Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଥମ ପ୍ରବାସୀ ସାଂସଦ ସମ୍ମେଳନର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପ୍ରଥମ ପ୍ରବାସୀ ସାଂସଦ ସମ୍ମେଳନର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପ୍ରଥମ ପ୍ରବାସୀ ସାଂସଦ ସମ୍ମେଳନର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପ୍ରଥମ ପ୍ରବାସୀ ସାଂସଦ ସମ୍ମେଳନର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


  

ଆପଣ ସମସ୍ତଙ୍କୁ ପ୍ରବାସୀ ଭାରତୀୟ ଦିବସର ବହୁତ ବହୁତ ଶୁଭକାମନା ।

ପ୍ରବାସୀ ଭାରତୀୟ ଦିବସର ଏହି ପରମ୍ପରାରେ ଆଜି ପ୍ରଥମ ‘ପ୍ରବାସୀ ସାଂସଦ ସମ୍ମେଳନ’ ଏକ ନୂତନ ଅଧ୍ୟାୟ ଯୋଡି ହେଉଛି । ମୁଁ ଉତ୍ତର ଆମେରିକା, ଦକ୍ଷିଣ ଆଫ୍ରିକା, ଆଫ୍ରିକା, ୟୁରୋପ, ଏସିଆ, ଉପସାଗରୀୟ ଅଂଚଳ, ଆଦି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରୁ ଏଠାକୁ ଆସିଥିବା ସମସ୍ତ ପ୍ରବାସୀ ବନ୍ଧୁଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି ।

ଭାରତକୁ ସ୍ୱାଗତ ! ନିଜ ଘରକୁ ସ୍ୱାଗତ !

ଆପଣଙ୍କ ପୁରୁଣା ପିଢି, ପୁରୁଣା ସ୍ମୃତି ଭାରତର ଭିନ୍ନ ଭିନ୍ନ ଭାଗରେ ଯୋଡି ହୋଇ ରହିଛି । ଆପଣଙ୍କ ପୂର୍ବପୁରୁଷର କିଛି ଲୋକ ବ୍ୟାପାର  କରିବା ପାଇଁ, କିଛି ଲୋକ ପାଠ ପଢିବା ପାଇଁ ଯାଇଥିଲେ । କିଛି ଲୋକଙ୍କୁ ଜବରଦସ୍ତ ଏଠାରୁ ନିଆଯାଇଥିଲା, କିଛି ଲୋକଙ୍କୁ ପ୍ରଲୋଭନ ଦେଖାଇ, ଶିଖାଇ ନିଆଯାଇଥିଲା । ଯଦିଓ ସେମାନେ ସଶରୀର ସେଠାକୁ ଚାଲିଗଲେ, କିନ୍ତୁ ନିଜ ମନକୁ, ନିଜ ଆତ୍ମାକୁ, ଏକ ଅଂଶକୁ ଏହି ମାଟିରେ ଛାଡିଯାଇଥିଲେ । ଏଥିପାଇଁ ଆଜି ଯେତେବେଳେ ଆପଣ ଭାରତର କୌଣସି ବିମାନବନ୍ଦରରେ ଓହ୍ଲାଉଛନ୍ତି ତ ଆପଣଙ୍କୁ ଏଇ ମାଟିରେ ଦେଖି ଆତ୍ମାର ସେହି ଅଂଶ ପ୍ରଫୁଲ୍ଲିତ ହେବାକୁ ଲାଗେ ।

ସେହି ସମୟରେ ଗଳା କିଛି ରୁଦ୍ଧ ହେଲା ଭଳି ଅନୁଭୂତ ହୋଇଥାଏ । କିଛି ଭାବନା ଆଖିରୁ ବାହାରି ଆସିବାକୁ ଚାହୁଁଥାଏ । ଆପଣ ତାକୁ ରୋକିବା ପାଇଁ ଭରପୂର ପ୍ରୟାସ କରନ୍ତି, କିନ୍ତୁ ରୋକି ପାରନ୍ତି ନାହିଁ । ଆପଣଙ୍କ ଆଖି ଓଦା ହୋଇଯାଏ, କିନ୍ତୁ ସେଥିରେ ଭାରତ ଆସିବାର ଚମକ ମଧ୍ୟ ଅନୁଭୂତ ହୋଇଥାଏ । ଆପଣଙ୍କର ସେହି ଭାବନାକୁ ମୁଁ ବୁଝିପାରୁଛି । ସେହି ସ୍ନେହ, ସେହି ଶ୍ରଦ୍ଧା, ସେହି ସମ୍ମାନ, ସେହି ଏଠାକାର ମାଟି, ଏଠାକାର ପବନର ବାସ୍ନା, ଯେଉଁ ଅଂଶ କାରଣରୁ ହୋଇଥାଉ, ମୁଁ ତାକୁ ପ୍ରଣାମ କରୁଛି । ଆଜି ଆପଣମାନଙ୍କୁ ଏଠାରେ ଦେଖି ଆପଣଙ୍କ ପୂର୍ବ ପୁରୁଷଙ୍କୁ କେତେ ପ୍ରଶଂସା ହେଉଥିବ ତା’ର ଅନୁମାନ ଆମେ ସମସ୍ତେ ଲଗାଇ ପାରିବା । ସେମାନେ ଯେଉଁଠାରେ ମଧ୍ୟ ଥିବେ, ଆପଣମାନଙ୍କୁ ଏଠାରେ ଦେଖି ସବୁଠାରୁ ଅଧିକ ଖୁସି ହେବେ, ପ୍ରସନ୍ନ ହେବେ ।

ସାଥୀଗଣ,

ହଜାର ବର୍ଷର ସମୟ ମଧ୍ୟରେ ଭାରତରୁ ଯେଉଁ ଲୋକମାନେ ମଧ୍ୟ ବାହାରକୁ ଯାଇଛନ୍ତି, ଭାରତ ସେମାନଙ୍କ ମନରୁ କେବେ ହେଲେ ମଧ୍ୟ ବାହାରକୁ ଯାଇନାହିଁ । ବିଶ୍ୱର ଯେକୌଣସି ଭୂଭାଗକୁ ମଧ୍ୟ ସେମାନେ ଯାଇଛନ୍ତି, ସେମାନେ ଭାରତର ସଭ୍ୟତା ଏବଂ ମୂଲ୍ୟବୋଧକୁ ଜୀବନ୍ତ ରଖିଛନ୍ତି । ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ କି ଭାରତ ମାଟିରୁ ଯାଇଥିବା ପ୍ରବାସୀ ଯେଉଁଠାକୁ ଗଲେ ମଧ୍ୟ, ସେଠାରେ ସଂପୂର୍ଣ୍ଣ ଭାବେ ଏକାଠି ହୋଇ, ସେହି ଜାଗାକୁ ନିଜର ଘର କରି ନେଇଛନ୍ତି ।

ସେମାନେ ଯେପରି ନିଜ ଭିତରେ ଭାରତୀୟତାକୁ ଜୀବିତ ରଖିଛନ୍ତି, ଅନ୍ୟ ପଟେ ସେଠାକାର ଭାଷା, ସେଠାକାର ଖାଦ୍ୟ ପେୟ, ସେଠାକାର ବେଶ-ଭୂଷାରେ ମଧ୍ୟ ସଂପୂର୍ଣ୍ଣ ଭାବେ ମିଶି ଯାଇଛନ୍ତି ।

