Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଗୁରୁଗ୍ରାମସ୍ଥିତ ସୁଲତାନପୁରଠାରେ କୁଣ୍ଡଲୀ-ମାନେସର-ପଲବଲ (କେଏମପି) ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନର ଉଦଘାଟନ କରିଛନ୍ତି । ସେ ବଲ୍ଲଗଡ଼-ମୁଜେସର ମେଟ୍ରୋ ଲିଙ୍କର ମଧ୍ୟ ଉଦଘାଟନ କରିଥିଲେ ଏବଂ ଏଥିସହିତ ସେ ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଏକ୍ସପ୍ରେସୱେ ଏବଂ ମେଟ୍ରୋ ରେଳ ସଂଯୋଗୀକରଣ ଦ୍ୱାରା ହରିୟାଣାରେ ପରିବହନ କ୍ଷେତ୍ରରେ ବିଳ୍ପବ ଆସିପାରିବ । ସେ କହିଥିଲେ ଯେ ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି କ୍ଷେତ୍ରର ଯୁବକମାନେ ବ୍ୟାପକ ଭାବେ ଲାଭାନ୍ୱିତ ହେବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏହା ସୁନିଶ୍ଚିତ କରିଥିଲେ ଯେ କେଏମପି ଏକ୍ସପ୍ରେସ ୱେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପ୍ରାଥମିକତା ଆଧାରରେ ସମ୍ପୂର୍ଣ୍ଣ କରାଯିବ । ସେ କହିଥିଲେ ଯେ ଏକ୍ସପ୍ରେସ ୱେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଂଚଳରେ ପ୍ରଦୂଷଣ କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଏହାଦ୍ୱାରା ସହଜ ଜୀବନ ଧାରଣ ସୁନିଶ୍ଚିତ ହେବ ଏବଂ ଏଥିସହିତ ପରିବେଶ ଅନୁକୂଳ ପରିସ୍ଥିତିରେ ଯାତାୟାତ କରିବା ସମ୍ଭବ ହୋଇପାରିବ ।

ପ୍ରଧାନମନ୍ତ୍ରୀ ପରିବହନ ଜରିଆରେ ଯୋଗାଯୋଗର ଗୁରୁତ୍ୱ ଉପରେ ଜୋର ଦେଇ କହିଥିଲେ ଯେ ଏହା ସମୃଦ୍ଧି, ସଶକ୍ତିକରଣ ଏବଂ ସୁଗମତାର ଏକ ମାଧ୍ୟମ ଅଟେ । ସେ କହିଥିଲେ ଯେ ବର୍ତ୍ତମାନ ନିର୍ମାଣ କରାଯାଉଥିବା ବିଭିନ୍ନ ରାଜପଥ, ମେଟ୍ରୋ ଏବଂ ଜଳମାର୍ଗ ଦ୍ୱାରା ବିଶେଷ କରି ଉତ୍ପାଦନ, ନିର୍ମାଣ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ଦୈନିକ 27 କିଲୋମିଟର ଲମ୍ବ ରାଜପଥର ନିର୍ମାଣ କରାଯାଉଛି, 2014ରେ ରାଜପଥ ନିର୍ମାଣର ଦୈନିକ ଗତି ମାତ୍ର 12 କିଲୋମିଟର ଥିଲା । ସେ କହିଥିଲେ ଯେ ଏହା ଭାରତରେ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ସଂକଳ୍ପ ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଯୁବଗୋଷ୍ଠୀର ଆଶାଆକାଂକ୍ଷା ପୂରଣ କରିବା ଲାଗି ପ୍ରତିବଦ୍ଧ । ସେ ଆଶା ବ୍ୟକ୍ତ କରିଥିଲେ ଯେ ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ, ଯାହାଦ୍ୱାରା ସେମାନେ ନୂତନ ସୁଯୋଗର ଲାଭ  ପାଇପାରିବେ

ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ସଫଳତା ପୂର୍ବକ ସାକାର କରିବା ଲାଗି ହରିୟାଣା ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସର ଭୂରି ଭୂରି ପ୍ରଶଂସା କରିଥିଲେ । ସେ ଦେଶ, ବିଶେଷ କରି କ୍ରୀଡ଼ା କ୍ଷେତ୍ରରେ ହରିୟାଣାର ଯୁବକମାନଙ୍କ ଉଲ୍ଲେଖନୀୟ ଯୋଗଦାନକୁ ମଧ୍ୟ ପ୍ରଶଂସା କରିଥିଲେ ।

 

**********