Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ସାଧାରଣ ପରିଷଦର ସଭାପତି-ନିର୍ବାଚିତ ମିରୋସ୍ଲାଭ ଲାଜକାକ


ମିଳିତ ଜାତିସଂଘ ସାଧାରଣ ପରିଷଦର ସଭାପତି-ନିର୍ବାଚିତ ତଥା ସ୍ଲୋଭାକ ଗଣତନ୍ତ୍ରର ବୈଦେଶିକ ଓ ୟୁରୋପୀୟ ବ୍ୟାପାର ମନ୍ତ୍ରୀ ମିଷ୍ଟର ମିରୋସ୍ଲାଭ ଲାଜକାକ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଜାତିସଂଘ ସାଧାରଣ ପରିଷଦର 72ତମ ସଭାପତି ରୂପେ ନିର୍ବାଚିତ ହୋଇଥିବାରୁ ମିଷ୍ଟର ମିରୋସ୍ଲାଭ ଲାଜକାକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଜାତିସଂଘ ସାଧାରଣ ପରିଷଦର ଆଗାମୀ 72ତମ ଅଧିବେଶନରେ ଆଲୋଚିତ ହେବାକୁ ଥିବା ଅଗ୍ରାଧିକାର ଆନ୍ତର୍ଜାତିକ ପ୍ରସଙ୍ଗଗୁଡିକ ଉପରେ ସଭାପତି-ନିର୍ବାଚିତ ଲାଜକାକ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଏହି ଅଧିବେଶନ କାଳରେ ନବ ନିର୍ବାଚିତ ସଭାପତିଙ୍କୁ ତାଙ୍କ ଦାୟିତ୍ୱ ନିର୍ବାହରେ ଭାରତ ସମସ୍ତ ପ୍ରକାର ଗଠନମୂଳକ ସହଯୋଗ ପ୍ରଦାନ କରିବ ବୋଲି ପ୍ରତିଶୃତି ଦେଇଥିଲେ ।

ଆତଙ୍କବାଦ, ଜାତିସଂଘରେ ସଂସ୍କାର, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟାନ୍ୱୟନ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗକୁ ନେଇ ଦେଖାଦେଇଥିବା ବୈଶ୍ୱିକ ଆହ୍ୱାନଗୁଡିକର ମୁକାବିଲା ସକାଶେ ଜାତିସଂଘ ପକ୍ଷରୁ ଦୃଢ ପଦକ୍ଷେପ ନିଆଯିବା ଉପରେ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ ।