ପିଏମଇଣ୍ଡିଆ
ବାଂଲାଦେଶର ଗୃହମନ୍ତ୍ରୀ ଶ୍ରୀ ଆସାଦୁଜଅମନ ଖାନ ଆଜି (28.07.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କରିଛନ୍ତି ।
ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀ ସମ୍ପ୍ରତି ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପ୍ରତି ଶୋକ ଓ ସମବେଦନା ପ୍ରକଟ କରିଥିଲେ । ଆତଙ୍କବାଦ ବିରୁଦ୍ଧରେ ମୁକାବିଲା ଲାଗି ବାଂଲାଦେଶକୁ ସହାୟତା ନେଇ ପ୍ରଧାନମନ୍ତ୍ରୀ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ଶ୍ରୀ ଆସାଦୁଜଅମନ ଖାନ ଭାରତର ଦୃଢ ସମର୍ଥନ ଏବଂ ସଂହତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ନେଇ ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
Bangladesh Home Minister Mr. Asaduzzaman Khan called on the Prime Minister. pic.twitter.com/tnrtrTUQra
— PMO India (@PMOIndia) July 28, 2016