Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭିଏତନାମ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ଏନଗୋ ସୁଆଁ ଲିକ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭିଏତନାମ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ଏନଗୋ ସୁଆଁ ଲିକ


ଭିଏତନାମର ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ଏନଗୋ ସୁଆଁ ଲିକ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଗତ ସେପ୍ଟେମ୍ବର ୨୦୧୬ରେ ତାଙ୍କର ସଫଳ ଭିଏତନାମ ଗସ୍ତକୁ ସ୍ମରଣ କରିଥିଲେ । ଏହି ଗସ୍ତ ବେଳେ ଦ୍ଵିପାଖିକ ସମ୍ପର୍କ ସୁପରିକଳ୍ପିତ ରଣନୀତିକ ଭାଗିଦାରୀତାରେ ପରିଣତ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର “ଏକ୍ଟ ଇଷ୍ଟ” ନୀତିରେ ଭିଏତନାମ ଏକ ପ୍ରମୁଖ ସ୍ତମ୍ଭ ।

ଜେନେରାଲ ଏନଗୋ ସୁଆଁ ଲିକ ଦ୍ଵିପାଖିକ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ଘଟିଥିବା ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ଭିଏତନାମ ମଧ୍ୟରେ ଦୀର୍ଘମିଆଦୀ ଓ ପାରସ୍ପରିକ ସ୍ଵାର୍ଥଜଡିତ ସମ୍ପର୍କ ରହିଛି ଏବଂ ଏହି ସଂପର୍କକୁ ଆହୁରି ସୁଦୃଢ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ।

ଭାରତ ଓ ଭିଏତନାମ ମଧ୍ୟରେ ସବୁ କ୍ଷେତ୍ରରେ ନିବିଡ ସମ୍ପର୍କ ଓ ସହଯୋଗ ସମଗ୍ର ଅଞ୍ଚଳରେ ସ୍ଥିରତା, ସମୃଦ୍ଧି ଓ ନିରାପତ୍ତାକୁ ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।