ପିଏମଇଣ୍ଡିଆ
ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଭାରତ ଓ ପାରାଗୁଏ ମଧ୍ୟରେ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି । ନୂଆଦିଲ୍ଲୀଠାରେ ଏହି ବୁଝାମଣା ପତ୍ର ସେପ୍ଟେମ୍ବର 27, 2019ରେ ସ୍ୱାକ୍ଷର କରାଯାଇଥିଲା ।
ବୁଝାମଣା ପତ୍ରର ବିଶେଷତ୍ୱ ଓ ପ୍ରମୁଖ ଉଦ୍ଦେଶ୍ୟ
ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ବିସ୍ତାର
ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ଓ ତଥ୍ୟର ଆଦାନ ପ୍ରଦାନ
ହୋଟେଲ, ଟୁର ଅପରେଟର ଓ ଉଡା ଜାହାଜ କମ୍ପାନୀମାନଙ୍କ ସମେତ ପର୍ଯ୍ୟଟନ ହିତାଧିକାରୀ ମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି
ମାନବ ସମ୍ବଳ ବିକାଶରେ ସହଯୋଗ ପାଇଁ ଆଦାନ-ପ୍ରଦାନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା
ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ନିବେଶ
ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଟୁର ଅପରେଟର/ଗଣମାଧ୍ୟମ/ପ୍ରମୁଖ ବ୍ୟକ୍ତିମାନଙ୍କର ଗସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯିବା
ଗନ୍ତବ୍ୟ, ବିକାଶ ଓ ପରିଚାଳନା କ୍ଷେତ୍ରରେ ଅନୁଭୁତି ବାଣ୍ଟିବା
ପ୍ରତ୍ୟେକ ଦେଶର ଯାତ୍ରା ମେଳା/ପ୍ରଦର୍ଶନୀ ମାନଙ୍କରେ ଭାଗିଦାରି ଏବଂ
ସୁରକ୍ଷିତ, ସମ୍ମାନଜନକ ଓ ସ୍ଥାୟୀ ପର୍ଯ୍ୟଟନର ବିକାଶ
ଲାଭ:
ଭାରତ ଓ ପାରାଗୁଏ ମଧ୍ୟରେ ବୁଝାମଣା ପତ୍ର ଫଳରେ ଦୁଇ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ସଂସ୍ଥାଗତ ବ୍ୟବସ୍ଥା ପ୍ରସ୍ତୁତ କରିବାରେ ସହାୟତା ମିଳିବ । ଭାରତକୁ ପାରାଗୁଏରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବ । ଏହା ଫଳରେ ଆର୍ଥିକ ବିକାଶ ହେବ ଏବଂ ରୋଜଗାରର ଅବସର ସୃଷ୍ଟି ହେବ । ସମସ୍ତ ହିତାଧିକାରୀମାନଙ୍କ ପାରସ୍ପରିକ ଲାଭ ପାଇଁ ଦୀର୍ଘ ଅବଧି ପର୍ଯ୍ୟଟନ ସହଯୋଗ ସନ୍ଦର୍ଭରେ ଅନୁକୂଳ ପରିସ୍ଥତି ସୃଷ୍ଟି ହେବ । ବୁଝାମଣା ପତ୍ରରେ ବର୍ଣ୍ଣିତ ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା ପାଇଁ ସର୍ବୋତ୍ତମ ଅଭ୍ୟାସକୁ ସାମିଲ କରିବାର ସମ୍ଭାବନା ଉପରେ ବିଚାର କରାଯିବ ।