ପିଏମଇଣ୍ଡିଆ
ସରକାରୀ ସଂସ୍ଥା ଚୟନ ବୋର୍ଡ଼ (ପିଇଏସବି) ପାଇଁ ୧୯୮୭ ମସିହା ମାର୍ଚ୍ଚ ୩ ତାରିଖରେ ଗୃହୀତ ଘୋଷଣାନାମାକୁ ସଂଶୋଧନ କରିବା ନିମନ୍ତେ ଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଏହି ସଂଶୋଧନ ନିମ୍ନମତେ କରାଯିବାକୁ ସିଦ୍ଧାନ୍ତ ନିଆଯାଇଛି:
(କ) କେନ୍ଦ୍ର ସରକାରୀ ସେକ୍ଟର ପାଇଁ ରାଜ୍ୟ ସରକାରୀ ସଂସ୍ଥା ଏବଂ ବେସରକାରୀ ସେକ୍ଟରରୁ ଅଣ-ଆଭ୍ୟନ୍ତରୀଣ ପ୍ରାର୍ଥୀମାନଙ୍କୁ ପାଞ୍ଚ ବର୍ଷ ସକାଶେ ନିଯୁକ୍ତି ପ୍ରଦାନ କରାଯିବା;
(ଖ) ସରକାରୀ ସଂସ୍ଥା ଚୟନ ବୋର୍ଡ଼ (ପିଇଏସବି)ର ଅଧ୍ୟକ୍ଷ ଓ ସଦସ୍ୟ ପଦବୀରେ ଯେଉଁ ଦିନ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠାରୁ ତିନି ବର୍ଷ ପାଇଁ କାର୍ଯ୍ୟ କରିବା ଅଥବା ୬୫ ବର୍ଷ ବୟସରଙ୍କ ପହଂଚିବା ପର୍ଯ୍ୟନ୍ତ,ଏଥିରୁ ଯେଉଁଟି ପ୍ରଥମେ ପହଂଚିବ ତାହା କାର୍ଯ୍ୟକାରୀ ହେବ ।
ଏହାଦ୍ଵାରା ରାଜ୍ୟ ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥାଗୁଡ଼ିକରୁ ଅଧିକାରୀମାନଙ୍କୁ କେନ୍ଦ୍ର ସରକାରୀ ସଂସ୍ଥାର ଉଚ୍ଚ ପଦବଦବୀ ପାଇଁ ଚୟନ କରାଯିବା ସହଜସାଧ୍ୟ ହୋଇପାରିବ । ଏହା ଦ୍ୱାରା ଅଭିଜ୍ଞ ଓ ପେଶାଦାର ପ୍ରାର୍ଥୀମାନଙ୍କୁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ପାଇଁ ଚୟନ କରାଯାଇପାରିବ ।