Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁଡୁଚେରୀର ଅରୋଭିଲରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପୁଡୁଚେରୀର ଅରୋଭିଲରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପୁଡୁଚେରୀର ଅରୋଭିଲରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଅରୋଭିଲର ସୁବର୍ଣ୍ଣ ଜୟନ୍ତୀ ସପ୍ତାହ ଅବସରରେ ଏଠି ଉପସ୍ଥିତ ହୋଇଥିବାରୁ ମୁଁ ଖୁସି । ଭାରତର ଆଧ୍ୟାତ୍ମିକ ନେତୃତ୍ୱରେ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଆଜି ଆମ୍ଭମାନଙ୍କୁ ପ୍ରେରଣା ଯୋଗାଇଆସୁଛି ।

ବାସ୍ତବରେ, ଅରୋଭିଲ ସେହି ଦର୍ଶନର ଅଭିବ୍ୟକ୍ତି । ଗତ 5 ଦଶନ୍ଧି ଧରି ଏହା ସାମାଜିକ, ସାଂସ୍କୃତିକ, ଶୈକ୍ଷିକ, ଆର୍ଥିକ ଓ ଆଧ୍ୟାତ୍ମିକ ନବସୃଜନର କେନ୍ଦ୍ର ଭାବେ ଉଭା ହୋଇଛି ।

ଶ୍ରୀ ଅରବିନ୍ଦଙ୍କ କାର୍ଯ୍ୟର ବିଶାଳତା ଓ ବିଚାରକୁ ସ୍ମରଣ କରିବା ହେଉଛି ଆଜିର ଦିନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ଜଣେ ମଣିଷ ଯେ ନିଜେ କାର୍ଯ୍ୟରେ କରି ଦେଖାଉଥିଲେ, ଜଣେ ଦାର୍ଶନିକ, ଜଣେ କବି ଥିଲେ ଓ ତାଙ୍କର ଚରିତ୍ରରେ ଅନେକ ଦିଗ ଥିଲା ଏବଂ ରାଷ୍ଟ୍ର ଓ ମାନବତାର ଭଲ ପାଇଁ ସେସବୁ ପ୍ରତ୍ୟେକଟି ସମର୍ପିତ ଥିଲା ।

ରବିନ୍ଦ୍ରନାଥ ଟାଗୋରଙ୍କ ଭାଷାରେ :

ରବିନ୍ଦ୍ରନାଥ ଓ ଅରବିନ୍ଦ, ଧନୁତୀର !

ହେ ବନ୍ଧୁ, ମୋ’ ଦେଶର ବନ୍ଧୁ, ହେ ଶବ୍ଦ ଅବତାର, ମୁକ୍ତ ଭାରତର ଆତ୍ମା!

ବନ୍ଧୁଗଣ,

ଯେମିତିକି ମା’ ଦେଖିଥିଲେ, ଅରୋଭିଲ ଏକ ବ୍ରହ୍ମାଣ୍ଡର ସହରର ହେବାର ଥିଲା । ଅରୋଭିଲର ଉଦ୍ଦେଶ୍ୟ ହେଉଛି ମାନବ ଏକତାର ଅନୁଭବ କରିବା ।

ଆଜି ଏଠି ବହୁସଂଖ୍ୟାରେ ଏକଜୁଟ ହୋଇଥିବ ଭିଡ଼ ହେଉଛି ସେହି ଚିନ୍ତାଧାରାର ପ୍ରତିଫଳନ ।  ଯୁଗ ଯୁଗ ଧରି ଭାରତ ବିଶ୍ୱ ପାଇଁ ଏକ ଆଧ୍ୟାତ୍ମିକ ସ୍ଥଳୀ ହୋଇ ରହିଛି । ମହାନ ନାଳନ୍ଦା ଓ ତକ୍ଷଶିଳା ବିଶ୍ୱବିଦ୍ୟାଳୟକୁ ସମଗ୍ର ବିଶ୍ୱର ଛାତ୍ରମାନେ ଆସୁଥିଲେ । ବିଶ୍ୱର ଅନେକ ମହାନ ଧର୍ମ ମଧ୍ୟ ଏଠାରେ ଜନ୍ମ ନେଇଛି । ସେମାନେ ଲୋକଙ୍କୁ ଜୀବନର ସମସ୍ତ କ୍ଷେତ୍ରରେ ପ୍ରେରଣା ଦେଇଥାନ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଆଧ୍ୟାତ୍ମିକ ମାର୍ଗ ମାଧ୍ୟମରେ ।

