Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟେକ୍ସାସ ଗଭର୍ଣ୍ଣର ମି. ଗ୍ରେଗ ଆବୋଟ୍ଟ


ଏକ ବାଣିଜ୍ୟିକ କାର୍ଯ୍ୟକ୍ରମରେ ସମ୍ପ୍ରତି ଭାରତ ଗସ୍ତରେ ଆସିଥିବା ଟେକ୍ସାସ ରାଜ୍ୟର ଗଭର୍ଣ୍ଣର ମି. ଗ୍ରେଗ ଆବୋଟ୍ଟ ବୁଧବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଭାରତ-ଆମେରିକା ମଧ୍ୟରେ ଦୃଢ଼ ରଣନୈତିକ ଭାଗୀଦାରିତା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ବାଣିଜ୍ୟ ଓ ଉଦ୍ୟୋଗ, ଶକ୍ତି, ଶିଳ୍ପ, ଶିକ୍ଷା ଏବଂ ପାରସ୍ପରିକ ଯୋଗାଯୋଗ ଆଦି କ୍ଷେତ୍ରରେ ଟେକ୍ସାସ ସହ କାରବାର ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି କ୍ଷେତ୍ରରେ ସମ୍ପର୍କକୁ ଅଧିକ ଦୃଢ଼ୀଭୁତ କରିବା ପାଇଁ ଦୁଇ ନେତା ରାଜି ହୋଇଥିଲେ ।

ଟେକ୍ସାସରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କର ତାଙ୍କ ରାଜ୍ୟ ପ୍ରତି ଏବଂ ଆମେରିକା ପ୍ରତି ଥିବା ଯୋଗଦାନକୁ ଗଭର୍ଣ୍ଣର ଆବୋଟ୍ଟ ପ୍ରଶଂସା କରିଥିଲେ ।

**********