ପିଏମଇଣ୍ଡିଆ
କାର୍ଯ୍ୟକ୍ରମରେ ଆମ ସହ ଉପସ୍ଥିତ ଦେଶର କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ ଶ୍ରୀ ଜି. ସି. ମୁର୍ମୁ ମହୋଦୟ, ଡେପୁଟି ସିଏଜି ସୁଶ୍ରୀ ପରବୀନ ମେହତା ମହୋଦୟା, ଏହି ମହତ୍ୱପୂର୍ଣ୍ଣ ସଂସ୍ଥା ମାଧ୍ୟମରେ ଦେଶର ସେବା କରିବା ପାଇଁ ସମର୍ପିତ ସମସ୍ତ ସଦସ୍ୟଗଣ, ମହାଶୟ ଓ ମହାଶୟା! ଆପଣ ସମସ୍ତଙ୍କୁ ଅଡିଟ ଦିବସର ଦାର୍ଦ୍ଦିକ ଶୁଭକାମନା ।
ଏକ ଅନୁଷ୍ଠାନ ରୂପରେ ସିଏଜି, କେବଳ ଦେଶର ଆକାଉଂଟଗୁଡିକର ହିସାବ- ନିକାଶ ଯାଂଚ କରେ ନାହିଁ, ବରଂ ଉତ୍ପାଦକତାରେ, ଦକ୍ଷତାରେ ‘ଭାଲ୍ୟୁ ଆଡିସନ୍’ ମଧ୍ୟ କରିଥାଏ । ଏଥିପାଇଁ, ଅଡିଟ୍ ଦିବସ ଏବଂ ଏଥିସହ ଜଡିତ କାର୍ଯ୍ୟକ୍ରମ, ଏହି ଅବସରରେ ଆମର ଚିନ୍ତନ-ମନ୍ଥନ, ଆମର ଉନ୍ନତି ଏବଂ ସୁଧାରର ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ମୁଁ ଆପଣ ସମସ୍ତଙ୍କୁ ଆପଣମାନଙ୍କ ନିଷ୍ଠା ପାଇଁ, ସିଏଜିର ପ୍ରାସଙ୍ଗିକତା ଏବଂ ଗରିମାକୁ ନିରନ୍ତର ଭାବେ ନୂତନ ମାର୍ଗଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଏଭଳି ବହୁତ କମ୍ ପ୍ରତିଷ୍ଠାନ ରହିଛି ଯାହା ସମୟ ଅତିବାହିତ ହେବା ସହିତ ଅଧିକ ଶକ୍ତିଶାଳୀ ହୋଇଥାଏ, ଅଧିକ ପରିପକ୍ୱ ହୋଇଥାଏ ଏବଂ ଅଧିକ ଉପଯୋଗୀ ହୋଇଥାଏ । ଅଧିକାଂଶ ପ୍ରତିଷ୍ଠାନ ଜନ୍ମ ନେଇଥାଏ, ତିନି ଦଶନ୍ଧି, ଚାରି ଦଶନ୍ଧି, ପାଂଚ ଦଶନ୍ଧି ଆସୁ ଆସୁ ସ୍ଥିତି ଏତେ ବଦଳି ଯାଏ ଯେ ସେଗୁଡିକ ବେଳେବେଳେ ନିଜର ପ୍ରାସଙ୍ଗିକତା ହରାଇ ଦିଅନ୍ତି । କିନ୍ତୁ ସିଏଜି ବିଷୟରେ ଆମେ କହିପାରିବା ଯେ ଏତେ ବର୍ଷ ପରେ ଏହି ପ୍ରତିଷ୍ଠାନ ନିଜ ମଧ୍ୟରେ ଏକ ବହୁତ ବଡ ଐତିହ୍ୟ ଅଟେ, ବହୁତ ବଡ ସମ୍ପତି ଅଟେ । ଏବଂ ପ୍ରତି ପିଢୀକୁ ତାକୁ ସମ୍ଭାଳିବା, ଯତ୍ନ ନେବା ଏବଂ ସଜାଇବା ତଥା ଆଗାମୀ ପିଢୀଗୁଡିକ ପାଇଁ ଆହୁରି ଅଧିକ ଉପଯୁକ୍ତ କରାଇ ତାକୁ ସଂଚାରିତ କରିବା, ପରିବାହିତ କରିବା, ମୁଁ ଭାବୁଛି ଯେ ଏକ ବହୁତ ବଡ ଦାୟିତ୍ୱ ମଧ୍ୟ ।
ବନ୍ଧୁଗଣ,
ଗତଥର ଯେତେବେଳେ ମୁଁ ଏଠାକୁ ଆସିଥିଲି, ଆପଣମାନଙ୍କ ସହ ସାକ୍ଷାତ ହୋଇଥିଲା, ସେତେବେଳେ ଆମେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରୁଥିଲେ । ସେହି କାର୍ଯ୍ୟକ୍ରମରେ ବାପୁଙ୍କ ପ୍ରତିମୂର୍ତିର ଅନାବରଣ କରାଯାଇଥିଲା । ଏବଂ ଆଜି ଯେତେବେଳେ ଅଡିଟ ଦିବସର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ସେତେବେଳେ ଦେଶ ନିଜ ସ୍ୱାଧୀନତାର ୭୫ ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଛି । ଆଜି ମତେ ଦେଶର ଅଖଣ୍ଡତାର ନାୟକ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତି