ପିଏମଇଣ୍ଡିଆ
ହରିୟାଣାର ରାଜ୍ୟପାଳ ଶ୍ରୀମାନ ସତ୍ୟଦେବ ନାରାୟଣ ଆର୍ଯ୍ୟ ମହାଶୟ, ହରିୟାଣାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମନୋହର ଲାଲ ଖଟ୍ଟର ମହାଶୟ, କେନ୍ଦ୍ର ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଚୌଧୁରୀ ବୀରେନ୍ଦ୍ର ସିଂହ ମହାଶୟ, ରାଓ ଇନ୍ଦ୍ରଜିତ ସିଂହ ମହାଶୟ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀ ମହୋଦୟ, କିଛି ଏଠାରେ ବସିଛନ୍ତି, କିଛି ଜଣ ସେଠାରେ ବସିଛନ୍ତି ଏବଂ ବିଶାଳ ସଂଖ୍ୟାରେ ଆସିଥିବା ହରିୟାଣାର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ଏବେ ହରିୟାଣାର ମୁଖ୍ୟମନ୍ତ୍ରୀ ମହାଶୟ କହୁଥିଲେ କି ମୋତେ ଅନେକ ଥର ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି ଆଉ ଏବେ ତ କିଛି ସମୟ ମଧ୍ୟରେ ହିଁ ଆପଣମାନଙ୍କ ଗହଣକୁ ଦୁଇଥର ଆସି ସାରିଛି । ବିଗତ ଥର ଯେତେବେଳେ ମୁଁ ଆସିଥିଲି, ତ ଚୌଧୁରୀ ଛୋଟୁରାମଙ୍କର ବିଶାଳ ପ୍ରତିମାର ଅନାବରଣ କରିବାର ସୁଯୋଗ ମୋତେ ମିଳିଥିଲା । ଏହି ପ୍ରତିମା ହେଉଛି ହରିୟାଣାର ଗୌରବର ପ୍ରତୀକ । ଆଜି ପୁଣି ଥରେ ମୁଁ ହରିୟାଣାରେ ଅଛି ଯେଉଁଠାରେ ପ୍ରଦେଶକୁ ତିନି ହଜାର ତିନି ଶହ କୋଟିରୁ ମଧ୍ୟ ଅଧିକ ଟଙ୍କାର ଉପହାର ମିଳିଛି । ଆଜି ହରିୟାଣାର ଚତୁଃର୍ଦିଗ ବିକାଶ ଦିଗରେ ଆହୁରି ଏକ ଦୃଢ଼ ପଦକ୍ଷେପ ଉଠାଇଛି ।
ସାଥୀଗଣ, ହରିୟାଣାର ଏହି ଭୂମି ଉପରେ ଜ୍ଞାନର ପ୍ରକାଶ ତ ରହିଛି, ସାହସର ଗୌରବ ଗାଥା ମଧ୍ୟ ଯୋଡ଼ି ହୋଇ ରହିଛି । ଲଦାଖରେ ରେଞ୍ଜାଗ- ଲା ଉପରେ 18 ହଜାର ଫୁଟର ଉଚ୍ଚତାରେ ହେଉଥିବା ଲଢ଼େଇକୁ କାଲି ହିଁ 56 ବର୍ଷ ପୂରଣ ହୋଇଛି । ଏହି ଲଢ଼େଇରେ ହରିୟାଣାର ସୁପୁତ୍ର ମାନେ ପରମବୀର ଚକ୍ର ବିଜୟୀ ମେଜର ସୈତାନ ସିଂହଙ୍କ ନେତୃତ୍ୱରେ ଶତ୍ରୁପକ୍ଷଙ୍କୁ ମନଭରି ପାଣି ପିଆଇ ଦେଇଥିଲେ । ଏହି ଯୁଦ୍ଧରେ ଶହୀଦମାନଙ୍କ ମଧ୍ୟରେ ଅନେକ ହରିୟାଣାର ଏହି ଅଂଚଳର ଥିଲେ । ସେମାନେ ଦେଖାଇ ଦେଇଥିଲେ ଯେ ହରିୟାଣାର ଅର୍ଥ ହେଉଛି ସାହସ, ଧୈର୍ଯ୍ୟ, ଚେତନା ଏବଂ ସାଥୀ । ମୁଁ ରେଞ୍ଜାଗ-ଲା ପୋଷ୍ଟରେ ଶହୀଦ ହୋଇଥିବା ଦେଶର ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି, ସେମାନଙ୍କୁ ପ୍ରଣିପାତ କରୁଛି ।
ସାଥୀଗଣ, ଆଜିର ଦିନ ହେଉଛି ହରିୟାଣା ପାଇଁ ବହୁତ ହିଁ ମହତ୍ୱପୂର୍ଣ୍ଣ । ଏବେ କୁଣ୍ଡଲୀ, ମାନେସର, ପଲୱଲ ଏକ୍ସପ୍ରେସ ସଡକକୁ ଦେଶ ପାଇଁ ସମର୍ପିତ କରିବାର ସୁଯୋଗ ଆସି ପହଂଚିଛି । ଏହାର ପ୍ରଥମ ପର୍ଯ୍ୟାୟ ଦୁଇ ବର୍ଷ ପୂର୍ବେ ସଂପୂର୍ଣ୍ଣ ହୋଇ ସାରିଥିଲା । ଦ୍ୱିତୀୟ ପର୍ଯ୍ୟାୟ, ଯାହା କି ହେଉଛି କୁଣ୍ଡଲୀରୁ ମାନେସର ପର୍ଯ୍ୟନ୍ତ 83 କିଲୋମିଟର ଦୀର୍ଘ, ତାହାର ଆଜି ଲୋକାର୍ପଣ କରାଯାଇଛି । ଏହା ସହିତ ହିଁ ଏବେ 135 କିଲୋମିଟରର ଏହି ଏକ୍ସପ୍ରେସ ସଡକ ସଂପୂର୍ଣ୍ଣ ହୋଇ ସାରିଛି । ଏହା ସହିତ ହିଁ ପ୍ରାୟ 500 କୋଟି ଟଙ୍କା ବ୍ୟୟରେ ନିର୍ମିତ ବଲ୍ଲବଗଡ – ମୁଜେସର ମୋଟ୍ରୋ ରେଳ ଲାଇନ୍ର ଶୁଭାରମ୍ଭ ମଧ୍ୟ କରା ଯାଇଛି । ଏହି ଦୁଇଟି ଯୋଜନା, ଯେଉଁଠି ଯୋଗାଯୋଗକୁ ନେଇ ଏହି ଅଂଚଳରେ ନୂତନ ବିପ୍ଳବ ଆସିବ, ସେହିଠାରେ ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଏଠାକାର ଯୁବକ ମାନଙ୍କୁ ନୂତନ ଶକ୍ତି ମିଳିବ ।
