Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା


ସକ୍ରିୟ ପ୍ରଶାସନ ଓ ନିର୍ଦ୍ଧାରିତ ଅବଧିରେ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ, ବହୁମୁଖୀ ମଡେଲ ପ୍ଲାଟଫର୍ମ – ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚତୁର୍ଦ୍ଦଶ ମତ ବିନିମୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସ୍କୁଲ ଶିକ୍ଷା ଓ ସାକ୍ଷରତା ସମ୍ବନ୍ଧୀୟ ଅଭିଯୋଗର ସମାଧାନ ଓ ପରିଚାଳନାର ଅଗ୍ରଗତିକୁ ସମୀକ୍ଷା କରିଥିଲେ । ସେ କହିଥିଲେ ଯେ, ଏବେ ଲୋକଙ୍କ ମଧ୍ୟରେ ଆଶା ରହିଛି ଯେ ସରକାର ସେମାନଙ୍କର ଅଭିଯୋଗକୁ ସମାଧାନ କରିବାରେ ସକ୍ଷମ ହେବେ । ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ ବ୍ୟବସ୍ଥିତ କରିବା ନିମନ୍ତେ ଏହା ସହ ଜଡ଼ିତ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଛାତ୍ରଛାତ୍ରୀମାନେ ଯେଭଳି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନହେବେ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ଜ୍ଞାନକୌଶଳ ଉପକରଣ ଉପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କର ମନେଅଛି ଥରେ ସେ ସମସ୍ତ ମନ୍ତ୍ରଣାଳୟକୁ ମହାକାଶ ଜ୍ଞାନକୌଶଳ ବ୍ୟାପକ ଭାବେ ଉପଯୋଗ କରିବାକୁ କହିଥିଲେ । ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ହ୍ରାସ କରିବା ପାଇଁ ଏହା ପରୀକ୍ଷା କେନ୍ଦ୍ରର ଉପଯୁକ୍ତ ସ୍ଥାନ ଚୟନରେ ସହାୟକ ହେବ ।

ସୁଗମ୍ୟ ଭାରତ ଅଭିଯାନର ଅଗ୍ରଗତିକୁ ସମୀକ୍ଷା କରିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ସ୍କୁଲ, ସାର୍ବଜନୀନ କୋଠା ଓ ରେଳ ଷ୍ଟେସନଗୁଡ଼ିକରେ ପହଞ୍ଚିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗଗୁଡ଼ିକ ଏ କ୍ଷେତ୍ରରେ ଦେଖାଇଥିବା ସମ୍ବେଦନଶୀଳତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଆଧାର ପଞ୍ଜିକରଣର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଯିବାବେଳେ ଏବେସୁଦ୍ଧା ମୋଟ 105 କୋଟି ଲୋକ ଆଧାର ପଞ୍ଜିକରଣ କରିଥିବା ଜଣାପଡ଼ିଥିଲା । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଏ ଦିଗରେ ବହୁ ପଛରେ ଥିବାରୁ ସେଠାରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ 5 ରୁ 18 ବର୍ଷ ବୟସର ପିଲାଙ୍କ ମଧ୍ୟରେ ଆଧାର ପଞ୍ଜିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ପିଲାଙ୍କ ପାଖରେ ସହଜରେ ସେମାନଙ୍କର ମେଧାବୃତ୍ତି (Scholarship) ଓ ଅନ୍ୟ ଶିକ୍ଷାଗତ ସୁବିଧା ପହଞ୍ଚି ପାରିବ ।

ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଂଗ, ଜାମ୍ମୁ ଓ କାଶ୍ମୀର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟର ସଡ଼କ, ରେଳବାଇ ଓ ବିଦ୍ୟୁତ୍ କ୍ଷେତ୍ରର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଏସବୁ ପ୍ରକଳ୍ପ ମଧ୍ୟରେ ନାଙ୍ଗଲ ଡେମ୍ ଓ ତଲୱାରା ରେଳବାଇ ଲାଇନ୍ ରହିଛି ଯାହା 1981-82 ମସିହାରେ ମଞ୍ଜୁରି ପାଇଥିଲା ଓ ସେବେଠାରୁ ଏହି କାର୍ଯ୍ୟ ପଡ଼ିରହିଛି । କ୍ଷେତ୍ରସ୍ତରରେ ଏହି କାର୍ଯ୍ୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱ ଦେଇ ହିମାଚଳ ପ୍ରଦେଶ ଓ ପଞ୍ଜାବର ମୁଖ୍ୟ ସଚିବଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ, ଯାହାଫଳରେ ପ୍ରକଳ୍ପ ବିଳମ୍ବକୁ ଏଡ଼ାଯାଇପାରିବ ବୋଲି କହିଥିଲେ ।