Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁରୁଷ 77 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ସ୍ୱର୍ଣ୍ଣ ବିଜୟୀ ସତୀଶ କୁମାର ଶିବଲିଙ୍ଗମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରୋତ୍ତୋଳନକାରୀ ସତୀଶ କୁମାର ଶିବଲିଙ୍ଗମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଭାରତର ଭାରୋତ୍ତୋଳନକାରୀମାନେ ପଦକ ତାଲିକାରେ ଆମର ସ୍ଥାନକୁ ଉନ୍ନୀତ କରିଛନ୍ତି । 77 କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ସତୀଶ କୁମାର ଶିବଲିଙ୍ଗମଙ୍କୁ ଅଭିନନ୍ଦନ । ଲଗାତାର ଦୁଇଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା – ଗ୍ଲାସଗୋ 2014 ଏବଂ ଗୋଲ୍ଡ କୋଷ୍ଟ 2018 ରେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ଇତିହାସ ରଚିଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********