ପିଏମଇଣ୍ଡିଆ
ଏମିତି ନୁହେଁ ଯେ ଆମ ଦେଶରେ ପୂର୍ବରୁ କୌଣସି କାମ ହେଉ ନଥିଲା । ଏମିତି ବି ନୁହେଁ ଯେ ସରକାରମାନେ ବଜେଟ୍ ଖର୍ଚ୍ଚ କରୁ ନଥିଲେ । କିନ୍ତୁ ଏହା ସତ୍ତ୍ୱେ ବି ଦୁନିଆର କେତେକ ରାଷ୍ଟ୍ର ଆମ ପରେ ସ୍ୱାଧୀନ ହୋଇଛନ୍ତି । ଖୁବ୍ କାଙ୍ଗାଳ ଆର୍ଥିକ ସ୍ଥିତିରୁ ଆସିଛନ୍ତି । ଏତେ କମ୍ ସମୟରେ ବିଶ୍ୱର କେତେକ ରାଷ୍ଟ୍ର ଆମଠାରୁ ବହୁତ ଆଗକୁ ମାଡ଼ିଯିବାର କାରଣ କ’ଣ, ଆଉ ମୁଁ ଲଗାତାର ଏହି ପ୍ରଶ୍ନ ନିଜକୁ ନିଜେ ପଚାରିଥାଏ, ଭାବିଥାଏ ଓ ଲୋକଙ୍କ ସହ ବିଚାରବିମର୍ଶ କରିଥାଏ । ପୁରୁଣା ଅନୁଭବର ଟିକେ ବିଶ୍ଲେଷଣ ବି କରେ । ଏହି ଲଗାତାର ମନ୍ଥନ ଚାଲୁଅଛି । ଆଉ ଅଭିଜ୍ଞତାରୁ ଜଣାପଡ଼ିଲା ଯେ ଆମେ ଯେଉଁମାନେ ସରକାରରେ ବସିଛୁ, ସରକାରରେ, ବ୍ୟବସ୍ଥାରେ, ଲକ୍ଷ ଲକ୍ଷ କର୍ମଚାରୀ ଅଛନ୍ତି, ଅଫିସର ଅଛନ୍ତି, ବାବୁ ଅଛନ୍ତି । ଆମ ସବୁ ଭିତରେ ପଞ୍ଚାୟତ ମୁଖିଆଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ, ଗାଁର ଚୌକିଦାରଠାରୁ ଆରମ୍ଭକରି କ୍ୟାବିନେଟ ସଚିବ ପର୍ଯ୍ୟନ୍ତ ଆମେ ସବୁ ଅବଶ୍ୟ ଲକ୍ଷାଧିକ ସଂଖ୍ୟାରେ ଅଛୁ, କିନ୍ତୁ ଆମ ସବୁଠାରୁ ଅଧିକ ଯଦି କେହି ସ୍ମାର୍ଟ ଅଛି ସେ ହେଉଛନ୍ତି ଦେଶର ନାଗରିକ ।
ଥରେ ଯଦି ଦେଶର ଏହି 125 କୋଟି ନାଗରିକଙ୍କ ଶକ୍ତିକୁ ପରୀକ୍ଷା କରାଯାଏ, ଭଲ କାମରେ ଲଗାଇ ଦିଆଯାଏ, ତା’ହେଲେ ସରକାରର କୌଣସି ଆବଶ୍ୟକତା ପଡ଼ିବ ନାହିଁ । ଆପେ ଆପେ ଦୁନିଆଁ ଚାଲିବ, ଜୋର୍ ରେ ଚାଲିବ ଓ ଆଉ ଏହି ସ୍ମାର୍ଟ ସିଟି ଚିନ୍ତାଧାରା । କେବଳ ଏହି କାମ ପାଇଁ ଏତେ ଅର୍ଥ ପଇସା ଦିଆଯିବ, ତାହା ନୁହେଁ । ଏହା ଆପଣା ଛାଏଁ ଏକ ବହୁତ ବଡ଼ ଜନ ଆନ୍ଦୋଳନ । ଏହା ଅତୀତର ଅନୁଭବ ଆଧାରରେ ଉଜ୍ୱଳ ଭବିଷ୍ୟତର ମୂଳଦୁଆ ରଖିବାର ଏକ ସାର୍ଥକ ପ୍ରୟାସ ଓ ମୁଁ ଅନୁଭବ କରୁଛି ଯେ ଏହି ପ୍ରୟୋଗ ସଫଳ ହୋଇଛି । ଯେତେବେଳେ ଆରମ୍ଭରେ ଆମର ସଚିବ ମୋ’ ପାଖକୁ ଆସୁଥିଲେ, ଭେଙ୍କେୟାଜୀଙ୍କ ସହ ବିଭାଗରେ ଅନେକ ବିଚାରବିମର୍ଶ କରୁଥିଲେ । ତାଙ୍କ ମନରେ ବି ଦ୍ୱନ୍ଦ୍ୱ ଥିଲା କି ସହର କେମିତି ନିର୍ଦ୍ଧାରଣ କରିବେ । ଆଉ ଆମ ଦେଶ ଏମିତି ଯେ ଆପଣ ଗୋଟିଏ ସହରର ରାସ୍ତା ଗୋଟିଏ ପାଖରେ କାମ କରିବେ ତ ଅନ୍ୟପାଖର ଲୋକ ଆନ୍ଦୋଳନ କରିବେ । କିନ୍ତୁ ଏଠି ତ କାହିଁ ସେ କଥା ନାହିଁ । ତା’ହେଲେ ଏ ଆମ ଦେଶର ଏକ ପରାକାଷ୍ଠାକୁ ଆମେ ପ୍ରାପ୍ତ କରିନେଇଛୁ । ଏଭଳି ସ୍ଥିତିରେ ଯେକୌଣସି ସହର ଚୟନ କଲେ, ତା’ର କେତେ ଭଲ କରିହେବ ଜାଣିନୁ କିନ୍ତୁ ଅନ୍ୟମାନଙ୍କୁ ଅସନ୍ତୁଷ୍ଟ କରିବା ପାଇଁ ବହୁତ ବଡ଼ ସୁଯୋଗ ସୃଷ୍ଟି ହୋଇଛି ।
ଏବେ ବସୁନ୍ଧରାଜୀ ମୋତେ ଅଭିନନ୍ଦନ ଜଣାଇଲେ, ଭେଙ୍କେୟାଜୀ ଙ୍କୁ ଅଭିନନ୍ଦନ ଜଣାଇଲେ କି ଆପଣମାନେ ଜୟପୁର ଓ ଉଦୟପୁରକୁ ଚୟନ କଲେ । ମୁଁ ବସୁନ୍ଧରାଜୀଙ୍କୁ କହିବାକୁ ଚାହୁଁଛି କି ଆମେ ଚୟନ କରିନୁ । ଆମକୁ ଏ ଯେଉଁ ଅଭିନନ୍ଦନ ଦେଇଛନ୍ତି ତାକୁ ପ୍ରତ୍ୟାହାର କରିନିଅନ୍ତୁ, କିନ୍ତୁ ଏହି ଅଭିନନ୍ଦନ ଜୟପୁରର ଲୋକଙ୍କୁ ଦିଅନ୍ତୁ, ଉଦୟପୁରର ଲୋକଙ୍କୁ ଦିଅନ୍ତୁ । ସେମାନେ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ସେମାନେ ଏହି ପାରାମିଟରକୁ ପୁରା କରିବାର ସାମର୍ଥ୍ୟ ଦେଖାଇଛନ୍ତି, ସମସ୍ୟା ଭୋଗିଛନ୍ତି । ସମୟସୀମାରେ କାମ କରିବା ପାଇଁ ପରିଶ୍ରମ କରିଛନ୍ତି । ଆଉ ଆଜି ଯେଉଁ 20ଟି ସହର ପାଇଁ କିଛିନା କିଛି କାମର ରୂପରେଖ ପ୍ରସ୍ତୁତ ହୋଇସାରିଛି । କିଛିନା କିଛି କାମ ଆରମ୍ଭ ହୋଇସାରିଛି ।