ଭାଇ ଓ ଭଉଣୀମାନେ, ଆଜିର ଏହି ଅବସର ହେଉଛି ଦୁଇଟି ଚିତ୍ରକୁ ମନେ ପକାଇବାର ଅବସର । ଗୋଟିଏ ଚିତ୍ର ହେଉଛି ବର୍ତ୍ତମାନର । ଏହି ଚିତ୍ର ହେଉଛି କି ଯେତେବେଳେ ସଂକଳ୍ପ ନେଇ କୌଣସି କାର୍ଯ୍ୟ କରା ଯାଇଥାଏ ତ ତାହାକୁ ସିଦ୍ଧି ମଧ୍ୟ ମିଳିଥାଏ । ଏହି ଚିତ୍ର ହେଉଛି ଭାରତୀୟ ଜନତା ପାର୍ଟିର ସରକାର ମାନଙ୍କର କାର୍ଯ୍ୟ ସଂସ୍କୃତି, ହେଉଛି ଆମର କାର୍ଯ୍ୟ କରିବାର ଶୈଳୀର । ସେଠାରେ ଦ୍ୱିତୀୟ ଚିତ୍ର ଆମକୁ ପୂର୍ବ ସରକାରଙ୍କ ସମୟରେ କିପରି କାମ ହେଉଥିଲା ଏହାକୁ ବାରମ୍ବାର ମନେ ପକାଇ ଦେଇଥାଏ । ସେହି ଚିତ୍ର ମନେ ପକାଇ ଦେଇଥାଏ ଏହି ଏକ୍ସପ୍ରେସ ସଡକରେ 12 ବର୍ଷ ଧରି କାମ ଚାଲୁ ରହିଥିଲା । ସେହି ଚିତ୍ର ମନେ ପକାଇ ଦେଇଥାଏ ଯେ ଏକ୍ସପ୍ରେସ ସଡକ ଆପଣ ମାନଙ୍କୁ ଆଠ – ନଅ ବର୍ଷ ପୂର୍ବରୁ ହିଁ ମିଳି ଯିବାର ଥିଲା । କିନ୍ତୁ ଏପରି ହେଲା ନାହିଁ । ପୂର୍ବର ସରକାର ମାନଙ୍କର ଯେଉଁ ଗତିବିଧି ଥିଲା ତାହା ଏହି ଏକ୍ସପ୍ରେସ ସଡକକୁ ସଂପୂର୍ଣ୍ଣ ହେବା ପାଇଁ 12 ବର୍ଷ ଲଗାଇ ଦେଲେ ।
ସାଥୀଗଣ, ଏହି ଏକ୍ସପ୍ରେସ ସଡକର ବ୍ୟବହାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହେବାକୁ ଥିଲା । ଯେତେବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହୋଇଥିଲା, ସେତେବେଳେ ଏହି ଏକ୍ସପ୍ରେସ ସଡକର ବ୍ୟବହାର ହେବାକୁ ଥିଲା । କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଯେଉଁ ଦଶା କରାଗଲା, ସେହି କାହାଣୀ ଏହି ଏକ୍ସପ୍ରେସ ସଡକର ପ୍ରମାଣ ହୋଇ ରହିଗଲା । ମୋର ମନେ ଅଛି, ଯେତେବେଳେ ପ୍ରଗତିର ବୈଠକ ଗୁଡ଼ିକରେ ମୁଁ ପ୍ରକଳ୍ପର ସମୀକ୍ଷା କରିବା ଆରମ୍ଭ କରି ଦେଇଥିଲି, ତ କେତେ ସବୁ ତ୍ରୁଟି ବିଷୟରେ ଜଣା ପଡ଼ିଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ନିରନ୍ତର ସମୀକ୍ଷା ଏବଂ ହରିୟାଣାରେ ବିଜେପି ସରକାର ଗଠନ ହେବା ପରେ ଏହାର କାର୍ଯ୍ୟରେ ଆସିଥିବା ବେଗ ହିଁ ଆଜି ଆମମାନଙ୍କୁ ଏହି ଦିନ ଦେଖାଇଛି । ବର୍ଷ ବର୍ଷର ଅପେକ୍ଷାର ଅନ୍ତ ଘଟିଲା ।
ଭାଇ ଓ ଭଉଣୀମାନେ, ଚିନ୍ତା କରନ୍ତୁ, ଅଟକାଇବା, ଲଟକାଇବା ଏବଂ ବିଭ୍ରାନ୍ତ କରିବା ଭଳି ସଂସ୍କୃତି ହରିୟାଣାର, ଏଠାକାର ଜନତାଙ୍କର, ସଂପୂର୍ଣ୍ଣ ଦିଲ୍ଲୀ ରାଜଧାନୀ ଅଞ୍ଚଳର କେତେ ବଡ଼ କ୍ଷତି କରିଛନ୍ତି ।
ସାଥୀଗଣ, ପୂର୍ବ ସରକାରଙ୍କ ସମୟରେ ଯେଉଁ ଭଳି ଭାବେ ଏହି ପ୍ରକଳ୍ପ ଉପରେ କାମ ହୋଇଛି, ତାହା ହେଉଛି ଏକ ତଥ୍ୟ ଅନୁଧ୍ୟାନ ଭଳି କି ଯେପରି ଭାବେ ଜନତାଙ୍କର ପଇସାକୁ ନଷ୍ଟ କରି ଦିଆ ଯାଇଛି । କିଭଳି ଭାବେ ଜନତାଙ୍କ ସହିତ ଅନ୍ୟାୟ କରାଯାଏ । ଯେତେବେଳେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା, ତ ଅନୁମାନ କରା ଯାଇଥିଲା କି ଏହା ଉପରେ 1200 କୋଟି ଟଙ୍କା ଖର୍ଚ୍ଚ ହେବ । ଆଜି ଏତେ ବର୍ଷ ଡେରି ହେବା କାରଣରୁ ଏହାର ଖର୍ଚ୍ଚ ବଢ଼ି ତିନି