Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ 2016 ବ୍ୟାଚର ଆଇପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀ


ଭାରତୀୟ ପୁଲିସ ସେବା 2016 ବ୍ୟାଚର 110 ଜଣ ଆଇପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ପୁଲିସ ବ୍ୟବସ୍ଥାରେ ମାନବୀୟ ଦୃଷ୍ଟିକୋଣ ଏବଂ ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ପ୍ରୟୋଗ ଉପରେ ଜୋର ଦେଇଥିଲେ । ସ୍ୱାଧୀନତା ପରଠାରୁ ବର୍ତ୍ତମାନସୁଦ୍ଧା କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇଥିବା 33 ହଜାର ପୁଲିସ କର୍ମଚାରୀଙ୍କ ନିଷ୍ଠାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହିତ ପୁଲିସ ଅଧିକାରୀମାନଙ୍କ ଏହି ବାର୍ତ୍ତାଳାପ ସମୟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ ଉପସ୍ଥିତ ଥିଲେ ।

******