Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମାର୍କିନ ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ଆଷ୍ଟନ କାର୍ଟର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମାର୍କିନ ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ଆଷ୍ଟନ କାର୍ଟର


ମାର୍କିନ ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ଆଷ୍ଟନ କାର୍ଟର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା କ୍ଷେତ୍ରରେ ମାର୍କିନ ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର କାର୍ଟରଙ୍କ ଅବଦାନକୁ ବେଶ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଗତ ଜୁନ ମାସରେ ତାଙ୍କର ସଫଳ ଆମେରିକା ଗସ୍ତର ସ୍ମୃତି ଚାରଣ କରିଥିଲେ । ଆମେରିକା ସହିତ ଏକ ସୁଦୃଢ ଓ ଗତିଶୀଳ ଦ୍ଵିପାକ୍ଷିକ ସାମରିକ ଭାଗୀଦାରୀତା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ।

ମାର୍କିନ ପ୍ରତିରକ୍ଷା ସଚିବ କାର୍ଟର ଗତ ଜୁନ ମାସରେ ହୋଇଥିବା ଦ୍ଵିପାକ୍ଷିକ ବୁଝାମଣା ଓ ନିଷ୍ପତ୍ତି ଉପରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ପ୍ରଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଏସୀୟା ପ୍ରଶାନ୍ତ ମହାସାଗର ଅଞ୍ଚଳର ସାମ୍ପ୍ରତିକ ସ୍ଥିତି ଏବଂ କ୍ଷେତ୍ରୀୟ ପ୍ରସଙ୍ଗଗୁଡିକ ନେଇ ପ୍ରଧାନମନ୍ତ୍ରୀ ଏବଂ ମାର୍କିନ ପ୍ରତିରକ୍ଷା ସଚିବ ମତ ବିନିମୟ କରିଥିଲେ ।