Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପିମ୍ପ୍ରିସ୍ଥିତ ରାଷ୍ଟ୍ରାୟତ ହିନ୍ଦୁସ୍ଥାନ ଏଣ୍ଟିବାୟୋଟିକ୍ସ ଲିମିଟେଡର ଅବସ୍ଥା ସୁଧାରିବା ପାଇଁ ବିକ୍ରୀ ହେବ ବଳକା ଜମି


ମହାରାଷ୍ଟ୍ରର ପୁଣେଠାରେ ଥିବା ହିନ୍ଦୁସ୍ଥାନ ଏଣ୍ଟିବାୟୋଟିକ୍ସ ଲିମିଟେଡ (ଏଚଏଏଲ)ର ଆବଶ୍ୟକତାଠାରୁ ଅଧିକ ଜମିର କିଛି ଅଂଶ ଏବଂ ଖାଲିପଡିଥିା ଜମିକୁ ବିକ୍ରୀ କରି ଏହାର ବକେୟା ଦେୟ ପଇଠ କରାଯିବ । ଏହି ନିଷ୍ପତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ଅନୁମୋଦିତ ହୋଇଛି ।

ପ୍ରସ୍ତାବ ଅନୁସାରେ ହିନ୍ଦୁସ୍ଥାନ ଏଣ୍ଟିବାୟୋଟିକ୍ସ ଲିମିଟେଡର ଆବଶ୍ୟକତାଠାରୁ ଅଧିକ ଏବଂ ଖାଲି ପଡିଥିବା ୮୭.୭୦ ଏକର ଜମି ବିକ୍ରୀ (ନିଲାମୀ ମୂଲ୍ୟକୁ ଦେଖି ଏବଂ ବିଆଇଏଫଆର ନିର୍ଦ୍ଦେଶାବଳୀ ଅନୁସାରେ କେତେ ଜମି ବିକ୍ରୀ କରାଯିବ ତାହା ସ୍ଥିର କରାଯିବ) କରାଯାଇ ୮୨୧. ୧୭ କୋଟି ଟଙ୍କାର ଦେୟ ପଇଠ କରାଯିବ । ଏଥିପାଇଁ ଅଧିତ୍ୟାଗ ଏବଂ ସ୍ଥଗିତକରଣ ପରେ ୮୨୧.୧୭ କୋଟି ଟଙ୍କା ପାଇଁ କେନ୍ଦ୍ର/ରାଜ୍ୟ ସରକାରୀ ବିଭାଗ, ସରକାରୀ ସଂସ୍ଥା, କେନ୍ଦ୍ର/ ରାଜ୍ୟ ପିଏସୟୁ, ସ୍ୱୟଂଚାଳିତ ସଂସ୍ଥା, ନଗର ଉନ୍ନୟନ ପ୍ରାଧିକରଣମାନଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି କରାଯିବ ।

ଭାରତ ସରକାରଙ୍କ ଋଣ ଏବଂ ସୁଧ ବାବଦକୁ ୩୦୭.୨୩ କୋଟି ଟଙ୍କା (୩୦.୦୯. ୨୦୧୭ ସୁଦ୍ଧା ମୂଳ ରାଶି ୧୮୬.୯୬ କୋଟି ଏବଂ ସୁଧ ବାବଦକୁ ୧୨୦.୨୭ କୋଟି ଟଙ୍କା) ଏବଂ ବିଭିନ୍ନ ଦେୟର ସ୍ଥଗିତକରଣ ପରେ ୧୨୮.୬୮ କୋଟି ଟଙ୍କା ରହିଛି ।

ମଜୁରୀ, ବେତନ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ପାଇଁ ତକ୍ରାଳ ୧୦୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି । ଏଚଏଏଲର ଭୂମି ବିକ୍ରୀ ପରେ ମିଳିଥିବା ଅର୍ଥରେ ସରକାରଙ୍କର ଏହି ଋଣ ପରିଶୋଧ କରାଯିବ ।

ଏହି ଅନୁମୋଦନ କଂପାନୀର ଆଗାମୀ ଦିନଗୁଡିକରେ ପୁନର୍ବାସ, ରଣନୀତିକ ବିକ୍ରୀ ବା ବନ୍ଦ କରିବା ଭଳି ମହତ୍ତ୍ଵପୂର୍ଣ୍ଣ ଭଳି ବିଭିନ୍ନ କ୍ଷେତ୍ରରେ ନିଷ୍ପତି କରିବା ପାଇଁ ସରକାରଙ୍କୁ ସହାୟକ ହେବ ।

ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଏଚଏଏଲର କୋ÷ଣସି ପ୍ରକାର ଦେୟ ବକେୟା ରହିବ ନାହିଁ ଏବଂ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶକୁ ସହଜରେ କାର୍ଯ୍ୟକାରୀ କରି ହେବ । ମହାରାଷ୍ଟ୍ରର ପୁଣେ ସ୍ଥିତ ପିମ୍ପ୍ରିଠାରେ ଏଚଏଏଲର ଥିବା ଭୂମି ବିକ୍ରୀ କରାଗଲେ କଂପାନୀର ଅବସ୍ଥା ସୁଧୁରିବ ଏବଂ କର୍ମଚାରୀମାନଙ୍କ ଦୁଃସ୍ଥିତି ଦୂର ହେବ ।