Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଶ୍ଚିମ ବଙ୍ଗ ଦଳାଚକଟାରେ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ; ଘୋଷଣା କଲେ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ବଙ୍ଗରେ ଦଳାଚକଟା ଘଟଣାରେ ମୃତ ବ୍ୟକ୍ତିମାନଙ୍କ ପାଇଁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

“ପଶ୍ଚିମ ବଙ୍ଗରେ ହୋଇଥିବା ଦଳାଚକଟାରେ ମୃତ ବ୍ୟକ୍ତିମାନଙ୍କ ପାଇଁ ମୁଁ ଗଭୀର ଭାବେ ଦୁଃଖିତ । ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ମୋର ସମବେଦନା ।

ପଶ୍ଚିମ ବଙ୍ଗ ଦଳାଚକଟାରେ ଗମ୍ଭୀର ଭାବେ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି”।

ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ରିଲିପ ପାଣ୍ଠିରୁ 2 ଲକ୍ଷ ଟଙ୍କା ଏବଂ ଗମ୍ଭୀର ଭାବେ ଆହତ ବ୍ୟକ୍ତିମାନଙ୍କ ପାଇଁ 50 ହଜାର ଟଙ୍କାର ଅନୁଦାନ ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।