ନିକଟରେ ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଜାତିସଂଘ ଘୋଷଣା କରିଛି ଯାହାକି ଭାରତର ମହାନ୍ ପରମ୍ପରାର ସ୍ୱୀକୃତି ମାତ୍ର । ଅରୋଭିଲ ସମସ୍ତ ପୁରୁଷ ଓ ମହିଳା, ଯୁବ ଓ ବୃଦ୍ଧ, ସୀମା ଓ ପରିଚୟରୁ ଉର୍ଦ୍ଧ୍ଵକୁ ଏକଜୁଟ୍ କରାଇଛି ।

 

ମୁଁ ଭାବୁଛି, ଅରୋଭିଲର ସନନ୍ଦ(Charter) ଦିବ୍ୟ ମା’ଙ୍କ ଦ୍ୱାରା ଫରାସୀ ଭାଷାରେ ହାତରେ ଲେଖାଯାଇଛି । ସେହି ଚାର୍ଟର ଅନୁସାରେ ମା’ ଅରୋଭିଲ ପାଇଁ 5ଟି ଉଚ୍ଚ ସିଦ୍ଧାନ୍ତ ନିର୍ଦ୍ଧାରଣ କରିଛନ୍ତି ।

ଅରୋଭିଲର ପ୍ରଥମ ଉଚ୍ଚ ସିଦ୍ଧାନ୍ତ ହେଉଛି ଯାହାକି ସମସ୍ତ ମାନବତା ଅନ୍ତର୍ଗତ ଆସୁଛି । ଏହା ଆମର ପ୍ରାଚୀନ ବିଶ୍ୱାସର ପ୍ରତିଫଳନ ହେଉଛି ବସୁଧୈବ କୁଟୁମ୍ବକମ – ସାରା ବିଶ୍ୱ ଗୋଟିଏ ପରିବାରର ।

ମୋତେ କୁହାଯାଇଛି ଯେ 1968 ମସିହାରେ ଅରୋଭିଲର ଉଦ୍ଘାଟନୀ ସମାରୋହରେ 124ଟି ରାଷ୍ଟ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଆଜି ମୁଁ ଜାଣିବାକୁ ପାଇଛି ଯେ, ଅରୋଭିଲରେ 49ଟି ରାଷ୍ଟ୍ରର 2400 ନାଗରିକ ରହୁଛନ୍ତି ।

ଏହା ଆମକୁ ଅରୋଭିଲର ଦ୍ୱିତୀୟ ଉଚ୍ଚ ସିଦ୍ଧାନ୍ତ ଆଡ଼କୁ ନେଇ ଯାଉଛି । ଯଦି କେହି ସ୍ୱଇଚ୍ଛାରେ ଦିବ୍ୟ ଚେତନାର ସେବା କରିବାକୁ ଚାହିଁବ, ସିଏ ଅରୋଭିଲରେ ରହିବା ପାଇଁ ହକଦାର ହେବ ।

ମହର୍ଷି ଅରବିନ୍ଦଙ୍କ ଚେତନାର ଦର୍ଶନ କେବଳ ମନୁଷ୍ୟକୁ ନୁହେଁ ସମଗ୍ର ବ୍ରହ୍ମାଣ୍ଡକୁ ଏକୀକୃତ କରିଥାଏ । ଏହା ଈଶଭାସ୍ୟ ଉପନିଷଦର ପ୍ରାଚୀନ କାହାଣୀ ସହ ମେଳ ଖାଉଛି । ଏହାର ଅର୍ଥ ମହାତ୍ମା ଗାନ୍ଧିଙ୍କ ଦ୍ୱାରା ଅନୁବାଦିତ କରାଯାଇଛି, ଏହାର ଅର୍ଥ ହେଉଛି “ସବୁଠୁ କମ୍ ପରମାଣୁ ପର୍ଯ୍ୟନ୍ତ ସବୁକିଛି ହେଉଛି ଦୈବୀୟ ।”