ଅନାବରଣ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଗାନ୍ଧୀ ଜୀ ହୁଅନ୍ତୁ, ସର୍ଦ୍ଦାର ପଟେଲ ହୁଅନ୍ତୁ, ଅଥବା ବାବା ସାହେବ ଆମ୍ବେଦକର, ରାଷ୍ଟ୍ର ନିର୍ମାଣରେ ଏମାନେ ସମସ୍ତଙ୍କର ଯୋଗଦାନ, ସିଏଜି ପାଇଁ, ଆମ ସମସ୍ତଙ୍କ ପାଇଁ, କୋଟି କୋଟି ଦେଶବାସୀଙ୍କ ପାଇଁ ବହୁତ ବଡ ପ୍ରେରଣା ଅଟେ । ଦେଶ ପାଇଁ କିପରି ବୃହତ ଲକ୍ଷ୍ୟ ସ୍ଥିର ରାଯାଏ, କିପରି ବ୍ୟବସ୍ଥାରେ ପରିବର୍ତନ ଅଣାଯାଏ, ଏହି ମହାନ୍ ବ୍ୟକ୍ତିତ୍ୱମାନଙ୍କ ଜୀବନ ଗାଥା ଆମକୁ ଅନେକ କିଛି ଶିଖାଇ ଥାଏ ।
ବନ୍ଧୁଗଣ,
ଗୋଟିଏ ସମୟ ଥିଲା, ଯେତେବେଳେ ଦେଶରେ ଅଡିଟକୁ ଏକ ଆଶଙ୍କା, ଏକ ଭୟ ଦୃଷ୍ଟିରେ ଦେଖାଯାଉଥିଲା । ‘ସିଏଜି ବନାମ ସରକାର’, ଏହା ଆମ ବ୍ୟବସ୍ଥାର ସ୍ୱାଭାବିକ ଚିନ୍ତାଧାରା ପାଲଟି ଯାଇଥିଲା । ଏବଂ ବେଳେବେଳେ ତ ଏମିତି ହୋଇଯାଉଥିଲା ଯେ ବାବୁମାନେ ଏପରି ଅଟନ୍ତି, ଏହିଭଳି ହିଁ କାର୍ଯ୍ୟ କରିଥାଆନ୍ତି । ବାବୁମାନଙ୍କୁ ଲାଗୁଥିଲା ଯେ ସିଏଜିବାଲା ଏହିଭଳି ହିଁ ଅଟନ୍ତି ଯେ ସେମାନଙ୍କୁ ସବୁ ଜିନିଷରେ ଖୁଣ ହିଁ ଦେଖାଯାଏ । ପ୍ରତ୍ୟେକଙ୍କର ନିଜ ନିଜର କାହାଣୀ ଥିଲା । କିନ୍ତୁ, ଆଜି ଏହି ମାନସିକତା ବଦଳି ଯାଇଛି । ଆଜି ଅଡିଟ୍କୁ ଭାଲ୍ୟୁ ଆଡିସନର ପ୍ରମୁଖ ଅଂଶ ଭାବେ ବିବେଚନା କରାଯାଉଛି ।
ସରକାରଙ୍କ କାର୍ଯ୍ୟକଳାପଗୁଡିକର ଆକଳନ କରାଯିବା ସମୟରେ ସିଏଜି ନିକଟରେ ବାହ୍ୟ ଆଭିମୁଖ୍ୟର ସୁବିଧା ଥାଏ । ଆପଣମାନେ ଆମକୁ ଯାହା କିଛି ଜଣାନ୍ତି, ତାହା ଦ୍ୱାରା ଆମେ ବ୍ୟବସ୍ଥିତ ଉନ୍ନତି କରିଥାଉ, ତାକୁ ଆମେ ନିଜ ପାଇଁ ଏକ ସହଯୋଗ ଭାବରେ ଦେଖିଥାଉ ।
ମତେ ଦୀର୍ଘ କାଳ ପାଇଁ କିଛି ସରକାରଙ୍କ ନେତୃତ୍ୱ ନେବାର ସୌଭାଗ୍ୟ ମିଳିଛି । ମୁଁ ଯେତେବେଳେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମଧ୍ୟ ନିଜ ଅଧିକାରୀମାନଙ୍କୁ କହୁଥିଲି, ଏବଂ ଆଜି ମଧ୍ୟ କହୁଛି, ସିଏଜି ପକ୍ଷରୁ ଯେଉଁ ଦସ୍ତାବିଜ୍ ଓ ତଥ୍ୟ ମଗାଯାଏ, ସେଗୁଡିକୁ ଆପଣ ନିଶ୍ଚିତ ଭାବରେ ଦିଅନ୍ତୁ, ଆପଣଙ୍କ କାର୍ଯ୍ୟ ସହ ସଂଶ୍ଳିଷ୍ଟ ଅନ୍ୟ ଫାଇଲଗୁଡିକ ମଧ୍ୟ ସେମାନଙ୍କୁ ଦିଅନ୍ତୁ । ଏହାଦ୍ୱାରା ଆମ ପାଇଁ ସୂଚାରୁ ରୂପେ କାର୍ଯ୍ୟ କରିବା ନିମନ୍ତେ ପରିସର ପ୍ରାପ୍ତ ହୋଇଥାଏ । ଆମର ସ୍ୱ-ଆକଳନର କାର୍ଯ୍ୟ ସହଜ ହୋଇ ଯାଇଥାଏ ।
ବନ୍ଧୁଗଣ,
