Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ହୋମିଓପାଥୀ କ୍ଷେତ୍ରରେ ଭାରତ ଓ ସାଓ ତୋମେ ଏବଂ ପ୍ରିନ୍ସିପେ ମଧ୍ୟରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପାରମ୍ପରିକ ଚିକିତ୍ସା ପଦ୍ଧତି ଏବଂ ହୋମିଓପାଥୀ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ସାଓ ତୋମେ ଏବଂ ପ୍ରିନ୍ସିପେ ମଧ୍ୟରେ ବୁଝାମଣାପତ୍ରକୁ ପିଛିଲା ଭାବେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ବୁଝାମଣା ପତ୍ର ମାର୍ଚ୍ଚ, 2018ରେ ସ୍ୱାକ୍ଷରିତ ହୋଇଥିଲା ।

ପ୍ରମୁଖ ପ୍ରଭାବ :

ବୁଝାମଣାପତ୍ର ଦ୍ୱାରା ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ । ଏହା ଭାଗିଦାରୀଭିତ୍ତିକ ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖି ଉଭୟ ଦେଶ ଲାଗି ବେଶ ଲାଭକାରୀ ହେବ ।

କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ:

ସ୍ୱାକ୍ଷରିତ ବୁଝାମଣା ପତ୍ରର କପି ପାଇବା ପରେ ଉଭୟ ପକ୍ଷ ମଧ୍ୟରେ ଗତିବିଧି ଆରମ୍ଭ ହୋଇଯିବ । ଉଭୟ ଦେଶ ଦ୍ୱାରା କରାଯାଇଥିବା ପ୍ରଥମ ସ୍ୱାକ୍ଷରିତ ବୁଝାମଣା ପତ୍ରର ସର୍ତ୍ତ ଅନୁଯାୟୀ ହେବ ଏବଂ ବୁଝାମଣାପତ୍ରର ପରିଚାଳନା ପର୍ଯ୍ୟନ୍ତ ନିରନ୍ତର ପ୍ରକ୍ରିୟାରେ ରହିବ ।

 

**********