ପିଏମଇଣ୍ଡିଆ
ବିଶାଳ ସଂଖ୍ୟାରେ ଉପସ୍ଥିତ ଚାଷୀ ଭାଇ ଓ ଭଉଣୀମାନେ, ସହକାରୀ କ୍ଷେତ୍ରର ସମସ୍ତ ମହାନୁଭାବ,
ମୁଁ ସର୍ବପ୍ରଥମେ ବସନ୍ତଦାଦା ପାଟିଲଙ୍କ ଜନ୍ମ ଶତବାର୍ଷିକୀ ଶୁଭାରମ୍ଭ ଉପରେ ତାଙ୍କୁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି । ସାର୍ବଜନୀନ ଜୀବନରେ ଯେଉଁ ଉଚ୍ଚ ମୂଲ୍ୟବୋଧକୁ ସେ ଗ୍ରହଣ କରିଥିଲେ ଓ ନିଜ ଜୀବନକୁ ଚାଷୀଙ୍କ ସହ, ସମବାୟ ସହ ତଥା ସେସବୁ ମଧ୍ୟରେ ଆଧୁନିକତା ଆଡ଼କୁ ନିରନ୍ତର ବଢ଼ିବାରେ ତାଙ୍କର ପ୍ରମୁଖ ଯୋଗଦାନ ରହିଥିଲା । ଆଜି ଏହି ସଂସ୍ଥାର ଯେଉଁ ସୁଦୃଢ଼ ଭିତ୍ତିଭୂମି ଦେଖାଯାଉଛି, ତା’ର ମୂଳରେ ବସନ୍ତଦାଦା ପାଟିଲଜୀଙ୍କ ଦୂରଦୃଷ୍ଟି, ତାଙ୍କର ଯୋଗଦାନ ଓ ଭାରତର ଅର୍ଥବ୍ୟବସ୍ଥାର ଯେଉଁ ମୂଳଧାରା ଗାଁ ଓ ଚାଷୀଙ୍କ ସହ ଜଡ଼ିତ ଥିଲା ତାକୁ ଭଲଭାବେ ଚିହ୍ନଟ କରି ତାକୁ ଶକ୍ତିଶାଳୀ କରିବାର ନିରନ୍ତର ପ୍ରୟାସ ଆଗାମୀ ପୀଢ଼ି ପାଇଁ ଉପକାରୀ ହେବ ।
ଆମ ଦେଶରେ ଯେଉଁ ଗତିରେ କୃଷି କ୍ଷେତ୍ରରେ ଗବେଷଣା ହେବା ଉଚିତ୍ ଥିଲା, ଜ୍ଞାନକୌଶଳର ଉପଯୋଗ ବଢ଼ିବା ଉଚିତ୍ ଥିଲା, ବିଶ୍ୱରେ ଯେଉଁ ଗତିରେ ଆଗକୁ ବଢ଼ିଛି, ସେଥିରେ ଆମେ ବହୁ ପଛରେ ରହି ଯାଇଛୁ । ଆଜିବି ବିଶ୍ୱରେ ପ୍ରତି ଏକର ଯେଉଁ ଆଖୁର ଅମଳ ହେଉଛି ତା’ର ତୁଳନାରେ ଆମେ ବହୁ ପଛରେ ରହିଛୁ । ଆଜିବି ବିଶ୍ୱରେ ଆଖୁରେ ଯେଉଁ ସୁଗାର ଉପାଦାନ ରହୁଛି, ଆମ ଦେଶରେ ଆଜିବି ସେଥିରେ ତଫାତ୍ ଦେଖିବାକୁ ମିଳୁଛି । ଦକ୍ଷିଣରେ ଏକ ଅନୁଭବ , ମଧ୍ୟରେ ଆଉ ଗୋଟିଏ ଆସୁଛି, ଉତ୍ତରରେ ପୁଣି ଗୋଟିଏ ଆସୁଛି । ଆଉ ଏଭଳି ସମୟରେ ଏକ ସମର୍ପିତ ପ୍ରତିଷ୍ଠାନ ଯାହା ନିରନ୍ତର ବୈଜ୍ଞାନିକଙ୍କୁ ସାଙ୍ଗରେ ନେଇ ଟେକ୍ନୋଲଜିର ଭରପୂର ଉପଯୋଗ କରି ତଥା ଚାଷୀ ଯେଉଁ ଭାଷାକୁ ବୁଝିବେ, ଉକ୍ତ ଭାଷାକୁ ଚାଷ ପର୍ଯ୍ୟନ୍ତ ପହଂଚାଇବାର ପ୍ରୟାସ କରୁଛି । ମୁଁ ଭାବୁନି ଯେ ଏହା ଛୋଟ କାମ ନଥିଲା ଓ ଏହାର ପରିଣାମ ଆମକୁ ଅନୁଭବ କରାଇଛି । ଆଜି ମୁଁ ଶରଦ ପାୱାରଜୀଙ୍କ ସହ ଫାର୍ମ ଗସ୍ତ କରିଥିଲି । ମୁଁ ସବୁ କଥାକୁ ବୁଝିବାକୁ ପ୍ରୟାସ କରିଥିଲି । ମୋ’ର ବି ଏସବୁ କଥାରେ ସାମାନ୍ୟ ଜିଜ୍ଞାସା ରହିଥାଏ । ଆଖୁରେ ଜଳସେଚନର ବନ୍ୟା ହୋଇଥାଏ ବୋଲି ଭାବି ମୁଁ ଚିନ୍ତିତ ଥିଲି । ଚାଷୀଙ୍କ ମନରେ ଥିଲା କି ଯେପର୍ଯ୍ୟନ୍ତ ଜମିକୁ ପୁରା ପାଣି ଭର୍ତ୍ତି ନହେବ, ସେପର୍ଯ୍ୟନ୍ତ ଫସଲ ଠିକ୍ ହୋଇପାରିବ ନାହିଁ ।
ମୁଁ ବହୁତ ବର୍ଷ ପୂର୍ବରୁ ମରିସସ୍ ଯାଇଥିଲି । ଏସବୁ କଥାକୁ ବୁଝିବା ପାଇଁ ସେତେବେଳେ ତ ମୁଁ ରାଜନୀତିକ ଜୀବନରେ ନଥିଲି । କିନ୍ତୁ ମୁଁ ଦେଖିବାକୁ ପାଇଥିଲି ଯେ ପାଣି ନାହିଁ, ବହୁତ କମ ଅଛି, ସେମାନେ କିନ୍ତୁ ଜମିକୁ ସବୁଜିମାମୟ କରିଥିଲେ । ସେଠି ବ୍ୟାପକ ଜଳସେଚନ ନଥିଲା । ତା’ପରେ ମୁଁ ଏଠି ଆସି ଆମର ଚାଷୀଙ୍କୁ ଏକ କଥା କହିଲି, କିନ୍ତୁ ସେମାନଙ୍କୁ ଏକଥା ହଜମ ହେଲାନି । ଏ ବହୁତ ପୁରୁଣା କଥା । ମୁଁ ସେତେବେଳେ ସେମାନଙ୍କୁ ଏକଥା ବୁଝାଇଲି,ସେମାନଙ୍କୁ ଟିକେ ଅଜବ ଲାଗିଥିଲା କି ଇଏ କ’ଣ ବୁଝିଥିବ । କିନ୍ତୁ ପ୍ରୟାସ କରିଥିଲି କି ଭାଇମାନେ ତୁମେ ଯେମିତି ଭାବୁଛ ସେମିତି ନୁହେଁ । ଆମେ କ୍ଷୁଦ୍ର ଜଳସେଚନରେ ଭଲ ଆଖୁ ଚାଷ କରିପାରିବା । ଏବେ ପାଣିର ସଙ୍କଟ ଯେମିତି ଆମେ ଅନୁଭବ କରୁଛୁ ବିଶେଷକରି