Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ


ଏଣିକି ଆନ୍ତର୍ଜାତିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିଲାମୀ (ଆଇସିବି) ପରେ ହାଇଡ୍ରୋକାର୍ବନ ଅନ୍ୱେଷଣ ଏବଂ ଲାଇସେନ୍ସିଂ ନୀତି (ଏଚଇଏଲପି) ଅନ୍ତର୍ଗତ ସଫଳ ନିଲାମୀକାରୀମାନଙ୍କୁ ବ୍ଲକ/ଠିକା କ୍ଷେତ୍ରର ଅନୁମତି ପ୍ରଦାନ କରିବାର ଅଧିକାର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ନିକଟରେ ରହିବ । କ୍ଷମତାସମ୍ପନ୍ନ ସଚିବମାନଙ୍କ ସମିତିର ସୁପାରିସ ଆଧାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସରକାରଙ୍କ ବ୍ୟବସାୟିକ ସୁଗମତା (ଇଜ୍ ଅଫ୍ ଡୁଇଂ ବିଜନେସ) ନୀତି କ୍ରମରେ ଏହି ନିଷ୍ପତ୍ତି ନିଆଯାଇଛି । ଏଚଇଏଲପି ଅନ୍ତର୍ଗତ ବ୍ଲକ ଗୋଟିଏ ବର୍ଷରେ ଦୁଇ ଥର ଦିଆଯିବ । ତେଣୁ ଅଧିକାର ପ୍ରଦାନ କରିବା ଦ୍ୱାରା ବ୍ଲକ ଦେବା ବିଷୟରେ ନିଷ୍ପତ୍ତି ନେବାର ପ୍ରକ୍ରିୟା ଦ୍ରୁତ ହୋଇପାରିବ । ବ୍ୟବସାୟିକ ସୁଗମତା ପ୍ରୟାସକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।

ପ୍ରଭାବ :

ଏଚଇଏଲପି ନୀତି ଅନ୍ତର୍ଗତ ସଚିବମାନଙ୍କ କ୍ଷମତାସମ୍ପନ୍ନ କମିଟି ନିଲାମୀ ମୂଲ୍ୟାଙ୍କନ ମାନଦଣ୍ଡ (ବିଇସି) ଉପରେ ବିଚାର କରିଥାଏ, ଯେଉଁଠି ଆବଶ୍ୟକ ହୋଇଥାଏ ନିଲାମୀକର୍ତ୍ତାଙ୍କ ସହିତ ବୁଝାମଣା ଆଲୋଚନା କରିଥାଏ ଏବଂ ବ୍ଲକ ଦେବା ବିଷୟରେ ସିସିଇଏକୁ ସୁପାରିସ କରିଥାଏ । ସିସିଇଏ ବ୍ଲକ ଦେବା ଲାଗି ମଞ୍ଜୁରି ଦେଇଥା’ନ୍ତି । ମନ୍ତ୍ରଣାଳୟରେ ବିଚାର-ଆଲୋଚନା ସହିତ ସମଗ୍ର ପ୍ରକ୍ରିୟା ଯଥେଷ୍ଟ ବିଳମ୍ବିତ ଅଟେ ଏବଂ ଏଥିରେ ବେଶ ସମୟ ଲାଗିଥାଏ । ସରକାରଙ୍କ ‘ବ୍ୟବସାୟିକ ସୁଗମତା’ ପ୍ରୟାସ ସହିତ ସମନ୍ୱୟ ଆଣିବା ଲାଗି ଏହା ଜରୁରୀ ଥିଲା ଯେ ବ୍ଲକ/ଠିକା କ୍ଷେତ୍ର ଦେବା ସମୟର ଅବଧି ହ୍ରାସ କରାଯାଉ । ନୂଆ ହାଇଡ୍ରୋକାର୍ବନ ଅନ୍ୱେଷଣ ଏବଂ ଲାଇସେନ୍ସିଂ ନୀତି ଅନ୍ତର୍ଗତ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିଲାମୀ ଜାରି ରହିବ ଏବଂ ପ୍ରତ୍ୟେକ ବର୍ଷରେ ଦୁଇ ଥର ବ୍ଲକ ଦିଆଯିବ ।

 

**********