ବହୁତ କାମ ଅଛି, ଏବେ ଯାହା ଭେଙ୍କେୟାଜୀ ଗଣୁଥିଲେ, ସେସବୁ ଗତିଶୀଳ ହୋଇଛି । ଏହାର ମୂଳ କାରଣ ଏହି ୟୁନିଟ୍ ର ନେତୃତ୍ୱ ନେଉଥିବା ଲୋକ, ସେଠାରେ ବସିଥିବା କର୍ପୋରେସନର କର୍ମଚାରୀ ଭାଇଭଉଣୀ ଓ ଉକ୍ତ ସହରର ସଚେତନ ନାଗରିକ, ସମସ୍ତଙ୍କ ସାମୁହିକ ପ୍ରୟାସ ଯୋଗୁଁ ପ୍ରତ୍ୟେକଙ୍କ ମନରେ ଇଚ୍ଛା ସୃଷ୍ଟି ହୋଇଛି କି ଏଥର ହିନ୍ଦୁସ୍ତାନରେ ଆମର ସହର ବି ନମ୍ବର ଏକ ହେବା ଉଚିତ୍ ।
ଦେଶରେ ଆମେ ପଛରେ ଅଛୁ, ଆମେ ଗରିବ ଅଛୁ, ଏଭଳି ଅନେକ ପ୍ରତିଯୋଗିତା କରାଯାଇଛି । ପଛକୁ ଯିବା ପାଇଁ ମାର୍ଗ କ’ଣ, ତାହା ଖୋଜାଯାଉଥିଲା । କିନ୍ତୁ ଏ ସରକାର ଆଗକୁ ଯିବାର ପ୍ରତିଯୋଗିତା କରୁଛି, ଆଗକୁ ଯିବାର ରାସ୍ତା ଖୋଜୁଛି ।
ମୁଁ ଆଜି ଏହି ମଂଚରୁ କିଛି ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । କେତେକ ସମ୍ବାଦପତ୍ର ଏହି କାମକୁ ମିଶନ ଢାଞ୍ଚାରେ ନେଇଥିଲେ । ସେ ନିଜର ସମ୍ବାଦପତ୍ର ମାଧ୍ୟମରେ ଉକ୍ତ ସହରର ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରିଛନ୍ତି । ଚାପ ସୃଷ୍ଟି କଲେ ଆଉ ଏହା ହେଲା । ଏବେ ମହୀଶୂର ସ୍ୱଚ୍ଛତାରେ ଏକ ନମ୍ବର ନେଇଯିବାରୁ ବାଙ୍ଗାଲୋର ଭିତରେ ଏକ ବଡ଼ ଝଡ଼ ହେଲା, କାହିଁକି ହୋଇଗଲା ଭାଇ ! ବାଙ୍ଗାଲୋର ପଛରେ କାହିଁକି ରହିଗଲା । ଏବେ ଜୋର୍ ଲଗାନ୍ତୁ, ବାଙ୍ଗାଲୋରକୁ ଆଗେଇ ନେବା । ଏହା ଏକ ନୂତନ ବାତାବରଣ ସୃଷ୍ଟି କରିଛି । ଆମକୁ ଏକଥା ଆଗକୁ ନେବାର ଅଛି ।
ସବୁଠି ପ୍ରତିଯୋଗିତାର ବାତାବରଣ ହେଉ ଆଉ ଜନ ଭାଗିଦାରୀରେ ହେଉ ।
ଆଜି, ଏବେ ଏକ ପ୍ଲାଟଫର୍ମକୁ ଉଦ୍ଘାଟନ କରାଯାଇଛି । ପୁନେ କେମିତି ହେଲା, ଏହା ଦିଲ୍ଲୀବାଲା ଚିନ୍ତା କରିପାରିବେ ନାହିଁ, ଯେତିକି ପୁନେ ବାଲା ଚିନ୍ତା କରିପାରିବେ । ଭୁବନେଶ୍ୱର କେମିତି ହେଲା, ଭୁବନେଶ୍ୱରର କେଉଁ ଗଳିରେ କ’ଣ କାମ ହୋଇଛି, ଫୁଟପାଥ କେଉଁଠି ଅଛି, ସାଇକେଲ ରାସ୍ତା କେଉଁଠି ଅଛି, ପୋଖରୀ କେଉଁଠି ଅଛି, ହସ୍ପିଟାଲ କେଉଁଠି ହେବ, ପାର୍କିଂ କେଉଁଠି ହେବ, ସେହି ଭୁବନେଶ୍ୱରର ନିଷ୍ପତ୍ତି ଦିଲ୍ଲୀରେ ହୋଇପାରିବ ନାହିଁ । କିନ୍ତୁ ଯଦି ୱେବ୍-ସାଇଟରେ ଯୋଧପୁରର ବିଚାରଧାରା ଯିବ, ତା’ହେଲେ ଭୁବେନଶ୍ୱରବାସୀ ବି ଦେଖିବେ । ଯୋଧପୁରବାଲା କିଛି ନୂଆ ଚିନ୍ତା କରିଛନ୍ତି, ଚାଲ ଆମେ ବି କିଛି ନିଜ ଭୁବନେଶ୍ୱରରେ ନୂଆ ଦେଖିବା, କେମିତି ହୋଇପାରିବ । ଏକ ବହୁତ ବଡ଼ ବିକାଶରେ ସହଭାଗିତା ଆଭିମୁଖ୍ୟ ଆଉ ତା’ ବି ଦକ୍ଷତାର ମାପଦଣ୍ଡର ଏକ ପ୍ରୟାସ । ଆଉ ମୁଁ ଭାବୁଛି ଆଗାମୀ ଦିନରେ ଏହା ଏକ ବହୁତ ବଡ଼ ପରିବର୍ତ୍ତନର କାରଣ ହୋଇପାରିବ ।
ସ୍ୱଚ୍ଛତା ଆମ ଦେଶର ସର୍ବପ୍ରିୟ ଓ ଶ୍ରେଷ୍ଠ ବିଷୟ ପାଲଟି ଯାଇଛି । ଗୋଟିଏ ସମୟରେ ଏମିତି ଥିଲା କି ସରକାରର ଏକ ଯୋଜନା ଲୋକପ୍ରିୟ ହେଉଥିଲା, ଯାହାକୁ ସରକାରୀ ରାଜକୋଷରୁ କିଛି ମିଳୁଥିଲା । କାହାରି ପକେଟ୍ କୁ କିଛି ଆସୁଥିଲା, କାହାରି ପେଟକୁ କିଛି ଯାଉଥିଲା, କେଉଁ ଗାଁକୁ କିଛି ମିଳୁଥିଲା । ସେତେବେଳେ ଲୋକ ଭାବୁଥିଲେ କି ଏହା କୌଣସି ଭଲ ସ୍କିମ୍ ଆଣିଛନ୍ତି ।
ପ୍ରଥମଥର ପାଇଁ ଏଥିରେ ପରିବର୍ତ୍ତନ ଆସିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ କିଛି ଦେଉନାହାନ୍ତି । ଅଧିକରୁ ଅଧିକ ପରାମର୍ଶ ଦେଉଛି । ଆଉ କହୁଛି ଭାଇ ଆମ ସମସ୍ତଙ୍କୁ ସ୍ୱଚ୍ଛ ରହିବା ଉଚିତ୍, ପରିଚ୍ଛନ୍ନତା ରଖିବା ଉଚିତ୍, ଘର-ସହରରୁ ଆରମ୍ଭ କରି ସହର ସ୍ୱଚ୍ଛ ରହୁ । ସରକାର କିଛି ବି ନଦେଉ କିନ୍ତୁ ଲୋକ କହୁଛନ୍ତି । ସବୁ ସର୍ଭେ ଦେଖିନିଅନ୍ତୁ, ଗଣମାଧ୍ୟମର ଲୋକ ଯେତେ ସର୍ଭେ କରିଛନ୍ତି, ସବୁଥିରେ ଶୀର୍ଷ ସ୍ଥାନରେ କେଉଁ ସ୍କିମ୍ ଲୋକପ୍ରିୟ ହୋଇଛି, ତାହା ହେଉଛି ସ୍ୱଚ୍ଛତା ଅଭିଯାନ । ଏହାର ଅର୍ଥ ଏପର୍ଯ୍ୟନ୍ତ ହିନ୍ଦୁସ୍ତାନରେ ଚିନ୍ତା କରାଯାଉଥିଲା କି ଲୋକଙ୍କୁ କିଛି ମିଳୁ, ତାହାହିଁ ଲୋକଙ୍କର ପସନ୍ଦ ହେଉଥିଲା ।
