Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିକୃତି ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ


ଭାରତର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଦ୍ୱାରା ସଂସଦର କେନ୍ଦ୍ରୀୟ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କର ଏକ ତୈଳଚିତ୍ର ଉନ୍ମୋଚନ କରାଯାଇଛି ।

ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଶ୍ରୀମତି ସୁମିତ୍ରା ମହାଜନ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଏହି ସମ୍ମେଳନକୁ ସମ୍ବୋଧିତ କରିଥିଲେ । କ୍ରମାଗତ ଟ୍ୱିଟ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ:
“ଏବେଠାରୁ ଅଟଳ ଜୀ ସବୁଦିନ ପାଇଁ ସଂସଦର କେନ୍ଦ୍ରୀୟ ହଲରେ ସବୁବେଳ ପାଇଁ ରହି ଆମକୁ ଅନୁପ୍ରାଣିତ କରିବେ ଏବଂ ଆଶୀର୍ବାଦ କରିବେ ।

ଅଟଳ ଜୀଙ୍କ ଭଲ କଥା କହିଲେ ଘଂଟା ଘଂଟା ଲାଗିଯିବ ।

ଅଟଳଜୀଙ୍କ ଏକ ଦୀର୍ଘ ରାଜନୈତିକ ଜୀବନ ଥିଲା ଏବଂ ଏହାର ଅଧିକାଂଶ ଭାଗ ବିରୋଧି ପକ୍ଷରେ ରହି କଟିଥିଲା ।
ତଥାପି ସେ ଜନସାଧାରଣଙ୍କ ସ୍ୱାର୍ଥ ନିହିତ ଥିବା ସ୍ୱର ଉଠାଇବା ଜାରି ରଖିଥିଲେ ଏବଂ ତାଙ୍କ ଆଦର୍ଶବାଦରୁ କେବେ ହେଲେ ମଧ୍ୟ ବିଚ୍ୟୁତ ହୋଇନଥିଲେ ।

ଅଟଳ ଜୀଙ୍କ ବକ୍ତବ୍ୟରେ ଶକ୍ତି ଥିଲା ଏବଂ ଅଟଳ ଜୀଙ୍କ ନୀରବତାରେ ମଧ୍ୟ ସମ ପରିମାଣର ଶକ୍ତି ଥିଲା ।

ଲୋକଙ୍କ ସହିତ ତାଙ୍କ ଯୋଗାଯୋଗ ଦକ୍ଷତା ଥିଲା ଅଦ୍ଭୁତ । ତାଙ୍କ ମଜା କରିବାର ଅନ୍ଦାଜ ମଧ୍ୟ ଚମତ୍କାର ଥିଲା ।”