Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାରମ୍ପରିକ ଔଷଧ ଓ ହୋମିଓପାଥି କ୍ଷେତ୍ରରେ ସହଯୋଗ ନେଇ ଭାରତ ବଲିଭିଆ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


 

ପାରମ୍ପରିକ ଔଷଧ ଏବଂ ହୋମିଓପାଥି କ୍ଷେତ୍ରରେ ସହଯୋଗ ନେଇ ଭାରତ ଓ ବଲିଭିଆ ମଧ୍ୟରେ ପୂର୍ବରୁ ହୋଇଥିବା ବୁଝାମଣା ସ୍ୱାକ୍ଷରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମିଟି ଅନୁମୋଦନ କରିଛନ୍ତି । ଏହି ବୁଝାମଣା 2019 ମାର୍ଚ୍ଚରେ ବଲିଭିଆଠାରେ ସ୍ୱାକ୍ଷରିତ ହୋଇଥିଲା  ।

ପ୍ରଭାବ:

ଏହି ବୁଝାମଣା ସ୍ୱାକ୍ଷର ହେବା ଏକ ଢ଼ାଂଚା ବିକଶିତ ହେବ ଏବଂ ଉଭୟ ଦେଶରେ ପାରମ୍ପରିକ ଔଷଧ ପଦ୍ଧତି ଏବଂ ହୋମିଓପାଥିର ପ୍ରସାର କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ହେବ । ଏହାଦ୍ୱାରା ବଲିଭିଆରେ ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ହୋମିଓପାଥିର ପ୍ରଚାର ଏବଂ ପ୍ରସାର ହୋଇପାରିବ ଏବଂ ଆୟୁଷ (ଆୟୁର୍ବେଦ, ଯୋଗ, ୟୁନାନି, ସିଦ୍ଧ ଓ ହୋମିଓପାଥି) ଚିକିତ୍ସା ପ୍ରକ୍ରିୟାର ଗୁରୁତ୍ୱ ବୃଦ୍ଧି ପାଇବ । ଏହି ବୁଝାମଣା ଫଳରେ ମିଳିତ ଭାବେ ଗବେଷଣା କରୁଥିବା ପ୍ରଶିକ୍ଷାର୍ଥୀ ଏବଂ ବୈଜ୍ଞାନିକମାନେ ଜ୍ଞାନର ଆଦାନ ପ୍ରଦାନ କରିପାରିବେ । ଏହାଦ୍ୱାରା ଔଷଧ ନିର୍ମାଣରେ ବିକାଶ ଏବଂ ପାରମ୍ପରିକ ଔଷଧ ପଦ୍ଧତିର ଅଭ୍ୟାସ କ୍ଷେତ୍ରରେ ଅଭିନବତ୍ୱ ଆସିପାରିବ  ।