ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଲାମାନଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାଦାନ(ଆରଟିଇ) ଆଇନ,2009ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ସଂଶୋଧନ ଫଳରେ 31 ମାର୍ଚ୍ଚ 2015 ସୁଦ୍ଧା କାର୍ଯ୍ୟରତ ଥିବା ଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷଣ ଅବଧି 31 ମାର୍ଚ୍ଚ, 2019 ପର୍ଯ୍ୟନ୍ତ 4 ବର୍ଷ ଲାଗି ବଢ଼ାଇବା ନିମନ୍ତେ ଶିକ୍ଷା କର୍ତୃପକ୍ଷ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତା ହାସଲ କରିବା ସୁନିଶ୍ଚିତ ହୋଇପାରିବ । ଏହାଦ୍ୱାରା ଚାକିରିରେ ଥିବା ଅଣତାଲିମପ୍ରାପ୍ତ ପ୍ରାଥମିକ ଶିକ୍ଷକମାନେ ସେମାନେଙ୍କ ତାଲିମ ପୂରଣ କରିପାରିବେ ଏବଂ ଦେଶରେ ପ୍ରାଥମିକ ସ୍ତରର ସମସ୍ତ ଶିକ୍ଷକ ସର୍ବନିମ୍ନ ଯୋଗ୍ୟତା ପାଇପାରିବେ । ପାଠପଢ଼ାର ମାନ ବଜାୟ ରଖିବା ଲାଗି ସମସ୍ତ ଶିକ୍ଷକ ସର୍ବନିମ୍ନ ଯୋଗ୍ୟତା ହାସଲ କରିପାରିବେ । ଫଳରେ ତାଲିମପ୍ରାପ୍ତ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ମାନ ସୁଧାର ଦିଗରେ ସହାୟକ ହୋଇପାରିବ । ତା’ଛଡା ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ଦିଗରେ ସରକାରଙ୍କ ଯୋଜନା ସଫଳ ହୋଇପାରିବ ।