ପିଏମଇଣ୍ଡିଆ

ମେଡେଫ ଫ୍ରାନ୍ସର ସଭାପତି ମିଷ୍ଟର ପିଏରୀ ଗାଟ୍ଟାଜ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଏପ୍ରିଲ 2015ରେ ତାଙ୍କର ସଫଳ ଫ୍ରାନ୍ସ ଗସ୍ତକୁ ସ୍ମରଣ କରିଥିଲେ । ଏହି ଗସ୍ତ କାଳରେ ସେ ଅନେକ ଫରାସୀ ବ୍ୟବସାୟୀ ନେତା, ଉଦ୍ୟୋଗପତିଙ୍କୁ ଭେଟିବା ସହ ଭାରତ-ଫ୍ରାନ୍ସ ଦ୍ଵିପାକ୍ଷୀକ ସଂପର୍କକୁ ସୁଦୃଢ କରିବା କ୍ଷେତ୍ରରେ ସେମାନଙ୍କର ଅମୂଲ୍ୟ ଅବଦାନକୁ ବେଶ ପ୍ରଶଂସା କରିଥିଲେ ।
ମିଷ୍ଟର ଗାଟ୍ଟାଜ ଭାରତ-ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଓ ନିବେଶ ସମ୍ପର୍କ ନେଇ ପ୍ରଧାନମନ୍ତ୍ରୀଙ୍କୁ ସଂକ୍ଷିପ୍ତ ସୂଚନା ଦେଇଥିଲେ ।
ଭାରତକୁ ଆସୁଥିବା 10 ପ୍ରମୁଖ ବୈଦେଶିକ ପୁଞ୍ଜି ନିବେଶ ସୂତ୍ର ମଧ୍ୟରୁ ଫ୍ରାନ୍ସ ଅନ୍ୟତମ । କିନ୍ତୁ ଏବେ ଭାରତରେ ଶିଳ୍ପାୟନ ପାଇଁ ଯେଉଁ ଅନୁକୂଳ ବାତାବରଣ ଏବଂ ସହଜ ବ୍ୟବସାୟ ପଦ୍ଧତି ସୃଷ୍ଟି କରାଯାଉଛି ତା’ର ସୁଯୋଗ ନେଇ ଫରାସୀ ସଂସ୍ଥାମାନେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଥିଲେ ।
******
Discussed boosting economic cooperation between India and France with Mr. @PierreGattaz, President of @medef. https://t.co/5IRzwfMMRE
— Narendra Modi (@narendramodi) September 26, 2017