ଗୁଣାରୁ ଅଧିକ ହୋଇ ଯାଇଛି । ସାଥୀଗଣ, ଯଦି ପେରିଫେରିଆଲ ଏକ୍ସପ୍ରେସ୍ ସଡକର ଏହି କାମ ଠିକ୍ ସମୟରେ ସଂପୂର୍ଣ୍ଣ କରାଯାଇ ଥାଆନ୍ତା ତ ଆଜି ଦିଲ୍ଲୀରେ ଟ୍ରାଫିକ ବ୍ୟବସ୍ଥା ଅନ୍ୟ କିଛି ହୋଇ ଥାଆନ୍ତା । ଏବେ ଏହି ଏକ୍ସପ୍ରେସ୍ ସଡକ ନିର୍ମାଣ କରାଯାଇଥିବା କାରଣରୁ ଅନ୍ୟ ରାଜ୍ୟ ମାନଙ୍କରୁ ଆସୁଥିବା ବଡ଼ ବଡ଼ ଗାଡ଼ି ସବୁ ଦିଲ୍ଲୀ ମଧ୍ୟ ଦେଇ ଯିବାର ଦୁର୍ବଳତା ଶେଷ ହୋଇଯିବ । ସେମାନେ ଦିଲ୍ଲୀ ଭିତରକୁ ନ ପଶି ହିଁ, ସେଠାକାର ଟ୍ରାଫିକକୁ ପ୍ରଭାବିତ ନ କରି ହିଁ ବାହାରୁ ବାହାରୁ ଚାଲିଯିବେ । ଏହି ଏକ୍ସପ୍ରେସ୍ ସଡକ କାରଣରୁ ହିଁ ଏବେ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରୁଥିବା ଗାଡ଼ି ମାନଙ୍କ ସଂଖ୍ୟାରେ ବେଶ୍ ହ୍ରାସ ପାଇବ ।
ସାଥୀଗଣ, ଏହି ଏକ୍ସପ୍ରେସ୍ ସଡକ ଦିଲ୍ଲୀ ଏବଂ ତାହାର ଆଖପାଖ ଅଂଚଳମାନଙ୍କରେ ପ୍ରଦୂଷଣ କମ୍ କରିବାରେ ଏକ ବଡ଼ ଭୂମିକା ତୁଲାଇବ । ଗୋଟିଏ ଦିଗରୁ ଦେଖିବା ତ ଏକ୍ସପ୍ରେସ ସଡକ ଅର୍ଥବ୍ୟବସ୍ଥା, ପରିବେଶ, ସହଜରେ ସହାବସ୍ଥାନ ସହିତ ହିଁ ସହଜରେ ସହାବସ୍ଥାନର ଚିନ୍ତାଧାରାକୁ ମଧ୍ୟ, ସହଜରେ ଭ୍ରମଣର ଚିନ୍ତାଧାରାକୁ ମଧ୍ୟ ଏହା ଗତି ଦେବ । ମୁଁ ହରିୟାଣାର ଲୋକମାନଙ୍କୁ, ଦିଲ୍ଲୀ ଏନସିଆରର ଲୋକମାନଙ୍କୁ ଏହି ଏକ୍ସପ୍ରେସ ସଡକ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏବେ ଦିଲ୍ଲୀର ଚାରିପଟେ ପ୍ରାୟ 270 କିଲୋମିଟରର ଏକ୍ସପ୍ରେସ ସଡକର ନେଟୱାର୍କ ସଂପୂର୍ଣ୍ଣ ହୋଇ ଯାଇଛି ।
ଭାଇ ଓ ଭଉଣୀମାନେ, ଆଜି ମଧ୍ୟ ବଲ୍ଲବଗଡ ଠାରୁ ମୁଜେସରକୁ ମଧ୍ୟ ମେଟ୍ରୋ ମାଧ୍ୟମରେ ଯୋଡ଼ିଦିଆ ଯାଇଛି । ଏବେ ବଲ୍ଲବଗଡ ମଧ୍ୟ ମେଟ୍ରୋ ମାନଚିତ୍ରରେ ସ୍ଥାନ ପାଇଗଲା । ଏହାଦ୍ୱାରା ଏଠାକାର ଲୋକମାନଙ୍କୁ ଦିଲ୍ଲୀ ଯିବାକୁ ଆହୁରି ସୁବିଧା ତ ହେବ, ସେମାନଙ୍କର ସମୟ ଏବଂ ଅର୍ଥ ମଧ୍ୟ ସଂଚୟ ହେବ । ସାଥୀଗଣ, ଆମ ସରକାର ଯୋଗାଯୋଗ ବ୍ୟବସ୍ଥାକୁ କେବଳ ଏକ ଆବଶ୍ୟକତା ନୁହେଁ, ବରଂ ଦେଶର ସମୃଦ୍ଧି, ସୁରକ୍ଷା ଏବଂ ସଶକ୍ତିକରଣ ମାଧ୍ୟମ ଭାବେ ବିବେଚନା କରୁଛନ୍ତି । ଆମର ପ୍ରୟାସ ହେଉଛି କି ଦେଶରେ ସଡ଼କ ଯୋଗାଯୋଗ, ରେଳ ଯୋଗାଯୋଗ, ଜଳପଥରେ ଯୋଗାଯୋଗ, ରାଜପଥ ଯୋଗାଯୋଗ ଏବଂ ଆଇ-ସଡକ ସଂଯୋଗ ବ୍ୟବସ୍ଥା ଏପରି ଭିତ୍ତିଭୂମି ନିର୍ମାଣ ହେଉ, ଯାହା ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ପୂରଣ କରିବା ଭଳି ହେବ, ଯାହା ଅନ୍ୟଟିକୁ ସହାୟତା କରିବ । ବର୍ତ୍ତମାନ ସମୟରେ ଦେଶରେ ଅନେକ ରେଳ କରିଡର, ହାଇସଡକ କରିଡର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଦେଶର ଅନେକ ସହରରେ ସମନ୍ୱିତ ଟ୍ରାଫିକ ପରିଚାଳନା ବ୍ୟବସ୍ଥାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ଲୋକଙ୍କୁ ଯାତାୟାତରେ କମ୍ ସମୟ ଲାଗୁ, ସହରରେ ଭିଡ଼ ଜନିତ ସମସ୍ୟା ହ୍ରାସ ପାଉ, ଆମ ଉଦ୍ୟୋଗ ପାଖରେ ପରିବହନର ଆଧୁନିକ ସାଧନ, ଶସ୍ତା ସାଧନର ବିକଳ୍ପ ହେଉ, ଏହି ଦିଗରେ କାର୍ଯ୍ୟ କରାଯାଉଛି । ଏହି ସମସ୍ତ ପ୍ରୟାସରେ ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦିଆ ଯାଉଛି କି ପର୍ଯ୍ୟାବରଣର ସୁରକ୍ଷା ହେଉ । ଏଥିପାଇଁ ପରିବହନର ଏଭଳି ସାଧନଗୁଡ଼ିକୁ ପୋତ୍ସାହନ ଦିଆ ଯାଉଛି । ଯାହା ପ୍ରଦୂଷଣ ହ୍ରାସ କରିବାରେ ସହାୟତା କରୁଛି । ସାମଗ୍ରିକଭାବେ ରେଳଲାଇନର ସମ୍ପ୍ରସାରଣ, କାର୍ ପାଇଁ ସଂସାଧନର ସମ୍ପ୍ରସାରଣ ଆମକୁ ଏହି ଦିଗରେ ନେଇଯାଉଛି ।
