Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବାଣିଜ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ


ବିଶ୍ୱ ବାଣିଜ୍ୟ ସଙ୍ଗଠନ(WTO)ର ମନ୍ତ୍ରୀମାନଙ୍କର ଏକ ଅଣଆନୁଷ୍ଠାନିକ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିବା  ଡବ୍ଲୁଟିଓର ମହାନିର୍ଦ୍ଦେଶକ ଶ୍ରୀ ରୋବେର୍ଟୋ ଆଜେଭେଡୋ ଆଜି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।

ବହୁପାକ୍ଷିକ ବାଣିଜ୍ୟିକ ପ୍ରକ୍ରିୟାକୁ ପୁନର୍ଜୀବିତ କରିବା ପାଇଁ ପଥ ଅନ୍ୱେଷଣ ଲାଗି ଆଲୋଚନା ଜାରି ରଖିବା ନେଇ ପଦକ୍ଷେପ ଗ୍ରହଣ କରିଥିବାରୁ ମହାନିର୍ଦ୍ଦେଶକ ଭାରତ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଭାରତ ବହୁପାକ୍ଷିକ ବାଣିଜ୍ୟିକ ପ୍ରକ୍ରିୟାର ଏକ ଦୃଢ଼ ସମର୍ଥକ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ବିଶ୍ୱ ବାଣିଜ୍ୟ ସଙ୍ଗଠନର କାର୍ଯ୍ୟଧାରାକୁ ଗୁରୁତ୍ୱ ପ୍ରଦାନ କରିବା ଜରୁରୀ କାରଣ ଏହା ବିକାଶଶୀଳ ରାଷ୍ଟ୍ରମାନଙ୍କର ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିଥାଏ । ମୁକ୍ତ ବାଣିଜ୍ୟ ଏବଂ ଜଗତୀକରଣର ଲାଭ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅଧିକ ଦୃଶ୍ୟମାନ ହେବା ନେଇ ସ୍ୱତନ୍ତ୍ର ପ୍ରୟାସ କରାଯିବାକୁ ପ୍ରଧାନମନ୍ତ୍ରୀ ଡବ୍ଲୁଟିଓର ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିବା ସହ, ଡବ୍ଲୁଟିଓର ମନ୍ତ୍ରୀମାନଙ୍କର ଅଣଆନୁଷ୍ଠାନିକ ବୈଠକର ସଫଳତା ଲାଗି ଶୁଭେଚ୍ଛା ଜଣାଇଥିଲେ ।

 

**********