଼ୁ ପଢ଼ୁ 10 ମିନିଟ ସମୟ ଚାଲିଗଲା ଆଉ ମୋ ପରିଚୟ ପଢ଼ିବାରେ 10 ସେକେଣ୍ଡ ମଧ୍ୟ ଲାଗିଲା ନାହିଁ । ଏହିକଥା ଠିକ୍ ଯେ ନିଜକୁ ଜାଣିବା ବହୁତ କଠିନ ହୋଇଥାଏ । କିନ୍ତୁ ଜାଣିବାର କୌଶଳ କଣ ଥାଏ । ଜାଣିବାର ମାଧ୍ୟମ ଏହା ହୋଇଥାଏ କି ଯଦି ଆମେ ଆମର ଅତି ସହଜ କ୍ଷେତ୍ରରୁ ବାହାରକୁ ବାହାରି ଆସିବା, ସୁରକ୍ଷିତ ଜୀବନରୁ ବାହାରକୁ ଆସିଯିବା, ଆଉ ନିଜକୁ କେଉଁଠି ନା କେଉଁଠି ଆହ୍ୱାନମୂଳକ ପଦକ୍ଷେପ ନେଇଯିବା, ତ ସେତେବେଳେ ଜଣା ପଡ଼ିଥାଏ କି ଏହା ମୁଁ କରି ପାରିବି କି କରି ପାରିବି ନାହିଁ । ଏହା କରିବା ପାଇଁ ମୋର କ୍ଷମତା ରହିଛି କି ରହିନାହିଁ । ଦ୍ୱିତୀୟରେ ଆମେ ଏହା ଚିନ୍ତା କରି ପାରିବା କି ଏକ ସପ୍ତାହ ମଧ୍ୟରେ ଆମେ ଟିକେ ଦେଖିବା । ଯଦି ଆମେ ଟିକେ ନିଜର ଡାଇରୀ ପ୍ରସ୍ତୁତ କରି ଦେବା କି ଏହି ସପ୍ତାହରେ ମୁଁ ମୋ ମନକୁ କେଉଁ କାମ କରିଛି, ପୁଣି ଦେଖିବା କି ଭାଇ ସେଥିରେ ସବୁଠାରୁ ଅଧିକ ଆନନ୍ଦ ଆସିଲା, ସେହି କାମଟି କଣ ଥିଲା, କମ୍ ଆନନ୍ଦ ଆସିଲା, ସେହି କାମଟି କଣ ଥିଲା, ଆଚ୍ଛା ବନ୍ଧୁ, ବେକାରରେ ମୁଁ ଏ କଣ କରିବାକୁ ଚାଲି ଯାଇଥିଲି । ଯଦି ଆପଣ ବର୍ଷକ ମଧ୍ୟରେ ନିଜର ଏଭଳି ଡାଇରି ପ୍ରସ୍ତୁତ କରିବେ ତ ଆପଣଙ୍କୁ ନିଜକୁ ଜଣା ପଡ଼ିବ କି ଏହା ହେଉଛି ମୋର ଯୋଗ୍ୟତା, ମୋତେ ଏହା ଭଲ ଲାଗେ, ଏହାକୁ ମୁଁ ଠିକ୍ ଭାବରେ କରି ପାରିବି ଏବଂ ଏହା କରିବାରେ ଆପଣଙ୍କୁ କାହାର ସାହାଯ୍ୟ ସହଯୋଗର ଆବଶ୍ୟକତା ପଡ଼ିବ ନାହିଁ । ଟିକେ ନିଜକୁ ନିଜେ, ଏବେ ଯେପରି ଏହା ଆପଣ ଦେଖିଥିବେ କି ଆଜି ଆମର, ମୁଁ ବିଭାଗୀୟ ଲୋକଙ୍କୁ ଧନ୍ୟବାଦ ଜଣାଉଛି କି ସେମାନେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଆଜି ଏହି ସଂପୂର୍ଣ୍ଣ କାର୍ଯ୍ୟକୁ ସଂଚାଳନ କରିବାର ସୁଯୋଗ ଦେଲେ ଏବଂ ବହୁତ ବଢ଼ିଆ ଭାବେ କରୁଛନ୍ତିଏବେ ସମ୍ଭାବନା ଏହା ରହିଛି କି ଆଜି ପରେ ସେମାନଙ୍କ ମଧ୍ୟରୁ କାହାକୁ କାହାର ଚିନ୍ତା ଆସିବ ଏହି କାର୍ଯ୍ୟ ମୁଁ କରି ପାରିବି । ଶିକ୍ଷକ ଅନେକ ଥିବେ, ସେମାନଙ୍କୁ ମଧ୍ୟ ଲାଗିବ ବନ୍ଧୁ, ଯେତେବେଳେ ସ୍କୁଲର ଉତ୍ସବ ହେବ, ଏହାଙ୍କୁ ଠିଆ କରାଇବେ । ଅର୍ଥାତ ଏକ ସୁଯୋଗ ମିଳିଲା, ସେ ନିଜକୁ ନିଜେ ପ୍ରସ୍ତୁତ କଲା, ଏବେ ତାହାର ଆତ୍ମବିଶ୍ୱାସ ଦୃଢ଼ ହୋଇଯିବ କି ମୋ ଭିତରେ ଏହି ପ୍ରତିଭା ଅଛି । ହେବ କି ହେବ ନାହିଁ ? ଏହି କାର୍ଯ୍ୟକ୍ରମ ପୂର୍ବରୁ ବୋଧହୁଏ ସେ ଭାବି ନ ଥିବ କି ଏହା ମୁଁ କରି ପାରିବି । କିନ୍ତୁ ଆଜି ପରେ ନିଶ୍ଚୟ ଭାବିବ ମୁଁ ଏହା ମଧ୍ୟ କରି ପାରିବି । ହୋଇପାରେ ସେ ଏହାକୁ ନିଜର ବୃତ୍ତି କରିବାକୁ ସ୍ଥିର କରିବ, ତ ଆପଣ ସେ ପଚାକଥା ପଢିବ, ବଡ଼ ବଡ଼ ସାହିତ୍ୟିକଙ୍କ କଥାକୁ ଟିପି ରଖିବ ଆଉ ଚିନ୍ତା କରିବ କି ମୋତେ ଏହି ପ୍ରକାରର କାର୍ଯ୍ୟକ୍ରମକୁ ଯିବାର ଅଛି ତ ଏହା କହିବା ଉଚିତ, ସେହି ପ୍ରକାରର କାର୍ଯ୍ୟକ୍ରମକୁ ଯିବାର ଅଛି ତ ତାହା କହିବା ଉଚିତ, ସେ ପ୍ରସ୍ତୁତି ଆରମ୍ଭ କରିବ ନା କରିବ ନାହିଁ ? ଅର୍ଥାତ ସେ ନିଜ ସାମର୍ଥ୍ୟକୁ ଜାଣିଲା କି ଜାଣିଲା ନାହିଁ ? ଆପଣଙ୍କ ଜୀବନରେ ମଧ୍ୟ ଏଭଳି ଅନେକ ସୁଯୋଗ ଆସୁଥିବ, ଯେତେବେଳେ ଆପଣଙ୍କୁ କେବେ ନା କେବେ ସୁଯୋଗ ମିଳିଥିବ । ଯଦି ସେଥିରେ ଆପଣଙ୍କୁ ସଫଳତାର ଅନୁଭବ ଆସି ଥାଏ, ମୁଁ ଠିକ୍ କରିଛି, ତ ଆପଣ ତାହାକୁ ସେ ଦିଗରେ ପ୍ରୋତ୍ସାହିତ କରିବା ଦରକାର, ଆପଣ ତାହାକୁ ଆଗକୁ ବଢାଇବା ଦରକାର । ଯଦି ଆପଣ ଏହା କରନ୍ତି ତ, ଆପଣ ସରଳତାର ସହିତ କରି ପାରିବେ, ଆପଣ ନିଜେ- ନିଜକୁ ଜାଣି ପାରିବେ । ଦ୍ୱିତୀୟଟି, କ୍ୟାରିୟରର ନିଜସ୍ୱ ମହତ୍ୱ ଥାଏ, ରହିଥାଏ । ଯେ କେହି ନା ସାଧୁ ହୋଇ ପାରିବ, ନା ଫକିର ହୋଇ ପାରିବ, ପ୍ରତ୍ୟେକଙ୍କୁ କିଛି ନା କିଛି ଦାୟିତ୍ୱ ସମ୍ଭାଳିବାକୁ ପଡିଥାଏ, ଆଉ କେବେ କେବେ ବେଶ ଭଲ ଭାବେ ନିଜ ଦାୟିତ୍ୱ ତୁଲାଇ ଆମେ ଦେଶର ଉତମ ସେବା କରି ପାରିବା । ଆଉ ଏଥିପାଇଁ ଜୀବନରେ କ୍ୟାରିୟରର ମାହାତ୍ମ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, କିନ୍ତୁ ସେ ତାହା କରିଥାଏ,ଏଥିପାଇଁ ଭଲ ହୋଇଥାଏ; କାରଣ ସେ ତାହା କରିଥାଏ, ଏଥିପାଇଁ ଭଲ ହୋଇଥାଏ; ତ ଚାଲ ମୁଁ ମଧ୍ୟ ଏହା କରି ନେବି, ତ ପୁଣି ନିରାଶ ହେବାର