Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି. ଭି. ନରସିଂହ ରାଓ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି. ଭି. ନରସିଂହ ରାଓ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ପି. ଭି. ନରସିଂହ ରାଓ ଜୀ ଆମ ଦେଶର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଭାରତର ପ୍ରଗତିରେ ସ୍ଥାୟୀ ଯୋଗଦାନ ଦେଇଥିଲେ। 

ପ୍ରଧାନମନ୍ତ୍ରୀ ‘ଏକ୍ସ ’ରେ ପୋଷ୍ଟ କରିଛନ୍ତି: 

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି. ଭି. ନରସିଂହ ରାଓ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ଆମ ଦେଶର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ସେ ଭାରତର ପ୍ରଗତିରେ ସ୍ଥାୟୀ ଯୋଗଦାନ ଦେଇଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ଜଣେ ବିଶିଷ୍ଟ ବିଦ୍ୱାନ ମଧ୍ୟ ଥିଲେ, ଯିଏକି ଭାରତର ବିବିଧ ସଂସ୍କୃତି ବିଷୟରେ ଅପାର ଜ୍ଞାନ ଏବଂ ବୁଝାମଣାର ଅଧିକାରୀ ଥିଲେ। 

HS