Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇଲେ 103 ବର୍ଷୀୟା ମହିଳା ଶ୍ରୀମତୀ ସର୍ବତୀ ଦେବୀ


ପବିତ୍ର ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ପିନ୍ଧାଇଛନ୍ତି 103 ବର୍ଷର ବିଧବା ମହିଳା ଶ୍ରୀମତୀ ସର୍ବତୀ ଦେବୀ । ଆଜି ଶ୍ରୀମତୀ ସର୍ବତୀ ଦେବୀ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ରାକ୍ଷୀ ବାନ୍ଧିଛନ୍ତି ।

ଶ୍ରୀମତୀ ସର୍ବତୀ ଦେବୀ ପ୍ରାୟ 50 ବର୍ଷ ତଳେ ତାଙ୍କ ଭାଇଙ୍କୁ ହରାଇଥିଲେ ଏବଂ ରକ୍ଷା ବନ୍ଧନ ଅବସରରେ ସେ ସବୁବେଳେ ଭାଇଙ୍କ ଅବର୍ତ୍ତମାନର ମାର୍ମିକ ଉପଲବ୍ଧୀ କରି ଆସୁଥିଲେ । ତେବେ ଶ୍ରୀମତୀ ସର୍ବତୀ ଦେବୀଙ୍କ ପୁତ୍ର ଘଟଣା କ୍ରମେ, ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ମାଆ’ଙ୍କ ରାକ୍ଷୀ ବାନ୍ଧିବାର ମନସ୍କାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ତତ୍କାଳ ଚିଠିର ଉତ୍ତରରେ ଶ୍ରୀମତୀ ସର୍ବତୀ ଦେବୀ ଏବଂ ତାଙ୍କ ପରିବାରକୁ ଆଜି ନୂଆଦିଲ୍ଲୀ ବାସଭବନକୁ ନିମନ୍ତ୍ରଣ କରିଥିଲେ । ରକ୍ଷା ବନ୍ଧନ ପର୍ବରେ ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ପିନ୍ଧାଇ 103 ବର୍ଷୀୟା ମହିଳା ଶ୍ରୀମତୀ ସର୍ବତୀ ଦେବୀ ବେଶ ଉତଫୁଲ୍ଲିତ ହୋଇପଡିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ସେମାନଙ୍କର ଉତ୍ତମ ଭାବ ବିନିମୟ ହୋଇଥିଲା ।