ପବିତ୍ରତା ଓ ପାରଦର୍ଶିତା ଆମ ବ୍ୟକ୍ତିଗତ ଜୀବନରେ ହେଉ ବା ସରକାରରେ, ଏହା ଆମ ପାଇଁ ସବୁଠାରୁ ବଡ ମନୋବଳ ବୃଦ୍ଧିକାରୀ ସାବ୍ୟସ୍ତ ହୋଇଥାଏ । ଉଦାହରଣ ସ୍ୱରୂପ, ପୂର୍ବରୁ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପାରଦର୍ଶିତାର ଅଭାବ ଥିବାରୁ ବିଭିନ୍ନ ପ୍ରକାରର ପ୍ରଥା ଚାଲି ଆସୁଥିଲା । ପରିଣାମ ଏହା ହେଲା ଯେ ବ୍ୟାଙ୍କଗୁଡିକର ଏନପିଏ ବଢି ଚାଲିଲା । ଏନପିଏଗୁଡିକୁ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ପୂର୍ବରୁ ଯେଉଁ ପ୍ରୟାସ କରାଯାଉଥିଲା, ସେ ବିଷୟରେ ବୋଧହୁଏ ମୋଠାରୁ ଅଧିକ ଆପଣମାନେ ଜାଣିଛନ୍ତି । କିନ୍ତୁ ଆମେ ସମ୍ପୁର୍ଣ୍ଣ ସଚ୍ଚୋଟତାର ସହ ବିଗତ ସରକାରମାନଙ୍କର ସତ୍ୟ, ଯାହା ବି ସ୍ଥିତି ଥିଲା, ଦେଶ ସମ୍ମୁଖରେ ଉଜାଗର କରି ରଖିଦେଲୁ । ଆମେ ସମସ୍ୟାଗୁଡିକୁ ଚିହ୍ନଟ କଲେ ହିଁ ସେଗୁଡିକର ସମାଧାନ ଖୋଜି ପାରିବା ।
ଏହିପରି, ଆପଣଙ୍କ ପକ୍ଷରୁ ଆର୍ଥିକ ନିଅଂଟକୁ ନେଇ, ସରକାରୀ ବ୍ୟୟଗୁଡିକୁ ନେଇ ନିରନ୍ତର ଭାବେ ସତର୍କ କରାଯାଉଥିଲା । ଆମେ ଆପଣମାନଙ୍କ ଚିନ୍ତାକୁ ସକରାତ୍ମକ ରୂପେ ଗ୍ରହଣ କରିଥିଲୁ, ଅବ୍ୟବହୃତ ଏବଂ ଅର୍ଦ୍ଧ-ବ୍ୟବହୃତ ଉପାଦାନଗୁଡିକ ମୁଦ୍ରାୟନ କରିବାର ସାହସିକ ନିଷ୍ପତି ନେଲୁ । ଆଜି ଏହି ନିଷ୍ପତିର ପରିଣାମ ସ୍ୱରୂପ, ପୁଣି ଥରେ ଗତିଶୀଳ ହେଉଥିବା ଅର୍ଥ ବ୍ୟବସ୍ଥା, ଯାହାର ଚର୍ଚ୍ଚା ସମଗ୍ର ବିଶ୍ୱରେ କରାଯାଉଛି, ତା’ର ସ୍ୱାଗତ-ସମ୍ମାନ କରାଯାଉଛି । ସିଏଜିରେ ଯେତେବେଳେ ଆପଣ ଏସବୁର ବ୍ୟାପକ ଆକଳନ କରିବେ ତ ମତେ ଲାଗୁଛି ଯେ ଏହିସବୁ ନିଷ୍ପତିର ଏଭଳି ଅନେକ ଦିଗ ସମ୍ମୁଖକୁ ଆସିବ ଯାହା ବେଳେବେଳେ ବିଶେଷଜ୍ଞମାନଙ୍କ ନଜରରୁ ମଧ୍ୟ ଖସି ଯାଇଥାଏ ।
ବନ୍ଧୁଗଣ,
ଆଜି ଆମେ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରୁଛୁ ଯେଉଁଥିରେ ଯେଉଁ ପୁରୁଣା ବିଚାରଧାରା ରହିଛି, ‘ସରକାର ସର୍ବମ୍, ସରକାର ଜାନମ, ସରକାର ଗ୍ରହଣମ୍’ ଏହି ପୁରୁଣା ବିଚାରଧାରାକୁ ଆମେ ପରିବର୍ତନ କରିବାକୁ ନିଷ୍ପତି ନେଇସାରିଛୁ । ଏବଂ ତାର ପରିଣାମ ସ୍ୱରୂପ, ସରକାରଙ୍କ ହସ୍ତକ୍ଷେପ ମଧ୍ୟ କମ୍ ହେଉଛି, ଏବଂ ଆପଣମାନଙ୍କ କାର୍ଯ୍ୟ ମଧ୍ୟ ସହଜ ହେଉଛି । ‘ମିନିମମ୍ ଗମେଂଟ, ମାକ୍ସିମମ୍ ଗବର୍ନେସ’ ସଂସ୍ପର୍ଶବିହୀନ ବ୍ୟବସ୍ଥା, ସ୍ୱୟଂ ନବୀକରଣ, ମୁଖବିହୀନ ଆକଳନ, ସେବା ପ୍ରଦାନ ପାଇଁ ଅନଲାଇନ୍ ଆବେଦନ, ଏହି ସମସ୍ତ ସଂସ୍କାରଗୁଡିକ ସରକାରଙ୍କ ଅନାବଶ୍ୟକ ହସ୍ତକ୍ଷେପକୁ ସମାପ୍ତ କରିଦେଇଛି ।
ବ୍ୟବସ୍ଥାରେ ଯେତେବେଳେ ଏହି ସବୁ ପାରଦର୍ଶିତା ଆସିଥାଏ ତାର ଫଳାଫଳ ମଧ୍ୟ ଆମକୁ ସ୍ପଷ୍ଟ ଭାବେ ଦେଖା ଦେଇଥାଏ । ଆଜି ଭାରତ ସମଗ୍ର ବିଶ୍ୱରେ ତୃତୀୟ ସର୍ବବୃହତ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ହୋଇସାରିଛି । ଆଜି ୫୦ରୁ ଅଧିକ ଆମର ଭାରତୀୟ ୟୁନିକର୍ଣ୍ଣ ପ୍ରତିଷ୍ଠା ହୋଇସାରିଛି । ଆମର ଆଇଆଇଟିଗୁଡିକ ଆଜି ଚତୁର୍ଥ ସର୍ବବୃହତ ୟୁନିକର୍ଣ୍ଣ ଉତ୍ପାଦକ ଭାବେ ଉଭା ହୋଇଛନ୍ତି । ‘ମିନିମମ୍ ଗମେଂଟ, ମାକ୍ସିମମ୍ ଗବର୍ନେସ’ର