ଅରୋଭିଲର ତୃତୀୟ ସଂସ୍ଥାପକ ସିଦ୍ଧାନ୍ତ ହେଉଛି ଏହା ଅତୀତ ଓ ଭବିଷ୍ୟତ ମଧ୍ୟରେ ସେତୁ ଭାବେ ଉଭା ହେବ । ଯଦି କାହାକୁ ଜାଣିବାକୁ ଚାହିଁବ 1968ରେ ବିଶ୍ୱ ଓ ଭାରତ କେଉଁଠି ଥିଲା ଯେତେବେଳେ ଅରୋଭିଲ ସ୍ଥାପିତ ହୋଇଥିଲା, ଶୀତଳ ଯୁଦ୍ଧ ମଧ୍ୟରେ ବିଶ୍ୱ ରହିଥିଲା । ଅରୋଭିଲର ଚିନ୍ତାଧାରା ହିଁ ବାଣିଜ୍ୟ, ଗସ୍ତ ଓ ଯୋଗାଯୋଗ ମାଧ୍ୟମରେ ସମଗ୍ର ବିଶ୍ୱକୁ ଏକୀକୃତ କରାଇଥିଲା ।

ଅରୋଭିଲକୁ ଏକ ଛୋଟ ଅଂଚଳରୁ ସମଗ୍ର ମାନବତାକୁ ଆଚ୍ଛାଦିତ କରିବାର ଦୃଷ୍ଟିରେ ପରିକଳ୍ପନା କରାଯାଇଥିଲା । ଯାହା ଦେଖାଇ ହେବ କି ଗୋଟିଏ ଏକୀକୃତ ବିଶ୍ୱକୁ ଭବିଷ୍ୟତ ଦେଖିପାରିବ । ଅରୋଭିଲର ଚତୁର୍ଥ ସଂସ୍ଥାପକ ସିଦ୍ଧାନ୍ତ ହେଉଛି ଏହା ସମକାଳୀନ ବିଶ୍ୱର ଆଧ୍ୟାତ୍ମିକ ଓ ଭୌତିକ ଦୃଷ୍ଟିକୋଣ ସହ ଜଡ଼ିତ ହେବ । ଯଦିଓ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ମାଧ୍ୟମରେ ବିଶ୍ୱର ଭୌତିକ ବିକାଶ ହେଉଛି, ତଥାପି ଏହା ସାମାଜିକ କ୍ରମାଙ୍କ ଓ ସ୍ଥିରତା ପାଇଁ ଆଧ୍ୟାତ୍ମିକତା ଭିତ୍ତିକ ଆବଶ୍ୟକତା ପାଇ ଅଧିକ ଦୀର୍ଘ ହେବ ।

ଅରୋଭିଲରେ ହେଉଛି ଭୌତିକ ଓ ଆଧ୍ୟାତ୍ମିକ, ସଦିଚ୍ଛାରେ ସହାବସ୍ଥାନ ।

 

ଅରୋଭିଲର ପଞ୍ଚମ ମୌଳିକ ସିଦ୍ଧାନ୍ତ ହେଉଛି ଏହା ଶିକ୍ଷଣୀୟ ଓ ନିରନ୍ତର ପ୍ରଗତିର ଅସମାପ୍ତ ସ୍ଥାନ, ଯାହାଫଳରେ ଏହା କଦାପି ସ୍ଥିର ହେବ ନାହିଁ ।

ମାନବତାର ପ୍ରଗତି ନିରନ୍ତର ଚିନ୍ତାଧାରା ଓ ପୁନଃ ବିଚାର ଆବଶ୍ୟକ କରେ । ଯାହାଫଳରେ ମଣିଷର ମନ ଗୋଟିଏ ବିଚାର ମଧ୍ୟରେ ସ୍ଥିର ହୋଇ ରହିବ ନାହିଁ ।

ଏହି ତଥ୍ୟ ହିଁ ଅରୋଭିଲକୁ ଏତେ ବିଶାଳ ବିବିଧ ଲୋକ ଓ ଚିନ୍ତାଧାରାକୁ ଏକାଠି କରାଇପାରିଛି ।  ଯାହାକି ଆଲୋଚନା ଓ ବିତର୍କକୁ ପ୍ରାକୃତିକ କରାଇଛି ।

