Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫିକି ଯୁବା ମହିଳା ସଂଗଠନର ପ୍ରତିନିଧି ଦଳ


ଫିକି ଯୁବା ମହିଳା ସଂଗଠନର ଏକ 25 ଜଣିଆ ସଦସ୍ୟ ମଣ୍ଡଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ମହିଳା ଉଦ୍ୟୋଗ ଏବଂ ସଶକ୍ତୀକରଣ ଉପରେ କିଛି ପ୍ରଶ୍ନକୁ ନେଇ ଏହି ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ ।

ପ୍ରତିନିଧିମଣ୍ଡଳ ସଦସ୍ୟଙ୍କ ଦ୍ଵାରା ପଚାରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ରଖିଥିଲେ ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ କହିଥିଲେ “ବର୍ଜ୍ୟରୁ ସମ୍ପଦ” ଉଦ୍ୟୋଗ ପାଇଁ ସ୍ଵଚ୍ଛ ଭାରତ ମିଶନ ଏକ ବୃହତ ସୁଯୋଗ ଆଣିଛି, ଯାହାକି ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ ।

ଜଳ ସଂରକ୍ଷଣ ଆଧାରିତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ସମସ୍ତେ ବ୍ୟକ୍ତିଗତ ଭାବେ ଜଳର ବ୍ୟବହାରକୁ ବିବେକର ସହିତ ବ୍ୟବହାର କରିବା ସହିତ ସୂକ୍ଷ୍ମ ଏବଂ ବୁନ୍ଦା ଜଳସେଚନକୁ ଗୁରୁତ୍ଵ ଦେବା ଉଚିତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାରିବାରିକ ମୂଲ୍ୟବୋଧ, ବିବିଧତାକୁ ସାଦରେ ଗ୍ରହଣ ଏବଂ ପର୍ଜ୍ୟାବରଣ ସଚେତନତା ହେଉଛି ତିନୋଟି ମହାନ ଭାରତୀୟ ପରମ୍ପରା ଯାହାରକି ଉଚିତ ପରିପାଳନ ହେବା ଆବଶ୍ୟକ ।

ଶିକ୍ଷା, ଦକ୍ଷତା ବିକାଶ, କଳା, ସଂସ୍କୃତି ଓ ମହିଳାଙ୍କ ସୁରକ୍ଷା ବିଷୟ ମଧ୍ୟ ଆଲୋଚନା ହେବା ଦରକାର ।