ଆମେ ଆମ ଦେଶର ସାମର୍ଥ୍ୟବାନ ଲୋକଙ୍କ ସହ ଅନ୍ୟାୟ କରିଛୁ, ଏଭଳି ଚିନ୍ତାଧାରା ରଖି କି ଏପରି ଲୋକ ନାହାନ୍ତି । ମୋ’ ଦେଶବାସୀ ଯାହା କିଛି ଖୋଜୁଛନ୍ତି, ସେମାନେ ତ କହୁଛନ୍ତି ଆମକୁ ସୁଯୋଗ ଦିଅ, ଆମେ କିଛି କରିବାକୁ ଚାହୁଁଛୁ । ଆଉ ଏହା କରିବାର ମିଜାଜ୍ ବି ଅଛି । ଏହି ସ୍ୱଚ୍ଛତାର ଅଭିଯାନ ଉକ୍ତ ମିଜାଜ୍ ରେ ପ୍ରତିବିମ୍ବିତ । ଯାହା ସାଧାରଣ ମାନବିକତାକୁ ଛୁଇଁଛି କି ନାହିଁ,ବହୁତ ହୋଇଗଲା । ଏବେ ପରିବର୍ତ୍ତନ ଆଣିବା ।
ଗୋଟିଏ ସମୟ ଥିଲା ଆମ ଦେଶରେ । ଆପଣମାନେ ପୁରୁଣା ଖବରକାଗଜ ଖୋଜିବେ, ଅନେକ ଲେଖା ପଢ଼ିବେ, ବିଶ୍ଲେଷଣ ଦେଖିବେ, ସହରୀକରଣକୁ ଏକ ବହୁତ ବଡ଼ ସଙ୍କଟ ବୋଲି ବିଚାର କରାଯାଉଥିଲା । ପ୍ରତ୍ୟେକଥର ଏହି ସହରୀକରଣ ହେଉଛି, କ’ଣ ହେବ, ଏହି ଚର୍ଚ୍ଚା ଚାଲିଛି । କିନ୍ତୁ ମୋ’ ଚିନ୍ତାଧାରା ଟିକେ ଅଲଗା । ଆମେ ସହରୀକରଣକୁ ସମସ୍ୟା ଭାବୁନୁ, ଆମେ ସହରୀକରଣକୁ ସୁଯୋଗ ଭାବୁଛୁ । ଏହି ସୁଯୋଗ ଅଛି, ସହରୀକରଣ ହେଉଛି । ଏହାକୁ ଆମେ ସଙ୍କଟ ଭାବିବା ନାହିଁ, ଆମେ ସୁଯୋଗ ଭାବିବା । ଯଦି ସଙ୍କଟ ଭାବିଲେ ତା’ର ସମାଧାନ କରିବାର ଆମର କୌଶଳ ଏହା ହେବ । ଦେଖନ୍ତୁ ଏଠି କିଛି ଲୋକ ବାସ କରୁଛନ୍ତି, ଏବେ କ’ଣ କରିବା । ପାଣି କେମିତି ପହଂଚାଇବା, ବିଜୁଳି କେମିତି ପହଂଚାଇବା, ସେମାନଙ୍କ ପିଲାଙ୍କ ପାଇଁ ସ୍କୁଲ କେମିତି କରିବା । ମୁଣ୍ଡ ବ୍ୟଥା ବଢ଼ିବ । କିନ୍ତୁ ଏହା ପରିବର୍ତ୍ତେ ଆମେ ଏହାକୁ ସୁଯୋଗ ଭାବିବା କି 2016ରେ ଆମର ପୁନେ ଏମିତି ଅଛି, 2025ରେ ଏହି ସମ୍ଭାବନା ରହିଛି । ଏ ଦିଗରେ ଆଗକୁ ବଢ଼ିପାରିବା, ଆକାଶକୁ ଏମିତି ଯାଇପାରିବା, ଗତି ଏମିତି ନେଇପାରିବା, ପାଣି ଡ୍ରେନେଜର ଏତିକି ଯିବ, ଏହି ବ୍ୟବସ୍ଥା ଏବେଠାରୁ ଚିନ୍ତା କଲେ ତାହା ସୁଯୋଗରେ ବଦଳି ଯିବ । ସେଇଥିପାଇଁ ଆମେ ଏହି ସହରୀକରଣକୁ ଏକ ସୁଯୋଗରେ ବଦଳାଇବାକୁ ଚାହୁଁଛୁ ।
ଆମେ ମାନୁ ଅବା ନମାନୁ, ସହରରେ ଏଭଳି ଶକ୍ତି ଅଛି ଯାହାକୁ ଆମର ଆର୍ଥିକ କ୍ଷେତ୍ରର ଲୋକ ଭିନ୍ନ ଭାବେ, ଅନ୍ୟ ପରିଭାଷାରେ ଏହାକୁ ଦେଖୁଛନ୍ତି, ବିକାଶ କ୍ଷେତ୍ର କହୁଛନ୍ତି । ମୁଁ ଏହାକୁ ଭିନ୍ନ ଭାବେ ଦେଖୁଛି । ମୁଁ କହୁଛି କି ଯଦି ଦାରିଦ୍ର୍ୟକୁ ହଜମ କରିବାର ସବୁଠାରୁ ଅଧିକ ଶକ୍ତି କେଉଁଠି ଅଛି, ତାହା ହେଉଛି ସହର । ସହର ଦାରିଦ୍ର୍ୟକୁ ହଜମ କରିଦେଇଥାଏ ଓ ଏହି କାରଣରୁ ଯେଉଁଠି ଅଧିକ ଦାରିଦ୍ର୍ୟ ଥାଏ, ସେଠାରୁ ଲୋକ ସହରକୁ ପଳାଇ ଆସିଥାନ୍ତି । ସେମାନଙ୍କ ମନରେ ଆଶା ଥାଏ କି ସେମାନଙ୍କୁ ସହରରେ କିଛି ନା କିଛି କାମ ମିଳିଯିବ । ସନ୍ଧ୍ୟାରେ ଖାଦ୍ୟ ଖାଇ ଶୋଇପାରିବି, ମା-ବାପାଙ୍କୁ 50 – 100ଟଙ୍କା ପଠାଇପାରିବି । ଏତିକିରେ ତ ମୋର ଗୁଜୁରାଣ ହୋଇଯିବ । ଏହି ବିଶ୍ୱାସ ସହ ସେ ସହରକୁ ଆସିଥାଏ ଆଉ କିଛିଦିନରେ, ସେ ଗାଡ଼ି ସଫା କରୁଥିବ ଅବା ସାଇକେଲରେ ହାୱା ଭରୁଥିବ, କିଛିନା କିଛି ନିଶ୍ଚୟ କରୁଥିବ । ଏମିତି କରି ସେ ନିଶ୍ଚିତ ଭାବେ ନିଜ ରାସ୍ତା ଖୋଜି ନେଇଥାଏ । ଏହା ଏଇଥିପାଇଁ ସମ୍ଭବପର ହେଉଛି,କାରଣ ସହରରେ ଦାରିଦ୍ର୍ୟକୁ ହଜମ କରିବାର ସାମର୍ଥ ରହିଛି । ଏବେ ଆମର ଦାୟିତ୍ୱ ହେଉଛି କି ଆମେ ସହରକୁ ଉକ୍ତ ଶକ୍ତି ଦେବା, ସହରକୁ ଉକ୍ତ ସାମର୍ଥ ଦେବା କି ସର୍ବାଧିକ ଦାରିଦ୍ର୍ୟକୁ ହଜମ କରିପାରିବ । ଶୀଘ୍ର ଦାରିଦ୍ର୍ୟକୁ ହଜମ କରିପାରିବ ଆଉ ତାକୁ ଦାରିଦ୍ର୍ୟକୁ ହଜମ କରି ଯେଉଁ ଶକ୍ତି, କ୍ଷମତା ମିଳିଥାଏ, ସେଥିରେ ବିକାଶର ନୂଆ ଦିଗ ସୃଷ୍ଟି ହେବ, ଏଦିଗରେ ଆମେ ଚିନ୍ତା କରୁଛୁ ।