କ୍ରୀଡ଼ା, କଳା, ସିନେମାରେ ଭାରତରେ ଜନ୍ମିତ ଲୋକ ବିଶ୍ୱ ମଂଚରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି । ରାଜନୀତି କଥା କହିବି ତ, ମୁଁ ଦେଖୁ ଅଛି କି କିଭଳି ଭାରତରେ ଜନ୍ମିତ ଲୋକଙ୍କର ଏକ କ୍ଷୁଦ୍ର ବିଶ୍ୱ ସଂସଦ ମୋ ସମ୍ମୁଖରେ ଉପସ୍ଥିତ ଅଛନ୍ତି । ଆଜି ଭାରତରେ ଜନ୍ମିତ ଲୋକ ମରିସସ୍, ପର୍ତ୍ତୁଗାଲ ଏବଂ ଆୟରଲାଣ୍ଡର ପ୍ରଧାନମନ୍ତ୍ରୀ ଅଛନ୍ତି । ଭାରତରେ ଜନ୍ମିତ ଲୋକ ଆହୁରି ମଧ୍ୟ ବହୁତ ଦେଶରେ ଶାସନର ମୁଖ୍ୟ ଏବଂ ପ୍ରଶାସନର ମୁଖ୍ୟ ଭାବେ ରହିଛନ୍ତି । ଆମ ପାଇଁ ଏହା ବିଶେଷ ସମ୍ମାନର କଥା ହେଉଛି କି ଗୁଏନାର ପୂର୍ବତନ ରାଷ୍ଟ୍ରପତି ମହୋଦୟ ଶ୍ରୀ ଭରତ ଜଗଦେବ ଆଜି ଆମ ସହିତ ଏଠାରେ ଉପସ୍ଥିତ ଅଛନ୍ତି । ଆପଣ ସମସ୍ତ ବିଶିଷ୍ଟ ଲୋକ ମଧ୍ୟ ନିଜ-ନିଜ ଦେଶରେ ପ୍ରମୁଖ ରାଜନୈତିକ ଭୂମିକା ତୁଲାଉଛନ୍ତି ।

ସାଥୀଗଣ, ଆପଣଙ୍କ ପୂର୍ବପୁରୁଷଙ୍କ ମାତୃଭୂମି ଭାରତ ଆପଣଙ୍କୁ ନେଇ ଗର୍ବ କରେ । ଆପଣଙ୍କ ଉପଲବ୍ଧô ଆଉ ଆପଣଙ୍କ ସଫଳତା ଆମ ପାଇଁ ହେଉଛି ଗୌରବର ବିଷୟ, ସମ୍ମାନର ବିଷୟ । ଆପଣ କୌଣସି ପଦ ତୁଲାଇବା ନେଇ ଖବର ଯେତେବେଳେ ଗଣମାଧ୍ୟମରେ ଆସିଥାଏ, କେଉଁଠାରେ ଆପଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି ତ, ତାହାର ଦର୍ଶକଙ୍କ ସଂଖ୍ୟା ଏବଂ ପାଠକଙ୍କ ସଂଖ୍ୟା ଭାରତରେ ବହୁତ ଅଧିକ ହୋଇଥାଏ । ଆପଣମାନେ ଏଠାରେ ଅଛନ୍ତି, ସେଠାରେ କି ପ୍ରକାର ପୂରା ଅଂଚଳର  Geopolitics କୁ ପ୍ରଭାବିତ କରନ୍ତି, ଦେଶର ନୀତି ପ୍ରସ୍ତୁତ କରନ୍ତି, ଏଭଳି ଖବରକୁ ଏଠାକାର ଲୋକ ଆଗ୍ରହର ସହିତ ପଢ଼ନ୍ତି । ଏହା ମଧ୍ୟ ଚର୍ଚ୍ଚା କରନ୍ତି କି ଦେଖନ୍ତୁ, କେହି ଆମର ନିଜ ଲୋକ ଗୁରୁତ୍ୱପୂର୍ଣ୍ଣ ପଦରେ ପହଂଚି ଯାଇଛନ୍ତି । ଆମକୁ ଏହା ଖୁସି ଦେବା ପାଇଁ, ଆମର ଗୌରବ ବଢ଼ାଇବା ପାଇଁ ଆପଣମାନେ ହେଉଛନ୍ତି ଅଭିନନ୍ଦନର ପାତ୍ର ।

ଭାଇ ଓ ଭଉଣୀମାନେ,

ଆପଣମାନେ ଦୀର୍ଘ ଦିନ ଧରି ଭିନ୍ନ ଭିନ୍ନ ଦେଶରେ ରହୁଛନ୍ତି । ଆପଣମାନେ ଅନୁଭବ କରିଥିବେ କି ବିଗତ ତିନି-ଚାରି ବର୍ଷରେ ଭାରତ ପ୍ରତି ଦୃଷ୍ଟିକୋଣ ବଦଳି ଯାଇଛି । ଆମ ଉପରେ ଅନ୍ୟମାନଙ୍କର ଦୃଷ୍ଟି ନିବଦ୍ଧ ହୋଇ ରହିଛି, ସାରା ବିଶ୍ୱର ଆମ ପ୍ରତି ଦୃଷ୍ଟିକୋଣ ବଦଳିବାରେ ଲାଗିଛି, ତ ଏହାର ମୁଖ୍ୟ କାରଣ ଏହା ଯେ ଭାରତ ସ୍ୱୟଂ ବଦଳୁଛି, ପରିବର୍ତିତ ହେଉଛି । ଏହି ପରିବର୍ତ୍ତନ ଆର୍ଥିକ-ସାମାଜିକ ସ୍ତରରେ ହେବା ସହିତ ଚିନ୍ତାଧାରାରେ ମଧ୍ୟ ଆସିଛି । ‘ଯେଭଳି ପ୍ରଥମେ ଥିଲା, ସେହିଭଳି ଚାଲୁଥିବ, କିଛି ବଦଳିବ ନାହିଁ ।’ କିଛି ହେବାର ନାହିଁ, ଏହି ଚିନ୍ତାଧାରାରୁ ଭାରତ ଏବେ ବହୁତ ଆଗକୁ ବଢ଼ି ସାରିଛି । ଭାରତର ଲୋକଙ୍କ ଆଶା ଆକାଂକ୍ଷା ଏବେ ଉଚ୍ଚତମ ସ୍ତରରେ ଅଛି । ବ୍ୟବସ୍ଥାରେ ହେଉଥିବା ସଂପୂର୍ଣ୍ଣ ପରିବର୍ତ୍ତନର, ଏକ ଅପ୍ରତ୍ୟାଶିତ ପରିବର୍ତ୍ତନର ପରିଣାମ ଆପଣମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଦୃଷ୍ଟିଗୋଚର ହେଉଛି ।

  • ଏହାର ପରିଣାମ ହେଉଛି କି 2016-17ରେ 60 ବିଲିୟନ ଡଲାରର ଅଭୁତପୂର୍ବ ଏଫଡିଆଇ ଭାରତକୁ ଆସିଛି ।
  • ସହଜରେ ବ୍ୟବସାୟର ମାନ୍ୟତାରେ ବିଗତ ତିନି ବର୍ଷରେ 42ତମ ସ୍ଥାନରେ ସୁଧାର ହୋଇଛି ।
  • ବିଗତ ଦୁଇ ବର୍ଷରେ ବିଶ୍ୱ ଅର୍ଥନୈତିକ ଫେରମର ବିଶ୍ୱ ପ୍ରତିଦ୍ୱନ୍ଦିତାମୂଳକ ସୂଚକାଙ୍କରେ ଆମେ 32 ତମ ସ୍ଥାନ ଉପରକୁ ଉଠିଛୁ ।
  • ବିଗତ ଦୁଇ ବର୍ଷରେ ବୈଶ୍ଵିକ ନବସୃଜନ ସୂଚକାଙ୍କରେ ଆମ ମାନ୍ୟତାରେ 21ତମ ସ୍ଥାନର ସୁଧାର ହୋଇଛି ।
  • ପଣ୍ୟ ପ୍ରଦର୍ଶନ ସୂଚକାଙ୍କରେ 19ଟି ସ୍ଥାନର ସୁଧାର ହୋଇଛି ।
  • ଆଜି ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ମୁଡିସ୍ ଭଳି ସଂସ୍ଥାମାନେ ଭାରତ ଆଡ଼କୁ ସକରାତ୍ମକ ଦୃଷ୍ଟିରେ ଦେଖୁଛନ୍ତି ।
  • ନିର୍ମାଣ, ଆକାଶପଥରେ ପରିବହନ, ଖଣି, କମ୍ପ୍ୟୁଟର ସଫ୍ଟୱେର-ହାର୍ଡୱେର, ଇଲେକ୍ଟ୍ରିକାଲ ଉପକରଣ ଭଳି କ୍ଷେତ୍ରରେ ଏପର୍ଯ୍ୟନ୍ତ ହୋଇଥିବା ନିବେଶର ଅଧାରୁ ଅଧିକ ନିବେଶ କେବଳ ବିଗତ ତିନି ବର୍ଷରେ ହିଁ ହୋଇଛି ।

ଏହା ସବୁ ଏଇଥିପାଇଁ ହୋଇଛି କି, କାରଣ ଆମେ ଭାରତର ଅର୍ଥ ବ୍ୟବସ୍ଥାକୁ ପ୍ରତ୍ୟେକ ଅଂଶରେ ସୁଦୂର-ପ୍ରସାରୀ ସଂସ୍କାର ନୀତି ଆଣୁଛୁ । ‘ସଂସ୍କାରରୁ ପରିବର୍ତ୍ତନ’ ହେଉଛି ଆମର ମାର୍ଗଦର୍ଶନର ନୀତି । ଆମର ଉଦ୍ଦେଶ୍ୟ ହେଉଛି ସଂପୂର୍ଣ୍ଣ ବ୍ୟବସ୍ଥାକୁ ପାରଦର୍ଶୀ ଏବଂ ଉତରଦାୟୀ କରିବା, ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବା ।

ସାଥୀଗଣ,

ସାମଗ୍ରୀ ଓ ସେବା କର-ଜିଏସଟି ମାଧ୍ୟମରେ ଆମେ ଦେଶରେ ଶହ ଶହ ଟିକସର ଜାଲ ଶେଷ କରିଛୁ-ଦେଶର ଆର୍ଥିକ ଏକୀକରଣ କରିଛୁ । ଖଣିଜ, ସାର, ବୟନ, ବେସାମରିକ ବିମାନ ଚଳାଚଳ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ବିନିର୍ମାଣ, ରିୟଲ ଇଷ୍ଟେଟ୍, ଖାଦ୍ୟ ପ୍ରକ୍ରିୟାକରଣ, ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ଆମେ ସଂସ୍କାର ନ ଆଣିଛୁ ।

ସାଥୀଗଣ,

ଭାରତ ଆଜି ହେଉଛି ଦୁନିଆର ସବୁଠାରୁ ଅଧିକ ଯୁବକଙ୍କ ଦେଶ, ଏକ ଯୁବ ରାଷ୍ଟ୍ର । ଯୁବକମାନଙ୍କର ଅସୁମାରୀ ସ୍ୱପ୍ନ ଅଛି, ଆଶା ରହିଛି । ସେମାନେ ନିଜ ଉର୍ଜ୍ଜାକୁ ସଠିକ କ୍ଷେତ୍ରରେ ଲଗାନ୍ତୁ, ନିଜ ବଳରେ ରୋଜଗାର କରି ପାରନ୍ତୁ, ଏହି ଦିଗରେ ସରକାର କ୍ରମାଗତ ଭାବରେ କାମ କରୁଛନ୍ତି ।

ସ୍କିଲ ଇଣ୍ଡିଆ ମିଶନ, ଷ୍ଟାର୍ଟ-ଅପ୍ ଯୋଜନା, ଷ୍ଟାଣ୍ଡ-ଅପ୍ ଯୋଜନା, ମୁଦ୍ରା ଯୋଜନା, ଏଥିପାଇଁ ହିଁ ଆରମ୍ଭ କରାଯାଇଛି । ମୁଦ୍ରା ଯୋଜନା ଅଧୀନରେ ବେରୋଜଗାରଙ୍କ ପାଇଁ ପାଖା ପାଖି 10 କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଛି । ଲୋକମାନଙ୍କୁ 4ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ବିନା ବ୍ୟାଙ୍କ ଗ୍ୟାରେଂଟିରେ ଦିଆ ଯାଇଛି । କେବଳ ଗୋଟିଏ ବର୍ଷରେ ଏହି ଗୋଟିଏ ଯୋଜନା ଦେଶକୁ ପ୍ରାୟ ତିନି କୋଟି ନୂତନ ଉଦ୍ୟୋଗୀ ଦେଇଛି । ସରକାର ଏକବିଂଶ ଶତାବ୍ଦୀରେ ଭାରତର ଆବଶ୍ୟକତାକୁ ଧ୍ୟାନରେ ରଖି ଭିତ୍ତିଭୂମି, ପରିବହନ କ୍ଷେତ୍ର ଉପରେ ଅଧିକ ନିବେଶ ବୃଦ୍ଧି କରୁଛନ୍ତି । ନୀତିଗୁଡ଼ିକରେ ଏହି କଥାଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି କି ଭବିଷ୍ୟତରେ ଭାରତକୁ କିଭଳି ଭାବରେ ପଣ୍ୟ ପରିବହନ ଦରକାର । ରାଜପଥ-ରେଳପଥ-ଆକାଶ ପଥ, ଜଳପଥ ଏବଂ ବନ୍ଦର ଏଳଭି ଭାବରେ ବିକଶିତ କରାଯାଉଛି, କି ଗୋଟିଏ ଅନ୍ୟଟିକୁ ସହାୟତା କରିବ, ଗୋଟିଏ ଅନ୍ୟଟି ସହିତ ସଂଯୋଗ ହେବ ।

ସାଥୀଗଣ,

ଆଜି ଭାରତରେ ଦୁଇଗୁଣାରୁ ଅଧିକ ଗତିରେ ନୂତନ ରେଳ ଲାଇନ୍ ବିଛା ଯାଉଛି, ଦୁଇଗୁଣାରୁ ଅଧିକ ଗତିରେ ରେଳ ଲାଇନ୍ ଦୋହରୀକରଣ ହେଉଛି । ଦୁଇଗୁଣ ଗତିରେ ଜାତୀୟ ରାଜପଥର ନିର୍ମାଣ କରାଯାଉଛି । ଦୁଇଗୁଣରୁ ଅଧିକ ସଂଖ୍ୟାରେ ଅଣପାରମ୍ପରିକ ଶକ୍ତିର ନୂତନ କ୍ଷମତାକୁ ଗ୍ରୀଡ଼ ପାୱାର ସହିତ ଯୋଡ଼ାଯାଇଛି ।