ଭାରତୀୟ ସମାଜର ମୌଳିକତା ହେଉଛି ବିବିଧପୂର୍ଣ୍ଣ । ଏଥିରେ ଆଲୋଚନା ଓ ଦାର୍ଶନିକ ପରମ୍ପରାକୁ ପ୍ରୋତ୍ସାହନ ଦିଆଯାଇଛି । ଅରୋଭିଲ ଏହି ପ୍ରାଚୀନ ଭାରତୀୟ ପରମ୍ପରାକୁ ବିଶ୍ୱରେ ପ୍ରଦର୍ଶନ କରାଇ ବିଶ୍ୱସ୍ତରୀୟ ବିବିଧତାକୁ ଏକଜୁଟ୍ କରାଇଛି ।

ଭାରତ ସର୍ବଦା ବିଭିନ୍ନ ଧର୍ମ ଓ ସଂସ୍କୃତି ମଧ୍ୟରେ ପାରସ୍ପରିକ ସମ୍ମାନ ଓ ସହାବସ୍ଥାନର ଅନୁମତି ଦେଇଥାଏ । ଭାରତ ହେଉଛି ଗୁରୁକୂଳର ପୁରୁଣା ପରମ୍ପରାର ଘର, ଯେଉଁଠି ଶିକ୍ଷା କେବଳ ଶ୍ରେଣୀଗୃହ ମଧ୍ୟରେ ଆବଦ୍ଧ ହୋଇ ରହିନଥାଏ । ଯେଉଁଠି ଜୀବନ କେବଳ ଜୀବନ୍ତ ପରୀକ୍ଷାଗାର ମଧ୍ୟରେ ସୀମିତ ନଥାଏ । ଅରୋଭିଲ ମଧ୍ୟ ସେଭଳି ଅସରନ୍ତି ଓ ଜୀବନତମାମ ଶିକ୍ଷାର ସ୍ଥାନ ବିକଶିତ କରିଛି ।

ପ୍ରାଚୀନ ଯୁଗରେ ଆମର ସନ୍ଥ ଓ ଋଷିମାନେ ମହାନ ପ୍ରୟାସକୁ ଆରମ୍ଭ କରିବା ପାଇଁ ‘ଯଜ୍ଞ’ କରୁଥିଲେ । ବେଳେବେଳେ ଏହି ଯଜ୍ଞ ହିଁ ଇତିହାସର ପାଠ୍ୟକ୍ରମକୁ ଆକାର ଦେଇଥିଲା ।

ଏକତା ପାଇଁ ସେଭଳି ଏକ ‘ଯଜ୍ଞ’ ଏଠି ପ୍ରାୟ 50ବର୍ଷ ପୂର୍ବରୁ ହୋଇଥିଲା । ବିଶ୍ୱର ସବୁ ଭାଗରୁ ପୁରୁଷ ଓ ମହିଳମାନେ ମାଟି ଆଣିଥିଲେ । ମାଟିର ମିଶ୍ରଣରେ ଗୋଟିଏ ରାଷ୍ଟ୍ରର ଯାତ୍ରା ଆରମ୍ଭ ହୋଇଛି ।

ଅନେକ ବର୍ଷ ଧରି ବିଶ୍ୱକୁ ଅରୋଭିଲରୁ ସକାରାତ୍ମକ କମ୍ପନ ପ୍ରାପ୍ତ ହୋଇଛି ।

ଏହା ଅସରନ୍ତି ଶିକ୍ଷା, ପରିବେଶର ପୁନର୍ଜୀବନ, ଅକ୍ଷୟ ଶକ୍ତି, ଜୈବ କୃଷି, ସଠିକ୍ କୋଠା ନିର୍ମାଣ ଜ୍ଞାନକୌଶଳ, ଜଳ ପରିଚାଳନା ଅବା ବର୍ଜ୍ୟ ପରିଚାଳନା । ସବୁଥିରେ ଅରୋଭିଲ ଅଗ୍ରଣୀ ରହିଛି କହିଲେ ଅତ୍ୟୁକ୍ତି ହେବନି।

