Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପେପରମୁକ୍ତ ସୁପ୍ରିମକୋର୍ଟ ପାଇଁ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୁପ ଡିଜିଟାଲ୍ ଆବେଦନ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ପେପରମୁକ୍ତ ସୁପ୍ରିମକୋର୍ଟ ପାଇଁ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୁପ ଡିଜିଟାଲ୍ ଆବେଦନ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁପ୍ରିମକୋର୍ଟରେ ପେପରମୁକ୍ତ କାର୍ଯ୍ୟ କରିବା ଲାଗି ସୁପ୍ରିମକୋର୍ଟ ୱେବସାଇଟରେ ଇଂଟିଗ୍ରେଟେଡ୍ କେସ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ବ୍ୟବସ୍ଥାର ଅପଲୋଡ୍ କରିଥିଲେ  ।

ଏହି ଅବସରରେ ଉଦ୍ବୋଧନ ଦେଇ ଭାରତର ପ୍ରଧାନ ବିଚାରପତି ଶ୍ରୀ ଜଷ୍ଟିସ୍ ଜେଏସ୍ ଖେହର ଗତ ଏପ୍ରିଲ୍ 2 ତାରିଖରେ ଅନୁଷ୍ଠିତ ଆହ୍ଲାବାଦ ହାଇକୋର୍ଟର 150 ବର୍ଷ ପୂର୍ତ୍ତି ଘଟଣାର ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ କୋର୍ଟ କାର୍ଯ୍ୟକୁ ଅଧିକ ସହଜ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେକ୍ନୋଲଜି ବ୍ୟବହାର କରିବା ଲାଗି ଜୋର ଦେଇଥିଲେ । ଡିଜିଟାଲ୍ ଆବେଦନ ପ୍ରକ୍ରିୟାର ସୁଫଳ ସମ୍ପର୍କରେ ବର୍ଣ୍ଣନା କରି ଭାରତର ପ୍ରଧାନ ବିଚାରପତି କହିଥିଲେ ଯେ ନ୍ୟାୟିକ ବ୍ୟବସ୍ଥାରେ ଟେକ୍ନୋଲଜି ବ୍ୟବହାର କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ  ।

ଏହି ଆପ୍ଲିକେସନ୍ ଉପରେ ଏକ ଉପସ୍ଥାପନା ପ୍ରସ୍ତୁତ କରି ଜଷ୍ଟିସ୍ ଖାନ୍ୱିଲକର କହିଥିଲେ ଯେ ଏହି ପଦକ୍ଷେପ ସବକା ସାଥ୍, ସବକା ବିକାଶର ଏକ ଉଦାହରଣ ହେବ  ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ନିଜ ବକ୍ତବ୍ୟ ଉପସ୍ଥାପନ କରି ସେଠାରେ ଉପସ୍ଥିତ ସମସ୍ତଙ୍କୁ ବୁଦ୍ଧ ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଥିଲେ । ଆଜିର ତାରିଖ ଅର୍ଥାତ୍ 10 ମେ, 1857ରେ ଦେଶରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ  ।

ଆହ୍ଲାବାଦ କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତିଙ୍କ ବକ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅବକାଶ ସମୟରେ କିଛିଦିନ ଲାଗି ମାମଲାର ଶୁଣାଣି କରାଯିବା ଉଚିତ୍ । ସେ କହିଥିଲେ ଯେ ପ୍ରଧାନ ବିଚାରପତିଙ୍କ ଆହ୍ୱାନ ପ୍ରେରଣାଦାୟୀ ଥିଲା ଏବଂ ଏହି ଦିଗରେ ସୁପ୍ରିମକୋର୍ଟ ତଥା ହାଇକୋର୍ଟରୁ ଉତ୍ସାହଜନକ ପ୍ରତିକ୍ରିୟା ଆସିଥିଲା  । ସେ କହିଥିଲେ ଏହି ଭାବନା ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଭଳି । ଏହା ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ଏବଂ ଏକ ନୂତନ ଭାରତଗଠନ ଦିଗରେ ସହାୟକ ହୋଇପାରିବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅତୀତରେ ଟେକ୍ନୋଲଜି କହିଲେ କେବଳ ହାର୍ଡୱେରକୁ ବୁଝାଉଥିଲା, ତେଣୁ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଥିଲା । ସେ କହିଥିଲେ ଯେ ଟେକ୍ନୋଲଜି କେବଳ ଏକ ସଂସ୍ଥା ଭିତରେ ସାମୁହିକ ଭାବେ ଗ୍ରହଣ କରାଯାଇପାରିବ । ସେ କହିଥିଲେ ଯେ ପେପରମୁକ୍ତ ପଦକ୍ଷେପ ଦ୍ଵାରା ପରିବେଶ ସୁରକ୍ଷା ହୋଇପାରିବ ଏବଂ ଏହା ଭବିଷ୍ୟତ ପିଢ଼ି ପାଇଁ ଏକ ଶ୍ରେଷ୍ଠ ସେବା ଭାବେ ବିବେଚିତ ହେବ  ।

ଟେକ୍ନୋଲଜିର ଉପକାର ସମ୍ପର୍କରେ ଉଲ୍ଲେଖ କରିଥିଲେ ଯେ ନିକଟରେ 400 ପ୍ରସଙ୍ଗକୁ ନେଇ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ହାକାଥନ୍ଆୟୋଜନ କରାଯାଇଥିଲା, ଏଥିରେ ଭାରତୀୟ ବିଶ୍ୱବିଦ୍ୟାଳୟରୁ 42ହଜାର ଛାତ୍ରଛାତ୍ରୀ ଯୋଗ ଦେଇ 36 ଘଂଟା ଧରି ବିଭିନ୍ନ ତ୍ରୁଟି ସମାଧାନ କରିବା ଲାଗି ଚେଷ୍ଟା କରିଥିଲେ । ଏହି କାର୍ଯ୍ୟକ୍ରମରୁ ବାହାରିଥିବା କେତେକ ନିଷ୍କର୍ସ ଗ୍ରହଣ କରିବା ଦିଗରେ ମନ୍ତ୍ରଣାଳୟଗୁଡ଼ିକ ଉଦ୍ୟମ କରୁଛନ୍ତି  ।

ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ସୂଚନା ପ୍ରଯୁକ୍ତିଏବଂ ଭାରତୀୟ ପ୍ରତିଭାମିଶି ଆସନ୍ତାକାଲିର ଭାରତନିର୍ମାଣ କରିବେ  ।

ପ୍ରଯୁକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସଦ୍ୱାରା ସୃଷ୍ଟି ହେବାକୁ ଥିବା ପ୍ରଭାବ ଏବଂ ସମ୍ଭାବନା ସମ୍ପର୍କରେ କହିଥିଲେ  ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିକଟ ଅତୀତରେ କେତେକ ଘଟଣାରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ଗରିବଙ୍କ ସହାୟତା କରିବା ଲାଗି ଆଗେଇ ଆସିଛନ୍ତି । ଏଲପିଜି ସବସିଡି ଛାଡ଼ିବା କାର୍ଯ୍ୟକ୍ରମ ଗିଭ୍ ଇଟ୍ ଅପ୍ଆନ୍ଦୋଳନର ସଫଳତା ଏହାର ଏକ ଉଦାହରଣ ବୋଲି ସେ କହିଥିଲେ । ସେହିପରି ପ୍ରତିମାସର 9 ତାରିଖରେ ଜଣେ ଗରିବ ଗର୍ଭବତି ମହିଳାଙ୍କୁ ମାଗଣାରେ ଚିକିତ୍ସା କରିବା ଲାଗି ଡାକ୍ତରମାନେ ଆଗେଇ ଆସିବା ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ  । ଏହି କ୍ରମରେ ଗରିବ ଏବଂ ଆର୍ଥିକ ଦୃଷ୍ଟିରୁ ଅବହେଳିତ ବର୍ଗର ଲୋକମାନଙ୍କୁ ନ୍ୟାୟ ଦେବା ଲାଗି ଆଇନଜୀବୀମାନେ ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ  ।

ଏହି କାର୍ଯ୍ୟକ୍ରମରେ ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଜେ ଚେଲାମେଶ୍ୱର ମଧ୍ୟ ଉପସ୍ଥିତ ଥିଲେ  ।