ପ୍ରଥମେ ଯେଉଁଠାରେ ଜାହାଜ ଶିଳ୍ପରେ ପଣ୍ୟ ପରିବହନର ଅଭିବୃଦ୍ଧି ନକରାତ୍ମକ ଥିଲା, ସେଠାରେ ଏହି ସରକାର 11 ପ୍ରତିଶତରୁ ଅଧିକ ବୃଦ୍ଧି କରାଇଛନ୍ତି । ଏହି ସମସ୍ତ ପ୍ରୟାସଗୁଡ଼ିକ ଯୋଗୁଁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେଉଛି । ସ୍ଥାନୀୟ ସ୍ତରରେ ଛୋଟ-ଛୋଟ ଉଦ୍ୟୋଗୀଙ୍କୁ ମଧ୍ୟ ନୂତନ କାମ ମିଳୁଛି । ଯେପରି ଉଜ୍ଜ୍ୱଳା ଯୋଜନାର କଥା କହିବା, ତ ଏହା ଖାଲି ଗରିବ ମହିଳାମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେବା ମଧ୍ୟରେ ସୀମିତ ରହି ନାହିଁ ।

ଏହି ଯୋଜନା ଦ୍ୱାରା ଏ ପର୍ଯ୍ୟନ୍ତ 3 କୋଟିରୁ ଅଧିକ ମହିଳାଙ୍କୁ ମୁକ୍ତି ମିଳିଛି, ରାଜ୍ୟଗୁଡ଼ିକୁ କିରୋସିନ ମାଗଣାରେ ଯୋଗାଇ ଦେବାରେ ସହାୟତା ମିଳିଛି, କିନ୍ତୁ ଏହାର ଆଉ ଏକ ଲାଭ ମିଳିଛି । ଉଜ୍ଜ୍ୱଳା ଯୋଜନା ପରେ ଦେଶରେ ରୋଷେଇ ଗ୍ୟାସର ନୂତନ ଡିଲର ସୃଷ୍ଟି କରାଯାଇଛି, ଗ୍ୟାସ ସିଲିଣ୍ଡର ନେଇ ଘରେ-ଘରେ ଦେଲାବାଲାଙ୍କ ସଂଖ୍ୟା ବଢ଼ିଛି । ଅର୍ଥାତ ସାମାଜିକ ସୁଧାର ସହିତ ସମାଜର ଆର୍ଥିକ ସଶକ୍ତିକରଣ ମଧ୍ୟ ହେଉଛି ।

ଭାଇ ଓ ଭଉଣୀମାନେ,

ବସୁଧୈବ କୁଟୁମ୍ବକମ୍ ର ପରମ୍ପରାରେ ବିଶ୍ୱାସ ରଖୁଥିବା ଆମ ସଂସ୍କୃତି ବିଶ୍ୱକୁ ବହୁତ କିଛି ଦେଇଛି । ଯେତେବେଳେ ମୁଁ ପ୍ରଥମ ଥର ମିଳିତ ଜାତିସଙ୍ଘ ଯାଇଥିଲି, ସେତେବେଳେ ମୁଁ ବିଶ୍ୱ ସମ୍ମୁଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତାବ ରଖିଥିଲି । ଆପଣ ସମସ୍ତଙ୍କୁ ଜଣାଥିବ କି ନା କେବଳ 75 ଦିନରୁ କମ୍ ସମୟ ମଧ୍ୟରେ ଏହି ପ୍ରସ୍ତାବ ସର୍ବ ସମ୍ମତିରେ ଗୃହୀତ ହେଲା, ବରଂ ଏହାକୁ ରେକର୍ଡ ସଂଖ୍ୟାରେ, 177ଦେଶ ମଧ୍ୟ ସହ-ପ୍ରଯୋଜନା କଲେ । ଆଜି ଯେଭଳି ଭାବରେ 21ଜୁନକୁ ସମଗ୍ର ବିଶ୍ୱରେ କୋଟି-କୋଟି ଲୋକ ଯୋଗ ଦିବସ ଭାବେ ପାଳନ କରୁଛନ୍ତି, ତାହା ଆପଣ ଓ ଆମ ସମସ୍ତଙ୍କ ପାଇଁ ହେଉଛି ଗର୍ବର କଥା ।

ବୌଦ୍ଧିକ ଜୀବନ ଶୈଳୀର ଏହି ପଦ୍ଧତି ବିଶ୍ୱକୁ ଭାରତର ସମ୍ପର୍ଣ୍ଣ ପରମ୍ପରାର ଏକ ଉଦାହରଣ ।

ସାଥୀଗଣ,

ଜଳବାୟୁ ପରିବର୍ତ୍ତନ ବିଷୟ ଉପରେ ପ୍ୟାରିସ୍ ବୁଝାମଣା ସମୟରେ ମୁଁ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହିତ ମିଶି ଅନ୍ତର୍ଜାତୀୟ ସୌର ସାମୁଖ୍ୟ ଗଠନ କରିବାର ପ୍ରସ୍ତାବ ରଖିଥିଲି । ଏବେ ଏହା ବାସ୍ତବିକତାରେ ବଦଳିଯାଇଛି । ଏହା ମାଧ୍ୟମରେ ଆମେ ସୌର ଶକ୍ତି ସଂପର୍ଣ୍ଣ ଦେଶ ସହ ମିଶି ସୌର ଟେକ୍ନୋଲଜି ଏବଂ ଅର୍ଥଲଗାଣ ପାଇଁ ଏକ ବିଶ୍ୱ ମଂଚ ତିଆରି କରୁଛୁ ।

ପ୍ରକୃତି ସହିତ ସନ୍ତୁଳନ ବଜାୟ ରଖି ଚାଲିବାର ଏହି କୌଶଳ ମଧ୍ୟ ହେଉଛି ପୁରାତନ ସମୟରୁ ଭାରତର ଦାନ ।

ଭାଇ ଓ ଭଉଣୀମାନେ,

ଯେତେବେଳେ ନେପାଳରେ ଭୂକମ୍ପ ଆସିଲା, ଅଥବା ଶ୍ରୀଲଙ୍କାରେ ବନ୍ୟା ଆସିଲା କିମ୍ବା ମାଳଦ୍ୱୀପରେ ପାଣିର ସଙ୍କଟ ଦେଖାଦେଲା, ତ ଭାରତ ପ୍ରଥମେ ସମ୍ବେଦନଶୀଳ ହୋଇ ପହଂଚିଥିଲା ।

ଯେତେବେଳେ ୟେମନ ରେ ସଙ୍କଟ ଆସିଲା ତ ଆମେ ନିଜର ସାଢ଼େ ଚାରି ହଜାର ନାଗରିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଲୁ, ତ 48 ଅନ୍ୟ ଦେଶର ଦୁଇ ହଜାର ବ୍ୟକ୍ତିଙ୍କୁ ଆମେ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲୁ ।

ସଙ୍କଟଜନକ ପରିସ୍ଥିତିରେ ମଧ୍ୟ ମାନବିକ ମୂଲ୍ୟବୋଧର ସଂରକ୍ଷଣର ଏହି କୌଶଳ ହେଉଛି ଭାରତର ବସୁଧୈବ କୁଟୁମ୍ବକମ୍ ପରମ୍ପରାର ଅଂଶ ।

