Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁନଃନିର୍ବାଚିତ ରାଷ୍ଟ୍ରପତି ହାସନ ରୁହାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା


ପୁନର୍ବାର ନିର୍ବାଚିତ ହୋଇଥିବା ଇରାନ୍ ର ରାଷ୍ଟ୍ରପତି ହାସନ ରୁହାନିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି , “ପୁନଃ ନିର୍ବାଚିତ ହୋଇଥିବାରୁ ମୋର ବନ୍ଧୁ ରାଷ୍ଟ୍ରପତି ହାସନ୍ ରୁହାନିଙ୍କୁ ହାର୍ଦ୍ଦିକ ଶୁଭକାମନା ।

ରାଷ୍ଟ୍ରପତି ହାସନ୍ ରୁହାନିଙ୍କ ପ୍ରଭାବୀ ନେତୃତ୍ୱ ବଳରେ ଇରାନ୍ ନୂଆ ଉଚ୍ଚତା ଛୁଇଁବା ଜାରି ରଖିବ ।

ଇରାନ୍ ସହ ରହିଥିବା ସ୍ୱତନ୍ତ୍ର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ ।”

*********