ଏହା ସମ୍ଭବ, ଏହା କଷ୍ଟ କାମ ନୁହେଁ । ପ୍ରତ୍ୟେକ ସହରକୁ କୋଠାରେ, ରାସ୍ତାର ସାଇଜ୍ ରେ ମପା ଯାଇନପାରେ । ପ୍ରତ୍ୟେକ ସହରର ନିଜସ୍ୱ ଏକ ସୌନ୍ଦର୍ଯ୍ୟ ରହିଛି । ପ୍ରତ୍ୟେକ ସହରର ନିଜର ଏକ ଆତ୍ମା ରହିଛି, ପ୍ରତ୍ୟେକ ସହରର ନିଜସ୍ୱ ଏକ ପରିଚୟ ରହିଛି । ଆମେ ଯେତେବେଳେ ସ୍ମାର୍ଟ ସିଟି କଥା କହୁଛୁ, ସେତେବେଳେ ଉକ୍ତ ସହରର ପରିଚୟ, ତା’ର ଆତ୍ମା ତାକୁ ବିଶେଷ ଭାବେ ସାମର୍ଥ୍ୟ ଦେବା ପାଇଁ ଆମେ ଜନତା-ଜନାର୍ଦ୍ଦନଙ୍କଠାରୁ ପରାମର୍ଶ ମାଗୁଥିଲୁ । ଯେମିତି ଜୟପୁର ନିଜର ସ୍ମାର୍ଟସିଟି ପାଇଁ ଯେଉଁ କଳ୍ପନା କରିଛି, ସେଥିରେ ଏକ ଚିନ୍ତାଧାରା ସେମାନେ ରଖିଛନ୍ତି ଯେ ଆମେ ରାତି ସମୟରେ ଐତିହ୍ୟସ୍ଥଳୀକୁ ବୁଲି ଦେଖିବାର ଏକ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛୁ । ଏହାର ଅର୍ଥ ବନ୍ଦ ଘର ଭିତରେ ଐତିହ୍ୟ ବୁଲିବା ନା କ’ଣ? ସେମାନେ ଭାବିଛନ୍ତି ରାତି ସମୟରେ ପର୍ଯ୍ୟଟକ ଆସିଲେ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟୁତର ବ୍ୟବସ୍ଥା ହେବ । ପର୍ଯ୍ୟଟକଙ୍କ ସମୟ ଭଲରେ କଟୁ, ଏଥିପାଇଁ ବ୍ୟବସ୍ଥା ହେବ । ଅର୍ଥାତ ସହର ରାତିରେ ବି ଜୟଜୟକାର କରିବା ଆରମ୍ଭ କରିବ, ତା’ହେଲେ ତାକୁ ଜୟପୁର କରିହେବ ।
ପ୍ରତ୍ୟେକ ସହରରେ ଆଜି ବି ଅଛି, ଯଦି ବନାରସ ଧାର୍ମିକ କାରଣରୁ ତ ପରିଚିତ, କିନ୍ତୁ ହିନ୍ଦୁସ୍ତାନର କୌଣସି ମହିଳା ଏମିତି ନଥିବେ ଯାହାକୁ ବନାରସର ଶାଢ଼ୀ ସମ୍ପର୍କରେ ଜଣାନଥିବ । ପ୍ରତ୍ୟେକ ସହରର ନିଜସ୍ୱ ଏକ ପରିଚୟ ଅଛି । ତେଣୁ ଏକବିଂଶ ଶତାବ୍ଦୀରେ ଆମର ଉକ୍ତ ପରିଚୟକୁ ଆମେ ନୂଆ ଶକ୍ତି କିଭିଳି ଦେଇପାରିବା, ଆଧୁନିକ ରଙ୍ଗରୂପରେ କେମିତି ସଜେଇ ପାରିବା, ଯାହାଫଳରେ ଆତ୍ମା ତ ପୂର୍ବଭଳି ରହିବ, କିନ୍ତୁ କାୟାକଳ୍ପ ହୋଇ ଏକ ନୂଆ ପରିଚୟ ହୋଇପାରିବ । ‘ସ୍ମାର୍ଟ ସିଟି’ ଏଥିପାଇଁ ମୁଁ କହୁଛି କି ଏହା କୋଠା, ଅଟ୍ଟାଳିକା ବା ଭବନ ନିର୍ମାଣର ଖେଳ ନୁହେଁ । ପରିବର୍ତ୍ତିତ ଜୀବନରେ ବ୍ୟବସ୍ଥାଗୁଡ଼ିକୁ ଗତି ଦେବାକୁ ଚାହୁଁଛି । ସର୍ବନିମ୍ନ ସ୍ତରର ଆବର୍ଜନା ଚାହୁଁଛେ ।
ଏବେ ଟେକ୍ନୋଲଜି ବା ପ୍ରଯୁକ୍ତି କୌଶଳର ଯୁଗ । ଜଣେ ବ୍ୟକ୍ତି ନିଜର ସ୍ମାର୍ଟ ମୋବାଇଲ ଫୋନ୍ ରେ ଟେକ୍ନୋଲଜିର ଉପଯୋଗ କରିପାରୁଛି । କିନ୍ତୁ ଏହି ଟେକ୍ନୋଲଜି ସାମୂହିକ ସେବାର ମାଧ୍ୟମ କେମିତି ହୋଇପାରିବ । ଚନ୍ଦ୍ରବାବୁ ନାଇଡୁଜୀଙ୍କ କଥା ମୁଁ ଶୁଣିଲି । କିଭଳି ଭାବେ ସେ ଡିଜିଟାଲ ଦୁନିଆକୁ ଜନସାଧାରଣଙ୍କ ସେବା ପାଇଁ ଉପଯୋଗ କରିଛନ୍ତି । ଆଜି ପୁନେର ଯେଉଁ ଯୋଜନାସବୁ ଉଦ୍ଘାଟିତ ହୋଇଛି, ସେଥିରେ ଯାବତୀୟ ଡିଜିଟାଲ କୌଶଳ ଉପଯୋଗ, ଲୋକ ସୁଖକାରୀ କେମିତି ହେବ, ସେସବୁର କଥା ଲୋକାର୍ପିତ ହୋଇଛି ।
ଏଲଇଡି ବଲ୍ବର ଅଭିଯାନ ସମଗ୍ର ଦେଶରେ ଚାଲିଛି । ଆମ ଦେଶରେ ଯଦି କୌଣସି ସରକାର କହିବ କି ଆମେ ଆଗାମୀ ଦିନରେ ଏକ ଲକ୍ଷ କୋଟି ଶକ୍ତି କ୍ଷେତ୍ରରେ, ବିଦ୍ୟୁତ ଉତ୍ପାଦନରେ ଲଗାଇବୁ । 20ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବୁ ଆଉ ଲୋକଙ୍କୁ ବିଦ୍ୟୁତ ଦେବୁ । ତା’ହେଲେ ମୁଁ କହିବି ଆଜ୍ଞା ବହୁତ ସମ୍ବାଦପତ୍ରର ହେଡ୍-ଲାଇନ୍ ରେ ଆସିଥାନ୍ତା, ୱାଃ ମୋଦିଜୀ ୱାଃ ! ଏକ ଲକ୍ଷ କୋଟି ଟଙ୍କା, 2ହଜାର ମେଗାୱାଟ ବିଦ୍ୟୁତ, ୱାଃ । ଏମିତି ହୋଇଥାନ୍ତା ନା ? କିନ୍ତୁ ଯେଉଁ ଏଲ୍ଇଡି ବଲ୍ବର ଅଭିଯାନ ଚଳାଇଛୁ, ଯେଉଁଦିନ ଏହା ସମ୍ପୂର୍ଣ୍ଣ ହୋଇଯିବ, ମୋ’ ଦେଶବାସୀ ନିଶ୍ଚିତ ଖୁସି ହେବେ । 20ହଜାର ମେଗାୱାଟ ବିଦ୍ୟୁତ ସଂଚୟ ସମ୍ଭବପର ହେବ । ଏକ ଲକ୍ଷ କୋଟି ଟଙ୍କା ସଞ୍ଚୟ ହେବ । ଏହା ମୋ ଦେଶର ଗରିବ ଲୋକଙ୍କ ଟଙ୍କା ବଞ୍ଚାଇବ ।