ସାଥୀଗଣ,

2018ରେ ପ୍ରଥମ ବିଶ୍ୱଯୁଦ୍ଧର ସମାପ୍ତିକୁ ଶହେ ବର୍ଷ ହୋଇଯିବ । ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦେଢ଼ ଲକ୍ଷରୁ ଅଧିକ ଭାରତୀୟ ସୈନିକଙ୍କର ଜୀବନ ଯାଇଥିଲା । ଆଉ ଏହା ସେତେବେଳେ ହୋଇଥିଲା ଯେତେବେଳେ ଭାରତକୁ ନା ଏହି ଯୁଦ୍ଧରୁ ସିଧାସଳଖ ଭାବେ କୌଣସି ଦେବା ନେବାର ନଥିଲା । ଦୁଇଟି ଯାକ ବିଶ୍ୱଯୁଦ୍ଧରେ ଏକ ଇଂଚ ଭୂମି ଜିତିବାରେ ମଧ୍ୟ ଭାରତର ଆଗ୍ରହ ନଥିଲା । ବିଶ୍ୱକୁ ମାନିବାକୁ ପଡ଼ିବ କି ଭାରତ କେତେ ବଡ଼ ବଳିଦାନ ଦେଇଥିଲା । ସ୍ୱାଧୀନତାର ପରେ ମଧ୍ୟ ଏହି ପରମ୍ପରା ଜାରି ରହିଛି । ମିଳିତ ଜାତିସଙ୍ଘ ଶାନ୍ତିରକ୍ଷା ବାହିନୀରେ ସବୁଠାରୁ ବଡ଼ ଯୋଗଦାନ ଦେଉଥିବା ଦେଶ ମଧ୍ୟରୁ ଭାରତ ହେଉଛି ଗୋଟିଏ । ମାନବିକ ମୂଲ୍ୟବୋଧ ଏବଂ ଶାନ୍ତି ପାଇଁ ବଳୀଦାନର ଏହି ସନ୍ଦେଶ ଭାରତ ବିଶ୍ୱକୁ ଦେଇଛି ।

ଏହି ନିଃସ୍ୱାର୍ଥ ଭାବ, ଏହି ତ୍ୟାଗ ଆଉ ସେବାର ଭାବନା ହେଉଛି ଆମର ପରିଚୟ ।

ଏହି ମାନବିକ ମୂଲ୍ୟବୋଧ କାରଣରୁ ବିଶ୍ୱରେ ଭାରତର ଏକ ସ୍ୱତନ୍ତ୍ର ଗ୍ରହଣୀୟତା ରହିଛି । ଆଉ ଭାରତ ସହିତ, ଭାରତରେ ଜନ୍ମିତ ସମାଜ ସହିତ, ଆପଣଙ୍କର ମଧ୍ୟ ବିଶେଷ ଗ୍ରହଣୀୟତା ରହିଛି ।

ବନ୍ଧୁଗଣ,

ମୁଁ ଯେତେବେଳେ ମଧ୍ୟ କୌଣସି ଦେଶକୁ ଯାତ୍ରା କରୁଛି, ତ ମୋର ପ୍ରୟାସ ହେଉଛି କି ସେଠାରେ ରହୁଥିବା ମୂଳ ଭାରତୀୟଙ୍କୁ ନିଶ୍ଚିତ ଭେଟିବି ।  ଏହି ଯାତ୍ରା ସମୟରେ ମୋତେ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ଭେଟିବାର ସୌଭାଗ୍ୟ ମିଳିଛି । ମୋର ଏହି ପ୍ରୟାସର ସବୁଠାରୁ ବଡ଼ କାରଣ ହେଉଛି କି ମୁଁ ମାନୁଛି କି ବିଶ୍ୱ ସହିତ ଭାରତର ସମ୍ବନ୍ଧ ପାଇଁ ଯଦି ପ୍ରକୃତ ଭାବେ କେହି ସ୍ଥାୟୀ ରାଷ୍ଟ୍ରଦୂତ ଅଛନ୍ତି ତ ସେମାନେ ହେଉଛନ୍ତି ଭାରତରେ ଜନ୍ମିତ ଲୋକ । ଆମର ଶତତ ପ୍ରୟାସ ହେଉଛି କି ଆମେ ପ୍ରବାସୀ ଭାରତୀୟମାନଙ୍କ ସହିତ କ୍ରମାଗତ ଭାବେ ଯୋଡ଼ି ହୋଇ ରହୁ, ସେମାନଙ୍କର ସମସ୍ୟାକୁ ସମାଧାନ କରୁ ।

ଗୋଟିଏ ସମୟରେ ପ୍ରବାସୀ ଭାରତୀୟ ମାନଙ୍କ ପାଇଁ ଭିନ୍ନ ମନ୍ତ୍ରଣାଳୟ ଥିଲା, କିନ୍ତୁ ଆମକୁ ପ୍ରବାସୀ ଭାରତୀୟ ମାନଙ୍କଠାରୁ ମତାମତ ମିଳିଲା କି ବିଦେଶ ମନ୍ତ୍ରଣାଳୟ ସହିତ ସମନ୍ୱୟ କ୍ଷେତ୍ରରେ କିଛି ଅଭାବ ରହିଯାଉଛି । ଆପଣଙ୍କ ମତାମତ ପରେ ଛଅ ମାସରେ ଦୁଇ ମନ୍ତ୍ରଣାଳୟକୁ ମିଶାଇ ଗୋଟିଏ କରିଦିଆଗଲା । ଆପଣମାନଙ୍କର ମନେଥିବ, ପ୍ରଥମେ ଭିନ୍ନ ଭିନ୍ନ ଭାବେ ପିଆଇଓ ଏବଂ ଓସିଆଇ ଯୋଜନା ଥିଲା, ଆଉ ଅଧିକାଂଶ ଲୋକଙ୍କୁ ଏହା ମଧ୍ୟରେ ଫରକ ମଧ୍ୟ ଜଣା ନଥିଲା । ଆମେ ଏହି ପ୍ରକ୍ରିୟାକୁ ସରଳ କଲୁ ଏବଂ ଦୁଇଟିକୁ ମିଶାଇ ଗୋଟିଏ ଯୋଜନା କଲୁ ।

ଆମ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ମହାଶୟା ନା କେବଳ ଭାରତୀୟ ନାଗରିକ, ବରଂ ପ୍ରବାସୀ ଭାରତୀୟମାନଙ୍କର ସମସ୍ୟାଗୁଡିକ ଉପରେ ଅହରହ 24×7 (ଚବିଶ ଘଂଟା) ଦୃଷ୍ଟି ରଖୁଛନ୍ତି, ତାହା ଆପଣମାନଙ୍କୁ ସକ୍ରିୟତାର ସହିତ ଦୃଷ୍ଟିଗୋଚର ହେଉଥିବ । ତାଙ୍କ ନେତୃତ୍ୱରେ ବିଦେଶ ମନ୍ତ୍ରଣାଳୟ ଅଭିଯୋଗ ଶୁଣାଣୀ ଓ ସମୟବଦ୍ଧ ଭାବେ ଅନୁଧ୍ୟାନ ଓ ପ୍ରତିକ୍ରିୟା ଦେବା ପାଇଁ ‘ମଦଦ’ ପୋର୍ଟାଲର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଭାରତୀୟ ଦିବସର ଆୟୋଜନ ଏବେ ପ୍ରତ୍ୟେକ ବର୍ଷ ଅନ୍ତରରେ କରାଯାଉଛି । ଏହା ସହିତ ପ୍ରାଦେଶିକ ସ୍ତରରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । ସୁଷମା ସ୍ୱରାଜ ମହୋଦୟା ଏବେ ନିକଟରେ ସିଙ୍ଗାପୁରରେ ଏଭଳି ଏକ ସମ୍ମେଳନରେ ଭାଗନେଇ ଫେରିଛନ୍ତି ।

