Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜୋର୍ଡାନର ରୟାଲ କୋର୍ଟ ମୁଖ୍ୟ ଡଃ ଫାୟେଜ ତରାୱ୍ନେ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜୋର୍ଡାନର ରୟାଲ କୋର୍ଟ ମୁଖ୍ୟ ଡଃ ଫାୟେଜ ତରାୱ୍ନେ


ଜୋର୍ଡାନର ରୟାଲ ହସିମେଟେ କୋର୍ଟ ମୁଖ୍ୟ ଡଃ ଫାୟେଜ ତରାୱ୍ନେ 2017 ମାର୍ଚ୍ଚ 10 ତାରିଖ ଶୁକ୍ରବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ମିଳିତ ପ୍ରତିଶ୍ରୁତିବଦ୍ଧତା ଓ ଏନେଇ ରହିଥିବା ଅନେକ ସୁଯୋଗ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଡଃ ଫାୟେଜ ତରାୱ୍ନେ ପଶ୍ଚିମ ଏସିଆର ସ୍ଥିତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ବିଚାରବିମର୍ଶ କରିଥିବାବେଳେ ଆତଙ୍କବାଦ ସମସ୍ୟାର ଏକ ବ୍ୟାପକ ଆନ୍ତର୍ଜାତିକ ପ୍ରତିକ୍ରିୟାର ଆବଶ୍ୟକତା ଥିବା କହିଛନ୍ତି ।

ଏହି ଅବସରରେ ଡଃ ଫାୟେଜ ତରାୱ୍ନେ ପ୍ରଧାନମନ୍ତ୍ରୀଙ୍କୁ ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟ ଇବ୍ନ ଅଲ୍ ହୁସେନଙ୍କ ଶୁଭେଚ୍ଛା ଜଣାଇଥିଲେ ।