ସାଥୀଗଣ, ଦେଶରେ ନୂତନ ପିଢ଼ୀର ଭିତ୍ତିଭୂମି ପାଇଁ ଆମେ ଗତି ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଉଛୁ । ବିଗତ ଚାରି ବର୍ଷରେ ସରକାର ତିନି ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ପ୍ରାୟ 33 ହଜାର କିଲୋମିଟରରୁ ଅଧିକ ନୂତନ ରାଜପଥ ନିର୍ମାଣ କରିଛନ୍ତି । ପୂର୍ବ ସରକାର ନିଜର ସାଢ଼େ ସାତ ବର୍ଷରେ ଯେତିକି ରାଜପଥ ନିର୍ମାଣ କରିଥିଲେ, ତା’ଠାରୁ ମଧ୍ୟ ଅଧିକ ଆମେ ନିର୍ମାଣ କରିଛୁ । ସାଥୀଗଣ, ସେହି ଲୋକ ଅଛନ୍ତି, ସେହି କାମ କରିବା ବାଲା ଅଛନ୍ତି, ବେଗ ମଧ୍ୟ ତାହା ଅଛି, ସେହି ଫାଇଲ୍ ମଧ୍ୟ ଅଛି, କିନ୍ତୁ ଯେତେବେଳେ ଇଚ୍ଛା ଶକ୍ତି ଥାଏ, ସଂକଳ୍ପ ଶକ୍ତି ରହିଥାଏ, ତ କୌଣସି ମଧ୍ୟ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇ ନ ଥାଏ । ତାହା ହିଁ ହେଉଛି କାରଣ ଯେତେବେଳେ 2014 ପୂର୍ବରୁ, ଗୋଟିଏ ଦିନରେ କେବଳ 12କିଲୋମିଟର ରାଜପଥ ନିର୍ମାଣ ହେଉଥିଲା । ଆଜି ପ୍ରାୟ 27 କିଲୋମିଟର ରାଜପଥ ପ୍ରତିଦିନ ନିର୍ମାଣ ହେଉଛି । ଏହି ଗତିରେ ଭାରତମାଳା ପ୍ରକଳ୍ପ ଅଧୀନରେ ଦେଶରେ 35 ହଜାର କିଲୋମିଟର ରାଜପଥ ନେଟୱାର୍କ ସ୍ଥାପନ କରିବାର କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । କେବଳ ରାଜପଥ ନୁହେଁ, ରେଳ ସଂଯୋଗ କ୍ଷେତ୍ରରେ ମଧ୍ୟ ଦେଶରେ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ଯେଉଁଠାରେ ରେଳ ଧାରଣା ନ ଥିଲା, ଦ୍ରୁତ ଗତିରେ ରେଳ ନେଟୱାର୍କ ବିଛା ଯାଉଛି, ଯେଉଁଠାରେ ଆବଶ୍ୟକତା ଅଛି, ସେଠାରେ ରେଳ ଲାଇନର ସମ୍ପ୍ରସାରଣ କରାଯାଉଛି । ସାଥୀଗଣ, ଆମ ସରକାର ସଦା ସର୍ବଦା ଦେଶର ଆବଶ୍ୟକତାଗୁଡ଼ିକୁ, ଲୋକମାନଙ୍କର ଆଶା, ଆକାଂକ୍ଷାଗୁଡ଼ିକୁ ଆଗରେ ରଖି କାର୍ଯ୍ୟ କରିଛନ୍ତି । ସେମାନଙ୍କ ହିସାବରେ ଟ୍ରେନର ଗତି ମଧ୍ୟ ବୃଦ୍ଧି କରାଯାଉଛି, ରେଳର ଷ୍ଟେସନର ଆଧୁନିକୀକରଣ କରାଯାଉଛି । ଆପଣମାନେ ଦେଖିଥିବେ କି ବିନା ଇଂଜିନବାଲା ଆଧୁନିକ ଟ୍ରେନ୍ ମଧ୍ୟ ରେଳଧାରଣାକୁ ଆଣିବା ପାଇଁ ଆଜିକାଲି ପ୍ରସ୍ତୁତି ଚାଲିଛି । ଏହି ଟ୍ରେନ୍ ମେକ୍ ଇନ୍ ଇଣ୍ଡିଆର ଚମକକୁ ଆହୁରି ବଢ଼ାଉଛି ।
ଭାଇ ଓ ଭଉଣୀମାନେ, ସରକାର ଦେଶର ଜନଶକ୍ତି, ଦେଶର ଜଳ ସଂସାଧନର ସଂପୂର୍ଣ୍ଣ ବ୍ୟବହାର କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଦେଶରେ 100ରୁ ଅଧିକ ନୂତନ ଜଳପଥ ନିର୍ମାଣ କରାଯାଉଛି । ଏବେ କିଛି ଦିନ ପୂର୍ବେ ହିଁ ବନାରସକୁ ନଦୀପଥ ଦେଇ ଦେଶର ପ୍ରଥମ ପଣ୍ୟବାହୀ ଜାହାଜ ଆସିଛି । ବନାରସ-ହଳଦିଆ ଜଳପଥରେ ଏବେ ଜଳ ଜାହାଜରେ ପଣ୍ୟ ବୋଝେଇର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ଗଙ୍ଗା ମାତାଙ୍କ ମାଧ୍ୟମରେ ୟୁପି, ପୂର୍ବୋତର ରାଜ୍ୟ ଗୁଡ଼ିକ ସହିତ ଯୋଡ଼ି ହୋଇ ଯାଇଛି । ଏହା ସହିତ ହିଁ ଦେଶର ବିମାନ ସେବାକୁ ଶସ୍ତା କରିବାକୁ ଉଡ଼ାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏଠାରେ ହିସାରରେ ମଧ୍ୟ ବିମାନବନ୍ଦରର ନିର୍ମାଣ କରାଯାଇଛି । ଫଳରେ ହିସାର ମଧ୍ୟ ଉଡ଼ାଣ ଯୋଜନା ସହିତ ଯୋଡ଼ି ହୋଇ ପାରିବ ।