ଭାଇ ଓ ଭଉଣୀମାନେ,

ଆଜି ଏଠାରେ ଆମେ  ଯେଉଁ ଭବନରେ ସମସ୍ତେ ଉପସ୍ଥିତ ଅଛୁ, ତାହାକୁ 2016 ଅକ୍ଟୋବର 2ରେ ଆପଣ ସମସ୍ତ ପ୍ରବାସୀ ଭାରତୀୟମାନଙ୍କର ନାମରେ ସମର୍ପିତ କରାଯାଇଥିଲା । ଏହା ବହୁତ ଖୁସିର କଥା କି ଏତେ କମ୍ ସମୟରେ ଏହି କେନ୍ଦ୍ର ପ୍ରବାସୀ ଭାରତୀୟମାନଙ୍କ ପାଇଁ ଏକ କେନ୍ଦ୍ର ରୂପରେ ବିକଶିତ ହୋଇଛି । ଏଠାରେ ଆପଣ ଏହି ଭବନରେ ମହାତ୍ମା ଗାନ୍ଧୀଙ୍କ ଜୀବନ ସହିତ ଜଡିତ ଏକ ପ୍ରଦର୍ଶନୀ ମଧ୍ୟ ନିର୍ମିତ ହୋଇଛି, ମୁଁ ଆପଣମାନଙ୍କୁ ଅନୁରୋଧ କରିବ କି ଆପଣ ତାହାକୁ ନିଶ୍ଚୟ ଦେଖନ୍ତୁ ।

ପ୍ରବାସୀ ଭାରତୀୟମାନଙ୍କ ମନ ସହିତ ଯୋଡିବା ପାଇଁ ଏହି ପ୍ରୟାସର ପରିଣାମ ଆମକୁ ‘ଭାରତକୁ ଜାଣନ୍ତୁ’ ଅର୍ଥାତ୍ ‘Know India’ କ୍ୱିଜ୍ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି । ଏହି ପ୍ରତିଯୋଗିତାରେ ପ୍ରାୟ ଶହେ ଦେଶର 5700ରୁ ଅଧିକ ପ୍ରବାସୀ ଯୁବକମାନେ ଭାଗ ନେଇଛନ୍ତି । ଭାରତ ପ୍ରତି ସେମାନଙ୍କର ଉତ୍ସାହ ଆଉ ତାଙ୍କର ଆତ୍ମୀୟତା, ଆମ ସମସ୍ତଙ୍କ ପାଇଁ ହେଉଛି ବହୁତ ଉତ୍ସାହଜନକ । ସେମାନଙ୍କଠାରୁ ପ୍ରୋତ୍ସାହନ ନେଇ, ଏହି ବର୍ଷ ଏହାକୁ ଆହୁରି ବ୍ୟାପକ ସ୍ତରରେ ଆୟୋଜିତ କରାଯାଉଛି ।

ସାଥୀଗଣ,

ନିଜ-ନିଜର କର୍ମଭୂମିରେ ପ୍ରଗତି ପାଇଁ ଆପଣଙ୍କ ଯୋଗଦାନ ଦ୍ୱାରା ଭାରତର ସୁନାମ ମଧ୍ୟ ବୃଦ୍ଧି ପାଇଛି । ଆଉ ଭାରତରେ ପ୍ରଗତି ଏବଂ ଉନ୍ନତିରେ ପ୍ରବାସୀ ଭାରତୀୟ ସମାଜର ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇଥାଏ । ଭାରତର ବିକାଶ ପାଇଁ ଆମର ପ୍ରୟାସଗୁଡିକରେ ଆମେ ପ୍ରବାସୀ ଭାରତୀୟମାନଙ୍କୁ ନିଜର ଭାଗିଦାରୀ ଭାବେ ମାନୁଛୁ । ନୀତି ଆୟୋଗ ଭାରତର ବିକାଶ ପାଇଁ 2020 ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛି, ସେଥିରେ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇଛି ।

ଭାଇ ଓ ଭଉଣୀମାନେ,

ଭାରତର ବିକାଶଯାତ୍ରାରେ ସହଯୋଗ କରିବା ପାଇଁ ପ୍ରବାସୀ ଭାରତୀୟମାନଙ୍କ ସମ୍ମୁଖରେ ଅନେକ କ୍ଷେତ୍ର ରହିଛି । ସମଗ୍ର ବିଶ୍ୱରେ ପ୍ରବାସୀ ମାନଙ୍କଠାରୁ ସବୁଠାରୁ ଅଧିକ ସହାୟତା ପାଉଥିବା ଦେଶ ହେଉଛି ଭାରତ ।

ଭାରତର ଅର୍ଥବ୍ୟବସ୍ଥାରେ ଏହି ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଆମେ ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଋଣୀ । ଅର୍ଥବ୍ୟବସ୍ଥା ସହିତ ଜଡିତ ଆଉ ଏକ ରାସ୍ତା ହେଉଛି ଭାରତରେ ନିବେଶ କରିବା । ଆଜି ଯଦି ବିଶ୍ୱରେ ଏଫଡିଆଇ ପାଇଁ ସର୍ବାଧିକ ଆକର୍ଷକ ଅର୍ଥ ବ୍ୟବସ୍ଥା ଭାରତର ହିଁ ଅଛି, ତ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଏହି ନିବେଶକୁ ପ୍ରୋତ୍ସାହିତ କରିବାରେ ପ୍ରବାସୀ ଭାରତୀୟମାନଙ୍କର ବହୁତ ବନ ହାତ ରହିଛି । ମୁଁ ବୁଝି ପାରୁଛି କି ନିଜ-ନିଜ ସମାଜରେ ଆପଣମାନଙ୍କର ପ୍ରମୁଖ ଭୂମିକାକୁ ଦେଖି ଏଥିରେ ଆପଣ ଜଣେ ଅଗ୍ରଦୂତର ଭୂମିକା ତୁଲାଇ ପାରିବେ । ଏହି ସନ୍ଦର୍ଭରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଭାରତରେ ଜନ୍ମିତ ପ୍ରବାସୀ ଭାରତୀୟମାନଙ୍କର ବହୁତ ବଡ଼ ଯୋଗଦାନ ହୋଇ ପାରିବ ।

ସାଥୀଗଣ, ବିଶ୍ୱର ଅନେକ ବଡ଼ କମ୍ପାନୀଗୁଡ଼ିକର ସିଇଓମାନେ ଏବଂ ନେତୃବୃନ୍ଦ ହେୁଛନ୍ତି ଆମର ପ୍ରବାସୀ ଭାରତୀୟ । ଭାରତର ଅର୍ଥବ୍ୟବସ୍ଥାକୁ ସେମାନେ ବହୁତ ଭଲ ଭାବରେ ବୁଝି ପାରନ୍ତି । ଏଇଥପାଇଁ, ଭାରତର ବିକାଶ ଯାତ୍ରାରେ ସେମାନଙ୍କର ମଜବୁତ ବିଶ୍ୱାସ ପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ଆଜି ବିଦେଶରେ ରହୁଥିବା ଭାରତୀୟ ନିଜକୁ ଦେଶର ପ୍ରଗତିର ଜଣେ ଅଂଶୀଦାର ଭାବନ୍ତି । ସେମାନେ ଏହି ପରିବର୍ତ୍ତନର ଅଂଶ ହେବାକୁ ଚାହାଁନ୍ତି, ନିଜ ଦାୟିତ୍ୱ ତୁଲାଇବାକୁ ଚାହାଁନ୍ତି । ବିଶ୍ୱ ପୃଷ୍ଠଭୂମିରେ ନିଜ ଭାରତକୁ ଆହୁରି ଉପରକୁ ଉଠୁଥିବାର ଦେଖିବାକୁ ଚାହାଁନ୍ତି  ଆମେ ଜାଣିଛୁ କି ଆପଣଙ୍କ ଅନୁଭବ ଦେଶରେ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନ ପାଇଁ ହେଉଛି କେତେ ମହତ୍ୱପୂର୍ଣ୍ଣ । ଆପଣଙ୍କ ଅନୁଭବ ଭାରତକୁ ସାହାଯ୍ୟ କରିବାରୁ ଏଥିପାଇଁ Visiting Adjunct Joint Research Faculty ଯୋଜନା ଆରମ୍ଭ କରାଯାଇଛି ।

