ପିଏମଇଣ୍ଡିଆ
ପାରମ୍ପରିକ ଔଷଧ ପ୍ରଣାଳୀ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ କଲମ୍ବିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା(ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଏହାଦ୍ୱାରା କଲମ୍ବିଆରେ ଭାରତର ପାରମ୍ପରିକ ଔଷଧର ପ୍ରଚାର ଏବଂ ପ୍ରସାର ହୋଇପାରିବ ।
ଏମଓୟୁର ଫଳସ୍ୱରୂପ ଚିକିତ୍ସକମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ବିଶେଷଜ୍ଞମାନଙ୍କ ଆଦାନପ୍ରଦାନ, ପାରମ୍ପରିକ ଔଷଧ ପ୍ରଣାଳୀରେ ସହଯୋଗପୂର୍ଣ୍ଣ ଗବେଷଣା ଦ୍ୱାରା ଔଷଧ ବିକାଶ ଏବଂ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ନୂତନ ଉଦ୍ଭାବନ ହୋଇପାରିବ ।
****