ଭାଇ ଓ ଭଉଣୀମାନେ, ସରକାରଙ୍କର ନୀତି ଗୁଡ଼ିକର ପ୍ରଭାବ ଏହା ହୋଇଛି କି ହାୱାଇ ଚପଲ ପିନ୍ଧୁଥିବା ମୋର ଭାଇ ଭଉଣୀ ମାନଙ୍କ ମଧ୍ୟରେ ଏବେ ଉଡ଼ାଜାହାଜରେ ଯାତ୍ରା କରିବାର ଉତ୍ସାହ ଜାଗ୍ରତ ହୋଇଛି । ସାଥୀଗଣ, ଡିଜିଟାଲ ଭାରତ ଅଧୀନରେ ଦେଶର ପ୍ରତ୍ୟେକ ପଂଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ସହିତ ଯୋଡିବାର ଯୋଜନା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ପୂର୍ବ ସରକାର ଏହି ଚାରି ବର୍ଷରେ ଏହା ଟିକେ ମନେ ରଖନ୍ତୁ, ପୂର୍ବ ସରକାର ଯେତେବେଳେ ଚାରି ବର୍ଷରେ କେବଳ 59 ପଂଚାୟତକୁ ହିଁ ଅପ୍ଟିକାଲ ଫାଇବର୍ ସହିତ ଯୋଡ଼ି ପାରିଥିଲେ, 4 ବର୍ଷରେ 59, ସେହି କ୍ଷେତ୍ରରେ ଆମ ସରକାର ଏହି ଚାରି ବର୍ଷରେ ଏ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ପଂଚାୟତକୁ ଅପ୍ଟିକାଲ ଫାଇବର ସହିତ ଯୋଡ଼ି ସାରିଛନ୍ତି । କେଉଁଠି 59, ଆଉ କେଉଁଠି ଏକ ଲକ୍ଷରୁ ଅଧିକ ପଞ୍ଚାଯତ । ସାଥୀଗଣ, କୌଣସି କ୍ଷେତ୍ରରେ ବୃଦ୍ଧି ପାଉଥିବା ଯୋଗାଯୋଗ ବ୍ୟବସ୍ଥା ନିଜ ସହିତ ରୋଜଗାରର ନୂତନ ସୁଯୋଗ ନେଇ କରି ଆସିଥାଏ । ତାହା ରାଜପଥ ନିର୍ମାଣ ହେଉ, ଏହି ମେଟ୍ରୋ ଅବା ରେଳପଥ ନିର୍ମାଣ, ଜଳପଥ ବିକଶିତ କରିବା ହେଉ, ଗୋଟିଏ ସଂପୂର୍ଣ୍ଣ ଆର୍ଥିକ ବାତାବରଣର ଲାଭ ପରିବହନରୁ ନେଇ ବିନିର୍ମାଣ ଏବଂ ସେବା କ୍ଷେତ୍ର ପର୍ଯ୍ୟନ୍ତ ହୋଇଥାଏ । ମୁଁ ବହୁତ ଖୁସି କି ହରିୟାଣାର ସରକାର ଯୁବକମାନଙ୍କୁ ରୋଜଗାରର ନୂତନ ସୁଯୋଗ ଦେବା ସହିତ, ସେମାନଙ୍କୁ ରୋଜଗାରର ପରିବର୍ତ୍ତିତ ଶୈଳୀ ପାଇଁ ମଧ୍ୟ ପ୍ରସ୍ତୁତ କରିବା ଉପରେ ଗରୁତ୍ୱ ଦେଉଛନ୍ତି । ଶ୍ରୀ ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଏହି ଦିଗରେ ହେଉଛି ବହୁତ ବଡ଼ ପଦକ୍ଷେପ । ଏହି ବିଶ୍ୱବିଦ୍ୟାଳୟ ହରିୟାଣା ଏବଂ ଏହି କ୍ଷେତ୍ରର ଯୁବକ ମାନଙ୍କୁ ପରିବର୍ତ୍ତିତ ନିଯୁକ୍ତି ଧାରା ଅନୁସାରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଗରେ କାର୍ଯ୍ୟ କରିବ । ଏହି ବିଶ୍ୱବିଦ୍ୟାଳୟ ଏଠାକାର ଯୁବକମାନଙ୍କୁ ନିଜସ୍ୱ ଉଦ୍ୟମରେ ନିଜର ଉଦ୍ୟୋଗ ଆରମ୍ଭ କରିବାର ଶିକ୍ଷା ମଧ୍ୟ ଦେବ, ଶକ୍ତି ଦେବ । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି କୌଶଳର ଦେବତା ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ଏହି ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଭବିଷ୍ୟତର ଗତିପଥ ଆହୁରି ସରଳ ହେବ ।