ବହୁତ ସୁଯୋଗ ଆସିଥାଏ । କିନ୍ତୁ ମୋ ମନରେ ଶକ୍ତି ଅଛି; ଏବେ ଆପଣ ଦେଖନ୍ତୁ, ଯେ କୌଣସି ମାଆ-ବାପାଙ୍କୁ ପିଲା ଏହା କହିବ କି ମାଆ ମୋତେ ରୋଷେଇ କରିବା  ଭଲ ଲାଗୁଛି । ଯଦି ପୁଅ ରୋଷେଇ ଘରକୁ ଚାଲି ଯାଏ, ମାଆ କିପରି ରୋଷେଇ କରୁଛନ୍ତି, ପ୍ରାରମ୍ଭରେ ତ ମାଆକୁ ଭଲ ଲାଗିବ କି ଚାଲ ସାହାଯ୍ୟ କରୁଛି । କିନ୍ତୁ ପରେ ମାଆ ଆଶ୍ଚର୍ଯ୍ୟ ହୋଇଯିବ- ଏହା କଣ ହେଉଛି ତୁମର କାର୍ଯ୍ୟ, ଯାଅ ପାଠ ପଢ । ତୁମକୁ ରୋଷେଇ ଘରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । କିନ୍ତୁ ତାଙ୍କୁ ଜଣା ଅଛି ତାଙ୍କ ମଧ୍ୟରେ ଏହି ବିଦ୍ୟା ଅଛି ଆଉ ଧରି ନିଅନ୍ତୁ ସେ ବହୁତ ପରିଶ୍ରମ କରି ଏହାକୁ ନିଜର ବହୁତ ବଡ ସେଫ୍ ହୋଇଯିବ ନା, ତ ମାଆ କହିବେ ଛୋଟ ଥିଲା ନା, ମୁଁ ତାକୁ ଶିଖାଇ ପ୍ରସ୍ତୁତ କରିଥିଲି ।

କୌଣସି କାର୍ଯ୍ୟ ଖରାପ ନୁହେଁ ଆଜ୍ଞା । ଏ କଥା ଠିକ୍ ଯେ, ସେହି ସମୟରେ ନିଜ ସାଥୀମାନଙ୍କୁ ଲାଗିବ, ଣ ବନ୍ଧୁ ଦୁଇ-ଦୁଇ ଘଣ୍ଟା ରୋଷେଇ ଘରେ ବିତାଉଛୁ, କିନ୍ତୁ ହୋଇପାରେ ଏହି ଛୋଟ ଛୋଟ ଛୋଟ ରୁଚି ମଧ୍ୟ ତାଙ୍କ ଜୀବନରେ ପରିବର୍ତ୍ତନ ଆଣି ପାରିବ । ଆଉ ହୋଇ ପାରେ ତାଙ୍କ ମଧ୍ୟରେ ଯେଉଁ ସାମାଜିକ ଦାୟିତ୍ୱବୋଧର ଭାବ ଅଛି ତ, ସେ ଜଣେ ଭଲ ସେଫ୍ ହେବେ, ଆଉ ପୁଣି ସ୍ଥିର କରିବେ କି ମୁଁ ପିଲାମାନଙ୍କୁ ପାଠ ପଢାଇବି (ଟ୍ୟୁସନ) କରିବି, ପିଲାମାନଙ୍କୁ କଣ ଖାଇବା ଦରକାର, କିପରି ରୋଷେଇ ହେବା ଦରକାର; କୁହନ୍ତୁ ସେ କେତେ ବଡ଼ ସମାଜସେବୀ ହୋଇଯିବ । ଜଣେ ବ୍ୟକ୍ତି କିଭଳି କେଉଁ କେଉଁ ପଥ ଦେଇ ଯାଇ ନିଜ ଜୀବନ ଜୀଇଁ ପାରିବ ।

ଦ୍ୱିତୀୟରେ- ଆହୁରି ପରୀକ୍ଷା ଦେବାକୁ ପଡିଥାଏ, ସାହସର ସହିତ ଦେବା ଦରକାର । ପରୀକ୍ଷାର ଚାପ ନ ରହିବା ଦରକାର, ହରିବା ଦରକାର ନାହିଁ, ନିଜକୁ କଷି ଚାଲିବା ଦରକାର । ଜୀବନରେ ଯଦି ଗୋଟିଏ ଅଧେ ପ୍ରବେଶିକା ପରୀକ୍ଷାରେ ପଛରେ ପଡି ଗଲେ ତ, ଣ ହେଲା, ଲକ୍ଷ ଲକ୍ଷ ଲୋକ ଦେଉଛନ୍ତି, କିଛି ଲୋକ ରହିଯିବେ । ଏତେ ବଡ଼ ଚିନ୍ତା ରଖିବାର ଆବଶ୍ୟକତା ନାହିଁ । ଆମେ ଭୟ ଯୋଗୁଁ ପାଦ ରଖିବା ନାହିଁ, ଏହାଠାରୁ ଖରାପ କୌଣସି ଅବସ୍ଥା ହୋଇ ପାରେ ନାହିଁ । ଆମର ମନଃସ୍ଥିତି ଏପରି ହେବା ଦରକାର ଯେ ଆମେ ଯେକୌଣସି ମଧ୍ୟ ପରିସ୍ଥିତିକୁ ଅତିକ୍ରମ କରି ଆଗକୁ ବଢିବାର ପ୍ରୟାସ କରିବା । ଯଦି ଥରେ ବିଫଳ ହେବେ ତ ସେଥିରୁ ଶିଖିବେ, ଦ୍ୱିତୀୟଥର ପାଇଁ କରିବେ । ଏହି ମାନସିକତା ବିଦ୍ୟାର୍ଥୀଙ୍କ ଜୀବନରେ ରହିବା ଦରକାର । ଆଉ ବିଦ୍ୟାର୍ଥୀ, ବିଦ୍ୟାର୍ଥୀକାଳର ହିଁ ବିଷୟ ନୁହେଁ । 24 ବର୍ଷ ବୟସର ହୋଇଗଲି, 25 ବର୍ଷ ବୟସର ହୋଇଗଲି, ବିଦ୍ୟାର୍ଥୀ, ଏପରି ନୁହେଁ, ସାରା ଜୀବନ ପାଇଁ ଭିତରର ବିଦ୍ୟାର୍ଥୀକୁ ଜୀବନରେ ରଖିବା ଦରକାର । କେବେ ମଧ୍ୟ, 80 ବର୍ଷ ବୟସରେ ମଧ୍ୟ ବିଦ୍ୟାର୍ଥୀକୁ କେବେ ମରିବାକୁ ଦେବା ଉଚିତ ନୁହେଁ । ଜୀବନ ଜୀଇଁବାର ଏହା ହେଉଛି ଉତମ ମାର୍ଗ । ଜୀବନରେ ନୂଆ-ନୂଆ ଶିଖିବା, ନୂଆ- ନୂଆ କିଛି ଜାଣିବା, ନୂଆ-ନୂଆ ଚିହ୍ନିବା ।

ପ୍ରସ୍ତୁତକର୍ତ୍ତା – ଧନ୍ୟବାଦ, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କ ମାର୍ଗ ଦର୍ଶନ ପାଇଁ । ଖଣିଜ ସଂସାଧନ ଗୁଡିକରେ ସମୃଦ୍ଧ ରାଜ୍ୟ, ମନୋରମ ପର୍ଯ୍ୟଟନ ସ୍ଥଳ, ଝାଡଖଣ୍ଡରୁ 12ଶ ଶ୍ରେଣୀର ନିଶା ଅଗ୍ରୱାଲ ନିଜର ପ୍ରଶ୍ନ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ପଚାରିବାକୁ ଚାହୁଁଛନ୍ତି । ଆପଣ ନିଜର ପ୍ରଶ୍ନ ପଚାରି ପାରନ୍ତି ?

ପ୍ରଶ୍ନକର୍ତ୍ତା – ମୁଁ ହେଉଛି ନିଶା ଅଗ୍ରୱାଲ, 12ଶ ଶ୍ରେଣୀର ଛାତ୍ରୀ, ସ୍ମୃତି ବିଦ୍ୟା ମନ୍ଦିର  ଘାଟଶିଳା, ଝାଡଖଣ୍ଡର ଛାତ୍ରୀ । ମୋର ମାନନୀୟ ପ୍ରଧାନମନ୍ତ୍ରୀ ଆଜ୍ଞାକୁ ଏହି ପ୍ରଶ୍ନ ରହିଛି କି ବୋର୍ଡ ପରୀକ୍ଷା ଆସୁଛି, ଏହା ସହିତ ୟୁପିଏସସି, ଜେଇଇ ଏବଂ ପିଏମଟି ଭଳି ପରୀକ୍ଷା ବିଷୟରେ ମଧ୍ୟ ଭାବୁଛି । କିନ୍ତୁ ଏହି ପରୀକ୍ଷାରେ କେବେ-କେବେ ସଫଳତା ମଧ୍ୟ ମିଳି ନ ଥାଏ । ଦୟାକରି ଏ ବିଷୟରେ ମାର୍ଗଦର୍ଶନ କରନ୍ତୁଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ନିଶା । ମାନ୍ୟବର, ଆପଣଙ୍କୁ କୋଟି-କୋଟି କୃତଜ୍ଞତା ଯେ ଆପଣ ଆମ ମନର ଅନେକ ଅନେକ ପ୍ରଶ୍ନ ଏବଂ ଆମର ଜିଜ୍ଞାସାର ସମାଧାନ କଲେ । ଆପଣଙ୍କ ଭଳି ଦୂରଦ୍ରଷ୍ଟା ପ୍ରଧାନମନ୍ତ୍ରୀଙ୍କୁ ଶୁଣି କରି ମନ ଭରି ଯାଉ ନାହିଁ । ପୁଣି ମଧ୍ୟ ଆପଣଙ୍କର ଅମୂଲ୍ୟ ସମୟକୁ ଧ୍ୟାନରେ ରଖି ପରୀକ୍ଷା ଉପରେ ଚର୍ଚ୍ଚା-2020ର ଅନ୍ତିମ ପ୍ରଶ୍ନ ପାଇଁ ମୁଁ ଆମନ୍ତ୍ରିତ କରୁଛି ପାଞ୍ଚ ନଦୀର ପ୍ରଦେଶ, ଗୁରୁମାନଙ୍କର ଭୂମି ପଞ୍ଜାବର ଜିଜିଏସସି ମଲୁକା ଭଟିଣ୍ଡାର ହରଦୀପ କୌର, 12ଶ ଶ୍ରେଣୀର ଛାତ୍ରୀଙ୍କୁ, ଯିଏ ମାନନୀୟ ପ୍ରଧାନମନ୍ତ୍ରୀଙ୍କଠାରୁ ନିଜ ପ୍ରଶ୍ନର ସମାଧାନ ଚାହୁଁଛନ୍ତି । ହରଦୀପ ନିଜର ପ୍ରଶ୍ନ ପଚାରନ୍ତୁ ।

ପ୍ରଶ୍ନକର୍ତ୍ତା– ସତ୍ ଶ୍ରୀ ଅକାଲ ଆଜ୍ଞା । ମୁଁ ହରଦୀପ କୌର ସରକାରୀ ସିନିୟର ମାଧ୍ୟମିକ ସ୍କୁଲ, ମଲୁକାର 12ଶ ଶ୍ରେଶୀର ଛାତ୍ରୀ, ପଞ୍ଜାବରୁ ଆସିଛି । ଆଜ୍ଞା, ମୁଁ ବୋର୍ଡ ପରୀକ୍ଷାରେ ତ ଭଲ ନମ୍ବର ଆଣି ପାରିବି, କିନ୍ତୁ ଆଜ୍ଞା, କିନ୍ତୁ ଯେତେବେଳେ ପ୍ରତିଦ୍ୱନ୍ଦ୍ୱିତା ମୂଳକ ପରୀକ୍ଷାର କଥା ଆସିଥାଏ ତ, ମୁଁ ଚିନ୍ତିତ ହୋଇଯାଏ, ଡରି ଯାଇ ଥାଏ । ଏହି ବିଷୟରେ ମୁଁ ଆପଣଙ୍କଠାରୁ ପରାମର୍ଶ ନେବାକୁ ଚାହୁଁଛି । ଧନ୍ୟବାଦ ।

ପ୍ରସ୍ତୁତକର୍ତ୍ତା– ଧନ୍ୟବାଦ ହରଦୀପ । ମହୋଦୟ ହରଦୀପ ଏବଂ ନିଶାଙ୍କର ଜିଜ୍ଞାସା ଉପରେ ନିଜର ମାର୍ଗଦର୍ଶନ ଦିଅନ୍ତୁ ।

ପିଏମ- ସତ୍ ଶ୍ରୀ ଅକାଲ । ମୋର ଆପଣ ସମସ୍ତଙ୍କୁ ଏଥିପାଇଁ ଅନୁରୋଧ ନୁହେଁ କି ସେହି ପୁସ୍ତକ ମୁଁ ଲେଖିଛି, କିନ୍ତୁ ସେ ଏହି ପ୍ରଶ୍ନ ପଚାରିଛନ୍ତି, ତାଙ୍କୁ ମୁଁ ନିଶ୍ଚୟ ଅନୁରୋଧ କରିବି କି ହୋଇପାରେ ଏହି ଦୁଇ ଦିନରେ ଆପଣ ପରୀକ୍ଷା ଉପରେ ଚର୍ଚ୍ଚା, ପରୀକ୍ଷାର ଯୋଦ୍ଧା (ଏକଜାମ ୱାରିୟର୍ସ) ମୋର ଯେଉଁ ପୁସ୍ତକ ଅଛି, ବାସ୍ତବରେ ତାହା ମୋର ନୁହେଁ, ଆପଣମାନଙ୍କ ଦ୍ୱାରା ଧୀରେ-ଧୀରେ-ଧୀରେ ଲାଳନପାଳନ ହୋଇ ବିକଶିତ ହେବାରେ ମଧ୍ୟ ଲାଗିଛି ସେହି ପୁସ୍ତକ ସହିତ, ନୂଆ ନୂଆ ଦିଗ ସହିତ ଯୋଡ଼ି ହୋଇ ଯାଉଛି । ଆପଣମାନେ ତାହାକୁ ଦୁଇଥର ପଢ଼ନ୍ତୁ । ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ଦୁଇ ଥର ପଢ଼ନ୍ତୁ । ଆପଣଙ୍କୁ କୌଣସି ପ୍ରଶ୍ନ ପଚାରିବାର ଆବଶ୍ୟକତା ପଡ଼ିବ ନାହିଁ କି ଦ୍ୱାଦଶ ପର୍ଯ୍ୟନ୍ତ ତ ଭଲ କରିବା ପରେ ମଧ୍ୟ ଆଗକୁ ଥିବା ପରୀକ୍ଷାର ଚାପ ରହୁଛି । ଏହି ଚାପ କେଉଁ କଥା ପାଇଁ ହେଉଛି? ଯେଉଁ ଚାପ ଆପଣମାନେ ଅନୁଭବ କରୁଛନ୍ତି, ଆଉ ଯାହାକୁ ଆପଣ ପରୀକ୍ଷାର ଚାପ କହୁଛନ୍ତି, ତାହା ପରୀକ୍ଷାର ଚିନ୍ତା ନୁହେଁ । ସେହି ଚିନ୍ତା ଆପଣଙ୍କ ଭିତରେ ଏକ, ମନରେ ଏକ ଲକ୍ଷ୍ୟ ରହିଛି, ଏକ ଆକାଂକ୍ଷା ରହିଛି କି ମୋତେ ଏହା ହେବାକୁ ପଡ଼ିବ । ତାହା ହେବା ନିମନ୍ତେ ଏହି ପରୀକ୍ଷା ମୋ ପାଇଁ ଜୀବନ ମରଣର ପ୍ରସଙ୍ଗ ହୋଇଛି । ଯଦି ମୁଁ ବିଫଳ ହେଲି ଅବା ସଫଳ ନ ହେଲି ତ ଆଗକୁ ସମସ୍ତ ଦ୍ୱାର ବନ୍ଦ ହୋଇଯିବ । ଆପଣଙ୍କୁ ପରୀକ୍ଷାର ସଫଳତାର ଚିନ୍ତା ନାହିଁ, ଆପଣ ନିଜକୁ ଗୋଟିଏ କ୍ୟାରିୟର ସହିତ ଯୋଡି ଯେଉଁ ପରିଚୟ କରି ଦେଇଛନ୍ତି ମୋତେ ହେବାକୁ ପଡ଼ିବ, ହେବା ପାଇଁ ଏହି ରାସ୍ତା ଅଛି, ଏହି ପଥରେ ମୁଁ ପହଂଚି ପାରିବି ନାହିଁ ତ ବୋଧହୁଏ ଜୀବନରେ ଅଳସୁଆ ହୋଇ ରହିଯିବି, ଏହା ହେଉଛି ଚିନ୍ତା । ଯଦି ଆପଣ ପରୀକ୍ଷାର ଯୋଦ୍ଧା ପୁସ୍ତକ ପଢ଼ିବେ, ତ ତାହାର ବହୁତ ସରଳ ଉତ୍ତର ସେହି ପୁସ୍ତକରେ ରହିଛି ଯେ ଆପଣ, ଏବଂ ମୁଁ ସର୍ବଦା, ମୁଁ ନିଜ ଜୀବନ ପାଇଁ ସର୍ବଦା କହୁଛି କି ଆମେ ସମସ୍ତେ ମଧ୍ୟ କେବେ ବି ହେବା ପାଇଁ ସ୍ୱପ୍ନ ନ ଦେଖନ୍ତୁ । କିଛି ହେବାର ସ୍ୱପ୍ନରେ ପ୍ରତିକ୍ଷଣ କିଛି ନିରାଶାର ସମ୍ଭାବନା ରହିଥାଏ କି ଆମକୁ ଏହା ହେବାକୁ ପଡ଼ିବ, ନ ହୋଇ ପାରିଲେ ଯେପରି ଜୀବନ ମଧ୍ୟ ବିଫଳ । କିନ୍ତୁ ଯଦି କିଛି କରି ସ୍ୱପ୍ନ ଦେଖିବା ତ ଯାହା ମଧ୍ୟ କରିବା ସେଥିରେ ଭଲ କରିବାର ମନ ରହିବ । ଆଉ ଏଥିପାଇଁ ଜୀବନରେ ହେବାର ସ୍ୱପ୍ନକୁ ଯୋଡ଼ିବା ବଦଳରେ କିଛି କରିବାର ସ୍ୱପ୍ନ ସହିତ ଯୋଡ଼ିବା ଦରକାର, ତ ଆପଣଙ୍କୁ କେବେ ମଧ୍ୟ ଏହି ପରୀକ୍ଷାର ଚାପ ରହିବ ନାହିଁ । ଏହା ହେଉଛି କେବଳ ଏକ ଝରକା ମାତ୍ର, ହେଉଛି ଏକ ଦ୍ୱାର, ଯାହା ଆଗକୁ ଯିବା ପାଇଁ ପଥ ଉନ୍ମୁକ୍ତ କରୁଛି । କିନ୍ତୁ ଆଗକୁ ଯିବା ପାଇଁ ଗୋଟିଏ ରାସ୍ତା ନୁହେଁ, ଅନେକଗୁଡ଼ିଏ ରାସ୍ତା ଅଛି, ଅନେକ କ୍ଷେତ୍ର ଅଛି । ସଂପୂର୍ଣ୍ଣ ବିଶ୍ୱ ମୋର ସାମର୍ଥ୍ୟକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ଅଛି, ଯଦି ଏହି ମନୋଭାବ ରହିବ ତ ମୋର ବିଶ୍ୱାସ ରହିଛି କି ଆପଣଙ୍କୁ ଏହାର କୌଣସି ଚିନ୍ତା ରହିବ ନାହିଁ ।

