Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ‘ମିଶନ ଗଙ୍ଗା’ ଅଭିଯାତ୍ରୀ ଦଳ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ‘ମିଶନ ଗଙ୍ଗା’ ଅଭିଯାତ୍ରୀ ଦଳ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ‘ମିଶନ ଗଙ୍ଗା’ ଅଭିଯାତ୍ରୀ ଦଳ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ‘ମିଶନ ଗଙ୍ଗା’ ଅଭିଯାତ୍ରୀ ଦଳ


ପବିତ୍ର ଗଙ୍ଗା ନଦୀର ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି ପାଇଁ ମିଶନ ଗଙ୍ଗା ଅଭିଯାନରେ ବାହାରିଥିବା 40 ସଦସ୍ୟବିଶିଷ୍ଟ ପର୍ବତାରୋହୀ ଦଳ ଆଜି (ଗୁରୁବାର) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଥିଲେ । ବିଶ୍ୱର ସବୁଠାରୁ ଉଚ୍ଚତମ ପର୍ବତ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ପହଂଚିପାରିଥିବା ପ୍ରଥମ ଭାରତୀୟ ମହିଳା ବାଛେନ୍ଦ୍ରୀ ପାଲ ଏହାର ନେତୃତ୍ୱ ନେଇଛନ୍ତି । ଏହି ଅଭିଯାନର ସଦସ୍ୟମାନଙ୍କ ମଧ୍ୟରେ 8ଜଣ ମାଉଣ୍ଟ ଏଭରେଷ୍ଟ ଆରୋହଣକାରୀ ମଧ୍ୟ ସାମିଲ ହୋଇଛନ୍ତି ।

ଭାରତ ସରକାରଙ୍କ ନମାମି ଗଙ୍ଗେ ମିଶନରେ ଅନୁପ୍ରେରିତ ଓ ଉତ୍ସାହିତ ହୋଇ ଏହି ଅଭିଯାନକୁ ମିଶନ ଗଙ୍ଗା ନାମକରଣ କରାଯାଇଛି । ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ହରିଦ୍ୱାରରୁ ପାଟନା ପର୍ଯ୍ୟନ୍ତ ଦୂରତ୍ୱ ରିଭର ରାଫ୍ଟିଗ(River Rafting) ଜରିଆରେ ନିର୍ଦ୍ଧାରୀତ କରାଯିବ । ଏହି ସମୟ ମଧ୍ୟରେ ଅଭିଯାନ ଦଳ ବିଜନୋର, ନାରୋରା, ଫାରୁଖାବାଦ, କାନପୁର, ଏହ୍ଲାବାଦ, ବାରଣାସୀ ଏବଂ ବକ୍ସରରେ ରହିବେ । ଏହି ସବୁ ସ୍ଥାନମାନଙ୍କରେ ଅଭିଯାତ୍ରୀ ଦଳ ଲୋକମାନଙ୍କୁ ପବିତ୍ର ଗଙ୍ଗା ନଦୀ ସଫେଇ ପ୍ରତି ସଚେତନତା କରିବ ଏବଂ ସ୍ୱଚ୍ଛତା ଗତିବିଧିଗୁଡିକ ଜାରି ରହିବ ।

ପ୍ରଧାନମନ୍ତ୍ରୀ ଅଭିଯାତ୍ରୀ ଦଳର ସଦସ୍ୟମାନଙ୍କ ସହ ମତ ବିନିମୟ କରି ସେମାନଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପର ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଗଙ୍ଗା ନଦୀର ସ୍ୱଚ୍ଛତା ଗୁରୁତ୍ୱ ଉପରେ ବର୍ଣ୍ଣନା କରିଥିଲେ । ସେ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ସଚେତନତାର ବାର୍ତ୍ତା ନେଇ ଯେଉଁ ସହରଗୁଡିକ ଦେଇ ଯାତ୍ରା କରିବେ ସେଠାରେ ଖାସକରି ସ୍କୁଲ ପିଲାମାନଙ୍କ ସହ ନିଶ୍ଚିତ ଭାବେ ସାକ୍ଷାତ କରିବେ ।

**********