ଏବେ କୌଶଳ କ’ଣ ହେବ ? ସୌର ଶକ୍ତିର ଅଭିଯାନ ଏବେ ପୁନେ ସହରରେ ତ ସୌର ପ୍ରକଳ୍ପ କାର୍ଯ୍ୟ କରୁଛି ଆଉ ବହୁତ ବଡ଼ ଲକ୍ଷ୍ୟ ମଧ୍ୟ ରଖିଛନ୍ତି ସେମାନେ । ରୁଫ୍-ଟପ ସୋଲାର ବା ଛାତ ଉପରେ ସୌରଶକ୍ତି ପାନେଲ, ଆମ ଘର ଉପରେ, ଛାତ ଉପରେ ବିଦ୍ୟୁତ ସଷ୍ଟି ହେବ, ଘରର ଉପଯୋଗରେ ଆସିବ, ଯାହା ଅଧିକ ବିଦ୍ୟୁତ ବଂଚିବ ତାକୁ ସରକାର କିଣିନେବେ । ଆପଣ ଦେଖନ୍ତୁ ବିଦ୍ୟୁତ ର ସଙ୍କଟକୁ କିଭଳି ମୁକାବିଲା କରାଯାଇପାରିବ, କେମିତି ପରିବର୍ତ୍ତନ ଅଣାଯାଇପାରିବ । ଯେପର୍ଯ୍ୟନ୍ତ ଆମେ ଟିକେ ଟିକେ କରି ଚିନ୍ତା କରିବା, ପରିବର୍ତ୍ତନ ଆସିବ ନାହିଁ । ବିସ୍ତୃତ ହେବା ଉଚିତ୍, ଆନ୍ତ-ସଂଯୋଗ ହେବା ଉଚିତ୍ ଆଉ ଫଳାଫଳଭିତ୍ତିକ ହେବା ଉଚିତ୍ ।
ଆମେ କହୁଛୁ କି ସ୍ୱଚ୍ଛତା କିନ୍ତୁ ତଥାପି ପ୍ରଶ୍ନ ଉଠୁଛି ଏବେ ଜମି ଦର ମହଙ୍ଗା ହୋଇଗଲାଣି । ସ୍ୱଚ୍ଛତା କରିବୁ ତ ଅଳିଆ-ଆବର୍ଜନା ପକାଇବୁ କେଉଁଠି । ଖାତ କେଉଁଠି ହେବ, ଖାତ ପାଇଁ ଯିବାକୁ ହେଲେ ଏବେ ତ ସହର ବଢ଼ିଚାଲିଛି, କେତେ ଦୂର ଯିବୁ, କେତେ ପରିବହନ ଖର୍ଚ୍ଚ ହେବ । କିନ୍ତୁ ଆମର ପ୍ରୟାସ ହେଉଛି ୱେଷ୍ଟ ଟୁ ୱେଲଥ୍( ଆବର୍ଜନାରୁ ସମ୍ପଦ) । ଅଳିଆ-ଆବର୍ଜନାରୁ ସମ୍ପଦ ସୃଷ୍ଟି କରିବା । ଦେଶରେ ପ୍ରଥମ ଥର ସହରାଂଚଳ ସ୍ୱାୟତ୍ତ ସଂସ୍ଥାରୁ ଯେଉଁ ଅଳିଆ-ଆବର୍ଜନା ବାହାରିବ, ସେଥିରେ ଖତ ସାର ବା କମ୍ପୋଷ୍ଟ ତିଆରି କରିବା । ଆଉ ପ୍ରଥମଥର କମ୍ପୋଷ୍ଟ ସାର ଆମର ଚାଷୀ କିଣିବେ, ସେଥିପାଇଁ ଯେମିତି ୟୁରିଆରେ ସବସିଡି ଦିଆଯାଉଥିଲା ଠିକ୍ ସେମିତି ଏବେ ଭାରତ ସରକାର କମ୍ପୋଷ୍ଟ(ଖତ) ସାର ପାଇଁ ମଧ୍ୟ ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ଯାହା ଆମର କେମିକାଲ ଫର୍ଟିଲାଇଜର(ରସାୟନ ସାର) ଯୋଗୁଁ ଚାଷୀର ଜମି ନଷ୍ଟ ହେଉଥିଲା, ଆମର ମାଟି ମା’ ନଷ୍ଟ ହେଉଥିଲା, ତାକୁ ସୁରକ୍ଷା ଦେବାର କାମ ମଧ୍ୟ ହେବ, ସହରରେ ସଫେଇର କାମ ମଧ୍ୟ ହେବ ଆଉ ଖତ ହେବା ପରେ ତାକୁ ବିକିଲେ ଉଭୟଙ୍କୁ ଲାଭ ମିଳିବା ଭଳି ସ୍ଥିତି ହେବ । ଉକ୍ତ ନଗରପାଳିକାକୁ ବି କିଛି ଅର୍ଥ ମିଳିବ, ଉକ୍ତ ମହାନଗରପାଳିକାକୁ ବି କିଛି ପଇସା ମିଳିବ ।
ବର୍ଜ୍ୟବସ୍ତୁ ପରିଚାଳନା, ତରଳ ବର୍ଜ୍ୟ ପରିଚାଳନା, ଏବେ ପାଣିର ସଙ୍କଟ । କେବେ କେବେ ଆମର ଗଣମାଧ୍ୟମର ଲୋକେ କଥାକୁ ନେଇ କେଉଁଠି ପହଞ୍ଚାଇ ଦିଅନ୍ତି ଯେ ଆପଣ କ୍ରିକେଟ ବି ଖେଳିପାରିବେ ନାହିଁ । ଯେଉଁଠି ଷ୍ଟାଡ଼ିୟମ ଥିବ, ଯେଉଁଠି କ୍ରିକେଟ ଖେଳ ହେଉଥିବ । କ୍ରିକେଟ ଖେଳ ହେଉ କି ନହେଉ, 365ଦିନ ତ ଷ୍ଟାଡ଼ିୟମରେ ପାଣି ଛିଂଚିବାକୁ ପଡ଼ିଥାଏ । କିନ୍ତୁ ଦେଶ ଭାବିନେଲା ଖେଳ ବନ୍ଦ ହୋଇଗଲା ତ ପାଣି ଛିଂଚିବା ବନ୍ଦ ହୋଇଯାଇଛି । ଦେଶ ମାନିନେଲା । ଧନ୍ୟ ହୋ । ଆରେ ଭାଇ ତାକୁ 365ଦିନ ପାଣି ଦେବାକୁ ପଡ଼ିଥାଏ । ତା’ପରେ ତ ଯାଇ ଷ୍ଟାଡ଼ିୟମ ସବୁଜ ରହିଥାଏ । ନହେଲେ ଉକ୍ତ ଷ୍ଟାଡ଼ିୟମରେ ଦୁଇବର୍ଷ ପରେ ବି ଆଉ ଖେଳିବା ସମ୍ଭବପର ହେଉନଥାନ୍ତା । କିନ୍ତୁ ଜାଣିନି, ସେମାନେ କେଉଁଠୁ ଆଣୁଛନ୍ତି ଏଭଳି ନୂଆ ନୂଆ, ବଡ଼ ବଡ଼ ଦର୍ଶନ(ଫିଲୋସଫି) । ଆଉ ତା’ବି ଚାଲୁଛି । ଏହି କାରଣରୁ ମହାରାଷ୍ଟ୍ରର ବେଶ୍ କ୍ଷତି ହୋଇଛି । କିନ୍ତୁ ବର୍ଜ୍ୟ ବସ୍ତୁ ସହ ତରଳ ବର୍ଜ୍ୟ, ଆମର ଏହି ଯେଉଁ ଡ୍ରେନେଜର ପାଣି ଅଛି, ତାକୁ ଆମେ ଶୋଧନ କରିବା, ଉକ୍ତ ପାଣିକୁ ବଗିଚାରେ, ବିଲରେ ଉପଯୋଗ କରିବା । ଏଭଳି କାମରେ ଉପଯୋଗ କରିବା କି ଭବିଷ୍ୟତରେ ଆମେ ପାଣି ସଙ୍କଟର ଭଲ ଭାବେ ବିତରଣ କରିପାରିବା । ଆଉ ଏଇଥିପାଇଁ ଜନସଂଖ୍ୟାର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଆମକୁ ଏସବୁ କଥାକୁ ଦେଖିବାକୁ ପଡ଼ିବ । ଆମ ଦେଶର ଲୋକଙ୍କୁ ଆନ୍ତର୍ଜାତିକ ମାପଦଣ୍ଡର ପାଣି କାହିଁକି ମିଳୁନି, ଘରେ ଉପଯୋଗ ପାଇଁ ଆମେ ପାଣି ଦେବା ସମ୍ଭବପର ହେଉନି, କାହିଁକି ପହଂଚୁନି । ଆମେ ପ୍ରୟାସ ତ କରିବା, ଆରମ୍ଭ ତ କରିବା । ଏକ ଲିଟର, 5ଲିଟର, 7ଲିଟର ପାଣି ବଢ଼ାଇ ଚାଲିବା ।