ମହାରାଷ୍ଟ୍ର ଓ ଗୁଜରାଟରେ । ମୋତେ ଖୁସି ଲାଗୁଛି ଯେ ସେଠାର ଚାଷୀମାନେ ଦ୍ରୁତଗତିରେ ଆଖୁ ଚାଷରେ କ୍ଷୁଦ୍ର ଜଳସେଚନକୁ ଗୁରୁତ୍ୱ ଦେବାରେ ଲାଗିଛି । ଏହାର ଫାଇଦା ମଧ୍ୟ ଦେଖିବାକୁ ମିଳିଲାଣି । ଯେଉଁଠି କ୍ଷୁଦ୍ର ଜଳସେଚନରେ ଆଖୁ ଚାଷ ହୋଇଛି ସେଠାରେ ଫସଲ, ଫସଲର ଗୁଣବତ୍ତା, ଫସଲର ପରିମାଣ ଓ ସେଥିରେ ଚିନିର ଉପାଦାନର ସ୍ତରରେ ସୁଧାର ଦେଖିବାକୁ ମିଳିଛି । ଆଉ ସେଇଥିପାଇଁ ଧୀରେଧୀରେ ଚିନୀ ଶିଳ୍ପ ଭାବିଲାଣି ଯେ ଯଦି ଆମେ କ୍ଷୁଦ୍ର ଜଳସେଚନକୁ ଅଧିକ ପ୍ରୋତ୍ସାହନ ଦେବୁ ଅବଶ୍ୟ ଲାଭ ହେବ ।
ଏଠାରେ ଯେଉଁ ଗବେଷଣା ପ୍ରତିଷ୍ଠାନ ଚାଲିଛି । ଦୁଇଟି କଥା ଅଛି, ଯାହା ଉପରେ ଆମେ କାମ କରିପାରିବା । ମୁଁ ସରକାରର ଏହି ବିଭାଗ ସହ ପୂର୍ବରୁ ଥରେ କଥା ହୋଇଥିଲି । ବିଶ୍ୱରେ ଯେଉଁ ଚିନି ଅଛି, ସେଥିରେ ଦୁଇ ପ୍ରକାରର ଗଣ୍ଠି ରହିଛି । ଉକ୍ତ ଦୁଇଟି ଗଣ୍ଠି ମଧ୍ୟରେ ଅଧିକ ପାର୍ଥକ୍ୟ ରହୁଛି । ଆମର ଏଠି ଯେଉଁ ଆଖୁ ଅଛି, ତା’ର ଦୁଇଟି ଗଣ୍ଠି ମଧ୍ୟରେ ପାର୍ଥକ୍ୟ କମ୍ ଅଛି । ଏହି କାରଣରୁ ଆମର ଚିନି ଉତ୍ପାଦନରେ କ୍ଷତି ହୋଇଥାଏ । ନଷ୍ଟ ହେଉଥିବା ସାମଗ୍ରୀ ଅଧିକ ବାହାରିଥାଏ । ଆମେ ଜେନେଟିକ୍ ହସ୍ତକ୍ଷେପ ଦ୍ୱାରା ଆମର ଆଖୁର ଗଣ୍ଠି ଅଛି ତା’ର ପାର୍ଥକ୍ୟ ବଢ଼ିଲେ, ଆମର ଚିନି ଉତ୍ପାଦାନ ବଢ଼ିବ । ଏହି କାରଣରୁ ଯେଉଁ ଜଳ ଉପଯୋଗ ହେଉଛି, ତାହା ମଧ୍ୟ କମ୍ ହେବ । କାରଣ ଚିନି ଦାନା ଯୋଗୁ ଏହି ବୃଦ୍ଧି ପାଇବାରେ ଲାଗିଛି । ଆମେ ଏହା ଉପରେ ଅଧିକ ଗବେଷଣା କରିବା ଉଚିତ୍ । କିନ୍ତୁ ଆମେ ତ ଚିନି ପାଇଁ କରୁଛେ । ଏହି ପ୍ରତିଷ୍ଠାନ ମଧ୍ୟ ଚିନି ପାଇଁ ସମର୍ପିତ । କିନ୍ତୁ ଆଉ ଗୋଟିଏ କ୍ଷେତ୍ର ରହିଛି । ଯେଉଁଥିରେ ଯଦି ଶରଦ ରାଓଜୀ ପ୍ରୟାସ କରିବେ ଆଉ ଏଠାର ବୈଜ୍ଞାନିକମାନେ କିଛି କାମ କରିବେ, ଉଭୟ ଏକାଭଳି କାର୍ଯ୍ୟ, ଆଉ ତାହା ହେଲା ବାଉଁଶ । ବାଉଁଶ ଚାଷର ଏକ ଆନ୍ତର୍ଜାତିକ ବଜାର ରହିଛି ।
କିନ୍ତୁ ଆମ ଦେଶରେ ଯେଉଁ ବାଉଁଶ ରହିଚି, ସେଥିରେ ସମସ୍ୟା ହେଉଛି କି ତା’ର ଦୁଇଟି ଗଣ୍ଠି ମଧ୍ୟରେ ଯେଉଁ ତଫାତ୍ ରହୁଛି ତାହା ଖୁବ୍ କମ୍ । ଏହି କାରଣରୁ ବାଉଁଶର ମୂଲ୍ୟ ସମ୍ବର୍ଦ୍ଧନରେ ଯେଉଁ ବାୟୋସାମଗ୍ରୀ ହୋଇଥାଏ, ସେଥିରେ ଆମର ଚାଷୀଙ୍କୁ ଯେତିକି ଫାଇଦା ମିଳିବ ତାହା ହେଉନି । ବାଉଁଶର ଚାଷରେ ପାଣିର ମଧ୍ୟ ଆବଶ୍ୟକତା କମ୍ ଓ ଫସଲ ଅଧିକର ସମ୍ଭାବନା ଥାଏ । ଯେଉଁ ଜେନେଟିକ୍ ହସ୍ତକ୍ଷେପ ଦ୍ୱାରା ଆମେ ଆଖୁରେ ପରିବର୍ତ୍ତନ କରିପାରିବା । ମୋର ମୋଟାମୋଟି ଏହା ହିଁ ଅନୁମାନ ହେଉଛି । ମୁଁ ବୈଜ୍ଞାନିକ ନୁହେଁ । ବୈଜ୍ଞାନିକ ଲୋକମାନେ ଏଥିରେ ଅଧିକ ସହାୟତା କରିପାରିବେ । ବାଉଁଶରେ ବି ଏହି ଗବେଷଣା ଏକକାଳୀନ ଯଦି ଚାଲିପାରନ୍ତା, ଆମେ ଆନ୍ତର୍ଜାତିକ ପ୍ରତିଯୋଗିତାମୂଳକ ବାଉଁଶ ମାନ ଯଦି ଆଣନ୍ତେ, ତା’ହେଲେ ଆମ ଦେଶରେ ଏକ ନୂଆ କୃଷି ଅର୍ଥବ୍ୟବସ୍ଥାକୁ ଆମେ ଆରମ୍ଭ କରିପାରନ୍ତେ । ଉକ୍ତ ଦିଗରେ ଚିନ୍ତା କରାଯାଇପାରେ ।