ଏହି ଅଭିଯାନରେ ଆପଣ ସମସ୍ତଙ୍କୁ, ଦେଶର ପ୍ରତ୍ୟେକ ଅନୁଷ୍ଠାନକୁ ସହଭାଗୀ ହେବାର ଅଛି, ଦାୟିତ୍ୱ ନେବାର ଅଛି, ସହଯାତ୍ରୀ ଭାବରେ ଚାଲିବାର ହିଁ ଅଛି । ଆମର ପ୍ରତି ସାମ୍ବିଧାନିକ ସଂସ୍ଥା ପାଇଁ ଏହା ଅମୃତକାଳର ଏକ ସଙ୍କଳ୍ପ, ୨୦୪୭ରେ ଯେତେବେଳେ ଭାରତ ଶତବାର୍ଷିକୀ ପାଳନ କରିବ, ସେତେବେଳେ ଦେଶକୁ ଅତି ଉଚ୍ଚ ଶିଖରକୁ ନେଇଯିବାର ଶକ୍ତି ରୂପରେ କାର୍ଯ୍ୟରେ ଆସିବ ।
ବନ୍ଧୁଗଣ,
ଦଶନ୍ଧି ଦଶନ୍ଧି ଧରି ଆମ ଦେଶରେ ସିଏଜିର ପରିଚୟ, ସରକାରୀ ଫାଇଲ ଏବଂ ବହି ଖାତାଗୁଡିକ ମଧ୍ୟରେ ମୁଣ୍ଡ ଖେଳାଉଥିବା ଅନୁଷ୍ଠାନ ଭାବରେ ରହିଆସିଛି । ସିଏଜି ସହ ସମ୍ପୃକ୍ତ ଲୋକମାନଙ୍କର ଏହିଭଳି ଛବି ରହିଥିଲା । ଏବଂ ୨୦୧୯ରେ ମଧ୍ୟ ମୁଁ ଯେତେବେଳେ ଆପଣମାନଙ୍କ ଗହଣକୁ ଆସିଥିଲି, ସେତେବେଳେ ଏ ବିଷୟରେ ଉଲ୍ଲେଖ କରିଥିଲି । ମୁଁ ଖୁସି ଯେ ଆପଣମାନେ ଦୃତଗତିରେ ପରିବର୍ତନ ଆଣୁଛନ୍ତି, ପ୍ରକ୍ରିୟାଗୁଡିକୁ ଆଧୁନିକ କରୁଛନ୍ତି । ଆଜି ଆପଣ ଆଧୁନିକ ବିଶ୍ଳେଷଣ ଯନ୍ତ୍ରପାତିର ବ୍ୟବହାର କରୁଛନ୍ତି, ଭୂ-ଅନ୍ତରୀକ୍ଷ ତଥ୍ୟ ଏବଂ ଉପଗ୍ରହ ଚିତ୍ରର ବ୍ୟବହାର କରୁଛନ୍ତି । ଏହି ଅଭିନବତା ଆମର ସମ୍ବଳରେ ମଧ୍ୟ ହେବା ଉଚିତ୍, ଏବଂ ଆମ କାର୍ଯ୍ୟ ଶୈଳୀରେ ମଧ୍ୟ ହେବା ଉଚିତ୍ ।
ମତେ କୁହାଯାଇଛି ଯେ ଆପଣମାନେ ପ୍ରାଥମିକ ସୂଚନାକୁ କ୍ଷେତ୍ର ଅଡିଟ ପୂର୍ବରୁ ହିଁ ବିଭିନ୍ନ ବିଭାଗ ସହ ବାଂଟିବା ଆରମ୍ଭ କରିଦେଇଛନ୍ତି । ଏହା ଏକ ସୁସ୍ଥ କାର୍ଯ୍ୟ ପ୍ରଣାଳୀ ଅଟେ । ଯେତେବେଳେ ଆପଣମାନେ ଏହି ପ୍ରାଥମିକ ତଥ୍ୟକୁ ନିଜର କ୍ଷେତ୍ର ଅଧ୍ୟୟନ ସହିତ ଯୋଡିଦେବେ, ଏହାର ଫଳ ଆହୁରି ମଧ୍ୟ ଉତମ ହେବ । ଏହିଭଳି, ମୁଁ ଆପଣମାନଙ୍କୁ ପରାମର୍ଶ ଦେଇଥିଲି ଯେ ଆପଣମାନେ ଅଫିସରୁ ବାହାରି ଅଡିଟ ହେଉଥିବା ବ୍ୟକ୍ତି ବା ସଂସ୍ଥା ଏବଂ ହିତଧାରକମାନଙ୍କୁ ଭେଟନ୍ତୁ । ଆପଣମାନେ ଏହି ପରାମର୍ଶକୁ ସ୍ୱୀକାର କରିଛନ୍ତି । ଗତବର୍ଷ ଫେବୃଆରୀରେ ସିଏଜିର ବରିଷ୍ଠ ଅଧିକାରୀଗଣ ଏବଂ ମନ୍ତ୍ରଣାଳୟର ସଚିବମାନେ ଏକ ସେମିନାରର ଆୟୋଜନ କରିଥିଲେ । ମୁଁ ଏହି ପ୍ରୟାସଗୁଡିକର ପ୍ରଶଂସା କରୁଛି ଏବଂ ଆଶା କରୁଛି ଯେ, ଏହି ପ୍ରକ୍ରିୟା ଆଲୋଚନାଚକ୍ର ପର୍ଯ୍ୟନ୍ତ ସୀମିତ ହେବ ନାହିଁ ।
ଏହା ସିଏଜି ଏବଂ ବିଭାଗଗୁଡିକ ମଧ୍ୟରେ ଭାଗିଦାରୀରେ ଅଗ୍ରଗତୀ ଆଣିବାର ମାଧ୍ୟମ ପାଲଟିବ । ମୁଁ ଯେତେବେଳେ ଏହା ଶୁଣେ ଯେ, ଗୋଟିଏ ଗ୍ରାମପଂଚାୟତର ମହିଳା ସରପଂଚଙ୍କୁ ଆପଣମାନେ ଏହି ପ୍ରକ୍ରିୟା ସହିତ ସାମିଲ କରିଛନ୍ତି, ସେତେବେଳେ ଆମ ସମସ୍ତଙ୍କ ପାଇଁ ଏହା ଗର୍ବର ବିଷୟ ଯେ ଆଜି ଆମର ସଂସ୍ଥାଗୁଡିକ ଏହିଭଳି ମୁକ୍ତ ବାତାବରଣରେ ତୃଣମୂଳ ସ୍ତରରେ ଯୋଡି ହୋଇ କାର୍ଯ୍ୟ କରୁଛନ୍ତି । ଏହି କ୍ରମବିକାଶ, ଏହି ଅନୁଭୂତି ସିଏଜିକୁ ଏବଂ ଏହା ସହିତ ଆମର ଅଡିଟ ବ୍ୟବସ୍ଥାକୁ ଏକ ନୂତନ ଶିଖର ପର୍ଯ୍ୟନ୍ତ ନେଇଯିବ । ଆମର ଅଡିଟ୍ ବ୍ୟବସ୍ଥା ଯେତିକି ମଜବୁତ୍ ଏବଂ ବୈଜ୍ଞାନିକ ହେବ, ଆମର ବ୍ୟବସ୍ଥାଗୁଡିକ ସେତିକି ପାରଦର୍ଶୀ ଏବଂ ମଜବୁତ୍ ହେବ ।
