Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନାଗାଲେଣ୍ଡ ଗାଓଁ ବୁରା ମହାସଂଘର ପ୍ରତିନିଧି


ନାଗାଲେଣ୍ଡ ଗାଓଁ ବୁରା ମହାସଂଘର ଏକ 15 ଜଣିଆ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ନାଗାଲେଣ୍ଡ ଗାଓଁ ବୁରା ମହାସଂଘ ହେଉଛି ନାଗା ଗ୍ରାମ ସମୂହର ଗାଁ ମୁଖିଆମାନଙ୍କର ଏକ ବୃହତ ସଂଗଠନ ।

ପ୍ରତିନିଧିମାନେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେମାନେ ବହୁତ ଆନନ୍ଦିତ । ନାଗା ଶାନ୍ତି ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସେମାନେ ପୂର୍ଣ୍ଣ ସମର୍ଥନ ବ୍ୟକ୍ତ କରିଛନ୍ତି । ସେମାନେ କହିଛନ୍ତି ନାଗା ଶାନ୍ତି ପ୍ରକ୍ରିୟାକୁ ନାଗାଲେଣ୍ଡର ସମସ୍ତ ନାଗରିକ ସମାଜ, ସଂଗଠନ ଓ ଆଦିବାସୀ ସଂପ୍ରଦାୟ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲାଗି ପ୍ରବଳ ଆଗ୍ରହ ପ୍ରକଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କାଳରେ କହିଛନ୍ତି ଯେ, ଗାଁ ମୁଖିଆମାନଙ୍କ ପ୍ରତିନିଧିଙ୍କୁ ସାକ୍ଷାତ କରି ସେ ବହୁତ ଖୁସି । ସେ ଆହୁରି ମଧ୍ୟ ଆନନ୍ଦିତ ଯେ, ପ୍ରତିନିଧିମାନେ ଶାନ୍ତିର ବାର୍ତ୍ତା ନେଇ ଆସିଛନ୍ତି । ନାଗା ଗାଁ ମୁଖିଆ ମହାସଂଘର ସମର୍ଥନ ଓ ପ୍ରଶଂସା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।