Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ କ୍ଲବ ପ୍ରେସିଡେନ୍ସିଆଲର ପାଚକ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ କ୍ଲବ ପ୍ରେସିଡେନ୍ସିଆଲର ପାଚକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ବିଶ୍ଵସ୍ତରୀୟ କ୍ଲବ ପ୍ରେସିଡେନ୍ସିଆଲର ପାଚକମାନେ ସାକ୍ଷାତ କରିଥିଲେ ।

ଏହି କ୍ଲବରେ ଦୁଇ ଡଜନରୁ ଅଧିକ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କର ବ୍ୟକ୍ତିଗତ ସୁପକାର ବା ପାଚକମାନେ ସାମିଲ ଅଛନ୍ତି । ଏହାକୁ ଅନୌପଚାରିକ ଭାବେ ଦୁନିଆର ସବୁଠାରୁ ଅନନ୍ୟ ସୁମିଷ୍ଟ ପାଚକ ସମାଜ ଭାବେ ବର୍ଣ୍ଣନା କରାଯାଏ ।

ପ୍ୟାରିସଠାରେ ଅବସ୍ଥିତ ଏହି ସଂଗଠନ ପ୍ରଥମ ଥର ପାଇଁ ଭାରତରେ ଏବେ ତାର ସାଧାରଣ ଅଧିବେଶନ ଆୟୋଜନ କରିଛି । ପାଚକମାନେ ଦିଲ୍ଲୀ ବ୍ୟତୀତ ଆଗ୍ରା ଏବଂ ଜୟପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

କ୍ଲବର ସଦସ୍ୟଙ୍କ ମଧ୍ୟରେ ଭାରତର ରାଷ୍ଟ୍ରପତିଙ୍କ ପାଚକ/ସୁପକାର ମିଷ୍ଟର ମଣ୍ଟୁ ସାଇନି, ମାର୍କିନ ରାଷ୍ଟ୍ରପତିଙ୍କ ପାଚିକ ସୁଶ୍ରୀ କ୍ରାଇଷ୍ଟେଟା କମରଫୋର୍ଡ ଏବଂ ବ୍ରିଟେନର ମହାମହିମ ରାଣୀଙ୍କର ପାଚକ ମିଷ୍ଟର ମାର୍କ ଫ୍ଲାନାଗାନ ରହିଛନ୍ତି ।

ପାଚକମାନେ ପ୍ରଧାନମମନ୍ତ୍ରୀଙ୍କ ସହ ଏକ ମିଳିତ ଫଟୋ ଉଠାଇବା ସହିତ ତାଙ୍କୁ ଏକ ସ୍ମାରକୀ ଉପହାର ପ୍ରଦାନ କରିଥିଲେ ।