Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟୁ ଜର୍ସି ଗଭର୍ଣ୍ଣର ମି. ଫିଲିପ ଡି.ମର୍ଫି


ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଜର୍ସି ଗଭର୍ଣ୍ଣର ମିଷ୍ଟର ଫିଲିପ ଡି. ମର୍ଫିଙ୍କ ପ୍ରଥମ ଔପଚାରିକ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ତାଙ୍କୁ ସ୍ୱାଗତ କରିଥିଲେ । ଦିଲ୍ଲୀ ବ୍ୟତୀତ ଗଭର୍ଣ୍ଣର ମର୍ଫି ଆଗ୍ରା, ମୁମ୍ବାଇ, ହାଇଦ୍ରାବାଦ ଓ ଅହମ୍ମଦାବାଦ ଗସ୍ତ କରିବେ ।

ନ୍ୟୁ ଜର୍ସି ଓ ଭାରତ ମଧ୍ୟରେ ବ୍ୟବସାୟିକ ଓ ଜନ ସମ୍ପର୍କକୁ ନିବିଡ କରିବା ପାଇଁ ଗଭର୍ଣ୍ଣରଙ୍କ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ଏବଂ ଭାରତର ରାଜ୍ୟମାନଙ୍କ ସହ ନ୍ୟୁ ଜର୍ସିର ଉତ୍ତମ ସହଯୋଗ ନେଇ ଭାରତ ସରକାର ସହଯୋଗ କରିବେ ବୋଲି ଆଶ୍ୱାସନା ପ୍ରଦାନ କରିଥିଲେ ।

ଭାରତ ସହ ତାଙ୍କ ରାଜ୍ୟର ସମ୍ପର୍କ ବୃଦ୍ଧି କରିବା ନେଇ ତାଙ୍କ ପ୍ରାଧାନ୍ୟତା ସମ୍ପର୍କରେ ଗଭର୍ଣ୍ଣର ମର୍ଫି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଥିଲେ ଓ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବଳିଷ୍ଠ ଭାଗିଦାରୀତା ପାଇଁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ । ଭାରତ ଓ ନ୍ୟୁ ଜର୍ସି ମଧ୍ୟରେ ଥିବା ସାମଞ୍ଜସ୍ୟ ସମ୍ବନ୍ଧରେ ଉଲ୍ଲେଖ କରି ସେ କହିଲେ ଯେ ଭାରତକୁ ଆସିବା ପରଠାରୁ ସେ ବିବିଧତାର ଉତ୍ସବ ପାଳନ ଏବଂ ବହୁମତକୁ ସମ୍ମାନ ପ୍ରଦାନ କରାଯିବାର ଦେଖୁଛନ୍ତି ।

ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରି କହିଲେ ଯେ ଭାରତ-ଆମେରିକା ଜନସଂଖ୍ୟାର ସର୍ବାଧିକ ଘନତ୍ୱ ଥିବା ନ୍ୟୁ ଜର୍ସି ଭାରତ ପାଇଁ ବାଣିଜ୍ୟ ଓ ନିବେଶର ସବୁଠାରୁ ବଡ ଲକ୍ଷ୍ୟସ୍ଥଳରେ ପରିଣତ ହୋଇଛି । ଷ୍ଟେମ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ସହଯୋଗର ଗୁରୁତ୍ୱ ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ ।

ନ୍ୟୁ ଜର୍ସିରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟଙ୍କ ଉନ୍ନତି ନେଇ ଗଭର୍ଣ୍ଣରଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭାରତ ଓ ଆମେରିକା ମଧ୍ୟରେ ସେମାନେ ଏକ ସେତୁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

**********