ଏହି ଯୋଜନା ଅନ୍ତର୍ଗତ ଆପଣ ଭାରତର ସଂସ୍ଥାନରେ ମାସେରୁ ତିନି ମାସ ପର୍ଯ୍ୟନ୍ତ କାମ କରି ପାରିବେ ।

ଆଜି ଏହି ମଂଚରୁ ମୁଁ ଆପଣ ସମସ୍ତଙ୍କୁ ଆହ୍ୱାନ କରୁଛି କି ଏହି ଯୋଜନା ସହିତ ଯୋଡ଼ି ହୁଅନ୍ତିୁ ଆଉ ନିଜ ଦେଶରେ ଅନ୍ୟ ଭାରତୀୟମାନଙ୍କୁ ଏଥିରେ ଯୋଡି ହେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ଆପଣଙ୍କ ଅନୁଭବର ଲାଭ ଭାରତର ଯୁବପିଢ଼ୀଙ୍କୁ ମିଳିବ, ତ ଆପଣଙ୍କୁ ମଧ୍ୟ ବହୁତ ସୁଖଦ ଅନୁଭୂତି ମିଳିବ । ଭାରତର ଆବଶ୍ୟକତାଗୁଡ଼ିକ, ଶକ୍ତିଗୁଡ଼ିକ ଏବଂ ବିଶେଷତ୍ୱଗୁଡ଼ିକୁ ବିଶ୍ୱ ପର୍ଯ୍ୟନ୍ତ ପହଂଚାଇବାରେ ଯେତିକି କ୍ଷମତା ଆପଣମାନଙ୍କ ପାଖରେ ଅଛି, ଆଉ କାହା ପାଖରେ ନାହିଁ ।

ଦୁନିଆରେ ଭରି ରହିଥିବା ଅସ୍ଥିରତାର ବାତାବରଣ ମଧ୍ୟରେ ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ମୂଲ୍ୟ, ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରି ପାରିବ । ବିଶ୍ୱରେ ସ୍ୱାସ୍ଥ୍ୟ ରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ତ ଆପଣ ଦୁନିଆକୁ ନିଜର ପୁରାତନ ବୌଦ୍ଧିକ ଜୀବନ ଶୈଳୀର ପରମ୍ପରା ସଂପର୍କରେ କହି ପାରିବେ । ଯେତେବେଳେ ବିଶ୍ୱ ସମାଜ ଭିନ୍ନ-ଭିନ୍ନ ସ୍ତର ଆଉ ଚିନ୍ତାଧାରାରେ ଭାଗ-ଭାଗ ହେଉଛି ସେଠାରେ ଆପଣ ଭାରତର ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଲାବାଲା ସଂପୃକ୍ତୀକରଣର ଦର୍ଶନ, ‘ସମସ୍ତଙ୍କ ସହିତ ସମସ୍ତଙ୍କ ବିକାଶ’ର ଉଦାହରଣ ଦେଇ ପାରିବେ । ଯେତେବେଳେ ବିଶ୍ୱରେ ଆତଙ୍କବାଦ ଏବଂ ଅତିବାଦକୁ ନେଇ ଚିନ୍ତାବୃଦ୍ଧି ପାଉଛି, ସେତେବେଳେ ଆପଣ ଦୁନିଆକୁ ଭାରତୀୟ ସଂସ୍କୃତିର ‘ସର୍ବ ପନ୍ଥ ସମଭାବ’ ର ସନ୍ଦେଶ ଦୋହରାଇ ପାରିବେ ।

ସାଥୀଗଣ,

ଆପଣ ସମସ୍ତେ ଜାଣିଛନ୍ତି କି 2019ରେ ପ୍ରୟାଗ-ଆହ୍ଲାବାଦରେ କୁମ୍ଭ ମେଳାର ଆୟୋଜନ କରାଯିବ । ଏହା ମଧ୍ୟ ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ହେଉଛି ଯେ ନିକଟରେ କୁମ୍ଭମେଳାକୁ ୟୁନିସ୍କୋ ‘ମାନବ ସଭ୍ୟତାର ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ’ (Intangible Cultural Heritage of Humanity)ର ତାଲିକାରେ ସ୍ଥାନ ମିଳିଛି । ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଏହାର ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମୋର ଅନୁରୋଧ କି ଆସନ୍ତା ବର୍ଷ ଯେତେବେଳେ ଆପଣମାନେ ଭାରତ ଆସିବେ ତ ଏହି ପ୍ରସ୍ତୁତି ସହିତ ଆସିବେ କି ନିଶ୍ଚିତ ପ୍ରୟାଗ ଦର୍ଶନ କରିବେ । ଆପଣ ନିଜ ଦେଶରେ ଅନ୍ୟ ଲୋକଙ୍କ ମଧ୍ୟ ଏହି ଭବ୍ୟ ଆୟୋଜନ ବିଷୟରେ ଜଣାଇବେ, ତ ସେମାନେ ମଧ୍ୟ ଭାରତୀୟ ସଂସ୍କୃତିର ଏହି ପରମ୍ପରା ବିଷୟରେ ପରିଚିତ ହେବେ ।

ଭାଇ ଓ ଭଉଣୀମାନେ,

ବିଶ୍ୱ ସମ୍ମୁଖରେ ଅନେକ ବଡ଼ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ରହିଛି, ଯହାର ମୁକାବିଲା କରିବା ପାଇଁ ଗାନ୍ଧିଜୀଙ୍କ ବିଚାରର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି । ଅହିଂସା ଏବଂ ସତ୍ୟାଗ୍ରହର ମାର୍ଗରେ ଚାଲି ଯେ କୌଣସି ବିବାଦର ସମାଧାନ କରାଯାଇ ପାରିବ । ଆତଙ୍କବାଦ ଏବଂ ଅତିବାଦର ମୁକାବିଲା କରିବା ପାଇଁ କୌଣସି ବିଚାରଧାରା ଅଛି ତ ତାହା ହେଉଛି ଗାନ୍ଧିଜୀଙ୍କର ବିଚାରଧାରା, ଭାରତୀୟ ମୂଲ୍ୟବୋଧର ବିଚାରଧାରା ।

ବନ୍ଧୁଗଣ,

ଏକ ବିକଶିତ ଭାରତର ନିର୍ମାଣ ପାଇଁ, ନିଉ ଇଣ୍ଡିଆର ସ୍ୱପ୍ନକୁ ପୂରଣ କରିବା ପାଇଁ, ଆମେ ଆପଣଙ୍କ ସହିତ ମିଶି ଆଗକୁ ବଢ଼ିବାକୁ ଚାହୁଁଛୁ । ଏହି ସମ୍ମେଳନରେ ଆମେ ଆପଣଙ୍କ ଅନୁଭବରୁ ଲାଭାନ୍ୱିତ ହେବାକୁ ଚାହୁଁଛୁ । ନିଉ ଇଣ୍ଡିଆର ବିକାଶ ବିଷୟରେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି, ଆପଣମାନଙ୍କ ସହିତ ଯୋଡ଼ି ହେବାକୁ ଚାହୁଁଛୁ । ଆପଣମାନେ ଯେଉଁଠାରେ ମଧ୍ୟ ରୁହନ୍ତୁ, ଯେଉଁ ଦେଶରେ ମଧ୍ୟ ରୁହନ୍ତୁ, ଆପଣଙ୍କ ବିକାଶ ଯାତ୍ରାରେ ମଧ୍ୟ ଆମେ ଅଂଶୀଦାର ହେବାକୁ ଚାହୁଁଛୁ ।