ଆମେ ସବୁ ବ୍ୟକ୍ତିଙ୍କୁ ପରିବାରକୁ ଘର ଦେବାକୁ ଚାହୁଁଛୁ । ସହରର ଝୁମ୍ପୁଡିକୁ ପୁନେ ନିଜର ପ୍ରକଳ୍ପ ରେ ସାମିଲ କରିଛି । ଝାଟିମାଟି- ଝୁମ୍ପୁଡ଼ିକୁ ଗୃହ ନିର୍ମାଣ ଯୋଜନାରେ ପରିବର୍ତ୍ତନ କରି ସେମାନଙ୍କୁ ଘର ଦେବା । ଆପଣ ଦେଖନ୍ତୁ ଜୀବନ କେମିତି ବଦଳିଯିବ । ଗରିବ ଲୋକର ବି, ଝୁମ୍ପୁଡ଼ିରେ ରହିଲେ ତା’ର ଚିନ୍ତାଧାରାର ଶୈଳୀ ଗୋଟିଏ ହୋଇଥାଏ, କିନ୍ତୁ ଯଦି ତାକୁ ରହିବା ପାଇଁ ଛାତ ମିଳିଯିବ, ଘର ମିଳିଯିବ, ତା’ହେଲେ ସେ ଭାବିଥାଏ କି ଘରେ ଗୋଟିଏ ପରଦା ଲଗାଇବ । ଯଦି ପରଦା ନାହିଁ ତା’ହେଲେ ସିଏ ପୁରୁଣା ଶାଢ଼ୀକୁ ଲଗାଇ ପରଦା କରିଦେବ । ଏ ଝରକା ଠିକ୍ ନାହିଁ । ତା’ର ମୁଣ୍ଡରେ ଚିନ୍ତା କରିବା ଆରମ୍ଭ ହୋଇଯିବ । ଝୁମ୍ପୁଡ଼ିରେ ରହିବାବେଳେ ତାକୁ ପାଁପୋଛର ଆବଶ୍ୟକତା ନଥିଲା । ଏବେ ଭାବିବ ତାରର ଗୋଟିଏ ମୋଟା ଖଣ୍ଡ ରଖିଲେ, ଘରକୁ କେହି ଆସିଲେ ପାଦ ସଫା କରି ଆସିବ । ତାକୁ ଲାଗିବ ଟିକେ କିଛି ସଂଚୟ କରିଦେଲେ, ଦରି ଆଣିବ, ଘରକୁ ଅତିଥି ଆସିଲେ ବସିବାରେ କାମରେ ଲାଗିବ ।
ଘର ମିଳିଲେ କେବଳ ଚାରି କାନ୍ଥ ମିଳେ ନାହିଁ, ଛାତ ମିଳେନି, ଜୀବନର ନୂଆ ଚିନ୍ତାଧାରା ମିଳିଯାଏ । ତା’ ଭିତରେ ଏକ ଭାବନା ସୃଷ୍ଟି ହୋଇଥାଏ । ଆଉ ଶେଷରେ ପ୍ରଗତିର କୌଣସି ଯଦି ସବୁଠାରୁ ବଡ଼ ଶକ୍ତି ଥାଏ, ତାହା ଯୋଜନାରେ ନୁହେଁ ବରଂ 125 କୋଟି ଦେଶବାସୀଙ୍କ ଭାବନାରେ ରହିଥାଏ । ଯାହା ଗତିଶୀଳ ହୋଇଥାଏ, ଲକ୍ଷ୍ୟ ପୂରଣର କାରଣ ପାଲଟିଥାଏ ଆଉ ଦେଶର ଏକ ବିଶାଳତା ଓ ଭବ୍ୟତାକୁ ଆଗେଇ ନେଇ ଆପଣା ଛାଏଁ ପ୍ରଚାର କରିଥାଏ ।
ତେଣୁ ଏଥିପାଇଁ ଏହା ପ୍ରତିଯୋଗିତାର ଯୁଗ । ମୁଁ ସମସ୍ତ ସହରକୁ ନିମନ୍ତ୍ରଣ କରୁଛି । ଏହା ଚ୍ୟାଲେଞ୍ଜ । ଦେଶର ସମସ୍ତ ସହର ଓ କେବଳ ତା’ର ନିର୍ବାଚିତ ସଂସ୍ଥା ଅବା ତା’ର କର୍ମଚାରୀ ନୁହଁନ୍ତି, ଉକ୍ତ ସହରର ନାଗରିକମାନେ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରନ୍ତୁ । ତେଣିକି ସ୍ୱଚ୍ଛତାର ପ୍ରତିଯୋଗିତା ହେଉ, ବା ସ୍ମାର୍ଟସିଟିରେ ପ୍ରବେଶ କରିବାକୁ ପଡ଼ିବ, ସହରକୁ ସ୍ମାର୍ଟ କରିବାକୁ ହେବ । ଏହା ଜନ ଭାଗିଦାରୀରେ ହେବ, ଜନ ସଂକଳ୍ପରେ ହେବ । ଯେତେବେଳେ ମୁଁ ‘ମାଇ ଗଭ୍ ଡଟ୍ ଇନ୍’ରେ ଲୋକଙ୍କୁ କହିଥିଲି କି ଆପଣମାନେ ଏହା ଉପରେ ପରାମର୍ଶ ଦିଅନ୍ତୁ, ଆପଣ ଆଶ୍ଚର୍ଯ୍ୟ ହେବେ ଯେ 25ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଗମ୍ଭୀରତାର ସହ ପରାମର୍ଶ ଦେଇଥିଲେ । ଯାହାକୁ କି ସରକାରଙ୍କୁ ଧ୍ୟାନରେ ନେବାକୁ ପଡ଼ିଲା, ଏଭଳି 25ଲକ୍ଷ ଲୋକ ଯୋଗଦାନ କରିଥିଲେ । ଯେତିକି ଜନ ଭାଗିଦାରୀ ବଢ଼ିଥାଏ । ମୁଁ ମଝିରେ ‘ମନ୍ କି ବାତ୍’ ରେ ଥରେ କହିଥିଲି କି ଆମର ରେଳ ଷ୍ଟେସନରେ ଆମ ନିଜ ଗାଁର ପରିଚୟ କାହିଁକି ନରହିବ । ଇଂରେଜମାନେ ଆମର ରେଳ ଷ୍ଟେସନ ଯେତେବେଳେ କରିଥିଲେ, ତାଙ୍କ ମୁଣ୍ଡରେ ଉକ୍ତ ପିଜା ହାଉସ୍ ଭଳି ଥିଲା । ଆମେରିକାରେ ଆପଣ ଯେଉଁ କୋଣକୁ ଯିବେ ଗୋଟିଏ ପ୍ରକାରର ପିଜା ହାଉସ୍ ଦେଖିବେ । ଆମର ରେଳ ଷ୍ଟେସନ ବି ଏକା ପ୍ରକାରର । ଆପଣ ଯିବେ ତା ଡାହାଣରେ ଏ ଆସିବ, ବାମ ପଟେ ଏହା…ନିଶ୍ଚିତ ଆସିବ । ଭାରତ ଏମିତି ନୁହେଁ । ଭାରତ ବିବିଧତାରେ ପରିପୂର୍ଣ୍ଣ । ଏହାକୁ ନବୀକରଣ କରାଯିବା ଉଚିତ୍ । ମୁଁ କହିଥିଲି ଠିକ୍ ଅଛି ପାଚେରୀ ଭାଙ୍ଗିବାର ଆବଶ୍ୟକତା