ଭାଇ ଓ ଭଉଣୀମାନେ, ଆଜି ହରିୟାଣା ରପ୍ତାନୀ କରିବା କ୍ଷେତ୍ରରେ ହେଉଛି ଦେଶରେ ଅଗ୍ରଣୀ ରାଜ୍ୟ । ଏଥିରେ ରାଜ୍ୟର 22 ହଜାରରୁ ଅଧିକ ସୂକ୍ଷ୍ମ, ଲଘୁ ଉଦ୍ୟୋଗ ଏବଂ ମଧ୍ୟମ ଉଦ୍ୟୋଗ ଅର୍ଥାତ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ତାଙ୍କର ବହୁତ ବଡ଼ ଯୋଗଦାନ ରହିଛି । ଏହି କୌଶଳ ବିଶ୍ୱବିଦ୍ୟାଳୟ ଏଠାକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ମଧ୍ୟ ସୁଦୃଢ଼ କରିବ । ଏଠାରୁ ପାଠପଢ଼ି ଉତୀର୍ଣ୍ଣ ହେଉଥିବା ଛାତ୍ର ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ, ଏଭଳି ଉତ୍ପାଦ ନିର୍ମାଣ କରିବେ । ମେକ୍ ଇନ୍ ଇଣ୍ଡିଆର ଚମକକୁ ଆହୁରି ବଢ଼ାଇବେ ।
ସାଥୀଗଣ, ଆପଣ ସମସ୍ତଙ୍କୁ ଏହା ଜଣାଥିବ କି ନିକଟରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଏବେ ନିକଟରେ 12ଟି ବଡ଼ ନିଷ୍ପତ୍ତି ନିଆଯାଇଛି । ଏବେ ଜିଏସଟି ସହିତ ଜଡ଼ିତ ମୋର ହରିୟାଣାର ଛୋଟ ବ୍ୟବସାୟୀଙ୍କୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ କେବଳ 59 ମିନିଟରେ ମିଳିଯିବ । ଏହା ବ୍ୟତୀତ ଉତ୍ପାଦନ ବୃଦ୍ଧି ପାଇଁ, ସେଥିପାଇଁ ବଜାର ପରିସର ବୃଦ୍ଧି କରିବା ପାଇଁ, ସେଥିପାଇଁ ପ୍ରକ୍ରିୟାଗୁଡ଼ିକୁ ସହଜ କରିବା ନିମନ୍ତେ ମଧ୍ୟ ଅନେକ ନିଷ୍ପତ୍ତି ନିଆ ଯାଇଛି । ଭାଇ ଓ ଭଉଣୀ ମାନେ, ଏହି ସରକାର ଦେଶର ବ୍ୟବସାୟୀମାନଙ୍କୁ ଶକ୍ତି ପ୍ରଦାନ କରିବାକୁ ଚାହୁଁଛନ୍ତି, ଯୁବକମାନଙ୍କୁ ଗତି ଦେବାକୁ ଚାହୁଁଛନ୍ତି, ନିଜର ଯୁବକମାନଙ୍କୁ ନବସୃଜନରୁ ଶିଳ୍ପ ଦିଗରେ ଅଗ୍ରସର କରାଉଛନ୍ତି । ସେମାନଙ୍କ ପରିକଳ୍ପନା ପାଇଁ ପୁଞ୍ଜିର ଅଭାବ ନ ହେଉ, ଏହା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ଷ୍ଟାଟ୍-ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍-ଅପ୍ ଇଣ୍ଡିଆ ଭଳି ଯୋଜନା ଏହି ଚିନ୍ତାଧାରା ସହିତ କାର୍ଯ୍ୟକାରୀ ହେଉଛି । ଏହି ଚିନ୍ତାଧାରା କାରଣରୁ ଦେଶର ଯୁବକମାନଙ୍କୁ ମୁଦ୍ରା ଯୋଜନା ଅଧୀନରେ ବିନା ବ୍ୟାଙ୍କ ଗ୍ୟାରେଂଟିରେ ଛଅ ଲକ୍ଷ 70 ହଜାର କୋଟିରୁ ଅଧିକ ଟଙ୍କାର ଋଣ ଦିଆ ଯାଇସାରିଛି । ଏଥିରେ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ଏହା ହେଉଛି କି ମୁଦ୍ରା ଯୋଜନା ମାଧ୍ୟମରେ ଋଣ ନେଉଥିବା ଲୋକଙ୍କ ମଧ୍ୟରୁ 70 ପ୍ରତିଶତରୁ ଅଧିକ ହେଉଛନ୍ତି ମହିଳା । ଏହି ଯୋଜନା ଗୋଟିଏ ପଟେ ଦେଶରେ ମହିଳା ସ୍ୱରୋଜଗାରର ବହୁତ ବଡ଼ ମାଧ୍ୟମ ପାଲଟି ଯାଇଛି । ଆଉ ନିଶ୍ଚିତ ଭାବେ ଏହାର ଲାଭ ହରିୟାଣାର ମୋର ଭଉଣୀ, ଝିଅମାନଙ୍କୁ ମଧ୍ୟ ମିଳିଥିବ ।
ସାଥୀଗଣ, ଆମ ସରକାର ମହିଳା ମାନଙ୍କର ଜୀବନକୁ ସହଜ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ନିର୍ମାଣ ହୋଇଥିବା 9 କୋଟି ଶୌଚାଳୟ ହେଉ, ଅବା ପୁଣି ଉଜ୍ଜ୍ୱଳା ଯୋଜନା ଅଧୀନରେ ଦିଆ ଯାଇଥିବା ପ୍ରାୟ 6 କୋଟି ଗ୍ୟାସ ସଂଯୋଗ, ଉଭୟ ମହିଳା ମାନଙ୍କର ଜୀବନକୁ ସହଜ ଓ ସରଳ କରି ଦେଇଛି । କେନ୍ଦ୍ର ସରକାରଙ୍କ ଦୃଷ୍ଟିଭଙ୍ଗୀକୁ ଆଗକୁ ବଢ଼ାଇବାରେ ମଧ୍ୟ ହରିୟାଣା ନିଜର ସଂପୂର୍ଣ୍ଣ ସହଯୋଗ ଦେଇଛି । ବେଟୀ ବଚାଓ, ବେଟୀ ପଢ଼ାଓ ଯୋଜନା ଏବଂ ଖେଲୋ ଇଣ୍ଡିଆର ସଫଳତା ହେଉଛି ଏହାର ବହୁତ ବଡ଼ ଉଦାହରଣ । କ୍ରୀଡ଼ାରେ ଦେଶ ପାଇଁ ସବୁଠାରୁ ଅଧିକ ପଦକ ଏଠାକାର ପୁଅ ଝିଅମାନେ ଆଣିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେଉ, ଅବା ଏସିଆଡ଼ ହରିୟାଣାର ଝିଅମାନେ, ହରିୟାଣାର ଯୁବକମାନଙ୍କର ଗୌରବର ଗାଥା ସମଗ୍ର ଦୁନିଆରେ ବାଜୁଛି ।
