ପିଏମଇଣ୍ଡିଆ
ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ଧରମ ସିଂହଙ୍କ ବିୟୋଗ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ଧରମ ସିଂହଙ୍କ ଦେହାନ୍ତ ଏକ ଦୁଃଖଦ ଘଟଣା । ଏହି ଦୁଃଖଦ ସମୟରେ ଶ୍ରୀ ସିଂହଙ୍କ ଶୋକ ସନ୍ତପ୍ତ ପରିବାର ତଥା ଅନୁଗାମୀଙ୍କ ପ୍ରତି ମୋର ସମବେଦନା ।
କର୍ଣ୍ଣାଟକ ଏବଂ ଜାତୀୟ ରାଜନୀତିରେ ଶ୍ରୀ ସିଂହଙ୍କ ଅଗାଧ ଅନୁଭୂତି ରହିଥିଲା । ସମାଜ ପ୍ରତି ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।
*****
Saddened by the demise of former Karnataka CM Shri N. Dharam Singh. My thoughts are with his family & supporters in this sad hour: PM
— PMO India (@PMOIndia) July 27, 2017
Shri N. Dharam Singh had rich experience in Karnataka & national politics. His dedicated service towards society will be remembered: PM
— PMO India (@PMOIndia) July 27, 2017