ବନ୍ଧୁଗଣ,
କରୋନାର ସଙ୍କଟ କାଳରେ ମଧ୍ୟ ସିଏଜି କେତେ ଯେ ଏକାଗ୍ରତାର ସହ କାର୍ଯ୍ୟ କରିଛି, ଏହାର ସୂଚନା ମତେ ମିଳି ଚାଲିଛି ଏବଂ ଏବେ କିଛି କଥା ମୁର୍ମୁଜୀଙ୍କଠାରୁ ମଧ୍ୟ ଶୁଣିଲି । ବିଶ୍ୱର ଅନ୍ୟାନ୍ୟ ବଡ ବଡ ଦେଶ ବାଟ ଦେଇ କରୋନାର ଲହର ଆମର ଏଠି ପହଂଚିଥିଲା, ଏତେ ବଡ ଜନସଂଖ୍ୟାର ଆହ୍ୱାନ ଆମ ସମ୍ମୁଖରେ ଥିଲା । ସିମୀତ ସମ୍ବଳର ଚାପ ଆମ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଥିଲା । କିନ୍ତୁ ଦେଶ ଚିକିତ୍ସାଠାରୁ ନେଇ ଉଦ୍ଧାର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କଲା । ବଡ ବଡ ଦେଶଗୁଡିକ ନିକଟରେ ଯଦି ବ୍ୟାପକ ସମ୍ବଳ ଥିଲା ତ ଆମ ପଖରେ ଅତୁଳନୀୟ ସାମାଜିକ ଶକ୍ତି ଥିଲା ।
ମତେ ଅବଗତ କରାଯାଇଛି ଯେ ସିଏଜି ମଧ୍ୟ ନିଜ ଦାୟିତ୍ୱରୁ ଆଗକୁ ବଢି ସାଧାରଣ ଜନତାକୁ ଟିକାକରଣରେ ମଧ୍ୟ ସାହାଯ୍ୟ କରିଛି । ଏହି ଭାବନା ସହିତ ଦେଶର ପ୍ରତିଟି ସଂସ୍ଥା, ପ୍ରତ୍ୟେକ ଦେଶବାସୀ ନିଜର କର୍ତବ୍ୟ ପାଳନରେ ଲାଗି ପଡିଥିଲେ । ଆମେ ଏହା ଦେଖିନଥିଲୁ ଯେ ଆମର କାମ କ’ଣ? ଆମେ ଏହା ଦେଖିଥିଲୁ ଯେ ଆମେ କ’ଣ କରିପାରିବା? ଏଥିପାଇଁ ଶତାଦ୍ଦୀର ସବୁଠୁ ବଡ ମହାମାରୀ ଯେତିକି ଆହ୍ୱାନପୂର୍ଣ୍ଣ ଥିଲା ଏହା ବିରୁଦ୍ଧରେ ସଂଗ୍ରାମ ମଧ୍ୟ ସେତିକି ଅସାଧାରଣ ଥିଲା ।
ଆଜି ଆମେ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଚଳାଇଛୁ । କିଛି ସପ୍ତାହ ପୂର୍ବରୁ ହିଁ ଦେଶ ଶହେ କୋଟି ଡୋଜରୁ ଅଧିକ ଟିକାକରଣର ମାଇଲଖୁଂଟ ଅତିକ୍ରମ କରିଛି । ମୁଁ ଚାହିଁବି ଯେ, ଆମର ନିୟମିତ କାର୍ଯ୍ୟକଳାପ ସହିତ ସିଏଜି ମହାମାରୀ ବିରୁଦ୍ଧରେ ଦେଶର ଏହି ସଂଗ୍ରାମ କାଳରେ ଯେଉଁ ଉତମ ପ୍ରକ୍ରିୟା ବିକଶିତ ହୋଇଛି, ସେସବୁର ଅଧ୍ୟୟନ କରୁ । ଦେଶ ଏଥିରୁ ଯାହା ଶିଖିଛି, ନୂଆ କିଛି ଆପଣାଇଛି, ଯେଉଁ ବ୍ୟବସ୍ଥିତ ଶିକ୍ଷା ମିଳିଛି ତାହା ଭବିଷ୍ୟତରେ ବିଶ୍ୱସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ପ୍ରସ୍ତୁତିରେ ମଧ୍ୟ ସହାୟକ ହେବ । ବିଶ୍ୱକୁ ସମ୍ଭାବ୍ୟ ମହାମାରୀଗୁଡିକ ବିରୁଦ୍ଧରେ ଲଢିବା ପାଇଁ ପ୍ରସ୍ତୁତ କରିବ, ଶକ୍ତି ପ୍ରଦାନ କରିବ ।
ବନ୍ଧୁଗଣ,
