Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ


 

ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଅଧିକ ପ୍ରତିରକ୍ଷା ଉତ୍ପାଦନ, ଗବେଷଣା, ବିକାଶ ସହଯୋଗ ଲାଗି ଆହ୍ୱାନ

 

ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସୁଶ୍ରୀ ଫ୍ଲୋରେନ୍ସ ପାର୍ଲି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଫ୍ଲୋରେନ୍ସ ପାର୍ଲି ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତିରକ୍ଷା ସହଯୋଗ ହେଉଛି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୈତିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ପ୍ରତିରକ୍ଷା ଉତ୍ପାଦନ ଏବଂ ମିଳିତ ଗବେଷଣା ଓ ବିକାଶ କ୍ଷେତ୍ରରେ “ମେକ୍ ଇନ୍ ଇଣ୍ଡିଆ” ଅଧୀନରେ ଅଧିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

ଆପୋଷ ସ୍ୱାର୍ଥ ଜଡ଼ିତ ଆଂଚଳିକ ତଥା ଜାଗତିକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଯଥାଶୀଘ୍ର ସମ୍ଭବ ରାଷ୍ଟ୍ରପତି ମାକରୋଂଙ୍କୁ ଭାରତରେ ସ୍ୱାଗତ ଜଣାଇବା ନିମନ୍ତେ ଆଗ୍ରହୀ ଅଛନ୍ତି ।