ଦ୍ୱିତୀୟ କଥା ହେଲା ଜମି କମ୍ ହେବାରେ ଲାଗିଛି । ଚାଷୀର ପରିବାର ପୀଢ଼ି ପରେ ପୀଢ଼ି ବଢ଼ିବା ଯୋଗୁ ପିଲାଙ୍କ ମଧ୍ୟରେ ଜମି ଭାଗଭାଗ ହେଉଛି । ଜନସଂଖ୍ୟା ବୃଦ୍ଧି ଯୋଗୁ ଫସଲ ଜମି କମ୍ ହେଉଛି ବାକି ଉପଯୋଗରେ ବଢ଼ିବା ସ୍ୱାଭାବିକ ହେଉଛି । ଏଭଳି ସ୍ଥିତିରେ ଚାଷୀଙ୍କ ଭଲ ହେବ, ଯେତେବେଳେ ଆମେ ହେକ୍ଟର ପ୍ରତି ଆମର ଉତ୍ପାଦନ କ୍ଷମତା ବୃଦ୍ଧି କରିବା । ପ୍ରତି ହେକ୍ଟର ଉତ୍ପାଦନ କ୍ଷମତା ବଢ଼ାଇବାକୁ ହେଲେ ସାର ପରିମାଣ ବଢ଼ାଇବା, ସେମିତି ନୁହେଁ । ବୈଜ୍ଞାନିକ ଶୈଳୀରେ ସନ୍ତୁଳିତ ଉପଯୋଗ କରିବାରେ ବି ହୋଇଥାଏ । ଖୁସିର କଥା ହେଉଛି ପୂର୍ବରୁ ଆଖୁଚାଷୀମାନେ ଏକଥା ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିଲେ କି ଆମେ ଦୁଇଟି ଆଖୁର ଧାଡ଼ି ମଧ୍ୟରେ ଅନ୍ୟ କୌଣସି ଫସଲ କରିପାରିବା । ଏବେ ଖୁସିର କଥା ଯେ ବିଶେଷକରି ହରଡ଼, ମୁଗ ଡାଲି ପାଇଁ ଚାଷୀ ଏବେ ଆଖୁ ଚାଷ ଭିତରେ ବି ଫସଲ କରିବା ଆରମ୍ଭ କରିଛି । ଆଉ ଯେଉଁମାନେ ପାଣି(ଗଭୀର ଜଳସେଚନ)ର ଉପଯୋଗ କରୁଛନ୍ତି ସେମାନଙ୍କ ପାଇଁ ଏହା ବହୁତ ସହଜ ହେଉଛି । ମୋଟାମୋଟି ଭାବେ ଏହା ବାୟୋ-ଉତ୍ପାଦ ପାଲଟିଛି ।
ଆଖୁରୁ ଆପଣମାନଙ୍କୁ ଯେଉଁ ଉପାର୍ଜନ ମିଳୁଛି ତାହା ତ ମିଳୁଛି କିନ୍ତୁ ମଝିରେ ଯେଉଁ ଜାଗା ପଡ଼ିଥିଲା, ସେଥିରେ ଅତିରିକ୍ତ ଫସଲ କରିବା ଯୋଗୁ ଫଇଦା ହେଉଛି । କିଛି ଲୋକ ପନିପରିବା କି ଫୁଲ ଚାଷ କରୁଛନ୍ତି । ଅଧିକାଂଶ ଲୋକ ଡାଲି ଫସଲ କରୁଛନ୍ତି । ଆମେ ଚାହୁଁଛୁ ଡାଲିକୁ ଆମେ ଅଧିକ ପ୍ରୋତ୍ସାହିତ କରିବୁ । ଏବେ ଭାରତକୁ ଡାଲିର ଏକ ବହୁତ ପରିମାଣକୁ ବାହାରୁ ଆମଦାନୀ କରିବାକୁ ପଡ଼ୁଛି । ଡାଲିର ଆବଶ୍ୟକତା ଆମର ଅଧିକ ରହିଛି । ତେଣୁ ଆମେ ଆଖୁ ସହ ଡାଲିକୁ ଯଦି ପ୍ରୋତ୍ସାହିତ କରିବା, ତା’ହେଲେ ଏକ ନିଶ୍ଚିତ ବଜାର ମିଳିପାରନ୍ତା । ଥରେ ଅଧେ ଆଖୁରେ ଉତ୍ଥାନ-ପତନ ଦେଖିବାକୁ ମିଳିବ, ତଥାପି ଆମର ଚାଷୀଙ୍କୁ ଉକ୍ତ ଏକବର୍ଷର ସଙ୍କଟରୁ ମୁକୁଳିବାରେ ଏହା ସହାୟକ ହେବ । ଆଖୁ ଫସଲ ଭିତରେ ଖାଲି ଥିବା ଯେଉଁ ମଝି ଜାଗାରେ ଚାଷ ହୋଇଛି, ସେଥିରେ ସେମାନଙ୍କୁ ଫାଇଦା ମିଳିପାରିବ । ଅଦ୍ୟାବଧି ଆମର ଆଖୁ ଚାଷ ସହ ଜଡ଼ିତ ଆମର ଯେଉଁ ଚାଷୀ ଥିଲେ, ସେମାନଙ୍କ ପୁରା ଭାଗ୍ୟ ଆଖୁ ମିଲ୍ ଉପରେ ନିର୍ଭରଶୀଳ ଥିଲା । ସୁଗାର ମିଲ୍ ହିଁ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ । ଯେଉଁ ସମବାୟ ସଂସ୍ଥା ସୁଦୃଢ଼ ଥିଲା ତଥା ବସନ୍ତ ଦାଦା ପାଟିଲ କୁହନ୍ତୁ ଅବା ଶରଦ ରାଓଜୀଙ୍କ ପିତାଙ୍କ ଜମିର କଥା କୁହନ୍ତୁ ଅବା ବୈକୁଣ୍ଠ ରାୟ ମେହଟ୍ଟାଙ୍କ ଭଳି ଗାଁରେ ବହୁତ ବଡ଼ ସମବାୟ ସଂସ୍ଥା କରିବାରେ ଏମାନେ ସମର୍ପିତ ନେତା ଥିଲେ । ଉକ୍ତ ପୀଢ଼ି ସୁଯୋଗର ଏଭଳି ମୂଳଦୁଆ ପ୍ରସ୍ତୁତ କରିଛନ୍ତି ଯେଉଁଥିପାଇଁ ଏବେ ଗୁଜରାଟ, ମହାରାଷ୍ଟ୍ରର ଚାଷୀ ଅନୁଭବ କରିପାରୁଛନ୍ତି କି ସମବାୟ ସଂସ୍ଥାରୁ ସେମାନଙ୍କୁ କିଛି ନା’କିଛି ସହାୟତା ମିଳିଯାଉଛି । କିନ୍ତୁ ଏବେ ସମୟର ଦାବି ହେଉଛି ଆମେ ଆମର ମୂଲ୍ୟଯୁକ୍ତ ସାମଗ୍ରୀରେ ଆନ୍ତର୍ଜାତିକ ଅର୍ଥବ୍ୟବସ୍ଥାକୁ ଅଣଦେଖା କରିପାରିବା ନାହିଁ । ବିଶ୍ୱରେ ଯଦି ଚିନି ଉତ୍ପାଦନ ଅଧିକ ହୋଇଯିବ, ତା’ହେଲେ ଭାରତକୁ ଭୋଗିବାକୁ ପଡ଼ୁଛି । ବିଶ୍ୱରେ ଚିନି କମ୍ ହେଲେ, ଭାରତକୁ ସୁଯୋଗ ମିଳୁଛି । ବେଳେବେଳେ ଭାରତ ପାଇଁ ବ୍ୟବସାୟର ସୁଯୋଗ ରହିଥାଏ କିନ୍ତୁ ମରୁଡ଼ି ପଡ଼ିଲେ ଚାଷୀ ସେ ସମୟରେ ଚାପରେ ରହିଥାଏ । ଆଉ ଆମେ ସେତେବେଳେ ସୁଯୋଗର ଫାଇଦା ନେଇପାରୁନି । ଏଭଳି ଏକ ଅବସ୍ଥାରେ ଆମକୁ ଏହି କ୍ଷେତ୍ରକୁ ସମ୍ଭାଳିବାକୁ ପଡ଼ିଥାଏ । ସେଥିରେ ଗୋଟିଏ ବାଟ ଅଛି, ଯାହାଫଳରେ ଆମେ ଆଶ୍ୱାସନା ସୃଷ୍ଟି କରିପାରିବ, ଆଉ ତାହା ହେଉଛି ଇଥାନଲ(Ethanol) ।