ଅତୀତରେ ସୂଚନା, କାହାଣୀ ମାଧ୍ୟମରେ ପ୍ରସାରିତ ହେଉଥିଲା । କାହାଣୀଗୁଡିକ ଜରିଆରେ ହିଁ ଇତିହାସ ଲେଖାଯାଉଥିଲା କିନ୍ତୁ ଆଜି ଏକବିଂଶ ଶତାଦ୍ଦୀରେ ତଥ୍ୟ ହିଁ ସୂଚନା ଅଟେ । ଏବଂ ଆଗାମୀ ଦିନରେ ଆମର ଇତିହାସ ମଧ୍ୟ ତଥ୍ୟ ଜରିଆରେ ଦେଖାଯିବ ଏବଂ ବୁଝାଯିବ । ଭବିଷ୍ୟତରେ ତଥ୍ୟ ଇତିହାସକୁ ନିୟନ୍ତ୍ରଣ କରିବ । ଏବଂ ଯେତେବେଳେ ଡାଟା ଏବଂ ଏହାର ଆକଳନର କଥାକୁ ନେଇ ଆଲୋଚନା ଉଠିବ ସେତେବେଳେ ଆପଣମାନଙ୍କଠାରୁ ଅଧିକ ଜ୍ଞାନ ଆଉ କାହାର ନଥିବ । ଏଥିପାଇଁ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ଯେଉଁ ପ୍ରୟାସ କରିଚାଲିଛି, ଯେଉଁ ଲକ୍ଷ୍ୟଗୁଡିକୁ ନେଇ ଆଗକୁ ବଢିବାରେ ଲାଗିଛି, ଭବିଷ୍ୟତରେ ଦେଶର ଏହି ପ୍ରୟାସଗୁଡିକର ଏହି କାଳଖଣ୍ଡର ଆକଳନ କରାଯିବ ତ ଆପଣମାନଙ୍କ କାର୍ଯ୍ୟ, ଆପଣମାନଙ୍କ ଦସ୍ତାବିଜ ସେସବୁର ଏକ ପ୍ରାମାଣିକ ଆଧାର ବିବେଚିତ ହେବ । ଯେପରି ଆଜି ଆମେ ଆମ ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଇତିହାସକୁ ଦେଖୁଛୁ ଏବଂ ତାଠାରୁ ପ୍ରେରଣା ଲାଭ କରୁଛୁ, ଠିକ୍ ସେହିଭଳି ଯେତେବେଳେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ ସେତେବେଳେ ଆପଣମାନଙ୍କର ଆଜିର ଅଧ୍ୟୟନ ସୂଚନା ସେହି ସମୟର ଭାରତ ପାଇଁ ନିଜର ଇତିହାସକୁ ଦୃଷ୍ଟିନିକ୍ଷେପ କରିବା, ତାଠାରୁ ଜ୍ଞାନ ଆହରଣ କରିବାର ମାଧ୍ୟମ ମଧ୍ୟ ହୋଇପାରିବ ।
ବନ୍ଧୁଗଣ,
ଆଜି ଦେଶ ଏହିଭଳି କେତେ ଯେ କାର୍ଯ୍ୟ କରିଚାଲିଛି, ଯାହା ବାସ୍ତବରେ ଅପ୍ରତ୍ୟାଶିତ ମଧ୍ୟ ଅଟେ, ଅଭୂତପୂର୍ବ ମଧ୍ୟ ଅଟେ । ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ଉଲ୍ଲେଖ ଏବେ ଯେତେବେଳେ ମୁଁ ଆପଣମାନଙ୍କ ସମ୍ମୁଖରେ ଏକ ଉଦାହରଣ ଭାବରେ ପ୍ରଦାନ କରୁଥିଲି, ଏହିଭଳି ଆପଣମାନେ ଅନେକ ସଙ୍କଳ୍ପରେ ଲାଗିପଡିଥିବା ଦେଶବାସୀଙ୍କ କେତେ ଯେ ପ୍ରୟାସକୁ ଦେଖିପାରୁଛନ୍ତି । ଗତ କିଛି ବର୍ଷ ପର୍ଯ୍ୟନ୍ତ ଆମ ସରକାରୀ ଖାତାରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ହିସାବ କିତାବ ତ କରାଯାଇଥାଏ, କିନ୍ତୁ ବାସ୍ତବତା ଏହା ମଧ୍ୟ ଥିଲା ଯେ ଦେଶର କୋଟି କୋଟି ନାଗରିକଙ୍କ ନିକଟରେ ନିଜର ବ୍ୟାଙ୍କ ଖାତା ମଧ୍ୟ ନଥିଲା । କେତେ ଯେ ପରିବାର ଏଭଳି ଥିଲେ, ଯେଉଁମାନଙ୍କ ପାଖରେ ରହିବା ପାଇଁ ନିଜର ଘର ନଥିଲା । ମୁଣ୍ଡ ଉପରେ ପକ୍କା ଛାତଟିଏ ନଥିଲା । ପାନୀୟ ଜଳର ସୁବିଧା ହେଉ ବିଜୁଳି ସଂଯୋଗ ହେଉ, ଘରେ ଶୌଚାଳୟ ହେଉ, ଦରିଦ୍ରରୁ ଦରିଦ୍ରତର ଲୋକଙ୍କ ଚିକିତ୍ସା ସୁବିଧା ହେଉ ଆମର ଦେଶରେ ହିଁ କୋଟି କୋଟି ଲୋକଙ୍କ ପାଇଁ ଏହି ମୌଳିକ ଆବଶ୍ୟକତାକୁ ବିଳାଶ ବୋଲି ଧରାଯାଉଥିଲା । କିନ୍ତୁ ଆଜି ଏହି ପରିସ୍ଥିତି ବଦଳିଯାଇଛି । ଆହୁରି ଦୃତ ଗତିରେ ମଧ୍ୟ ବଦଳିଚାଲିଛି । ଦେଶ ଯଦି ଏହି ଲକ୍ଷ୍ୟ ସ୍ଥଳରେ ପହଂଚିଛି ତେବେ ଏହା ପଛରେ କେତେ ଯେ ଦେଶବାସୀଙ୍କର ଦିନରାତିର