ଆପଣମାନେ ଦେଶରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ କିଛି କରିଛନ୍ତି । ଅରୋଭିଲର 50ବର୍ଷ ଅବସରରେ, ମୁଁ ଆଶା କରୁଛି ଏ ଦିଗରେ ଆପଣମାନେ ନିଜର ପ୍ରୟାସକୁ ଆହୁରି ବୃଦ୍ଧି କରିବେ । ଶିକ୍ଷା ମାଧ୍ୟମରେ ଯୁବ ମନର ସେବା ହିଁ ଶ୍ରୀ ଅରବିନ୍ଦ ଓ ମାଆଙ୍କୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ।

ଆପଣମାନେ ଅଧିକାଂଶ ଜାଣିନଥିବେ, କିନ୍ତୁ ମୁଁ ବି, ଶିକ୍ଷା କ୍ଷେତ୍ରରେ ଆପଣମାନଙ୍କର ପ୍ରୟାସର ମୁଁ ଜଣେ ଅନୁଗାମୀ । ଶ୍ରୀ ଅରବିନ୍ଦ ଓ ମା’ଙ୍କ ଜଣେ ପ୍ରେରକ ଶିଷ୍ୟ ଶ୍ରୀ କିରତ ଭାଇ ଯୋଶୀ  ଜଣେ ବିଶିଷ୍ଟ ଶିକ୍ଷାବିତ୍ ଥିଲେ ।

ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ସେ ମୋର ଶିକ୍ଷା ପରାମର୍ଶଦାତା ଥିଲେ । ଆଜି ସେ ଆମ ଭିତରେ ନାହାନ୍ତି । କିନ୍ତୁ ଭାରତର ଶିକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।

ବନ୍ଧୁଗଣ,

ଋକ୍ ବେଦ କହେ : “ଆନୋ ଭଦ୍ରାଃ କ୍ରତବୋ ୟନ୍ତୁ ବିଶ୍ୱତଃ” 

(आनो भद्रा: क्रतवो यन्तु विश्वत:)

ସବୁ ପକ୍ଷଠାରୁ ଆମକୁ ମହାନ୍ ବିଚାରଧାରା ଆସିବା ଉଚିତ୍ ।

ଆମର ଦେଶର ସାଧାରଣ ନାଗରିକଙ୍କୁ ସଶକ୍ତ କରିବାର ଚିନ୍ତାଧାରା ନେଇ ଅରୋଭିଲ ଆଗକୁ ବଢ଼ୁ ।

ଲୋକମାନେ ଦୂର ଦୂରାନ୍ତରୁ ନୂଆ ଚିନ୍ତାଧାରା ସହ ଏଠାକୁ ଆସନ୍ତୁ । ଅରୋଭିଲ ଏସବୁ ବିଚାରଧାରା ସଂଶ୍ଲେଷିତ କରିବାର କେନ୍ଦ୍ର ପାଲଟୁ ।

ଅରୋଭିଲ ବିଶ୍ୱର ଏକ ଦୀପଶିଖା ଭଳି ସେବା କରୁ ।

ଏକ ସଂରକ୍ଷକ ଭଳି ମନର ସଂକୀର୍ଣ୍ଣ ପାଚେରୀକୁ ଭାଙ୍ଗିବା ପାଇଁ ଆହ୍ୱାନ କରୁ ।  ପ୍ରତ୍ୟେକଙ୍କୁ ମାନବତାର ଏକତ୍ୱର ସମ୍ଭାବନାକୁ ପାଳନ ନିମନ୍ତେ ସମସ୍ତଙ୍କୁ ଆମନ୍ତ୍ରଣ କରିବା ଜାରି ରଖୁ ।

ମହର୍ଷି ଅରବିନ୍ଦ ଓ ଦିବ୍ୟ ମା’ଙ୍କ ଚେତନା ଅରୋଭିଲ ନିଜର ବିଶାଳ ସଂସ୍ଥାପନ ସିଦ୍ଧାନ୍ତର ସମସ୍ତ ପୂର୍ତ୍ତି ନିମନ୍ତେ ମାର୍ଗଦର୍ଶନ ଜାରି ରଖୁ ।

ଧନ୍ୟବାଦ ।

 

**********