ଏବେ ଭାରତକୁ ଶକ୍ତିର ଆମଦାନୀ ସବୁଠୁ ଅଧିକ, ଯେଉଁଥିରେ ଆମର ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି । ତାହା ପେଟ୍ରୋଲ, ଡିଜେଲ, ତୈଳ ଆଦି ସବୁଥିରେ ଯାଉଛି । ଇଥାନଲ ମାଧ୍ୟମରେ ଆମେ ଏହି ଆମଦାନୀକୁ ହ୍ରାସ କରିପାରିବ । ଆମର ସାଧାରଣ ପରିବହନ ବ୍ୟବସ୍ଥା ବିଶ୍ୱରେ ବ୍ରାଜିଲ ଭଳି ଅନେକ ରାଷ୍ଟ୍ର ରହିଛି ଯେଉଁଠି ଇଥାନଲର ଉତ୍ତମ ଶୈଳୀ ଉପଯୋଗ କରି ପେଟ୍ରୋଲ ଆଦିକୁ ସଂଚୟ କରାଯାଉଛି । ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଆଣିଛନ୍ତି । ଆମେ ଭାରତରେ ଏହାର ଉପଯୋଗିତାକୁ କିଭଳି ବଢ଼ାଇବା । ଗତ ଦୁଇବର୍ଷ ମଧ୍ୟରେ ଇଥାନଲର ଉତ୍ପାଦନ ଓ ଏହାର ବିକ୍ରି ତିନିଗୁଣ ହୋଇଛି । ଇତିହାସରେ ସର୍ବାଧିକ ଏହା ୨0୧୫-୧୬ରେ ହୋଇଛି । କିନ୍ତୁ ତଥାପି ଆମର କ୍ଷମତା ଦୃଷ୍ଟିରୁ ଏହି କାମ ଏବେ ବି ପଛରେ ରହିଛି । ତେଣୁ ଆମ ପାଇଁ ଆବଶ୍ୟକ ହେଉଛି ନୀତିଗୁଡ଼ିକ ଦ୍ୱାରା ସହାୟକ ବ୍ୟବସ୍ଥା ଦ୍ୱାରା ଆମେ ମୂଲ୍ୟ ସମ୍ବର୍ଦ୍ଧନରେ ବିଶେଷକରି ଇଥାନଲରେ । ଆମର ପରିବହନ ବ୍ୟବସ୍ଥାରେ ଉପକୂଳ ରାଷ୍ଟ୍ରର ତୈଳର ଆମଦାନୀକୁ ହ୍ରାସ କରିପାରିବା । ମୋ ବିଶ୍ୱାସ ଅଛି ଯେ ଆମ ଦେଶର ଚାଷୀଭାଇମାନଙ୍କର ଉପକୂଳ ରାଷ୍ଟ୍ରର ତୈଳରୁ ମୁକ୍ତି ଦେଇ ଝାଡ଼ି(ଆଖୁ)ର ତେଲରେ ଦେଶକୁ ଆଗେଇ ନେବାର କ୍ଷମତା ରହିଛି । ଆମେ ଉକ୍ତ ସାମଗ୍ରୀକୁ ଗୁରୁତ୍ୱ ଦେଉଛୁ । ସରକାର କିଛି ପ୍ରଗତିଶୀଳ ନୀତି ଆରମ୍ଭ କରିଛନ୍ତି । ପ୍ରଥମଥର ଇଥାନଲରେ ଏକାପ୍ରକାର ଆକର୍ଷଣ ସୃଷ୍ଟି ହୋଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାର ଯାହାଫଳରେ ବଜାର ଆଶ୍ୱସ୍ତ ହୋଇଛି । କେତେକ ଚିନି କଳ ଏଭଳି ଅଛନ୍ତି ଯେଉଁମାନଙ୍କ ପାଖରେ ଇଥାନଲ ପ୍ରସ୍ତୁତିର ପ୍ଲାଂଟ ନାହିଁ । ଆମେ ସେମାନଙ୍କୁ କହିଥିଲୁ କି ଆପଣ ଅନ୍ୟ କାହାରି କାମ ନିଅନ୍ତୁ ଆମେ କ୍ଷତିପୂରଣ ଦେବୁ । ଏହି କାରଣରୁ ମୋଟ ଆଖୁ ଉତ୍ପାଦନର ପରିମାଣରୁ ଇଥାନଲ ପରିମାଣ ଆଡ଼କୁ ଯିବାରେ ଆମେ ସଫଳ ହୋଇପାରିବୁ । ଚିନି ବଜାର ନିମ୍ନାଭିମୁଖୀ ହେଲେ ବି ଆମେ ଏହାକୁ ସନ୍ତୁଳନ କରିପାରିବୁ । ଚିନି ବଜାରରେ ସମସ୍ୟା ଆସିବ, ଆମେ ଏହାକୁ ଡାଇଭର୍ଟ କରିପାରିବୁ । ତା’ହେଲେ ଅର୍ଥବ୍ୟବସ୍ଥାରେ ସନ୍ତୁଳନ କ୍ଷମତା ଭାବେ ଏହା ଏକ ପରୀକ୍ଷା ଭାବେ କାମ ପାରିବ ।
ଆଉ ଏକ କ୍ଷେତ୍ର ହେଉଛି ଷ୍ଟାର୍ଟ ଅପ୍ । ଏହା ନିଶ୍ଚିତ ଯେ ଉଦ୍ଭାବନ ଦିଗରେ ଆମକୁ ବହୁତ କିଛି କରିବାକୁ ପଡ଼ିବ । ଯେତିକି Innovation(ନବସୃଜନ) ଏକ ଫାର୍ମରେ ହୋଇଥାଏ । ସେଥିରୁ ବି ଅଧିକ ଇନୋଭେସନ୍ କୃଷିରେ ଏବେ ଇଞ୍ଜିନିୟରିଂ ଦ୍ୱାରା ହେଉଛି । ଯେଭଳି ମେଡ଼ିକାଲ ସାଇନ୍ସ ସମ୍ପୂର୍ଣ୍ଣ ଭାବେ ଜ୍ଞାନକୌଶଳ ଆଧାରିତ ହେଉଛି । ଜ୍ଞାନକୌଶଳ ଯାହା ସମ୍ପୂଣ୍ଣଁ ଭାବେ ମେଡ଼ିକାଲ ସାଇନ୍ସରେ ବହୁତ ବଡ଼ ଭୂମିକା ଗ୍ରହଣ କରୁଛି । ଏହି ଦିନ ଆଉ ଦୂର ନୁହେଁ ଯେତେବେଳେ କୃଷି କ୍ଷେତ୍ରରେ ବି ଟେକ୍ନୋଲଜି ବହୁତ ବଡ଼ ଭୂମିକା ତୁଲାଇବ । ଆମେ ଆମର ଯୁବବର୍ଗଙ୍କୁ, ଆମର ବୈଜ୍ଞାନିକଙ୍କୁ, ଆମର ଟେକ୍ନୋ-ଏକ୍ସପର୍ଟଙ୍କୁ ଷ୍ଟାର୍ଟ-ଅପ୍ ଦ୍ୱାରା ସୁଯୋଗ ଦେବା, ଇନୋଭେସନର ସୁଯୋଗ ଦେବା ।