ନାହିଁ, କିନ୍ତୁ ପାଚେରୀକୁ ରଙ୍ଗବେରଙ୍ଗରେ ତ ବଦଳା ଯାଇପାରିବ, ଯେଉଁଥିରେ ସହରର ପରିଚୟ ଜଣାପଡ଼ିବ । ଆଉ ମୁଁ ଏତେ ଆଶ୍ଚର୍ଯ୍ୟ ହେଲି ଯେ ମାସକ ଭିତରେ ଉକ୍ତ ଗାଁର, ସହରର ଯେଉଁମାନେ ଚିତ୍ରକାର ଥିଲେ, ସ୍କୁଲର ପିଲା ଥିଲେ, ସ୍କୁଲର ଡ୍ରଇଂ ମାଷ୍ଟ୍ର ଥିଲେ, ସମସ୍ତେ ରେଳ ଷ୍ଟେସନ ପହଂଚି ଯାଇଥିଲେ । ଯାହାବି ନିଜ ପାଖରେ ଥିଲା ସେ ନିଜର ରଙ୍ଗର କାମ କରିବାରେ ଲାଗି ପଡ଼ିଥିଲା । ଆଉ ସୁନ୍ଦର ଚିତ୍ର କରିଥିଲେ । ଛୋଟ ଛୋଟ ରେଳ ଷ୍ଟେସନ ନିଜର ପରିଚୟ ସୃଷ୍ଟି କରିଥିଲେ ଆଉ ସହରର ପରିଚୟକୁ ସେମାନେ ଯୋଡ଼ି ଦେଇଥିଲେ ।
ଆଜି ଦେଶର ଲୋକଙ୍କୁ ପରିବର୍ତ୍ତନ ଦରକାର । ପରିବର୍ତ୍ତନରେ ସେମାନେ ସଂଶ୍ଳିଷ୍ଟ ହେବାକୁ ଚାହୁଁଛନ୍ତି, ଯୋଡ଼ିବାକୁ ଚାହୁଁଛନ୍ତି । ଏହା ସ୍ମାର୍ଟ ସିଟିର ସବୁଠାରୁ ବଡ଼ ବିଶେଷତା । କିଛି ଲୋକଙ୍କୁ ସ୍ମାର୍ଟ ଶବ୍ଦ ଶୁଣିଲେ ସମସ୍ୟା ହେଉଛି । କେହି ଏଭଳି କରିବାକୁ ଯାଉଛନ୍ତି, ଯାହା କେବେ ଚିନ୍ତା କରାଯାଇନଥିଲା । ମୋର ସ୍ମାର୍ଟର କଳ୍ପନା ଅତ୍ୟନ୍ତ ସରଳ । ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ମିଳୁ, ସୋସାଇଟିର ପ୍ରଥମ ଘରକୁ ତ ମିଳୁ ଆଉ ଶେଷ ଘରକୁ ନମିଳୁ ଏମିତି ହେବା ଅନୁଚିତ୍ । ଏମିତି ହେଉଛି କି ଗୋଟିଏ ଅଂଚଳରେ ପାଣି ଆସୁଛି, ଯେଉଁ ଲୋକମାନେ ଆଗରେ ଅଛନ୍ତି ସେମାନଙ୍କ ଘରେ ପାଣି ପହଂଚୁଛି, ଆଉ ଯିଏ ପଛରେ ସେମାନଙ୍କୁ ପାଣି ମିଳୁନି । ବିଜୁଳି ସମସ୍ତଙ୍କୁ ମିଳୁ, ସମାନ ଭାବେ ମିଳୁ । ଜନ ସୁବିଧାର ଆବଶ୍ୟକତାକୁ ଆଧୁନିକ ଢାଂଚାରେ ପରିପୂର୍ଣ୍ଣ କରିବାକୁ ହେବ । ଏହା ହିଁ ପ୍ରୟାସ । ଆଉ ଯେମିତି ମୁଁ କହିଲି କି ଏଭଳି ଏକ ଆର୍ଥିକ ଗତିବିଧିର କେନ୍ଦ୍ର ପାଲଟୁ । ବିକାଶ ପରିବେଶ ଉପଯୋଗୀ ହେଉ । ସବୁଜିମା ହେଉ । ଦାରିଦ୍ର୍ୟକୁ ହଜମ କରିବାର ଶକ୍ତି ଯେତିକି ଅଧିକ ବଢ଼ିବ, ସେତେ ସହରର ବିକାଶ ସଠିକ୍ ଦିଗରେ ଯିବ । ଯେତେ ଦାରିଦ୍ର୍ୟ ହଜମ ହେବ, ଅର୍ଥବ୍ୟବସ୍ଥା ସେତେ ଆଗକୁ ଯିବ । ଘରେ ସେ ହିଁ ଅତିଥିକୁ ଖାଇବାକୁ ଦେଇପାରେ, ଯିଏ ଦୁଇବେଳା ସୁଖରେ ଖାଇପାରେ । ନହେଲେ ଅତିଥିକୁ କେମିତି ଖୁଆଇ ପାରିବ । ତେଣୁ ସହର ବି ଆର୍ଥିକ ଦୃଷ୍ଟିରୁ ଉପଯୋଗୀ ହେବା ଉଚିତ୍ । ଏହି କ୍ଷମତା ମିଳିବା ଉଚିତ୍, ବାହାରୁ ଯେଉଁ ଗରିବ ଆମର ଏଠାକୁ ଆସୁଛନ୍ତି ସେହି ଗରିବଙ୍କୁ ସମ୍ଭାଳି ହେବ, ହଜମ କରିହେବ, ଉକ୍ତ ଦାରିଦ୍ର୍ୟରୁ ମୁକୁଳାଇବାର ଶକ୍ତି ସହରରେ ରହିବା ଉଚିତ୍ । ତା’ହେଲେ ଏକ ନୂଆ ପରିବର୍ତ୍ତନ ଆସିବ, ନୂଆ ଶେଳୀରେ ପରିବର୍ତ୍ତନ, ଜନ ଭାଗିଦାରୀରେ ପରିବର୍ତ୍ତନ ସଠିକ୍ ଦିଗରେ ପ୍ରୟାସ ଚାଲିଛି ।
ମୁଁ କିଛି ଦିନ ପୂର୍ବରୁ କ’ଣ କ’ଣ କାମ ହୋଇଛି ତା’ର ସମୀକ୍ଷା କରିଥିଲି । ସତରେ ଏତେ ଖୁସି ହୋଇଥିଲି କି ଲୋକଙ୍କ ଭରସାରେ କୌଣସି କାମ କଲେ ସେଥିରେ କେତେ ଶକ୍ତି ଥାଏ ତାହା ଏହାର ଉଦାହରଣ । ଏହି ସ୍ମାର୍ଟ ସିଟି, ଏତେ ଲୋକ ଏଥିରେ ଯୋଡ଼ି ହୋଇଛନ୍ତି, ଚର୍ଚ୍ଚା କରୁଛନ୍ତି । ସମସ୍ତ ଆର୍କିଟେକ୍ଚର(ସ୍ଥପତି), ପୂର୍ବରୁ ଆପଣ ଆର୍କିଟେକ୍ଚରକୁ କହିବେ ଏଭଳି କାମ ଅଛି, ସେ କହିବ ସାହେବ ଏ ଟେଣ୍ଡର କେବେ ବାହାରିବ । ଆଜି ସେ ଟେଣ୍ଡରକୁ ଅନାଇ ରହୁନି, କହିବ ହଁ ହଁ ମୁଁ ବି ପ୍ରତିଯୋଗିତାରେ ଆସିବି, ମୁଁ ବି କରିବି । ପୁରା ବାତାବରଣ ବଦଳି ଯାଇଛି । ପୁଣିଥରେ ଶ୍ରୀମାନ ଭେଙ୍କେୟା ନାଇଡୁଜୀ, ତାଙ୍କର ପୁରା ଟିମ୍ କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ପୁନେ ସହରକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । କିନ୍ତୁ ପୁନେବାସୀ ମନେରଖିବା ଉଚିତ୍ ଆପଣମାନେ ବୋଧହୁଏ ଦେଢ଼ ମାର୍କ ଯୋଗୁଁ ନମ୍ବର-୨ରେ ଅଛନ୍ତି । ମାତ୍ର ଦେଢ଼ ମାର୍କ ପାଇଁ ପଛରେ ରହିଗଲେ । ଯଦି ଦେଢ଼ ମାର୍କ ଆପଣଙ୍କର ଅଧିକ ହୋଇଥାନ୍ତା, ତା’ହେଲେ ଭୁବନେଶ୍ୱର ସ୍ଥାନରେ ଆପଣମାନେ ଥାନ୍ତେ । ଆପଣ ଦେଖନ୍ତୁ କେତେ ବଢ଼ିଆ ପ୍ରତିଯୋଗିତା ଚାଲିଛି । ମୁଁ ଆର ଥର ପୁନେ ଆସିବାକୁ ଚାହିଁବି । ଆର ଥର ଯେତେବେଳେ କୌଣସି ପ୍ରତିଯୋଗିତା ହେବ ଆମର ପୁନେ ନମ୍ବର ୱାନ୍ ହେବା ଉଚିତ୍ । ଇଏ ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶ । ଇଏ ଲୋକମାନ୍ୟ ତିଳକଙ୍କ ଅମାନତ୍ । ଆଉ ଏଥିପାଇଁ ଏହି ମନୋଭାବରେ ଆମେ ପୁନେକୁ ଆଗେଇ ନେବା । ଆଉ ଦେଶର ଲୋକଙ୍କୁ କହିବାକୁ ଚାହୁଁଛି କି ଆପଣମାନେ ବି ନିଷ୍ପତ୍ତି ନିଅନ୍ତୁ ପୁନେ ପଛରେ ରହିବ ନାହିଁ । ଦେଖିବେ କେତେ ମଜା ଆସିବ ।
ବହୁତ ବହୁତ ଧନ୍ୟବାଦ ।
The people of India are the smartest. Once their skills are harnessed then see the wonders that will happen: PM @narendramodi in Pune
— PMO India (@PMOIndia) June 25, 2016
Officials who met me wondered how we will select the cities. We didn't select anything, the credit goes to citizens of cities selected: PM
— PMO India (@PMOIndia) June 25, 2016
Gone are the days when there we competitions to be poorer. We are competing to move ahead, on the path of development: PM @narendramodi
— PMO India (@PMOIndia) June 25, 2016
There is a positive atmosphere, of competing on development works and that too in the spirit of Jan Bhagidari: PM @narendramodi in Pune
— PMO India (@PMOIndia) June 25, 2016
People of the cities have to decide about the development of their urban spaces. These decisions can't be taken in Delhi: PM @narendramodi
— PMO India (@PMOIndia) June 25, 2016
Spirit of participative governance is vital: PM @narendramodi in Pune https://t.co/Iy8hu3Nre5
— PMO India (@PMOIndia) June 25, 2016
Let's consider urbanisation as an opportunity. Gone are the days when it was seen as a challenge or obstacle: PM @narendramodi
— PMO India (@PMOIndia) June 25, 2016
Cities are not only growth centres. Our cities have strength & capacity to mitigate poverty. People find work in cities: PM @narendramodi
— PMO India (@PMOIndia) June 25, 2016
Size of roads and builds aren't the only way to evaluate a city. Every city has a distinct identity: PM @narendramodi in Pune
— PMO India (@PMOIndia) June 25, 2016
Our urban spaces have to focus on solid waste management: PM @narendramodi in Pune
— PMO India (@PMOIndia) June 25, 2016
Smart cities are about modern facilities and becoming centres of development: PM @narendramodi in Pune https://t.co/Iy8hu3Nre5
— PMO India (@PMOIndia) June 25, 2016