ପିଏମଇଣ୍ଡିଆ
ପାରମ୍ପରିକ ଔଷଧୀୟ ପ୍ରଣାଳୀ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସ ମଧ୍ୟରେ ପୂର୍ବରୁ ପ୍ରସ୍ତାବିତ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ନୂଆଦିଲ୍ଲୀରେ ଏହି ବୁଝାମଣା ସେପ୍ଟେମ୍ବର 11, 2019ରେ ସ୍ୱାକ୍ଷରିତ ହୋଇଥିଲା ।
ଲାଭ:
ପାରମ୍ପରିକ ଔଷଧୀୟ ପ୍ରଣାଳୀର ପ୍ରସାର ପାଇଁ ଭାରତ ଓ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସ ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ ଏହି ବୁଝାମଣା ଏକ ଢ଼ାଂଚା ପ୍ରଦାନ କରିବ । ଏହାଦ୍ୱାରା ଏହି କ୍ଷେତ୍ରରେ ଉଭୟ ଦେଶଙ୍କୁ ପାରସ୍ପରିକ ଲାଭ ମିଳିବ । ଏହାଫଳରେ ମଧ୍ୟ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସରେ ପାରମ୍ପରିକ ଔଷଧୀୟ ପ୍ରକ୍ରିୟାର ପ୍ରଚାର ଓ ପ୍ରସାର ହୋଇପାରିବ । ବୁଝାମଣା ଅନୁଯାୟୀ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସରେ ଆୟୁଷ ଔଷଧ ପ୍ରଣାଳୀର ଗୁରୁତ୍ୱ ବୃଦ୍ଧି ପାଇବ । ବୁଝାମଣାର ଫଳସ୍ୱରୂପ ଅଭ୍ୟାସକାରୀ ଓ ବୈଜ୍ଞାନିକମାନଙ୍କ ପ୍ରଶିକ୍ଷଣ ପାଇଁ ପାରମ୍ପରିକ ଔଷଧୀୟ ପ୍ରଣାଳୀ ଉପରେ ମିଳିତ ଭାବେ ଗବେଷଣା କରୁଥିବା ବିଶେଷଜ୍ଞମାନଙ୍କ ଆଦାନ ପ୍ରଦାନ ହୋଇପାରିବ । ଏହାଫଳରେ ଔଷଧ କ୍ଷେତ୍ର ଏବଂ ପାରମ୍ପରିକ ଔଷଧର ଅଭ୍ୟାସ କ୍ଷେତ୍ରରେ ଅଭିନବତା ଆସିପାରିବ ।
**********