ମୁଁ ପୁଣିଥରେ ଏଚଆରଡି ମନ୍ତ୍ରଣାଳୟକୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ମୁଁ ସାରା ଦେଶର ସ୍କୁଲଗୁଡ଼ିକୁ ଧନ୍ୟବାଦ ଜଣାଉଛି, ବିଶେଷ କରି ସମସ୍ତ ଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଉଛି, ମୁଁ ସମସ୍ତ ଅଭିଭାବକମାନଙ୍କୁ ଧନ୍ୟବାଦ ଜଣାଉଛି କି ସେମାନେ କ୍ରମାଗତ ଭାବେ ଏହି ପରୀକ୍ଷା ଉପରେ ଚର୍ଚ୍ଚା, ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁତ ବଡ଼ ସହାୟତା କରିଛନ୍ତି । ଏହାକୁ ଆଗକୁ ବଢ଼ାଇଛନ୍ତି ଏବଂ ହିନ୍ଦୁସ୍ତାନର ସମସ୍ତ ରାଜ୍ୟଗୁଡ଼ିକ ଏକ ସକରାତ୍ମକ ଭାବରେ ଏହାକୁ ଯୋଡ଼ିଛନ୍ତି ।

ମୁଁ, ଆପଣ ସମସ୍ତେ ମଧ୍ୟ ଯେତେବେଳେ ଏଠାକୁ ଆସିଛନ୍ତି, ମୋ ସମ୍ମୁଖରେ ଏକ ନୂତନ ଭାରତ ରହିଛି ମୋ ସାମ୍ନାରେ । ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ ଅନୁକୋଣରୁ ପିଲାମାନେ ଏଠାକୁ ଆସିଛନ୍ତି । ଭାରତ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବ, ସେତେବେଳେ ନେତୃତ୍ୱ ଆପଣଙ୍କ ହାତରେ ରହିବ, ଏଭଳି ଲୋକ ମୋ ସମ୍ମୁଖରେ ଅଛନ୍ତି । ଆଉ ଯଦି ଆଜିଠାରୁ 30-40 ବର୍ଷ ପରେ ଯେତେବେଳେ ଆପଣ ସଫଳତାକୁ ଆଲିଙ୍ଗନ କରିବେ ଆଉ ଯଦି ଜୀବିତ ଥିବି ଆଉ କେଉଁଠାରେ ସାକ୍ଷାତ ହେବ ମୁଁ ଗର୍ବର ସହିତ କହିବି କି ମୋତେ ବହୁତ ଗର୍ବ ଲାଗୁଛି କି ମୁଁ ଆଜି ଯେଉଁ ଏହି ବ୍ୟବସ୍ଥାକୁ ନେତୃତ୍ୱ ଦେଉଛି, ଏହି ପରିସ୍ଥିତିଗୁଡ଼ିକୁ ବଦଳାଇବାର କାର୍ଯ୍ୟ କରୁଛି, ଏହି ପରୀକ୍ଷାଗାରରେ ନୂଆ ନୂଆ କଥା ଦୁନିଆକୁ ଦେଉଛି, ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନଙ୍କୁ କେବେ 2020ରେ ମୁଁ, 20 ଜାନୁୟାରୀରେ ମୋତେ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା । ମୁଁ ଗର୍ବ ଅନୁଭବ କରିବି କି ଯେତେବେଳେ ଆପଣଙ୍କ ହାତରେ ଦେଶର ନେତୃତ୍ୱ ରହିଥିବ ଆଉ ମୁଁ ଗର୍ବର ସହିତ କହିବି, ହଁ ବନ୍ଧୁ, ମୁଁ ବହୁତ ପୂର୍ବରୁ ଏମାନଙ୍କୁ କେବେ ଦେଖିଥିଲିଏହାଠାରୁ ବଡ଼ ଆତ୍ମସନ୍ତୋଷ ମୋ ପାଇଁ ଆଉ କଣ ହୋଇପାରେ ।

ଏହି ସନ୍ତୋଷ ଏବଂ ବିଶ୍ୱାସର ସହିତ- ପରୀକ୍ଷା ଜୀବନ ନୁହେଁ, ଜୀବନରେ ପରୀକ୍ଷା ହେଉଛି ଏକ ସୋପାନ ମାତ୍ର । ତାହା ଦ୍ୱାରା ଅଧିକ ଚାପଗ୍ରସ୍ତ ନ ହୋଇ ଆଉ ଯେତେବେଳେ ଆଜି ଦେଶର ଲକ୍ଷ ଲକ୍ଷ ଶିକ୍ଷଣ ସଂସ୍ଥାନ, କୋଟି କୋଟି ପିଲା ଏବଂ ବିଶ୍ୱର ମଧ୍ୟ ଅନେକ ପିଲା ଇଂଟରନେଟ ମାଧ୍ୟମରେ, ଟେକ୍ନୋଲୋଜି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହିତ ସାମିଲ ହୋଇଛନ୍ତି, ସେହି ସମସ୍ତଙ୍କୁ ମୁଁ ଏହା କହିବି କି ଆମେ ଏକ ସଂପୂର୍ଣ୍ଣ ବିଶ୍ୱାସର ସହିତ, ଆଗାମୀ ଭବିଷ୍ୟତ ହେଉଛି ଆପଣମାନଙ୍କର । ଆପଣଙ୍କର ପୁରୁଷାର୍ଥ ଏବଂ ପରିଶ୍ରମ ଆଗାମୀ ହିନ୍ଦୁସ୍ତାନର ଆଉ ସେହି ବିଶ୍ୱାସର ସହିତ ଆମେ ସବୁ ଆଗକୁ ବଢ଼ୁ, ମୋର ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।

ଆପଣମାନଙ୍କ ମଧ୍ୟରୁ ବହୁତ ପିଲା – ଅଧିକାଂଶ ସେହି ପ୍ରଶ୍ନ ଆପଣଙ୍କ ମନରେ ଥିବ, କିନ୍ତୁ ବହୁତ ପିଲା ଅଛନ୍ତି ଯେଉଁମାନଙ୍କୁ ବୋଧହୁଏ ଘରୁ ବାହାରିଥିବେ, ତେବେ ତ ଟିଭି ସାକ୍ଷାତକାର ମଧ୍ୟ ଦେଉଥିବ କି ଆମେ ପ୍ରଧାନମନ୍ତ୍ରୀଙ୍କୁ ପଚାରିବା ପାଇଁ ଯାଉଛୁ । ଆମେ ଏହି ପ୍ରଶ୍ନ ପଚାରିବୁ କିନ୍ତୁ ସମସ୍ତଙ୍କୁ ସୁଯୋଗ ମିଳି ନଥିବ । ମୁଁ ଏଥିପାଇଁ ଆପଣମାନଙ୍କ ଠାରୁ କ୍ଷମା ମାଗୁଛି, କାରଣ ସମୟସୀମା ଯୋଗୁଁ ବୋଧହୁଏ ସମସ୍ତଙ୍କୁ ସୁଯୋଗ ଦେଇ ପାରୁ ନାହିଁ, କିନ୍ତୁ ଆପଣମାନଙ୍କର ଭାବନାକୁ ବୁଝିପାରୁଛି । ଆପଣଙ୍କ ପ୍ରଶ୍ନକୁ ପଢ଼ୁଛି ଆଉ ପ୍ରତିକ୍ଷଣ ଆପଣଙ୍କ ସହିତ ଯୋଡ଼ି ହୋଇ ରହିବାର ପ୍ରଯତ୍ନ କରି ଚାଲିଛି, ଆଗକୁ ମଧ୍ୟ କରି ଚାଲିବି ।

ଏହି ଗୋଟିଏ ଭାବ ସହିତ ପୁଣିଥରେ ଆପଣ ସମସ୍ତଙ୍କୁ ଅନେକ-ଅନେକ ଶୁଭକାମନା । ବହୁତ-ବହୁତ ଧନ୍ୟବାଦ ।

 

*************