ସାଥୀଗଣ,

ଏକବିଂଶ ଶତାବ୍ଦୀକୁ ଏସିଆର ଶତାବ୍ଦୀ କୁହାଯାଉଛି । ଏଥିରେ ନିଶ୍ଚିତ ଭାବେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଭୂମିକାର ପ୍ରଭାବ, ଭାରତର ବଢ଼ିଚାଲିଥିବା ପ୍ରଗତିର ପ୍ରଭାବ, ଆପଣ ଯେଉଁଠାରେ ମଧ୍ୟ ରହିବେ, ତାହାକୁ ଅନୁଭବ କରିବେ । ଭାରତର ବୃଦ୍ଧି ପାଉଥିବା ଅର୍ଥବ୍ୟବସ୍ଥା, ଭାରତର ବୃଦ୍ଧି ପାଉଥିବା ଶକ୍ତିକୁ ଦେଖି ଯେତେବେଳେ ଆପଣଙ୍କ ମୁଣ୍ଡ ଗର୍ବରେ ଉପରକୁ ଉଠିବ, ତ ଆମକୁ ଆହୁରି ଅଧିକ ପରିଶ୍ରମ କରିବା ପାଇଁ ପ୍ରେରଣା ମିଳିବ ।

ଭାଇ ଓ ଭଉଣୀମାନେ,

ଭାରତ ହେଉଛି ସେହି ଦେଶ ଯିଏ ବିଶ୍ୱ ପରିପ୍ରେକ୍ଷିରେ ସର୍ବଦା ସକରାତ୍ମକ ଭୂମିକା ତୁଲାଇଛି । ଆମେ କୌଣସି ଦେଶ ପ୍ରତି ନିଜ ନୀତିକୁ ଲାଭ-କ୍ଷତିର ତରାଜୁରେ ତଉଲୁ ନାହିଁ, ବରଂ ତାକୁ ମାନବିକ ମୂଲ୍ୟବୋଧରେ ପ୍ରିଜମ ମାଧ୍ୟମରେ ଦେଖୁ ।

ଆମର ବିକାଶ ପାଇଁ ସହାୟତା ଦେବାର ମଡେଲ ମଧ୍ୟ ‘ଦେବା ଏବଂ ନେବା’ ଉପରେ ଆଧାରିତ ନୁହେଁ । ବରଂ ଏହା ସେହି ଦେଶର ଆବଶ୍ୟକତା ଏବଂ ପ୍ରାଥମିକତା ଉପରେ ନିର୍ଭର କରିଥାଏ । କାହାର ସମ୍ବଳକୁ ଶୋଷଣ କରିବା ପାଇଁ  ନା ଆମର ମନୋଭାବ ଅଛି ନା କାହାର ଭୂଖଣ୍ଡ ଉପରେ ଆମର ନଜର ରହିଛି । ଆମର ଫୋକସ ସବୁବେଳେ ଦକ୍ଷତା ବିକାଶ ଏବଂ ସମ୍ବଳର ବିକାଶ ଉପରେ ରହିଛି । ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ମଂଚରେ, ସେ ରାଜ୍ୟଗୋଷ୍ଠୀ ହେଉ, ଭାରତ-ଆଫ୍ରିକା ଫୋରମ ସହଯୋଗ ହେଉ, ଭାରତ-ପ୍ରଶାନ୍ତ ମହାସାଗର ଦ୍ଵିପାଞ୍ଚଳ ସହଯୋଗ ହେଉ ଆମେ ପ୍ରତ୍ୟେକ ମଂଚରେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ପାଇଁ ପ୍ରଯତ୍ନଶୀଳ ରହିଛୁ ।

ଆସିଆନ ଦେଶଗୁଡ଼ିକ ସହିତ ଆମର ଦୃଢ଼ ସମ୍ପର୍କକୁ ଆମେ ଆସିଆନ ସଙ୍ଗଠନ ସହିତ ସମ୍ବନ୍ଧ ବୃଦ୍ଧି କରି ଆହୁରି ମଧ୍ୟ ସୁଦୃଢ଼ ରୂପ ପ୍ରଦାନ କରିଛୁ । ଭାରତ-ଆସିଆନ ସମ୍ପର୍କର ଭବିଷ୍ୟତ କେତେ ଉଜ୍ଜ୍ୱଳ ହେଉଛି ଏହାର ଝଲକ ଏବେ ଠାରୁ କିଛି ଦିନ ପରେ ସାଧାରଣତନ୍ତ୍ର ଦିବସରେ ସମଗ୍ର ଦୁନିଆ ଦେଖିପାରିବ ।

ସାଥୀଗଣ,

ଭାରତ ସମଗ୍ର ବିଶ୍ୱରେ ସୁଖ, ଶାନ୍ତି, ସମୃଦ୍ଧି, ଗଣତାନ୍ତ୍ରିକ ମୂଲ୍ୟବୋଧ, ସମାବେଶିତା, ସହଯୋଗ ଏବଂ ଭାଇଚାରାର ସମର୍ଥକ ରହିଛି । ଏହା ହେଉଛି ସେହି ସୂତ୍ର ଯାହା ଜନ-ପ୍ରତିନିଧି ଭାବରେ ନିଜର ମତଦାତାଙ୍କ ସହିତ ମଧ୍ୟ ଯୋଡ଼ିଥାଏ । ଭାରତ ବିଶ୍ୱରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଯୋଗଦାନ କରୁଥାଉ, ଏହା ହେଉଛି ଆମର ପ୍ରୟାସ, ଏବଂ ଏହା ମଧ୍ୟ ଆମର ପ୍ରତିବଦ୍ଧତା ।

ବନ୍ଧୁଗଣ,

ଆମର ନିମନ୍ତ୍ରଣ ସ୍ୱୀକାର କରିଥିବାରୁ, ଆପଣଙ୍କ ବ୍ୟସ୍ତ କାର୍ଯ୍ୟକ୍ରମରୁ ସମୟ ବାହାର କରି ଏଠାକୁ ଆସିଥିବାରୁ, ମୁଁ ଆପଣମାନଙ୍କୁ ପୁଣି ଥରେ ହୃଦୟର ସହିତ କୃତଜ୍ଞତା ଜଣାଉଛି । ମୋର ବିଶ୍ୱାସ ଯେ ଆପଣଙ୍କ ସକ୍ରିୟ ସହଯୋଗରେ ଏହି ସମ୍ମେଳନ ସଫଳ ହେବ । ମୁଁ ଆଶା କରୁଛି କି ଆସନ୍ତା ବର୍ଷ ପ୍ରବାସୀ ଭାରତୀୟ ଦିବସରେ ଆପଣମାନଙ୍କ ସହିତ ପୁଣି ଥରେ ଭେଟ ହେବାର ସୁଯୋଗ ମିଳିବ । ବହୁତ-ବହୁତ ଧନ୍ୟବାଦ!!!

ଜୟହିନ୍ଦ!!!