ପରିଶ୍ରମ ରହିଛି, ସେମାନଙ୍କର କେତେ ଯେ ପରିଶ୍ରମ ଏହା ପଛରେ ଲାଗିଛି । ଆମର ସ୍ୱାସ୍ଥ୍ୟ କ୍ଷେତ୍ରର ଲୋକ ହୁଅନ୍ତୁ, ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକ ହୁଅନ୍ତୁ, ବିଭିନ୍ନ ସରକାରୀ ବିଭାଗ ଏବଂ ପ୍ରଶାସନର ଲୋକ ହୁଅନ୍ତୁ ଅବା ପୁଣି ଆମର ଘରୋଇ କ୍ଷେତ୍ର ହେଉ ଏହିସବୁ ବ୍ୟକ୍ତିମାନେ ଏକ ଅଭୂତପୂର୍ବ ସମନ୍ୱୟ ସହିତ ଅସାଧାରଣ ସ୍ତରର କାର୍ଯ୍ୟ କରିଛନ୍ତି । ତେବେ ଯାଇ ଗରିବର ଏରୁଣ୍ଡି ବନ୍ଧ ପର୍ଯ୍ୟନ୍ତ ତାହାର ଅଧିକାର ପହଂଚିବା ସମ୍ଭବ ହୋଇଛି, ତେବେ ଯାଇ ଦେଶର ବିକାଶର ଏହି ଗତି ହାସଲ ହୋଇଛି ।
ଇନ୍ଧୁଗଣ,
ସମାଜରେ ଏହି ନିଷ୍ପତିଗୁଡିକର ପ୍ରଭାବ ଏତେ ବ୍ୟାପକ ହୋଇଥାଏ ଯେ ସେସବୁକୁ ଆମେ ସେତେବେଳେ ଜାଣିପାରୁ ଯେତେବେଳେ ଏହି ଦିଗରେ ଧ୍ୟାନ କେନ୍ଦ୍ରିତ ଅଧ୍ୟୟନ କରାଯାଏ । ସିଏଜିକୁ ମଧ୍ୟ ଦେଶର ଏହିସବୁ ପ୍ରୟାସକୁ, ଏହି ଫଳାଫଳର ଆକଳନ କରିବା ଉଚିତ୍ । ଏହି ହିସାବ କିତାବ ଦେଶର ସାମୁହିକ ପ୍ରୟାସର ପରିସ୍ଫୁଟନ ହେବ, ଦେଶର ସାମର୍ଥ୍ୟ ଏବଂ ତାହାର ଆତ୍ମବିଶ୍ୱାସର ଏକ ଜୀବନ୍ତ ନଥି ହେବ । ଏଥିସହିତ, ଏହାଦ୍ୱାରା ଆଗାମୀ ସରକାରମାନଙ୍କ ନିମନ୍ତେ କାର୍ଯ୍ୟକ୍ରମର ଅଧିକ ଉତମ ଉପାୟ ଅନ୍ୱେଷଣରେ ମଧ୍ୟ ଏହା ଆପଣମାନଙ୍କ ଦସ୍ତାବିଜ୍ ଭାବରେ କାର୍ଯ୍ୟକରିବ ।
ମୋର ପୂର୍ଣ୍ଣ ବିଶ୍ୱାସ ଯେ ଦେଶପାଇଁ ଆପଣମାନଙ୍କ ଯୋଗଦାନ ଅବିରତ ଜାରି ରହିବ, ଦେଶର ବିକାଶକୁ ନୂତନ ଗତି ଦେଇଚାଲିବ ।
ଏହି ବିଶ୍ୱାସର ସହିତ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ! ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା!
JP
Addressing the programme to mark Audit Diwas. https://t.co/3Ow7gJ1Kuh
— Narendra Modi (@narendramodi) November 16, 2021
एक समय था, जब देश में ऑडिट को एक आशंका, एक भय के साथ देखा जाता था।
— PMO India (@PMOIndia) November 16, 2021
‘CAG बनाम सरकार’, ये हमारी व्यवस्था की सामान्य सोच बन गई थी।
लेकिन, आज इस मानसिकता को बदला गया है।
आज ऑडिट को वैल्यू एडिशन का अहम हिस्सा माना जा रहा है: PM @narendramodi
पहले देश के बैंकिंग सेक्टर में transparency की कमी के चलते तरह तरह की practices चलती थीं।
— PMO India (@PMOIndia) November 16, 2021
परिणाम ये हुआ कि बैंको के NPAs बढ़ते गए।
NPAs को कार्पेट के नीचे कवर करने का जो कार्य पहले के समय किया गया, वो आप भली-भांति जानते हैं: PM @narendramodi
