Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ମିଃ. ନିକୋଲାସ ସାର୍କୋଜି

ପ୍ରଧାନମନ୍ତ୍ରୀଙ୍କୁ  ଭେଟିଲେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ମିଃ. ନିକୋଲାସ ସାର୍କୋଜି


ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ମିଃ. ନିକୋଲାସ ସାର୍କୋଜି ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଭାରତରେ ବିମୁଦ୍ରୀକରଣର ସଫଳ ରୂପାୟନ ଏବଂ ସାମ୍ପ୍ରତିକ ରାଜ୍ୟ ବିଧାନସଭା ନିର୍ବାଚନଗୁଡିକରେ ଦଳର ବିପୁଳ ବିଜୟ ହେତୁ ମିଃ. ସାର୍କୋଜି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ମିଃ. ସାର୍କୋଜିଙ୍କୁ ତାଙ୍କ ପୁସ୍ତକ “Tout pour la France” ର ସଫଳ ପ୍ରକାଶନ ହେତୁ ଶୁଭେଚ୍ଛା ଜଣାଇଥିଲେ ।

ଦୁଇ ନେତା ସାକ୍ଷାତ ଆଲୋଚନା କାଳରେ ଆଞ୍ଚଳିକ ଏବଂ ପାରସ୍ପରିକ ସ୍ୱାର୍ଥ ଜଡିତ ବୈଶ୍ୱିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ଭାବେ କଥାବାର୍ତ୍ତା ହୋଇଥିଲେ ।

**********