ଭାଇ ଓ ଭଉଣୀମାନେ, ଭାଜପାର ସରକାର, ସେ କେନ୍ଦ୍ରରେ ହେଉ, ଅବା ରାଜ୍ୟରେ, ହରିୟାଣାରେ ହେଉ, ଅବା ରାଜସ୍ଥାନରେ, ମଧ୍ୟପ୍ରଦେଶରେ ହେଉ, ଅବା ଛତିଶଗଡ଼ରେ, ଉତ୍ତରପ୍ରଦେଶରେ ହେଉ, ଅବା ଉତ୍ତର-ପୂର୍ବରେ, “ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶ”ର ମନ୍ତ୍ର ସହିତ ଆମେ କାର୍ଯ୍ୟ କରୁଛୁ । ଏହାର ପରିଣାମ ଦେଶରେ ବ୍ୟାପକ ସ୍ତର ପର୍ଯ୍ୟନ୍ତ ଆଜି ଦୃଷ୍ଟିଗୋଚର ହେଉଛି । ମୁଁ ଖୁସି ଯେ ହରିୟାଣାର ଲୋକ ଏହି ସମସ୍ତ ପ୍ରୟାସରେ ସକ୍ରିୟତାର ସହିତ ସହଯୋଗ କରୁଛନ୍ତି । ପୁଣି ଥରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପଶ୍ଚିମ ପେରିଫେରାଲ ଏକ୍ସପ୍ରେସ୍ ସଡକ, ମେଟ୍ରୋ ଏବଂ କୌଶଳ ବିଶ୍ୱବିଦ୍ୟାଳୟର ଲୋକାର୍ପଣ ଏବଂ ଶିଳାନ୍ୟାସ ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ ଜଣାଉଛି ।
**********
अभी कुण्डली- मानेसर-पलवल एक्सप्रेस-वे को देश को समर्पित करने का मौका मिला है।
— PMO India (@PMOIndia) November 19, 2018
इसका पहला चरण 2 वर्ष पहले पूरा हो गया था।
दूसरा चरण, जो कुण्डली से मानेसर तक, 83 किलोमीटर लंबा है, उसका आज लोकार्पण किया गया है।
इसके साथ ही अब 135 km का ये एक्सप्रेसवे पूरा हो गया है: PMA
इसके साथ ही करीब 500 करोड़ की लागत से बनी बल्लभगढ़ मुजेसर मेट्रो लाइन की शुरुआत भी हो गई है।
— PMO India (@PMOIndia) November 19, 2018
ये दोनों योजनाएं जहां कनेक्टिविटी को लेकर इस क्षेत्र में नई क्रांति लाएंगी,
वहीं श्री विश्वकर्मा कौशल विश्वविद्यालय के जरिए यहां के युवाओं को नई ताकत मिलेगी: PM
आज का ये अवसर दो तस्वीरों को याद करने का भी है।
— PMO India (@PMOIndia) November 19, 2018
एक तस्वीर वर्तमान की है।
ये तस्वीर भाजपा सरकारों की कार्यसंस्कृति की है, हमारे काम करने के तरीके की है।
वहीं दूसरी तस्वीर हमें पहले की सरकार के समय में कैसे काम होता था, इसकी याद दिलाती है: PM
वो तस्वीर याद दिलाती है कि इस एक्सप्रेसवे पर 12 साल से काम चल रहा था।
— PMO India (@PMOIndia) November 19, 2018
वो तस्वीर याद दिलाती है कि ये एक्सप्रेसवे आपको 8-9 साल पहले ही मिल जाना चाहिए था।
लेकिन ऐसा हुआ नहीं.. पहले की सरकारों के जो तौर-तरीके थे, उसने इस एक्सप्रेसवे को पूरा होने में 12 साल लगा दिए: PM
इस एक्सप्रेस-वे का इस्तेमाल कामनवेल्थ गेम्स में होना था। लेकिन कामनवेल्थ खेल जो गति की गई, वही कहानी इस एक्सप्रेस वे की भी है।