लेकिन हमने पूरी ईमानदारी के साथ पिछली सरकारों का सच देश के सामने रखा।
— PMO India (@PMOIndia) November 16, 2021
हम समस्याओं को पहचानेंगे तभी तो समाधान तलाश कर पाएंगे: PM @narendramodi
आज हम ऐसी व्यवस्था बना रहे हैं जिसमें ‘सरकार सर्वम्’ की सोच, सरकार का दखल भी कम हो रहा है, और आपका काम भी आसान हो रहा है।
— PMO India (@PMOIndia) November 16, 2021
‘मिनिमम गवर्नमेंट मैक्सिमम गवर्नेंस’: PM @narendramodi
Contactless customs, automatic renewals, faceless assessments, service delivery के लिए online applications,
— PMO India (@PMOIndia) November 16, 2021
इन सारे reforms ने सरकार के गैर-जरूरी दखल को खत्म किया है: PM @narendramodi
दशकों तक हमारे देश में CAG की पहचान, सरकारी फाइलों और बहीखातों के बीच माथापच्ची करने वाली संस्था के तौर पर रही है।
— PMO India (@PMOIndia) November 16, 2021
CAG से जुड़े लोगों की यही इमेज बन गई थी।
इसका ज़िक्र मैंने 2019 में भी आपसे किया था: PM @narendramodi
मुझे खुशी है कि आप तेजी के साथ परिवर्तन ला रहे हैं, प्रक्रियाओं को आधुनिक बना रहे हैं।
— PMO India (@PMOIndia) November 16, 2021
आज आप advanced analytics tools इस्तेमाल कर रहे हैं, Geo-spatial data और satellite imagery का इस्तेमाल कर रहे हैं: PM @narendramodi
सदी की ये सबसे बड़ी महामारी जितनी चुनौतीपूर्ण थी, उतनी ही इसके खिलाफ देश की लड़ाई भी असाधारण रही है।
— PMO India (@PMOIndia) November 16, 2021
आज हम दुनिया का सबसे बड़ा वैक्सीनेशन प्रोग्राम भी चला रहे हैं।
कुछ सप्ताह पहले ही देश ने 100 करोड़ वैक्सीन डोज का पड़ाव पार किया है: PM @narendramodi
पुराने समय में information, stories के जरिए प्रसारित होती थी। कहानियों के जरिए ही इतिहास लिखा जाता था।
— PMO India (@PMOIndia) November 16, 2021
लेकिन आज 21वीं सदी में, data ही information है, और आने वाले समय में हमारी history भी data के जरिए देखी और समझी जाएगी।
In future, data will be dictating the history: PM