ବସନ୍ତଦାଦା ପାଟିଲଙ୍କର ସଂସ୍ଥା ଦ୍ୱାରା ଚିନି ଉପରେ କେନ୍ଦ୍ରିତ ହୋଇ ଚାଷ ଓ ଚିନି ଆଉ ଚିନିର ଜୈବ ଉତ୍ପାଦନ ନିମନ୍ତେ କେତେକ ମେସିନର ଉଦ୍ଭାବନ ମୁଁ ଏବେ ଦେଖିଲି । ଯେଭଳି ଭାବେ କ୍ଷୀରରୁ ଚର୍ବି ବାହାର କରାଯାଏ ଠିକ୍ ସେମିତି ଚିନିର ଉପାଦାନରୁ ଚର୍ବି ମେସିନ୍ ବାହାର କରାଯାଇ ପାରିବ । ଏହି ମେସିନ୍ ଏବେ ଲୋକପ୍ରିୟ ହେଉଛି । କିନ୍ତୁ ଏଭଳି ଅନେକ ଛୋଟମୋଟ ମେସିନ୍ ଆମର ନୂଆ ପୀଢ଼ିର ଯୁବକଯୁବତୀମାନେ କରିପାରିବେ । ଷ୍ଟାର୍ଟ-ଅପକୁ ଆମେ ପ୍ରୋତ୍ସାହିତ କରିବାକୁ ପଡ଼ିବ । ଆମର ଷ୍ଟାର୍ଟ ଅପ୍ ଯେତେ ଅଧିକ ପରିମାଣ କୃଷି କ୍ଷେତ୍ରରେ ଆସିବ ଆମର ଦେଶର ଚାଷୀଙ୍କ ଚାଷ ଓ ମୂଲ୍ୟ ସମ୍ବର୍ଦ୍ଧନ ଉଭୟ କାମ ବହୁତ ଉପକାର ହେବ । ଏହି ଦୃଷ୍ଟିରୁ ମୁଁ ଭାବୁଛି ଆମ ଦେଶରେ ଯେଉଁ କୃଷିରେ ଦ୍ୱିତୀୟ ସବୁଜ ବିପ୍ଳବ କଥା କୁହାଯାଉଛି ତାହା କେବଳ ଜମିର ଆକାର ଓ କୃଷି ଉତ୍ପାଦନ ମଧ୍ୟରେ ସୀମିତ ରହିବ ନାହିଁ । ଜେନେଟିକ ଟେକ୍ନୋଲଜିର ଉନ୍ନତିକରଣ, ମୂଲ୍ୟ ସମ୍ବର୍ଦ୍ଧନ ଓ ବଜାର ବ୍ୟବସ୍ଥା କୃଷି ଉତ୍ପାଦନକୁ ବଳ ଦେଇପାରିବ ।
ଏବେ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ଚାଷୀଙ୍କୁ ସବୁଠାରୁ ଅଧିକ ସୁରକ୍ଷିତ କରୁଥିବା ବୀମା ଯୋଜନା ଆଣିଛନ୍ତି । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଚାଷୀଙ୍କୁ ନିଜର ମାଟିରେ କ’ଣ ସମସ୍ୟା ରହିଛି ତାହା ଜାଣିପାରିବେ । ପାଖ ଚାଷୀ ଯଦି ଲାଲ ଡବା ଔଷଧ ଆଣି ଛିଞ୍ଚି ଦେଲା ତା’ହେଲେ ଚାଷୀ ଭାବୁଥିଲା ସିଏ ବି ଏହି ଲାଲ ଡ଼ବା ନେଇ ଆସିବ, ପାଖ ଚାଷୀ ଏତେ ହଳଦିଆ ପାଉଡ଼ର ପକାଇ ଦେଲା, ତ ତାକୁ ଲାଗିବ ସିଏ ବି ଏହି ପାଉଡ଼ର ଆଣିବ । କିନ୍ତୁ ଉଭୟ ଜମିର ସ୍ୱଭାବ ଅଲଗା । ଉଭୟ ଜମିର ଆବଶ୍ୟକତା ମଧ୍ୟ ଅଲଗା । ଗୋଟିଏ ଜମିରେ କିଛି ଗୁଣ ଅଧିକ, ଅନ୍ୟ ଜମିରେ ଅନ୍ୟ ଗୁଣ ଅଧିକ । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଆମେ ନିଜର ଜମିର ଅବସ୍ଥା ଜାଣିପାରିବା । ମଣିଷର ଶରୀରରେ ଯେଉଁ ଭଳି ଭାବେ ଡାକ୍ତର ରକ୍ତ ପରୀକ୍ଷା ନକରିଛି, ପରିସ୍ରା ଟେଷ୍ଟ ନକରିଛି, ପାଥୋଲଜିକାଲ(ନିଦାନ) ରିପୋର୍ଟ ନଆସିଛି ସେପର୍ଯ୍ୟନ୍ତ ଔଷଧ ଦେଉନି । ଠିକ୍ ସେମିତି ହେଉଛି ଜମିର ଅବସ୍ଥା । ଯେମିତି ମନୁଷ୍ୟର ଶରୀର । ଆମେ ବି ନିଜର ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବହୁତ ପରିମାଣରେ ଆମର ଷ୍ଟାର୍ଟ ଅପ୍ ମୃତ୍ତିକା ପରୀକ୍ଷାଗାର କରିପାରିବା । ଆମର ଚାଷୀଙ୍କୁ ବି ନିଜର ସମବାୟ ସୋସାଇଟି ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟ ପରିକ୍ଷଣାଗାର କରିପାରିବା । ଆମର ଚାଷୀଙ୍କୁ ଅଭ୍ୟାସ ଲାଗିବା ଉଚିତ୍ କି ସେମାନେ ପ୍ରତିବର୍ଷ ଫସଲ ପୂର୍ବରୁ ଥରେ ଜମିର ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ । ସେହି ଅନୁସାରେ ନିଜର ସମୟ ନିର୍ଦ୍ଧାରଣ କରିବେ । ଆପଣ ଦେଖନ୍ତୁ ଆମର ଖର୍ଚ୍ଚ ବହୁତ କମ୍ ହୋଇଯିବ ।