— PMO India (@PMOIndia) November 19, 2018
मुझे ध्यान है कि जब प्रगति की बैठकों में मैंने इस प्रोजेक्ट की समीक्षा करनी शुरु की थी, तो कितने सारे पेंच पता चले थे: PM
पहले की सरकार में जिस तरह काम हुआ, वो एक केस स्टडी है कि कैसे जनता के पैसे को बर्बाद किया जाता है।
— PMO India (@PMOIndia) November 19, 2018
जब ये प्रोजेक्ट शुरू हुआ था, तो अनुमान लगाया गया था कि इस पर 1200 करोड़ रुपए खर्च होंगे।
आज इतने वर्षों की देरी की वजह से इसकी लागत बढ़कर 3 गुना से ज्यादा हो गई: PM
ये एक्सप्रेसवे, दिल्ली और आसपास के इलाके में प्रदूषण को कम करने में बड़ी भूमिका निभाएगा।
— PMO India (@PMOIndia) November 19, 2018
एक तरह से देखें, तो ये एक्सप्रेसवे
Economy
Environment
Ease of Travelling के साथ ही
Ease of living की सोच को भी गति देगा: PM
लोग वहीं हैं, काम करने वाले वही हैं, लेकिन जब इच्छाशक्ति हो, संकल्पशक्ति हो, तो कोई भी लक्ष्य हासिल किया जा सकता है।
— PMO India (@PMOIndia) November 19, 2018
यही वजह है कि जहां साल 2014 से पहले देश में एक दिन में सिर्फ 12 किलोमीटर हाईवे बनते थे, आज लगभग 27 किलोमीटर हाईवे का प्रतिदिन निर्माण हो रहा है: PM
किसी भी क्षेत्र में बढ़ती हुई कनेक्टिविटी, अपने साथ, रोजगार के नए अवसर भी लेकर आती है।
— PMO India (@PMOIndia) November 19, 2018
ये हाईवे का बनना, मेट्रो या रेल का बनना, जल मार्ग का विकसित होना, एक पूरा इकोसिस्टम बनाता है।
इस का फायदा, ट्रांसपोर्ट, कंस्ट्रक्शन से लेकर मैन्यूफैक्चरिंग और सर्विस सेक्टर तक को होता है: PM
ये सरकर देश में कारोबारियों को ताकत देना चाहती है, युवाओं को गति देना चाहती है।
— PMO India (@PMOIndia) November 19, 2018
युवाओं को इनोवेशन से इंडस्ट्री की दिशा में आगे बढ़ा रही है। उनके कांसेप्ट को कैपिटल की कमी न हो इसका ध्यान रख रही है।
स्टार्ट अप इंडिया, स्टैंड अप इंडिया योजनाएं इसी सोच के साथ चल रहीं हैं: PM
केंद्र सरकार के विजन को आगे बढ़ाने में हरियाणा ने पूरा सहयोग दिया है।
— PMO India (@PMOIndia) November 19, 2018
बेटी बचाओ - बेटी पढ़ाओ योजना और खेलो इंडिया की सफलता इसका बड़ा उदाहरण हैं।
खेलों में देश के लिए सबसे ज्यादा मेडल यहां के ही बेटी और बेटे ही ला रहे हैं।
हरियाणा के युवाओं का डंका पूरे दुनिया में बजा है: PM