ପିଏମଇଣ୍ଡିଆ
ପ୍ରତିଭୂତି ବଜାର କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ଭାରତ-ଇରାନ ମଧ୍ୟରେ ବୁଝାମଣା ହେବ । ସିକ୍ୟୁରିଟୀ ଓ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ଏବଂ ଇରାନର ସିକ୍ୟୁରିଟୀ ଏଣ୍ଡ ଏକ୍ସଚେଞ୍ଜ ଅର୍ଗନାଇଜେସନ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ପ୍ରସ୍ତାବିତ ବୁଝାମଣା ଭାରତ-ଇରାନ ମଧ୍ୟରେ ଆର୍ଥିକ ସମ୍ବନ୍ଧ ଓ ସହଯୋଗକୁ ଅଧିକ ବଳ ଦେବ । ଏହାଛଡା ଦୁଇ ଦେଶ ମଧ୍ୟରେ ସିକ୍ୟୁରିଟୀ ବା ପ୍ରତିଭୂତି ସଂକ୍ରାନ୍ତ ସୂଚନା ଆଦାନ-ପ୍ରଦାନରେ ମଧ୍ୟ ସହାୟକ ହେବ ।