Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ନାକାତାନି


ଜାପାନ ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ଜେନେରାଲ ନାକାତାନି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଚଳିତ ମାସ ପ୍ରାରମ୍ଭରେ ଢ଼ାକାରେ ଆତଙ୍କବାଦୀ ଆକ୍ରମଣରେ ମୃତ ଜାପାନୀ ନାଗରିକଙ୍କ ପାଇଁ ଗଭୀର ଶୋକ ପ୍ରକଟ କରିଥିଲେ । ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ ବିରୋଧରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଆଲୋଚନା କାଳରେ ଜେନେରାଲ ନାକାତାନି ଦ୍ୱିପାକ୍ଷିକ ସାମରିକ ସହଯୋଗ ଲାଗି ଆରମ୍ଭ କରାଯାଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ୟକ୍ ସୂଚନା ଦେଇଥିଲେ । ଫେବୃଆରୀ 2016 ରେ ବିଶାଖାପାଟନାମଠାରେ ଆନ୍ତର୍ଜାତିକ ନୌଭେଳା ସମୀକ୍ଷା ଏବଂ ଜୁନ 2016 ରେ ଜାପାନ ଉପକୂଳରେ ଅନୁଷ୍ଠିତ ମାଲବାର ନୌସମରାଭ୍ୟାସରେ ଜାପାନର ଅଂଶ ଗ୍ରହଣକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।

ଏହି ଅବସରରେ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆର ଆଂଚଳିକ ଘଟଣାବଳୀ ଓ ବିକାଶ ସମ୍ପର୍କରେ ଜେନେରାଲ ନାକାତାନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅବଗତ କରାଇଥିଲେ ।

ଏହି ବର୍ଷ ଶେଷ ଆଡକୁ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ବୈଠକରେ ଯୋଗ ଦେବାଲାଗି ସେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ କହିଥିଲେ।