Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପେଶାଗତ ରୋଗ, ପୁନର୍ବାସ, ବୃତ୍ତିଗତ ଶିକ୍ଷା ପାଇଁ ଭାରତ ଓ ଜର୍ମାନୀ ଏଜେନ୍ସି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ କ୍ୟାବିନେଟ ମଞ୍ଜୁରି


ପେଶାଗତ ରୋଗ, ପୁନର୍ବାସ ଓ ବୃତ୍ତିଗତ ପ୍ରଶିକ୍ଷଣ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ପୂର୍ବରୁ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଲାଭ:
ଜର୍ମାନୀରେ ବୃତ୍ତିଗତ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ତଥା ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଶେଷଜ୍ଞ ସଂସ୍ଥା ଡିଜିୟୁବି ସହିତ ଏହି ବୁଝାମଣା ଫଳରେ ନିୟମ ଅନୁଯାୟୀ ସହାୟତା ମିଳିବ ।

i. ଚିକିତ୍ସାଗତ ଓ ପେଶାଗତ ବିଷୟ ସହିତ ସମ୍ବନ୍ଧିତ ପୁନର୍ବାସ କ୍ଷେତ୍ରରେ ତଥା ବୀମାଧାରୀ ଦିବ୍ୟାଙ୍ଗମାନଙ୍କୁ ସାମାଜିକ ପୁନର୍ବାସ ପାଇଁ ସୂଚନାର ଆଦାନ-ପ୍ରଦାନ ତଥା ଗତିବିଧିକୁ ପ୍ରୋତ୍ସାହନ ।

ii. ପେଶାଗତ ରୋଗର ନିୟନ୍ତ୍ରଣ, ଚିହ୍ନଟ ଏବଂ ଉପଚାର ।

ପ୍ରମୁଖ ପ୍ରଭାବ:

ସୂଚନାର ଆଦାନ-ପ୍ରଦାନ ଓ ସହଯୋଗ ଦ୍ୱାରା ପେଶାଗତ ରୋଗଗୁଡିକର ନିୟନ୍ତ୍ରଣ, ଚିହ୍ନଟ ଓ ଉପଚାର ବ୍ୟତୀତ ବୀମାଧାରୀ ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ ତଥା ସାମାଜିକ ପୁନର୍ବାସ ସମ୍ଭବ ହେବ ।