Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନ, ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଗୁରୁଗ୍ରାମସ୍ଥିତ ସୁଲତାନପୁରଠାରେ କୁଣ୍ଡଲୀ-ମାନେସର-ପଲବଲ (କେଏମପି) ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ ସଡକର କୁଣ୍ଡଲୀ-ମାନେସର ସେକ୍ସନର ଉଦଘାଟନ କରିଛନ୍ତି । ସେ ବଲ୍ଲବଗଡ଼-ମୁଜେସର ମେଟ୍ରୋ ଲିଙ୍କର ମଧ୍ୟ ଉଦଘାଟନ କରିଥିଲେ ଏବଂ ଏଥିସହିତ ସେ ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଏକ୍ସପ୍ରେସୱେ ଏବଂ ମେଟ୍ରୋ ରେଳ ସଂଯୋଗୀକରଣ ଦ୍ୱାରା ହରିୟାଣାରେ ପରିବହନ କ୍ଷେତ୍ରରେ ବିଳ୍ପବ ଆସିପାରିବ । ସେ କହିଥିଲେ ଯେ ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି କ୍ଷେତ୍ରର ଯୁବକମାନେ ବ୍ୟାପକ ଭାବେ ଲାଭାନ୍ୱିତ ହେବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏହା ସୁନିଶ୍ଚିତ କରିଥିଲେ ଯେ କେଏମପି ଏକ୍ସପ୍ରେସ ୱେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପ୍ରାଥମିକତା ଆଧାରରେ ସମ୍ପୂର୍ଣ୍ଣ କରାଯିବ । ସେ କହିଥିଲେ ଯେ ଏକ୍ସପ୍ରେସ ୱେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଂଚଳରେ ପ୍ରଦୂଷଣ କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଏହାଦ୍ୱାରା ସହଜ ଜୀବନ ଧାରଣ ସୁନିଶ୍ଚିତ ହେବ ଏବଂ ଏଥିସହିତ ପରିବେଶ ଅନୁକୂଳ ପରିସ୍ଥିତିରେ ଯାତାୟାତ କରିବା ସମ୍ଭବ ହୋଇପାରିବ ।

ପ୍ରଧାନମନ୍ତ୍ରୀ ପରିବହନ ଜରିଆରେ ଯୋଗାଯୋଗର ଗୁରୁତ୍ୱ ଉପରେ ଜୋର ଦେଇ କହିଥିଲେ ଯେ ଏହା ସମୃଦ୍ଧି, ସଶକ୍ତିକରଣ ଏବଂ ସୁଗମତାର ଏକ ମାଧ୍ୟମ ଅଟେ । ସେ କହିଥିଲେ ଯେ ବର୍ତ୍ତମାନ ନିର୍ମାଣ କରାଯାଉଥିବା ବିଭିନ୍ନ ରାଜପଥ, ମେଟ୍ରୋ ଏବଂ ଜଳମାର୍ଗ ଦ୍ୱାରା ବିଶେଷ କରି ଉତ୍ପାଦନ, ନିର୍ମାଣ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ଦୈନିକ 27 କିଲୋମିଟର ଲମ୍ବ ରାଜପଥର ନିର୍ମାଣ କରାଯାଉଛି, 2014ରେ ରାଜପଥ ନିର୍ମାଣର ଦୈନିକ ଗତି ମାତ୍ର 12 କିଲୋମିଟର ଥିଲା । ସେ କହିଥିଲେ ଯେ ଏହା ଭାରତରେ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ସଂକଳ୍ପ ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଯୁବଗୋଷ୍ଠୀର ଆଶାଆକାଂକ୍ଷା ପୂରଣ କରିବା ଲାଗି ପ୍ରତିବଦ୍ଧ । ସେ ଆଶା ବ୍ୟକ୍ତ କରିଥିଲେ ଯେ ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ, ଯାହାଦ୍ୱାରା ସେମାନେ ନୂତନ ସୁଯୋଗର ଲାଭ  ପାଇପାରିବେ ।

ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ସଫଳତା ପୂର୍ବକ ସାକାର କରିବା ଲାଗି ହରିୟାଣା ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସର ଭୂରି ଭୂରି ପ୍ରଶଂସା କରିଥିଲେ । ସେ ଦେଶ, ବିଶେଷ କରି କ୍ରୀଡ଼ା କ୍ଷେତ୍ରରେ ହରିୟାଣାର ଯୁବକମାନଙ୍କ ଉଲ୍ଲେଖନୀୟ ଯୋଗଦାନକୁ ମଧ୍ୟ ପ୍ରଶଂସା କରିଥିଲେ ।

 

**********