ମହାରାଷ୍ଟ୍ର ସରକାର ଏକ ବହୁତ ବଡ଼ ପ୍ରୟାସ କରିଛନ୍ତି । ସୌର ପମ୍ପର ଅଭିଯାନକୁ ଯଦି ଆମେ ଚାଷୀ ନିକଟରେ ପହଂଚାଇବା ତା’ହେଲେ ଆମର ଫସଲରେ ଖର୍ଚ୍ଚ କମ୍ ହୋଇଯିବ । ବିଦ୍ୟୁତ ଖର୍ଚ୍ଚ, ପାଣି ଖର୍ଚ୍ଚ ସବୁଠାରୁ ଅଧିକ ହୋଇଥାଏ । ସୌର ପମ୍ପକୁ ଭାରତ ସରକାର ସହାୟତା ଦେଉଛନ୍ତି । ମହାରାଷ୍ଟ୍ର ସରକାର ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ସମବାୟ ୟୁନିଟ୍ ବି ଏହା ସହ ଜଡ଼ିତ ଅଛି । ଯଦି ଆମେ ବିଦ୍ୟୁତ ବଂଚାଇ ସୌର ଶକ୍ତି ଦ୍ୱାରା ଚାଷରେ ଉପଯୋଗ ହେବା ଦିଗରେ ଅଗ୍ରସର ହେବା, ତା’ହେଲେ ଫସଲ ଖର୍ଚ୍ଚ କମିବ ଓ ଆମକୁ ବହୁତ ବଡ଼ ଲାଭ ମିଳିବ । ଉକ୍ତ ଦିଗରେ ଆମକୁ ପ୍ରୟାସ କରିବା ଉଚିତ୍ ।
ମୁଁ ଜାଣିଛି ଯେ ଆପଣମାନେ ଜମି ମାମଲାରେ ମୋ’ଠାରୁ ହଜାର ଗୁଣ ଅଭିଜ୍ଞ ଲୋକ । ମୁଁ ଦେଖିଛି ଶରଦ ରାଓଜୀଙ୍କୁ ସେ ରାଜନୀତିର ଦୌଡ଼ାଦୌଡ଼ି ମଧ୍ୟରେ ଯେତେ ବ୍ୟସ୍ତ ରୁହନ୍ତୁ ନା କାହିଁକି, ଦିନରେ କେତେ ରାଜନୀତି କାର୍ଯ୍ୟକ୍ରମର ଚାପରେ ରହନ୍ତୁ କି ନାହିଁ କିନ୍ତୁ ଯଦି ଚାଷୀଙ୍କ କଥା କୁହାଯିବ, ଜମିର କଥା କୁହାଯିବ ସେ ସଙ୍ଗେସଙ୍ଗେ ସକ୍ରିୟ ହୋଇ ସେହି କାମ କରିବାକୁ ଆଗଭର ହୁଅନ୍ତି । ତାଙ୍କର ଏଭଳି ସମର୍ପଣ ରହିଛି, ତାହା ମୁଁ ଦେଖିଛି । ଆଉ ଏହି ଫେବୃୟାରୀରେ ସାର୍ବଜନୀନ ଜୀବନରେ ୫୦ ବର୍ଷ ଜନପ୍ରତିନିଧି ଭାବେ ତାଙ୍କର ସମୟ ପୂରଣ ହେଉଛି । ମୁଁ ଏବେଠୁ ତାଙ୍କୁ ଧନ୍ୟବାଦ ଦେଉଛି । ୫୦ବର୍ଷ ପର୍ଯ୍ୟନ୍ତ ବିନା ବ୍ରେକ୍ ରେ ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇ ଆସିବା, ନିର୍ବାଚନ ଯିଏ ଲଢ଼ୁଛନ୍ତ ଓ ଜିତୁଛନ୍ତି ସେମାନେ ଜାଣନ୍ତି କିଭଳି ଜୀବନ ବିତାଇବାକୁ ପଡ଼େ । ଶରଦ ରାଓଜୀ ଏହା କରି ଦେଖାଇଛନ୍ତି । ଏକ ବହୁତ ଭଲ ଉଦାହରଣ ସମସ୍ତ ସାର୍ବଜନୀନ ଜୀବନର ଲୋକଙ୍କ ପାଇଁ ସୃଷ୍ଟି କରିଛନ୍ତି ।
ଏମିତି ତ ଆମର ଦେବେନ୍ଦ୍ର ଫଡ଼ନଭିସ୍ ଜୀ, ଯଦି ତାଙ୍କର ନାଗପୁର ମ୍ୟୁନିସପାଲଟିକୁ କର୍ପୋରେଟର ଭାବେ ଜିତିକି ଆସିବାକୁ ଗଣନା କରିବି ସେ ବି ୨୫ବର୍ଷ ନନଷ୍ଟପ ଜନପ୍ରତିନିଧି ହୋଇଛନ୍ତି । ଏତେ କମ୍ ବୟସରେ ଯଦି ତାଙ୍କର… କିନ୍ତୁ ଶରଦ ରାଓଙ୍କ ଏମ୍ଏଲ୍ଏ ଓ MP ବାଲା ମାମଲା । ସ୍ୱୟଂ ଭାବେ ବିଶାଳ ଉତ୍ତରାଧିକାରୀତ୍ୱ । ସାର୍ବଜନୀନ ଜୀବନରେ ଏକ ବହୁତ ବଡ଼ ପୁଞ୍ଜି । ବହୁତ ବଡ଼ ସାମ୍ରାଜ୍ୟ । ମୁଁ ବ୍ୟକ୍ତିଗତ ଭାବେ ଶରଦ ରାଓଙ୍କ ଅତ୍ୟନ୍ତ ଆଦାର କରୁଥିବା ବ୍ୟକ୍ତି ମଧ୍ୟରୁ ଜଣେ । ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି । ସେ ସର୍ବଦା ମୋ’ର ହାତ ଧରି ଚଲାଇବାରେ ମୋତେ ବହୁତ ସାହାଯ୍ୟ କରିଛନ୍ତି । ଏକଥା ସାର୍ବଜନୀନ ଭାବେ ସ୍ୱୀକାର କରିବାରେ ଗର୍ବ ଅନୁଭବ କରୁଛି । ମୁଁ ଭାବୁଛି କି ସାର୍ବଜନୀନ ଜୀବନ ଜନହିତ ପାଇଁ ହୋଇଥାଏ ।
ଭାଇ ଓ ଭଉଣୀମାନେ ଗୋଟିଏ କଥା ମୁଁ ଏସବୁରୁ ଅଲଗା କହିବାକୁ ଚାହୁଁଛି । ୮ତାରିଖ ରାତି ୮ଟାବେଳେ । ଆମେ ଜାଣିଛେ ଆମର ଶତ୍ରୁ, ଆମ ଦେଶକୁ ଧ୍ୱଂସ କରିବା ପାଇଁ ନିଜ ଦେଶରେ ଯେତକି ନୋଟ୍ ଛାପନ୍ତି, ତା’ଠୁ ଅଧିକ ନକଲି ନୋଟ୍ ଆମ ଦେଶକୁ ଆସିବାର ଖେଳ ଖେଳୁଛନ୍ତି । ବଡ଼ ବଡ଼ ନୋଟ୍ ଯାହା ଅପର୍ଯ୍ୟାପ୍ତ ପରିମାଣରେ ଅଛି । ନକ୍ସଲବାଦ ଭାବେ ଉଗ୍ରବାଦ ନାଁରେ, ଚାନ୍ଦା ଆଦାୟ କରି ଲୋକମାନେ ନିଜର ଆୟ ବଢ଼ାଉଛନ୍ତି । ଜଙ୍ଗଲରେ ଗଛ ତଳେ ଲୁଚାଇ ରଖିଛନ୍ତି । ଅସ୍ତ୍ରଶସ୍ତ୍ର ନେଉଛନ୍ତି । ଆତଙ୍କାବଦକୁ ପ୍ରୋତ୍ସାହନ ମିଳୁଛି । ସେମାନଙ୍କର ଏହି ଦୋହରାପଣ ଯେଉଁଠୁ ସେମାନଙ୍କୁ ଟଙ୍କା ମିଳୁଛି । ସେମାନଙ୍କୁ କାଟିବା ବହୁତ ଜରୁରୀ ଥିଲା । ତେଣୁ ୮ତାରିଖ ରାତି ୮ଟାରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ଉପରେ ଏକ ବହୁତ ବଡ଼ ନିଷ୍ପତ୍ତି ସରକାର ନେଇଛନ୍ତି । ଦେଶର ଲୋକମାନେ ଯେଉଁ ଆଶୀର୍ବାଦ ଦେଇଛନ୍ତି, ସେଥିପାଇଁ ଦେଶର ଲୋକଙ୍କ ନିକଟରେ କୃତଜ୍ଞ । ଗୋଟିଏ ଭ୍ରମ ସୃଷ୍ଟି କରାଯାଉଛି । ଏଠି ବହୁ ପରିମାଣରେ ଚାଷୀ ଅଛନ୍ତି, ତେଣୁ କହିବାକୁ ଚାହୁଁଛି । ଚାଷୀଙ୍କୁ ଭ୍ରମିତ କରାଯାଉଛି କି ଏବେ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ଗଲା, ଆଉ ପାଖରେ ଜମିବାଡ଼ି କରି ଯେଉଁ ଅର୍ଥ ଉପାର୍ଜନ କରିଛ, ତାକୁ ବ୍ୟାଙ୍କରେ ଜମା କରିବାକୁ ପଡ଼ିବ । ତା’ଉପରେ ମୋଦୀ ଟିକସ ଲଗାଇବ । ମୁଁ ମୋର ଚାଷୀ ଭାଇଭଉଣୀମାନଙ୍କୁ କହିବାକୁ ଚାହୁଁଛି ମୁଁ ଆପଣମାନଙ୍କ ଉପରେ କୌଣସି ଟିକସ ଲଗାଇବାର ନାହିଁ । ଆପଣ ବିନ୍ଦାସରେ ରହନ୍ତୁ । ଏ ଦେଶ ଆପଣଙ୍କର । ଏ ଟଙ୍କା ଆପଣଙ୍କର । ଏ ବ୍ୟାଙ୍କ ବି ଆପଣଙ୍କର, ଏ ମୋଦୀ ବି ଆପଣଙ୍କର । ତଥାପି ଏତେ ଭ୍ରମ ସୃଷ୍ଟି ହେଉଛି । କିନ୍ତୁ ଏକଥା ସତ ଯେ ମୁଁ ଦେଶର ଲୋକଙ୍କୁ ୮ତାରିଖରେ ୫୦ ଦିନ ସମୟ ମାଗିଛି । କାରଣ ଏତେ ବଡ଼ ପରିବର୍ତ୍ତନ ଆଣିବାର ଥିଲା । ଆପଣ ଜାଣିଥିବେ ୧୯୭୮ ମସିହାରେ ଯେତେବେଳେ ଜନତା ପାର୍ଟି ସରକାର ଥିଲା, ସେତେବେଳେ ମୋରାରଜୀ ଭାଇ ଦେଶାଇ ୧୦୦୦ଟଙ୍କିଆ ନୋଟ୍ ବନ୍ଦ କରିଥିଲେ । ମୁଁ ପ୍ରଥମ ଲୋକ ନୁହେଁ ଯିଏ ଏଭଳି କାମ କରିଛି । ଏହାପରେ ୟୁପିଏ ସରକାର ଆସିଥିଲା । 25-ପଇସା (ଚାରଣା) ବନ୍ଦ କରିଥିଲା । ଆପଣଙ୍କୁ ବୋଧହୁଏ ମନେଥିବ ସେମାନେ ଚାରଣା ଉପରେ କଟକଣା ଜାରି କରିଥିଲେ । ଏବେ ତ ଆପଣମାନେ ଜାଣନ୍ତୁ । ମୋରାରଜୀ ଭାଇ ୧୦୦୦ଟଙ୍କିଆ ନୋଟ୍ ଉପରେ କଟକଣା ଜାରି ବେଳେ ରିଜର୍ଭ ବ୍ୟାଙ୍କ ମୋଟ ୧୪୫ କୋଟି ଟଙ୍କା ମୂଲ୍ୟର ୧୦୦୦ଟଙ୍କିଆ ନୋଟ୍ ଛାପିଥିଲା । ସେଥିରୁ ମାତ୍ର ୮୦ କୋଟି ଟଙ୍କା ସାଧାରଣ ଲୋକଙ୍କ ପାଖକୁ ଯାଇଥିଲା । ବାକି ୬୫ କୋଟି ଟଙ୍କା ବ୍ୟାଙ୍କରେ ପଡ଼ିଥିଲା । ଏବେ ଦେଶରେ ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ର ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ଥିଲା । କେଉଁଠି ୧୪୫ କୋଟି ଆଉ କେଉଁଠି ୧୪ଲକ୍ଷ କୋଟି ଟଙ୍କା । ଏହାର ଫାଇଦା ଶତ୍ରୁମାନେ, ସମାଜଦ୍ରୋହୀ ଓ ଦୁର୍ନୀତିଖୋର ଉଠାଉଛନ୍ତି । ଯଦି ଏହାକୁ ମୂଳପୋଛ କରାନଯିବ, ଦେଶର ଭାବି ପୀଢ଼ିକୁ ତା’ର ସ୍ୱପ୍ନକୁ ପୂରଣ କରିବାରେ ଆମର ବ୍ୟବସ୍ଥା ହିଁ ପ୍ରତିବନ୍ଧକ ପାଲଟିବ । ତେଣୁ ମୋର ପ୍ରିୟ ଭାଇ-ଭଉଣୀମାନେ ମୁଁ କହୁନି ଯେ ଏତେ ବଡ଼ ନିଷ୍ପତ୍ତିରେ କୌଣସି ସମସ୍ୟା ହେବ ନାହିଁ । ମୁଁ ପ୍ରଥମ ଦିନ କହିଥିଲି ଅସୁବିଧା ହେବ । କଷ୍ଟ ହେବ, ସମସ୍ୟା ହେବ, କିନ୍ତୁ ୭୦ବର୍ଷର ରୋଗରୁ ମୁକ୍ତି ପାଇଁ ରାସ୍ତା ଖୋଲିଯିବ । ମୋର ଭାଇଭଉଣୀମାନେ ଭାବି ପୀଢ଼ି ପାଇଁ ମାର୍ଗ ଖୋଲିଯିବ । ଗରିବ-ମଧ୍ୟବର୍ଗର ଲୋକ ଗର୍ବରେ ମୁଣ୍ଡ ଉଚ୍ଚା କରି ବଂଚିପାରିବ । ମୁଁ ଦେଶବାସୀଙ୍କୁ ଏହି ଭଗୀରଥ କାମ ପାଇଁ କିଛି ଅସୁବିଧା ସହି ବି ସହଯୋଗ କରିବାକୁ ଅନୁରୋଧ କରୁଛି । କିଛି ଲୋକ ଅଛନ୍ତି ଯେଉଁମାନେ ସମସ୍ୟା ଟିକେ ଅଧିକ ହେବ ଓ ସେମାନେ କ’ଣ କ’ଣ କରିବେ । କିନ୍ତୁ ସେମାନଙ୍କର ଚିନ୍ତା ମୋତେ ଅଧିକ ନାହିଁ । ମୁଁ ଚିନ୍ତା କରୁଛି ଦେଶର ସାଧାରଣ ନାଗରିକ ପାଇଁ ।
ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରାଉଛି । ଆପଣଙ୍କୁ ନିଜର ୫୦୦ର ନୋଟ୍ କାହାରିକୁ ୪୯୯ଟଙ୍କାରେ ଦେବାର ଆବଶ୍ୟକତା ନାହିଁ । ଆପଣଙ୍କର ୫୦୦ରେ ପୁରା ୫୦୦ ଆପଣଙ୍କର । ନିଜର ହକ୍ ଆପଣଙ୍କୁ ମିଳିବ । ଆପଣଙ୍କ ୧୦୦୦ ନୋଟରୁ ୧୦ଟଙ୍କା ବି କେହି କମ୍ କରିପାରିବେ ନାହିଁ । ଆପଣଙ୍କୁ ପୁରା ୧୦୦୦ଟଙ୍କା ମିଳିବ । କେବଳ ମୁଁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛି । ବ୍ୟବସ୍ଥା ଚାଲିଚି, ଏସବୁ ୮ତାରିଖ ପୂର୍ବରୁ ମୁଁ କରିପାରିନଥାନ୍ତି । ନଚେତ୍ କଥା ଲୁଚିନଥାନ୍ତା । ଏହା ଲିକ୍ ହୋଇଯାଇଥାନ୍ତା । ମୁଁ ଗରିବଙ୍କ ପାଇଁ, ଗରିବଙ୍କ ହକ୍ ପାଇଁ ଅଛି । ସାଧାରଣ ମଣିଷଟିଏ । ସାଧାରଣ ମଣିଷର ହକ୍ ପାଇଁ ଅଛି । ତେଣୁ କଷ୍ଟ ହେବ, ଏହାର ଅନ୍ଦାଜ ମୋତେ ଥିଲା । ଆରମ୍ଭର କିଛି ଦିନରେ ବ୍ୟାଙ୍କରେ ଟଙ୍କା ପହଂଚିବାରେ ସମସ୍ୟା ହେବ । କିନ୍ତୁ ମୋର ବିଶ୍ୱାସ ଅଛନ୍ତି ଯେ ଦେଶବାସୀ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ମୋତେ ସହଯୋଗ କରିବେ ତଥା ଦେଶର ମଙ୍ଗଳ ପାଇଁ, ଶୁଦ୍ଧିକରଣ ପାଇଁ, ପ୍ରାମାଣିକତାର ଏହି ପର୍ବ ପାଇଁ ଆପଣଙ୍କ ପୁରା ସହଯୋଗ ମିଳିବ ।
ଏହି ଆଶା ସହ ପୁଣିଥରେ ବସନ୍ତ ରାଓ ଦାଦାଙ୍କୁ ବହୁତ ବହୁତ ପ୍ରମାଣ କରୁଛି ଶ୍ରଦ୍ଧାଞ୍ଜଳି ଦେଉଛି । ଆଉ ଏ ଶତାବ୍ଦୀ ଚାଷୀଙ୍କ ଜୀବନରେ ପରିବର୍ତ୍ତନ ପାଇଁ ଆଧୁନିକ କୃଷି ଆଡ଼କୁ ନେଇଯିବାର ବର୍ଷ ହେଉ ଏହା ମୋର ଶୁଭକାମନା । ମୋତେ ଏହି ଅବସରରେ ଆସିବାର ସୁଯୋଗ ମିଳିଲା, ମୁଁ ଶରଦ ରାଓଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ସେ ମୋତେ ଏତେ ଭଲପାଇବା ଓ ସମ୍ମାନର ସହ ଏଭଳି ମହତ୍ୱପୂର୍ଣ୍ଣ ସମାରୋହକୁ ନିମନ୍ତ୍ରଣ କରିଥିଲେ ।
ବହୁତ ବହୁତ ଧନ୍ୟବାଦ
We are talking about sugar but I also add- let us think about bamboo and how research will help our farmers: PM @narendramodi
— PMO India (@PMOIndia) November 13, 2016
Let us think of globally competitive bamboo products: PM @narendramodi
— PMO India (@PMOIndia) November 13, 2016
Important to think about higher land productivity: PM @narendramodi
— PMO India (@PMOIndia) November 13, 2016
We have a requirement of pulses. Can we think about pulses in addition to sugar? There is an assured market for pulses: PM @narendramodi
— PMO India (@PMOIndia) November 13, 2016
We cannot ignore the global economy when we are looking at the sugar industry: PM @narendramodi
— PMO India (@PMOIndia) November 13, 2016
Farmers are misled that Modi will tax you. I assure my farmer sisters and brothers, no one will tax you. This nation belongs to you: PM
— PMO India (@PMOIndia) November 13, 2016