Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନ


ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କାମେରୁନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୨୦୧୫ରେ ତାଙ୍କ ସଫଳ ବ୍ରିଟେନ ଗସ୍ତକୁ ସ୍ମରଣ କରାଇଥିଲେ । ମିଷ୍ଟର କାମେରୁନଙ୍କ ସହଯୋଗ ଏବଂ ତାଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ଭାରତ-ବ୍ରିଟେନ ସମ୍ବନ୍ଧ ଶକ୍ତିଶାଳୀ ହୋଇଥିବାରୁ ଶ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ ।
ଦୁଇ ନେତା ପରସ୍ପର ସ୍ଵାର୍ଥ ଜଡିତ ଆଞ୍ଚଳିକ ଏବଂ ବୈଶ୍ଵିକ ପ୍ରସଙ୍ଗ ଉପରେ ମଧ୍ୟ କଥାବାର୍ତ୍ତା ହୋଇଥିଲେ ।

**********