Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁରୁଷ 10 ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


 

ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡା 2018ର ପୁରୁଷ 10 ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“16 ବର୍ଷିୟ ସୌରଭ ଚୌଧୁରୀ ଆମ ଯୁବଗୋଷ୍ଠୀଙ୍କ ପାଖରେ ରହିଥିବା ଶକ୍ତି ଓ ସାମର୍ଥ୍ୟର ପରାକାଷ୍ଠାକୁ ପ୍ରଦର୍ଶନ କରିଛନ୍ତି । ଏହି ଅସାଧାରଣ ଯୁବତାରକା ଏସିୟ କ୍ରୀଡା 2018ରେ ପୁରୁଷ 10 ମିଟର ଏୟାର ପିସ୍ତଲ ବିଭାଗରେ ଭାରତ ପାଇଁ ସ୍ଵର୍ଣ୍ଣ ଆଣିଛନ୍ତି । ତାଙ୍କୁ ଶୁଭେଚ୍ଛା!”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********